Lok Sabha Election 2024: ମହାମେଣ୍ଟର ଆସନ ବଣ୍ଟା ଶେଷ; ଜାଣନ୍ତୁ କାହାକୁ ମିଳିବ କେତେ ଆସନ
Advertisement
Article Detail0/zeeodisha/odisha2050101

Lok Sabha Election 2024: ମହାମେଣ୍ଟର ଆସନ ବଣ୍ଟା ଶେଷ; ଜାଣନ୍ତୁ କାହାକୁ ମିଳିବ କେତେ ଆସନ

Bihar Grand Alliance Seat Sharing for 2024 Election: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ବିହାର ମହାମେଣ୍ଟରେ ଆସନ ବୁଝାମଣା ସମ୍ପର୍କରେ ନିଷ୍ପତ୍ତି ପ୍ରାୟ ହୋଇସାରିଛି। ଏହି ନିର୍ବାଚନରେ କେଉଁ ଦଳ କେତେ ଆସନରେ ନିର୍ବାଚନ ଲଡିବ ତାହା ମଧ୍ୟ ଏକ ପ୍ରକାର ଧାର୍ଯ୍ୟ ହୋଇଛି।

 

Lok Sabha Election 2024: ମହାମେଣ୍ଟର ଆସନ ବଣ୍ଟା ଶେଷ; ଜାଣନ୍ତୁ କାହାକୁ ମିଳିବ କେତେ ଆସନ

Seat Sharing  in Bihar Grand Alliance for 2024 Election: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପାଇଁ ପାଖେଇ ଆସିଲାଣି ସମୟ। ନିର୍ବାଚନକୁ ଆଉ କିଛି ମାସ ସମୟ ବାକି ରହିଥିବା ବେଳେ ବିରୋଧି ଇଣ୍ଡିଆ ମେଣ୍ଟରେ ଅଂଶୀଦାର ରହିଥିବା ଦଳଙ୍କ ମଧ୍ୟରେ ଆସନ ବୁଝାମଣାକୁ ନେଇ ଆଲୋଚନା ଜାରି ରହିଛି। ଏହି କ୍ରମରେ ବିହାର ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଇଣ୍ଡିଆ ମେଣ୍ଟରେ ସିଟ୍ ବାଣ୍ଟିବା ସମ୍ପର୍କରେ ନିଷ୍ପତ୍ତି ପ୍ରାୟ ହୋଇସାରିଛି। ରାଜ୍ୟର ସମସ୍ତ ୪୦ ଲୋକସଭା ଆସନକୁ ନେଇ ଶାସକ ଜେଡିୟୁ-ଆରଜେଡି ମଧ୍ୟରେ ଏକ ସହମତି ହୋଇଛି।  ଆସନ ବୁଝାମଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଥିଲେ। ଯାହା ପରେ ୨୦୨୪ ଲୋକସଭା ନିର୍ବାଚନରେ ଆସନ ବଣ୍ଟନକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଯାହାକୁ ଅନୁମୋଦନ ମିଳିଥିବାର କୁହାଯାଉଛି।

କାହାକୁ ମିଳିଲା କେତେ ଆସନ?
ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ବୈଠକରେ ଉଭୟ ନେତା ନିଷ୍ପତ୍ତି ନେଇଛନ୍ତି ଯେ ଜେଡିୟୁ-ଆରଜେଡି ସମାନ ସଂଖ୍ୟକ ୧୬ ଆସନରେ ନିର୍ବାଚନ ଲଢିବେ। କଂଗ୍ରେସ ୫ ଏବଂ ସିପିଆଇ (ଏମଏଲ) ୨ ଏବଂ ଅନ୍ୟ ଗୋଟିଏ ଆସନ ବାମ ଦଳକୁ ମିଳିବ। ହେଲେ ୨୦୨୪ ଲୋକସଭା ନିର୍ବାଚନରେ ଆସନ ବୁଝାମଣାକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇଛି ତାହା ନିଶ୍ଚିତ କରିବାରୁ ଜେଡିୟୁ ଦୂରେଇ ରହିଥିଲା | ଜେଡିୟୁ ନେତା ସଞ୍ଜୟ ଝା କହିଥିଲେ ଯେ ଏବେ ଆମେ ଦଳର ୧୬ ଜଣ ଲୋକସଭା ସାଂସଦ ଅଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ଦଳ କେତେ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ତାହା ସେତେବେଳେ ସ୍ଥିର ହେବ ଯେତେବେଳେ ଦଳୀୟ ନେତୃବୃନ୍ଦ ମେଣ୍ଟ ସହଯୋଗୀଙ୍କ ସହ ଆସନ ବୁଝାମଣା ସମ୍ପର୍କରେ ଆଲୋଚନା କରିବେ। ଦଳ କେତେ ସଂଖ୍ୟକ ଆସନରେ ନିର୍ବାଚନ ଲଢିବ ତାହା ମୁଁ କହିପାରିବି ନାହିଁ। ମୁଁ ନିଶ୍ଚିତ ଭାବେ କହିଛି ଯେ ବର୍ତ୍ତମାନ ଲୋକସଭାରେ ଆମ ଦଳର ୧୬ ଜଣ ସାଂସଦ ଅଛନ୍ତି। ଯେତେବେଳେ ଆସନ ବୁଝାମଣାକୁ ଆଲୋଚନା ହେବ ସେତେବେଳେ ନିଷ୍ପତ୍ତି ନିଆଯିବ।

