Odisha News Live Updates: ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର
Advertisement
Article Detail0/zeeodisha/odisha2082135

Odisha News Live Updates: ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ

  • Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

Trending Photos

Odisha News Live Updates: ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ସାଧାରଣ ଜୀବନ ସହିତ ଜଡ଼ିତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଆମର ଏ ପ୍ରୟାସ। ଟିକିନିଖି ଖବର ଅପଡେଟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ ପାଇଁ ସବସ୍କ୍ରାଇବ କରନ୍ତୁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ।

28 January 2024
23:37 PM

Maldives Parliament Ruckus: ଜାନୁଆରୀ ୨୮ ତାରିଖ ରବିବାର ରଣକ୍ଷେତ୍ର ପାଲଟିଛି ମାଳଦ୍ୱୀପ ସଂସଦ। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଭାରତ ସହ ମୁହାମୁହିଁ ହୋଇ ଚର୍ଚ୍ଚାକୁ ଆସିଥିବା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ନିଜ ଦେଶର ସାଂସଦଙ୍କୁ ସମ୍ଭାଳି ପାରୁନାହାଁନ୍ତି। ଯାହା ରବିବାର ଘଟିଥିବା ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ସଂସଦରେ ବଡ଼ ବଡ଼ କଥା କହୁଥିବା ରାଷ୍ଟ୍ରପତି ମୁଇଜୁଙ୍କ ଅବସ୍ଥା ଏବେ ଏକ ଆଖଡ଼ା ଭଳି ହୋଇଯାଇଛି। 
ପଢନ୍ତୁ ପୁରା ଖବର

22:56 PM

Asaduddin Owais taking dig at Tejashwi Yadav: ବିହାର ରାଜନୀତିରେ ଘଟିଥିବା ନାଟକୀୟ ଘଟଣାକ୍ରମ ଉପରେ ପଡ଼ିସାରିଛି ପୂର୍ଣ୍ଣଚ୍ଛେଦ। ରାଜ୍ୟ ରାଜନୀତିରେ ଜାରି ରହିଥିବା ହଟଚମଟ ମଧ୍ୟରେ ହୋଇଛି କ୍ଷମତା ପରିବର୍ତ୍ତନ। ଆଉ ବଦଳି ଯାଇଛି ସରକାର। ଆଉ ଏବେ ଏହି ପ୍ରସଙ୍ଗରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ନେତା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦିନ ଓୱେସୀ। ଆରଜେଡ଼ି ଉଦ୍ଦେଶ୍ୟରେ କଟାକ୍ଷ କରି ଏଆଇଏମଆଇଏମ ପକ୍ଷରୁ କୁହାଯାଇଛି ଏବେ କିପରି ଅନୁଭବ ହେଉଛି? 

ପଢନ୍ତୁ ପୁରା ଖବର

22:44 PM

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଲେ ଅରୁଣ ଯୋଗୀରାଜ 

Ayodhya RamMandir: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇଥିବା ପ୍ରତିମାର ନିର୍ମାତା ଅରୁଣ ଯୋଗୀରାଜଙ୍କୁ ପ୍ରଶଂସା କରିଥିଲେ ପ୍ରସିଦ୍ଧ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଯାହାର ଉତ୍ତର ଦେଇଛନ୍ତି ଶିଳ୍ପୀ ଅରୁଣ ଯୋଗୀରାଜ । ଅଧିକ ପଢ଼ନ୍ତୁ...

22:27 PM

Tejashwi Yadav Targets Nitish Kumar: ନୀତିଶ କୁମାରଙ୍କୁ ନେଇ ଏବେ ସରଗରମ ହୋଇଉଠିଛି ବିହାର ରାଜନୀତି। ରାଜ୍ୟରେ କ୍ଷମତାସୀନ ମହାଗଠବନ୍ଧନ ସରକାର ଗାଦିଚ୍ୟୁତ ହେବା ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ନିଜର କାର୍ଯ୍ୟକାଳରେ ମିଳିଥିବା ସଫଳତାକୁ ଗଣନା କରି ତେଜସ୍ୱୀ ଯାଦବ କହିଛନ୍ତି, ଆମେ ରାଜ୍ୟର ଯୁବପିଢିଙ୍କୁ ଚାକିରି ଯୋଗାଇବା କାର୍ଯ୍ୟ କରିଛୁ। ବିଗତ ୧୭ ମାସର କାର୍ଯ୍ୟକାଳରେ ସମଗ୍ର ଦେଶରେ ଏପରି କାର୍ଯ୍ୟ ହୋଇନଥିଲା। ଗୋଟିଏ ବିଭାଗ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଭଳି କାର୍ଯ୍ୟ କରିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ଶାସନ ଗାଦିରେ ବସିଥିବା ସରକାର ଯୁବପିଢିଙ୍କୁ ଚାକିରି ଦେଇନାହାଁନ୍ତି। ଯାହା ଆମ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିଲା​।

ପଢନ୍ତୁ ପୁରା ଖବର

22:25 PM

Rohini Acharya Targets Nitish Kumar: ବିହାର ରାଜନୀତିରେ ଘଟିଥିବା ନାଟକୀୟ ଘଟଣାକ୍ରମ ଉପରେ ପଡ଼ିସାରିଛି ପୂର୍ଣ୍ଣଚ୍ଛେଦ। ରାଜ୍ୟ ରାଜନୀତିରେ ଜାରି ରହିଥିବା ହଟଚମଟ ମଧ୍ୟରେ ହୋଇଛି କ୍ଷମତା ପରିବର୍ତ୍ତନ। ଆଉ ବଦଳି ଯାଇଛି ସରକାର। ଆଉ ଏବେ ଏହି ପ୍ରସଙ୍ଗରେ ଜେଡି଼ୟୁ ସୁପ୍ରିମୋ ନୀତିଶ କୁମାରଙ୍କୁ କଟାକ୍ଷ କରି ଚର୍ଚ୍ଚାକୁ ଆସିଛନ୍ତି ଆରଜେଡ଼ି ସୁପ୍ରିମୋ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ। ବିଗତ କିଛି ଦିନ ହେବ ବିହାର ରାଜନୀତିରେ ଘଟିଥିବା ଘଟଣାକ୍ରମକୁ ନେଇ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଥିଲେ ରୋହିଣୀ ଆଚାର୍ଯ୍ୟ। କାହାର ନାମ ନ ନେଇ ସେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରିଥିଲେ। ରୋହିଣୀ ଆଚାର୍ଯ୍ୟ କରିଥିବା ଟ୍ୱିଟ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନୀତୀଶ କୁମାରଙ୍କୁ କଟାକ୍ଷ କରି ରୋହିଣୀ ଆଚାର୍ଯ୍ୟ କହିଥିଲେ ଯେ, "ଅଳିଆ ପୁଣି ଅଳିଆ ଗଦାକୁ ଫେରିଯାଇଛି। ଅଳିଆ ଆବର୍ଜନା ଦଳକୁ ଅଭିନନ୍ଦନ। "

