ଅନଲାଇନ୍ ଅର୍ଡର ଖାଦ୍ୟରୁ ମିଳିଲା ଜୀବନ୍ତ ପୋକ, ଭିଡିଓ ସେୟାର କଲେ ଗ୍ରାହକ
Advertisement
Article Detail0/zeeodisha/odisha2015268

ଅନଲାଇନ୍ ଅର୍ଡର ଖାଦ୍ୟରୁ ମିଳିଲା ଜୀବନ୍ତ ପୋକ, ଭିଡିଓ ସେୟାର କଲେ ଗ୍ରାହକ

Online Order: ଜଣେ ବ୍ୟକ୍ତି ଅନଲାଇନରେ ଖାଦ୍ୟ ସହିତ ସାଲାଡ୍ ମଧ୍ୟ ଅର୍ଡର କରିଥିଲେ । କିନ୍ତୁ ସାଲାଡ୍ ରେ ଏକ ଜୀବନ୍ତ ପୋକ ବାହାରିବା ପରେ ସେ ସୋସିଆଲ ମିଡିଆରେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ।

ଅନଲାଇନ୍ ଅର୍ଡର ଖାଦ୍ୟରୁ ମିଳିଲା ଜୀବନ୍ତ ପୋକ, ଭିଡିଓ ସେୟାର କଲେ ଗ୍ରାହକ

Online Order: ବର୍ତ୍ତମାନ ଇଣ୍ଟରନେଟ୍ ଯୁଗରେ ପ୍ରାୟ ଅଧିକାଂଶ ଲୋକ ଅନଲାଇନ୍ ସପିଂ (Online shopping) ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ସେ ପୋଷାକ ହେଉ ଅବା ଘରକରଣା ସାମଗ୍ରୀ ସବୁକିଛି ଅନଲାଇନରେ ସହଜରେ ଉପଲବ୍ଧ । ବିଶେଷ କରି ଖାଦ୍ୟ ଅର୍ଡର ପାଇଁ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରକାରର ଆପ ବ୍ୟବହାର କରୁଛନ୍ତି ଲୋକମାନେ । ତେବେ ଏହି ଅନଲାଇନ୍ ଖାଦ୍ୟକୁ ନେଇ ବିଭିନ୍ନ ସମୟରେ ଖବର ଅନେକ ପ୍ରକାରର ଖବର ଆସିଥାଏ । କିନ୍ତୁ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଖୁବ୍ ଆଶ୍ଚର୍ଯ୍ୟଜନକ । କାରଣ ଅନଲାଇନ୍ ଖାଦ୍ୟରୁ ମିଳିଛି ଜୀବନ୍ତ ପୋକ । ଏପରି ଏକ ଖବର ବେଙ୍ଗାଲୁରରେ ଦେଖିବାକୁ ମିଳିଛି ।

ଧୱାଲ ସିଂ ନାମକ ଜଣେ ବ୍ୟକ୍ତି ଅନଲାଇନରେ ଏକ ଆପ ମାଧ୍ୟମରେ ଖାଦ୍ୟ ଅର୍ଡର କରିଥିଲେ ଯେଉଁଥିରେ ସାଲାଡ୍ ଅନ୍ତଭୁକ୍ତ ଥିଲା । ଯେତେବେଳେ ଡେଲିଭରୀ ବୟ ଖାଦ୍ୟ ପ୍ୟାକେଟ୍ ବ୍ୟକ୍ତିଙ୍କ ହାତକୁ ବଢାଇଥିଲେ ସେତେବେଳେ ବ୍ୟକ୍ତି ଜଣକ ଖୁସିରେ ନିଜ ଡାଏନିଂ ହଲକୁ ଯାଇ ପ୍ୟାକେଟ ଖୋଲିଥିଲେ । କିନ୍ତୁ ପ୍ୟାକେଟ୍ ଖୋଲିବା ପରେ ବ୍ୟକ୍ତି ଜଣକ ଦେଖିଥିଲେ ଯେ, ସାଲାଡ୍ ଭିତରେ ସାଲାଡ୍ ସହିତ ରହିଛି ଏକ ଜୀବନ୍ତ ପୋକ (Live Snail) । ଏହା ଦେଖିବା ପରେ ବ୍ୟକ୍ତିଜଣକ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଏବଂ ତାହାକୁ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍ କରିଥିଲେ । ଭିଡିଓ ଅପଲୋଡ କରିବା ସମୟରେ ବ୍ୟକ୍ତିଜଣକ କ୍ଷୋଭ ପ୍ରକାଶ କରି ଲେଖିଥିଲେ ଯେ, ସମୃକ୍ତ ସ୍ଥାନରୁ କେହି ଖାଦ୍ୟ ଅର୍ଡର କରନ୍ତୁ ନାହିଁ କାରଣ ସେଠାରେ ନିମ୍ନମାନର ଖାଦ୍ୟ ଦିଆଯାଉଛି ଯେଉଁଥିରେ ପୋକ ରହିଛି । ଏହା ଯେପରି ପୁନର୍ବାର ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ମଧ୍ୟ ଧୱାଲ ଲେଖିଥିଲେ ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ସାଲାଡ୍ ଉପରରେ ଜୀବନ୍ତ ପୋକଟି ଚାଲିବାରେ ଲାଗିଛି । ଏହି ଭିଡିଓଟିରେ ଡେଲିଭରୀ ସଂସ୍ଥାକୁ ଟ୍ୟାଗ୍ କରିବା ପରେ ଡେଲିଭରୀ ସଂସ୍ଥା ମଧ୍ୟ ଧୱାଲଙ୍କୁ ଉତ୍ତର ଦେଇଥିଲା । ସେ ଧୱାଲଙ୍କୁ ଖାଦ୍ୟ ଅର୍ଡର ଆଇଡି ମାଗି ଯାଞ୍ଚ କରିଛି । ଏଥି ସହିତ ଧୱାଲଙ୍କୁ ସମସ୍ତ ଟଙ୍କା ଫେରାଇବାକୁ ପ୍ରତିଶୃତି ଦେଇଛି ।

Video- 

ଡିସେମ୍ୱର ୧୬ରେ ଧୱାଲ ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଅନେକ ଲୋକ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଲେଖିଥିଲେ ଯେ, ସମସ୍ତ ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ଏହା ଉପରେ ଗୁରୁତର ସହ ଧ୍ୟାନ ଦେବା ଆବଶ୍ୟକ । ଅନ୍ୟଜଣେ ଲେଖିଛନ୍ତି ଯେ, ଖାଦ୍ୟର ମାନ ଭଲ ରଖିବା ସମସ୍ତଙ୍କର ଦାୟିତ୍ୱ ।

Also Read- Boat Sinks: ସମୁଦ୍ର ମଝିରେ ଡଙ୍ଗା ଦୁର୍ଘଟଣା, ୬୧ ଯାତ୍ରୀଙ୍କ ମୃତ୍ୟୁ

Also Read- Delhi Metro: ଦିଲ୍ଲୀ ମେଟ୍ରୋରେ ଦୁର୍ଘଟଣା, ଫାଟକରେ ଶାଢୀ ଲାଗି ମହିଳାଙ୍କ ମୃତ୍ୟୁ