କ'ଣ କହିଲା ଆରଜେଡ଼ି?
ଜେଡିୟୁ ସହଯୋଗରେ ବିହାରରେ ସରକାର ଚଳାଉଥିବା ଆରଜେଡି ଇସାରା ଇସାରାରେ ସ୍ପଷ୍ଟ କରିଛି ଯେ ଆସନ ବୁଝାମାଣ ପ୍ରାୟତଃ ସ୍ଥିର ହୋଇଛି। ଆରଜେଡି ନେତା ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି ଯେ ଇଣ୍ଡିଆ ମେଣ୍ଟରେ ସବୁ ଠିକ୍ ଠାକ ଅଛି। ଆମେ ନିରନ୍ତର ଏକଥା କହିଆସୁଛୁ। ପ୍ରତ୍ୟେକ ରାଜ୍ୟରେ ସିଟ୍ ବାଣ୍ଟିବା ପ୍ରାୟ ସ୍ଥିର ହୋଇସାରିଛି। ସମୟ ଆସିଲେ ଏହାକୁ ସାର୍ବଜନୀନ କରାଯିବ। 

କଂଗ୍ରେସ ଚାହୁଁଛି ୯ ଆସନ
୨୦୨୪ ଲୋକସଭା ନିର୍ବାଚନରେ ବିହାର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ୯ ଆସନରେ ନିର୍ବାଚନ ଲଢିବାକୁ କଂଗ୍ରେସ ଦାବି କରୁଛି। ଏଭଳି ପରିସ୍ଥିତିରେ, ଜେଡିୟୁ-ଆରଜେଡ଼ି ଯେଉଁ  ସୂତ୍ର ଆଧାରରେ ଆସନ ବୁଝାମଣା କରୁଛନ୍ତି ତାହାକୁ ନେଇ ଇଣ୍ଡିଆ ମେଣ୍ଟରେ ବିବାଦ ହୋଇପାରେ। ଶନିବାର କଂଗ୍ରେସ ଦାବି କରିଛି ଯେ ବିହାରରେ ଲୋକସଭା ଆସନର ସମ୍ମାନଜନକ ଭାଗ ନ ମିଳିଲେ କେବଳ ଦଳ ନୁହେଁ ବରଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ସମଗ୍ର ମହାମେଣ୍ଟ ପ୍ରଭାବିତ ହେବ।

କଂଗ୍ରେସ ପାଇପାରେ କେବଳସ ୪ ସିଟ୍ 
ବିହାର କଂଗ୍ରେସ ମୁଖ୍ୟ ଅଖିଳେଶ ପ୍ରତାପ ସିଂହ ଏହି ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେତେବେଳେ ତାଙ୍କୁ ଗଣମାଧ୍ୟମର ଏକ ବର୍ଗରେ ଚର୍ଚ୍ଚା ହେଉଥିଲା ଯେ ରାଜ୍ୟରେ ୪୦ ଲୋକସଭା ଆସନ ମଧ୍ୟରୁ କେବଳ ୪ ଆସନ ଦଳକୁ ମିଳିବ। ଏହାର ଜବାବ ରଖି ଅଖିଳେଶ ପ୍ରତାପ ସିଂହ କହିଛନ୍ତି ଯଦି କଂଗ୍ରେସ କେବଳ ୪ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରେ, ତାହେଲେ ଜେଡିୟୁ ସମେତ ସମଗ୍ର ମହାମେଣ୍ଟ ଏହା ଦ୍ୱାରା ପ୍ରଭାବିତ ହେବ।  ହେଲେ ତଥାପି, ଆମେ କହୁ ନାହୁଁ ଯେ ଆମ ଦଳକୁ ୯ ଆସନ ପ୍ରଦାନ କରାଯାଉ। କାରଣ ଗତ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ରାଜ୍ୟର ୯ ଆସନରେ ନିର୍ବାଚନ ଲଢିଥିଲା।