ପଢନ୍ତୁ ପୁରା ଖବର

22:20 PM

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର। 

ପଢନ୍ତୁ ପୁରା ଖବର 

 

22:08 PM

Padmini Rout: ଜୟକିଶିନଙ୍କୁ ବିବାହ କଲେ ଚେସ୍ ତାରକା ପଦ୍ମିନୀ ରାଉତ

ଭୁବନେଶ୍ୱର: ନୂଆ ସଂସାର ଗଢିବାର ସ୍ୱପ୍ନ ନେଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଶାର ଚେସ୍ ତାରକା ପଦ୍ମିନୀ ରାଉତ । ଆଜି ଭୁବନେଶ୍ୱର ପଟିଆ ସ୍ଥିତ ଏକ ହୋଟେଲରେ ମହା ଆଡମ୍ୱରରେ ପଦ୍ମିନୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁମ୍ୱାଇରେ ରହୁଥିବା ଜୟକିଶିନ ମନାକାନୀଙ୍କ ହାତ ଧରିଛନ୍ତି ପଦ୍ମିନୀ । ଅଧିକ ପଢ଼ନ୍ତୁ...

21:35 PM

ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଟ୍ରେଲର ଓ ଫାଷ୍ଟ ଲୁକ୍ ରିଲିଜ୍ 

Ollywood News: ଜେଜେଏନଜେ ବ୍ୟାନର ରେ ନିର୍ମିତ ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ" ର ଟ୍ରେଲର ଏବଂ ଫାଷ୍ଟ ଲୁକ୍ ରିଲିଜ୍ କାର୍ଯ୍ୟକ୍ରମ ଭୁବନେଶ୍ୱର ପ୍ରେସ୍ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ...

20:46 PM

୯ ହଜାରରୁ କମ ଦାମରେ ମିଳୁଛି Motorola G13, ଜାଣନ୍ତୁ କ'ଣ ରହିଛି ଫିଚର

Motorola G13: ଯଦି ଆପଣ କମ୍ ଦାମରେ ଭଲ କ୍ୟାମେରା ଏବଂ ପାୱାରଫୁଲ ବ୍ୟାଟେରୀର ଏକ ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ବର୍ତ୍ତମାନ ମୋଟରୋଲାର ଜି ସିରିଜ୍ ସ୍ମାର୍ଟଫୋନରେ ଭଲ ରିହାତି ମିଳୁଛି । ସେମଧ୍ୟରେ ବର୍ତ୍ତମାନ ଅଧିକ ଡିମାଣ୍ଡ ରହିଛି ମୋଟରୋଲା ଜି ୧୩ ମଡେଲର । ଆସନ୍ତୁ ଏହି ଫୋନର ମୂଲ୍ୟ ଏବଂ ଫିଚର ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା । ଅଧିକ ପଢ଼ନ୍ତୁ...

19:59 PM

Earthquake in Gujarat: ଭୂକମ୍ପରେ ଦୋହଲିଲା ଗୁଜୁରାଟ, ଜାଣନ୍ତୁ କେତେ ଥିଲା ତୀବ୍ରତା

Earthquake in Gujarat: ଗୁଜୁରାଟ କୁଚ ଜିଲ୍ଲାରେ ରବିବାର ୪.୦ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । ଯାହାକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

19:30 PM

ଲୁଚି ଲୁଚି ବାହା ହେଉଥିଲା ପ୍ରେମିକ,  ଘର ଦୁଆରେ ପହଞ୍ଚିଲା ପ୍ରେମିକା

ନୟାଗଡ: ଅଧାରେ ରହିଲା ପ୍ରେମିକର ବାହାଘର । ଠିକ୍ ସମୟରେ ପହଞ୍ଚିଗଲା ପ୍ରେମିକା । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡରେ । ପ୍ରେମିକ ବିବାହ କରୁଥିବା ଖବର ଶୁଣି ପ୍ରେମିକର ଘର ସାମ୍ନାରେ ଧାରଣା ଦେଇଛି ପ୍ରେମିକା । ଯାହାଫଳରେ ବର୍ତ୍ତମାନ ଅଧାରେ ଅଟକିଛି ବାହାଘର । ଅଧିକ ପଢ଼ନ୍ତୁ...

18:04 PM

IND vs ENG: ବିରାଟ ବିନା ଖେଳ ଅଧା ! କୋହଲିଙ୍କୁ ମନେ ପକାଉଛନ୍ତି ପ୍ରଶଂସକ

IND Vs ENG, 1st Test: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ସମସ୍ତଙ୍କର ପ୍ରିୟ ଖେଳାଳି ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ୍ ମ୍ୟାଚରୁ ବାଦ ପଡିଛନ୍ତି। ସମସ୍ତ ତିନୋଟି ଫର୍ମାଟରେ ଟିମ୍ ଇଣ୍ଡିଆ ପାଇଁ ବିରାଟ କୋହଲିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ବିବେଚନା କରାଯାଏ । ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବିରାଟ କୋହଲିଙ୍କ ଅନୁପସ୍ଥିତିର କିପରି ରହିଛି ପ୍ରଭାବ ତାହା ସୋସିଆଲ ମିଡିଆରୁ ସ୍ପଷ୍ଟ ବାରିହୋଇପଡୁଛି । ଅଧିକ ପଢ଼ନ୍ତୁ...

17:36 PM

Nitish Kumar took oath as Chief Minister for the ninth time: ଜାନୁଆରୀ ୨୮ ତାରିଖ ରବିବାର ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜେଡିୟୁ ସୁପ୍ରିମୋ ନୀତିଶ କୁମାର।  ରବିବାର ବିହାର ରାଜଭବନ ଠାରେ ଅନୁଷ୍ଠିତ ହୋଇଥିଲ ନବଗଠିତ ସରକାରର ଶପଥ ଗ୍ରହଣ ସମାରୋହ। ରବିବାର ସକାଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଜେଡିୟୁ ସୁପ୍ରିମୋ। ସକାଳେ ଇସ୍ତଫା ଦେବା ପରେ ସନ୍ଧ୍ୟାରେ ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ପଦ ଏବଂ ଗୋପନୀୟତାର ଶପଥ ନେଇଲେ ନୀତିଶ କୁମାର।   

ପଢନ୍ତୁ ପୁରା ଖବର

 

17:26 PM

ପୁଣି ପ୍ରତିଶ୍ରୁତି ପାଳନ କଲେ ରେଳମନ୍ତ୍ରୀ, ଝାରସୁଗୁଡ଼ା ଡାକଘରକୁ ମିଳିଲା ନୂଆ ମେକଓଭର

ଝାରସୁଗୁଡା: ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ୧୮୮୨ ମସିହାରେ ନିର୍ମିତ ଏକ ଐତିହାସିକ ରତ୍ନ ଝାରସୁଗୁଡ଼ା ଡାକଘରର ନବୀକରଣ ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ଦ୍ଵାରା ପୁରାତନ ଏହି ଡାକଘର ଏକ ଚମତ୍କାର ନବୀକରଣ ଏବଂ ସ୍ଥାପତ୍ୟ ପରମ୍ପରାର ସଂରକ୍ଷଣରେ ପରିଣତ ହୋଇଛି ।

17:12 PM

Why JDU Leave INDIA Bloc: ଜାନୁଆରୀ ୨୮ ତାରିଖ ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କ ପାଖକୁ ପଠାଇ ସାରିଛନ୍ତି। ଏହା ସହିତ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ସହାୟତାରେ ପୁନର୍ବାର ସରକାର ଗଠନ ଲାଗି ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ଏନଡିଏ ହାତ ଧରିବା ପରେ ଇଣ୍ଡିଆ ସହ ମେଣ୍ଟ ଭାଙ୍ଗି ଦେଇଛି ଜେଡିୟୁ। ହେଲେ କ'ଣ ପାଇଁ ଦଳ ବିରୋଧି ମେଣ୍ଟ ଇଣ୍ଡିଆ ପାଖରୁ ଦୂରେଇ ଗଲା ତାହାର କାରଣ କହିଛନ୍ତି ପୁରୁଖା ଜେଡିୟୁ ନେତା କେସି ତ୍ୟାଗୀ। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜେଡିୟୁ ନେତା ଜଣଙ୍କ କହିଛନ୍ତି  ଯେ କଂଗ୍ରେସ ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେବାକୁ ଚାହୁଁଛି। ମମତା ବାନାର୍ଜୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ମାଧ୍ୟମରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମ ଆଗକୁ କରି କଂଗ୍ରେସ ଏକ ନୂଆ ଚାଲ ଚଳାଇଥିଲା। ହେଲେ ନିଜେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନାହିଁ ବୋଲି ମନା କରିଥିଲେ।

ପଢନ୍ତୁ ପୁରା ଖବର

 

16:02 PM

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

15:05 PM

ବାଙ୍ଗିରିପୋଷି ଘାଟିରେ ପୁଣି ଦୁର୍ଘଟଣା, ପିଆଜ ବୋଝେଇ ଟ୍ରକ ଓଲଟି ଜଣେ ମୃତ

ମୟୁରଭଞ୍ଜ: ସତେ ଯେମିତି ଗାଡି ଚାଳକଙ୍କ ପାଇଁ ମରଣଯନ୍ତା ପାଳଟିଛି ବାଙ୍ଗିରିପୋଷି ଘାଟି । ଟିକିଏ ଏପଟ ସେପଟ ହେଲେ ଗାଡି ଓଲଟିବା ସହିତ ଯାଉଛି ଜୀବନ । ୪ ଦିନ ତଳେ ଧଉଳୀ ଗଣନାଟ୍ୟର ଟ୍ରକ୍ ଓଲଟି ୬ ଜଣଙ୍କ ମୃତ୍ୟୁ ଖବର ମନରୁ ନଲିଭୁଣୁ ପୁଣି ଆଜି ଆଉ ଏକ ଦୁର୍ଘଟଣାର ଖବର ଆସିଛି । ଅଧିକ ପଢ଼ନ୍ତୁ...

14:30 PM

'ମନ୍ କି ବାତ୍‌'ରେ ପ୍ରଭୁ ଶ୍ରୀରାମଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ
 
ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ 'ମନ୍ କି ବାତ୍‌'ରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ଦେଶବାସୀଙ୍କୁ ପ୍ରଣାମ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୁଇଦିନ ପୂର୍ବରୁ ଆମେ ସମସ୍ତେ ଦେଶବାସୀ ୭୫ତମ ସାଧାରଣତନ୍ତ୍ର ଦିବସ ବହୁ ଆଡମ୍ବର ସହ ପାଳନ କରିଛୁ । ଅଧିକ ପଢ଼ନ୍ତୁ...

14:15 PM

Beef Seized: ରବିବାର ଦିନ ସକାଳୁ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ୍ ଏକ ବୋଝେଇ ଗୋରୁ ଚାଲାଣ ଗାଡ଼ି (କଣ୍ଟେନର ) ଜବତ କରିଥିବା ଜଣାଯାଇଛି। ସେହିପରି ଶିଳ୍ପାଞ୍ଚଳ ପୋଲିସ ଏକ ଗୋ-ମାଂସ ଚାଲାଣ ଆଇଚର ଗାଡ଼ି ଜବତ କରିଥିବାର ଖବର ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ରବିବାର ଭୋରୁ ପାୟ ୧୮ଟି ଗୋରୁଙ୍କୁ ନେଇ ଏକ କଣ୍ଟେନର ଗାଡ଼ି କଲିକତାରୁ ହାଇଦ୍ରାବାଦ୍ ଅଭିମୁଖେ ଯାଉଥିଲା। ଏହି ସମୟରେ ଗୋ ସୁରକ୍ଷା କର୍ମୀମାନେ ତାକୁ ୧୬ ନମ୍ୱର ଜାତୀୟ ରାଜପଥ ବରୁଣେଇ ନିକଟସ୍ଥ ଏକ ପେଟ୍ରେଲ ପମ୍ପ ନିକଟରୁ ଧରି ପୋଲିସ ଜିମା ଦେଇଥିଲେ। 

 

13:54 PM

1200 More Ambulance: ଦୁର୍ଘଟଣା ଯୋଗୁଁ ରାସ୍ତାରେ ହେଉଥିବା ମୃତ୍ୟୁକୁ ରୋକିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଉଛନ୍ତି । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କ ପାଖରେ ଉଚିତ ସମୟରେ ଚିକିତ୍ସା ସେବା ପହଞ୍ଚି ପାରୁ ନଥିବାରୁ ଅନେକ ଲୋକଙ୍କର ମୃତ୍ୟୁ ହେଉଛି । ତେଣୁ ସରକାର ଖୁବଶୀଘ୍ର ଏଥିପାଇଁ ସ୍ଥାୟୀ ସମାଧାନର ବ୍ୟବସ୍ଥା କରିବାକୁ ଯାଉଛନ୍ତି । ପ୍ରାଥମିକ ଚିକିତ୍ସା ସହ ମାତ୍ର ୧୦ ମିନିଟରେ ଦୁର୍ଘଟଣାସ୍ଥଳରେ ପହଞ୍ଚିବ ସରକାରୀ ଆମ୍ବୁଲାନ୍ସ । ଏଥିପାଇଁ ରାଜ୍ୟରେ ଆମ୍ବୁଲାନ୍ସ ସଂଖ୍ୟାରେ ବୃଦ୍ଧି କରାଯାଉଛି । ଖୁବଶୀଘ୍ର ରାଜ୍ୟରେ ଆଉ ୧୨୦୦ଟି ଆମମ୍ବୁଲାନ୍ସ ସେବା ଉପଲବ୍ଧ ହେବ ବୋଲି ରାଜ୍ୟ ସରକାର ଯୋଜନା କରିଛନ୍ତି ।

13:41 PM

Deepgrace Ekka Retired: ଭାରତୀୟ ମହିଳା ହକି ଷ୍ଟାର ଦୀପଗ୍ରେସ ଏକ୍କା ନେଲେ ଅବସର । ୧୭ ବର୍ଷ ବୟସରେ ୨୦୧୧ରେ ହକିରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ଦୀପଗ୍ରେସ । ଆର୍ଜେଣ୍ଟିନାରେ ସେ ପ୍ରଥମ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ସେଠାରେ ଚମତ୍କାର ପ୍ରଦର୍ଶନ କରି ହକି ଜଗତରେ ନୂଆ ପରିଚୟ ସୃଷ୍ଟି କରିଥିଲେ ।ପରେ ବ୍ୟାଙ୍କକରେ ହୋଇଥିବା ଅଣ୍ଡର ୧୮ ଏସିଆ କପରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ସୁନ୍ଦରଗଡ଼ ଝିଅ ଦୀପଗ୍ରେସ ଏକ୍କା ୨୦୧୩ରେ ଓମେନ୍ସ ଜୁନିୟର ହକି ବିଶ୍ବ କପରେ ବ୍ରୋଞ୍ଜ ମେଡାଲ ଜିତି ସମସ୍ତଙ୍କ ହୃଦୟ ଜିତିଥିଲେ । ପେନାଲ୍ଟି କର୍ଣ୍ଣର ଦେବାରେ ଏକ୍ସପର୍ଟ ହେଉଛନ୍ତି ଦୀପଗ୍ରେସ ଏକ୍କା । 

 

13:32 PM

PM Narendra Modi Odisha Visit: ଗୋଟିଏ ସପ୍ତାହ ଭିତରେ ଦୁଇ ଦୁଇ ଥର ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫେବୃୟାରୀ ୩ ତାରିଖ ପରେ ପୁଣି ଫେବୃୟାରୀ ୧୦ ତାରିଖରେ ଓଡ଼ିଶା ଆସିପାରନ୍ତି ମୋଦି । ଭୁବନେଶ୍ୱରରେ ୧୪ ରାଜ୍ୟର ୨୫ ହଜାରରୁ ଅଧିକ ମହିଳାଙ୍କୁ ଏକ ବିଶାଳ ମହିଳା ସମାବେଶ ଆୟୋଜନ କରୁଛି ଭାରତୀୟ ଜନତା ପାର୍ଟି । ଏହି ସମାବେଶରେ ସାମିଲ୍ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୋଦିଙ୍କ ଓଡ଼ିଶା ଗସ୍ତ ରାଜନୈତିକ ଦୃ୍ଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

13:25 PM

Electricity Rates: ଆସନ୍ତା ଆର୍ଥିକ ବର୍ଷ ପାଇଁ ବିଜୁଳି ଦର ଧାର୍ଯ୍ୟ ପାଇଁ ୩୦ ତାରିଖରୁ ଓଇଆରସିରେ ଆରମ୍ଭ ହେବ ଜନଶୁଣାଣି । ପ୍ରଥମ ଦିନ ଓଏଚପିସି କମିଶନର ଶୁଣାଣି ଆରମ୍ଭ କରିବେ । ସେହିଦିନ ଓପିଜିସି ମଧ୍ୟ ଶୁଣାଣି ହେବ । ୩୧ ତାରିଖରେ ଗ୍ରିଡକୋ ଓ ୨ ତାରିଖରୁ ଟାଟା ପାୱାର ଶୁଣାଣି ହେବ । ଫେବୃୟାରୀ ୬ ତାରିଖ ପର୍ଯ୍ୟନ୍ତ ଶୁଣାଣି ଚାଲିବ । ୭ ତାରିଖ ଦିନ ଆଡଭାଇଜରୀ କମିଟି ବସି ପକ୍ଷ ରଖିଥିବା ବିଭିନ୍ନ ଆବଣ୍ଟନ ଓ ବିତରକ କମ୍ପାନୀ ମଧ୍ଯରେ ବିଚାର କରାଯାଇ ଦର ଧାର୍ଯ୍ଯ କରାଯିବ ବୋଲି ଓଇଆରସି ସଚିବ କହିଛନ୍ତି ।

13:06 PM

Freedom Fighter Nilamani Samal: ପଞ୍ଚଭୂତରେ ବିଲୀନ ହେଲେ ସଂଗ୍ରାମୀ ନୀଳମଣି । ରାଷ୍ଟ୍ର୍ରୀୟ ମର୍ଯ୍ୟାଦା ସହ ସ୍ୱାଧୀନତା ସଂଗ୍ରାମୀ ନୀଳମଣିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜନ୍ମଭୂମି ଯାଜପୁର ବଡଚଣା ବ୍ଳକର ବାଲିପଡିଆରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇ ତାଙ୍କର ଶେଷକୃତ୍ୟ କରାଯାଇଛି । କଟକ ସ୍ୱରାଜ ଆଶ୍ରମରୁ ତାଙ୍କର ପାର୍ଥିବ ଶରୀର ବାହାରି ଯାଜପୁର ବଡଚଣାରେ ପହଂଚିଥିଲା । ସେଠାରେ ତାଙ୍କର ଶେଶ ଦର୍ଶନ ପାଇଁ ରଖାଯାଇଥିଲା । ପରେ ସେଠାରୁ ଏକ ବିରାଟ ପଟୁଆରରେ ଗାଁ ପରିକ୍ରମା କରାଯାଇ ବାଲିପଡିଆ ଶ୍ମଶାନ ଘାଟକୁ ଅଣାଯାଇଥିଲା ।

12:36 PM

Bihar Politics: ବିହାର ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି । ପୂର୍ବ ଆକଳନ ମୁ୍ତାବକ ଆଜି ବିହାରର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେଇଛନ୍ତି । ଅପରାହ୍ନ ୪ଟା ସୁଦ୍ଧା ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ବିଜେପିରୁ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଚାଲିଛି। ବିଜେପି ତରଫରୁ ପ୍ରଦେଶ ଅଧ୍ୟକ୍ଷ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନାଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବ । ହେଲେ ଏହା ଉପରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀ କେତେ ସନ୍ତୋଷ୍ଟ ତାହା ସ୍ପଷ୍ଟ ହୋଇନାହିଁ ।

 

12:26 PM

Mann Ki Baat: ଚଳିତ ବର୍ଷର ପ୍ରଥମ 'ମନ କି ବାତ୍' କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ରାମ ମନ୍ଦିର, ନାରୀଶକ୍ତି, ପଦ୍ମ ପୁରସ୍କାର ଏବଂ ଗଣତନ୍ତ୍ର ସମ୍ପର୍କରେ ଦେଶବାସୀଙ୍କ ସହ ଆଲୋଚନା କରିଛନ୍ତି ପିଏମ ମୋଦି । କୋଟି କୋଟି ଭାରତୀୟଙ୍କୁ ଏକାଠି କରିପାରିଛି ଅଯୋଧ୍ୟାର ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ସେହିପରି ଗଣତନ୍ତ୍ର ଦିବସ ପରେଡରେ ନାରୀଶକ୍ତିର ପ୍ରତିଫଳନ ଦେଖିବାକୁ ମିଳିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

12:22 PM

Nabarangpur News: ମକା ଓ ପନିପରିବା ଚାଷ ଭିତରେ ହୋଇଥିଲା ଚୋରା ଗଂଜେଇ ଚାଷ । ୧୦ହଜାରରୁ ଅଧିକ ଗଂଜେଇ ଗଛକୁ ପୋଡ଼ିଦେଲା ଜିଲ୍ଲା ପ୍ରଶାସନ । ଏହାର ଅନୁମାନିକ ମୂଲ୍ୟ ୧କୋଟିରୁ ଅଧିକ ଟଙ୍କା ହେବ । ନବରଙ୍ଗପୁର ଜିଲ୍ଲା ରାଇଘରର ଧୁଙ୍ଗିଆଡିହୀ ଗାଁ ନିକଟ ରାସ୍ତା କଡରେ ପ୍ରାୟ ୭ ଏକର ଜଂଗଲ ଓ ସରକାରୀ ଜମି ମଧ୍ୟରେ ମକା ଓ ପନିପରିବାର ଗଛ ଭିତରେ ବେଆଇନ ଗଂଜେଇ ଚାଷ ହୋଇଥିଲା । ଖବର ପାଇ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକାଙ୍କ ସହ ରାଇଘର ତହସିଲଦାର, ଉମରକୋଟ ଉପଖଣ୍ଡ ପୋଲିସ ଅଧିକାରୀ, କୁନ୍ଦେଇ ଥାନା ଅଧିକାରୀ, ଆଇଆରବିଏନ ଓ ଡିଭିଏଫ ଫୋର୍ସ ମିଳିତ ଭାବେ ଚଢ଼ାଉ କରି ଗଂଜେଇ ଗଛରେ ନିଆଁ ଲଗାଇ ଦେଇଛନ୍ତି । 

 

12:14 PM

Shooting In Pakistan: ଦକ୍ଷିଣ ପୂର୍ବ ଇରାନ୍ ସୀମାରେ ଆତତାୟୀର ଗୁଳିମାଡ ।  ଆତତାୟୀର ଆଖିବୁଜା ଗୁଳିମାଡରେ ୯ଜଣ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶନିବାର ଜଣେ ଅଜ୍ଞାତ ବନ୍ଧୁକଧାରୀ ସାଧାରଣ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା। ଏଥିରେ ୯ ଜଣ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। କିଛି ଦିନ ପୂର୍ବରୁ ଇରାନ୍ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା। 

12:00 PM

RCB Team: ସାରା ଦେଶରେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଫ୍ୟାନ୍ ଖୁବ ଅଧିକ । ବର୍ତ୍ତମାନ ଏହି ଦଳକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ବାଙ୍ଗାଲୋରର ଜଣେ ଷ୍ଟାର ଖେଳାଳି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନିଜ ନାଁ ଫେରାଇ ନେଇଥିବା ସୂଚନା ମିଳିଛି । ମହିଳା ପ୍ରିମିୟର ଲିଗ-୨୦୨୪ ପାଇଁ ଆରସିବି ଦଳରେ ସାମିଲ ହୋଇଥିବା ଷ୍ଟାର ଅଲରାଉଣ୍ଡର ହୀଥର ନାଇଟ ଏହି ସିଜନ ପାଇଁ ନିଜ ନାଁ ଫେରାଇ ନେଇଛନ୍ତି । ଆସନ୍ତା ଫେବୃଆରୀ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ମହିଳା ପ୍ରିମିୟର ଲିଗ ପୂର୍ବରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଲାଗିଛି ଶକ୍ତ ଝଟକା । ଷ୍ଟାର ଅଲରାଉଣ୍ଡର ହୀଥର ନାଇଟ ଆସନ୍ତା ସିଜନ ପାଇଁ ନିଜ ନାଁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି । 

11:51 AM

Donald Trump Fined: ନ୍ୟୁୟର୍କର ଏକ ଅଦାଲତ ନିଷ୍ପତ୍ତି ନେଇଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ୨୦୧୯ରେ ଆମେରିକା ରାଷ୍ଟ୍ରପତି ଥିବା ସମୟରେ ସ୍ତମ୍ଭକାର ଇ ଜିନ୍ କ୍ୟାରୋଲଙ୍କୁ ବଦନାମ କରିବା ପାଇଁ ୮୩.୩ ମିଲିୟନ ଡଲାର ଜୋରିମାନା ଦେବାକୁ ପଡ଼ିବ। ସିଭିଲ ଟ୍ରାଏଲରେ କ୍ଷତିପୂରଣ ବାବଦରେ ୧୮.୩ ମିଲିୟନ ଡଲାର ଏବଂ ଦଣ୍ଡନୀୟ କ୍ଷତିପୂରଣ ବାବଦରେ ୬୫ ମିଲିୟନ ଡଲାର ଜୋରିମାନା କରାଯାଇଛି । ୧୯୯୦ ଦଶକରେ ଟ୍ରମ୍ପ କ୍ୟାରୋଲଙ୍କୁ ବଦନାମ କରିବା ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ସଦ୍ୟତମ ରାୟ ବିରୋଧରେ ଆବେଦନ କରିବାକୁ ଟ୍ରମ୍ପ୍‌ ଘୋଷଣା କରିବା ସହ ଏହି ମାମଲାକୁ ସମ୍ପୂର୍ଣ୍ଣ ହାସ୍ୟାସ୍ପଦ ବୋଲି କହିଛନ୍ତି।

11:37 AM

Stage Collapsed: ଦିଲ୍ଲୀସ୍ଥିତ କାଲ୍‌କାଜୀ ମନ୍ଦିର ପ୍ରାଙ୍ଗଣରେ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବା ବ‌େଳେ ମଞ୍ଚ ଭାଙ୍ଗିପଡ଼ିବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଓ ଆଉ ୧୭ଜଣ ଆହତ ହୋଇଥିବା କଥା ପୋଲିସ କହିଛି। ଆହତମାନେ ଡାକ୍ତରଖାନାରେ ଭର୍ତ୍ତି ‌ହୋଇଛନ୍ତି। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଏହି ଅଘଟଣ ଯୋଗୁଁ ହାଡ଼ ଭାଙ୍ଗିଥିବା ଓ କ୍ଷତାକ୍ତ ହୋଇଥିବା ବ୍ୟକ୍ତିମାନଙ୍କର ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା କଥା ଜଣାପଡ଼ିଛି। ପୋଲିସ କହିଛି, ଦୁଇଜଣ ବ୍ୟକ୍ତି ଉକ୍ତ ମହିଳାଙ୍କୁ ଗୋଟାଏ ଅଟୋରିକ୍ସାରେ ଡାକ୍ତଖାନାକୁ ନ‌େଇଯାଇଥିଲେ। କିନ୍ତୁ, ଡାକ୍ତରଖାନାରେ ପହଞ୍ଚିବାକ୍ଷଣି ତାଙ୍କର ମୃତ୍ୟୁ ଘଟିଲା। ସେ ମହିଳାଙ୍କ ପରିଚୟ ଜାଣିବା ଲାଗି ଉଦ୍ୟମ ଚାଲିଛି।

11:26 AM

Nitish Kumar Resigned: ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ନୀତୀଶ । ବିଜେପି ସହ ମିଶି ସରକାର ଗଢ଼ିବେ ନୀତୀଶ କୁମାର
। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ । ଆଉ କିଛି ସମୟ ପରେ ନୀତୀଶଙ୍କ ଘରେ NDA ବୈଠକ । 

11:23 AM

Nitish Kumar: ଦୀର୍ଘ ଦିନ ଧରି ବିହାର ରାଜନୀତିରେ ଚାଲିଥିବା ହଟଚମଟରୁ ପରଦା ଉଠିଛି। ଶେଷରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନିତିଶ୍ କୁମାର। ରାଜଭବନରେ ପହଞ୍ଚି ନୀତିଶ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଇସ୍ତଫା ଦେବା ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ନୀତିଶ। ସେ କହିଛନ୍ତି ମେଣ୍ଟ ସରକାରରେ କିଛି ବି ଠିକ୍ ଠାକ୍ ଚାଲୁ ନଥିଲା। ମୋତେ ଦଳ କୌଣସି କାର୍ଯ୍ୟ କରିବାକୁ ଦେଉ ନଥିଲା, ତେଣୁ ମୁଁ ବାଧ୍ୟ ହୋଇ ଇସ୍ତଫା ଦେଇଛି। ଆରଜେଡି(RJD) ଏବଂ କଂଗ୍ରେସ(Congress) ସହ ମେଣ୍ଟ ଭାଙ୍ଗି ପୁଣି ଥରେ ବିଜେପି ସହ ମେଣ୍ଟ କରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଏନ୍‌ଡିଏ ସରକାରର ନେତୃତ୍ବ ନେଇ ନୂଆ ମୁଖ୍ୟମନ୍ତ୍ରୀ(New CM) ଭାବେ ଶପଥ ଗ୍ରହଣ କରିବେ। ଆଜି ସେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

11:09 AM

Nitish Kumar: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ବଦଳ ରାଜନୀତିକୁ ନେଇ ବିହାରରେ ହଟଚମଟ ଲାଗି ରହିଛି। ଅନେକ ଦିନ ଧରି ଚାଲିଥିବା ଚର୍ଚ୍ଚା-ଆଲୋଚନା ଉପରୁ ଆଜି ଉଠିବାକୁ ଯାଉଛି ସମସ୍ତ ପରଦା। ଆରଜେଡି(RJD) ଏବଂ କଂଗ୍ରେସ(Congress) ସହ ମେଣ୍ଟ ଭାଙ୍ଗି ପୁଣି ଥରେ ବିଜେପି ସହ ମେଣ୍ଟ କରିବା ଲାଗି ନୀତୀଶ ସ୍ଥିର କରିଛନ୍ତି। ତେଣୁ ଆଜି ଇସ୍ତଫା ଦେଇ ସନ୍ଧ୍ୟା ସୁଦ୍ଧା ଏନ୍‌ଡିଏ ସରକାରର ନେତୃତ୍ବ ନେଇ ନୂଆ ମୁଖ୍ୟମନ୍ତ୍ରୀ(New CM) ଭାବେ ଶପଥ ଗ୍ରହଣ କରିବେ। ଆଜି ତାଙ୍କ ଦଳ (JDU)ର କିଛି ନେତା ଏହା ସ୍ପଷ୍ଟ କରିଛନ୍ତି।ଆଜି ସେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

10:11 AM

Nitish Kumar: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ବଦଳ ରାଜନୀତିକୁ ନେଇ ବିହାରରେ ହଟଚମଟ ଲାଗି ରହିଛି। ଅନେକ ଦିନ ଧରି ଚାଲିଥିବା ଚର୍ଚ୍ଚା-ଆଲୋଚନା ଉପରୁ ଆଜି ଉଠିବାକୁ ଯାଉଛି ସମସ୍ତ ପରଦା। ଆରଜେଡି(RJD) ଏବଂ କଂଗ୍ରେସ(Congress) ସହ ମେଣ୍ଟ ଭାଙ୍ଗି ପୁଣି ଥରେ ବିଜେପି ସହ ମେଣ୍ଟ କରିବା ଲାଗି ନୀତୀଶ ସ୍ଥିର କରିଛନ୍ତି। ତେଣୁ ଆଜି ଇସ୍ତଫା ଦେଇ ସନ୍ଧ୍ୟା ସୁଦ୍ଧା ଏନ୍‌ଡିଏ ସରକାରର ନେତୃତ୍ବ ନେଇ ନୂଆ ମୁଖ୍ୟମନ୍ତ୍ରୀ(New CM) ଭାବେ ଶପଥ ଗ୍ରହଣ କରିବେ। ଆଜି ତାଙ୍କ ଦଳ (JDU)ର କିଛି ନେତା ଏହା ସ୍ପଷ୍ଟ କରିଛନ୍ତି।ଆଜି ସେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

09:48 AM

Narasingha Mishra: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ(Election-2024)। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳର ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବିଭିନ୍ନ ପ୍ରକାରର ଏଜେଣ୍ଡା ନେଇ ଜନତାଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି ରାନୈତିକ ଦଳ। ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବଲାଙ୍ଗିର(Balangiri) କଂଗ୍ରେସ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର(Congress MLA) ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ । ବଲାଙ୍ଗୀରରେ ଡାକିଥିବା ଜନତା ଦରବାରରେ ସେ ଏହି ଖବର ଘୋଷଣା କରିଛନ୍ତି ।

09:27 AM

Odisha News: ପୋଖରୀରେ ବୁଡି଼ ଯୁବତୀଙ୍କ ମୃତ୍ୟୁ ଘଟିଛି (A Young lady Drown In pond)। ମୃତ ଯୁବତୀ ଜଣକ ହେଲେ ଗଜପତି (Gajapati)ଜିଲ୍ଲାର ପି.ଆପ୍ପାରାଓଙ୍କ ଝିଅ ପି.ଶୁଶିଳା(୪୩)। ଯୁବତୀଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ମୃତ୍ୟୁ ଘଟିଲା ସେନେଇ ଛାନଭିନ୍ ଚଳାଇଛି। ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ବଡକତୁରୁ ପଞ୍ଚାୟତ ଅନ୍ତର୍ଗତ ଛତ୍ରପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

08:35 AM

Kanguva New Poster: ୨୭ ଜାନୁଆରୀ ଅର୍ଥାତ୍ ଶୁକ୍ରବାର ଅଭିନେତା ବବି ଦେଓଲଙ୍କ ୫୫ ତମ ଜନ୍ମଦିନ ଅବସରରେ ତାଙ୍କର ଅପ୍‌କମିଂ ଫିଲ୍ମ ‘କଙ୍ଗୁଭା’ର ନିର୍ମାତା ଅଭିନେତାଙ୍କ ପ୍ରଥମ ଲୁକ୍ ପୋଷ୍ଟର ସେୟାର କରିଛନ୍ତି। ଫିଲ୍ମ ରିଲଜ୍ ପୂର୍ବରୁ ଏବେ ମାର୍କେଟରେ ଖେଳ କରୁଛି ‘କଙ୍ଗୁଭା’ଫିଲ୍ମର ପୋଷ୍ଟର।। ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତାଙ୍କ ପ୍ରଶଂସକମାନେ ଏହି ପୋଷ୍ଟର ଦେଖିବା ପରେ ଉତ୍ସାହର ସହ ଫିଲ୍ମର ରିଲିଜ୍ ଡେଟକୁ ଅପେକ୍ଷା କରି ବସିଛନ୍ତି। ଫିଲ୍ମ ‘ଆନିମଲ’(Animal) ପରେ ଏହି ‘କଙ୍ଗୁଭା’ରେ ବବି ଦେଓଲ୍ ପୁଣି ଥରେ ଭିଲେନ୍ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ।

08:03 AM

Rahat Fateh Ali Khan Viral Video: ପାକିସ୍ତାନର ଲୋକପ୍ରିୟ ଗାୟକ ରାହତ ଫତେହ ଅଲ୍ଲି ଖାନଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ତାଙ୍କର କୌଣସି ଗୀତର ନୁହେଁ, ବରଂ ସେ ତାଙ୍କ ଘରେ କାମ କରୁଥିବା ଜଣେ ଲୋକଙ୍କୁ ପିଟୁଥିବାର ନଜର ଆସିଛନ୍ତି। ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ବଲିଉଡ ଚଳଚ୍ଚିତ୍ରରେ ଅନେକ ହିଟ୍ ଗୀତ ଦେଇଥିବା ରାହତ ଫତେହ ଅଲ୍ଲି ଖାନ ତାଙ୍କ ଚାକରଙ୍କୁ ମଦ ବୋତଲ ପାଇଁ ଚପଲରେ ପିଟୁଛନ୍ତି। ସୋସିଆଲ ମିଡିଆରେ ଏହି ଭାଇରାଲ ଭିଡିଓରେ ଦାବି ହେଉଛି ଯେ ପାକିସ୍ତାନର ପ୍ରସିଦ୍ଧ ଗାୟକ ରାହତ ଫତେହ ଅଲ୍ଲୀ ଖାନ୍ ମଦ ପିଇଥିଲେ। ତେଣୁ ନିଶାରେ ସେ ତାଙ୍କ ହାଉସ ହେଲ୍ପରଙ୍କୁ ଚପଲରେ ପିଟୁଛନ୍ତି ଏବଂ ବାରମ୍ବାର ସମାନ ପ୍ରଶ୍ନ ପଚାରୁଛନ୍ତି ଯେ ମୋର ବୋତଲ କେଉଁଠାରେ ଅଛି? ଏହା ପରେ ତାଙ୍କ ଚାକର ପଚାରୁଛନ୍ତି ଯଏ କେଉଁ ବୋତଲ ଏବଂ ଗାୟକ ଅଧିକ ରାଗି ଯାଇ ତାଙ୍କୁ ପିଟିବାରେ ଲାଗୁଥିବା ଦେଖିବାକୁ ମିଳିଛି। ତା’ପରେ ସେମାନେ କେଶ ଟାଣି ଚାକରକୁ ତଳେ ଠେଲି ଦେଉଥିବା ଦେଖିବାକୁ ମିଳିଛି।

07:51 AM

Odisha Accident: ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ତୁରାଣୀପାଣି ଗାଁ ନିକଟରେ ବାଇକ୍ ଓ କାର୍ ମୁହାଁ ମୁହିଁ ଧକ୍କା , ଦୁର୍ଘଟଣାରେ ବାଇକ୍ ରେ ଥିବା ଚାରିଜଣଙ୍କ ମଧ୍ୟରୁ ବାପା ମାଆ ଗୁରୁତର ଥିବା ବେଳେ ୬ ବର୍ଷର ଛୋଟ ପୁଅର ମୃତ୍ୟୁ ହୋଇଥିବା ମୋହନା ମେଡିକାଲ୍ ଅଫିସରଙ୍କ ସୁଚନା ଦିଆଯାଇଛି। ଗୁରୁତର ଅବସ୍ଥାରେ ବାପା ମାଆଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି।ଏକ ମିଟିଙ୍ଗ ପାଇଁ ବାଇକ୍ ଆରୋହୀ ଗଜପତି ଜିଲ୍ଲା ଗମ୍ଭାରୀ ଗାଁରୁ ଅଡବା ଆସୁଥିବା ବେଳେ ଏହି ଅଘଟଣ ଘଟିଛି। ବାଇକ୍ ଚାଳକ ଜଣଙ୍କ ଯାଉଥିବା ସମୟରେ ବିପରୀତ ଦିଗରୁ ଏକ କାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ଦାରୀଙ୍ଗିବାଡି ଯିବା ସମୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏହି ଧକ୍କାରେ ୬ ବର୍ଷର ଛୋଟ ପୁଅ ପ୍ରାଣ ହରାଇଛି। ସେପଟେ ବାପା ମାଆ ଓ ଦୁଇ ଛୁଆକୁ ୧୦୮ ଆମ୍ବୁଲେନ୍ସ ଯୋଗେ ଗୁରୁତର ଅବସ୍ଥାରେ ମୋହନା ମେଡିକାଲ୍ କୁ ଅଣା ଯାଇଥିଲେ ସୁଦ୍ଧା ଡାକ୍ତରଙ୍କ ବହୁ ଉଦ୍ୟମ ପରେ ମଧ୍ୟ ୬ ବର୍ଷର ଶିଶୁଟି ପ୍ରାଣ ହରାଇଛି। ବାପା ମାଆଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି।

07:37 AM

Odisha Accident: କେନ୍ଦ୍ରାପଡ଼ା(Kendrapara) ଜିଲ୍ଲା ଆଳି ନଳପାହି ଗାଁ ରାସ୍ତା ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିବା ଯୋଗୁଁ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଶନିବାର ରାତି ପ୍ରାୟ ୮ ଟା ସମୟରେ ଏକମାଣିଆ ପଞ୍ଚାୟତ ନଳପାହି ଗାଁର ସନ୍ତୋଷ ରାଉତ ଗାଁ ଦାଣ୍ଡରେ ଚାଲି ଚାଲି ଘରକୁ ଯାଉଥିବା ବେଳେ ଏହି ଅଘଟଣଟି ଘଟିଛି। ଗାଁ ଦାଣ୍ଡରେ ଯାଉଥିବା ବେଳେ ହଠାତ୍ ୧୧ କେଭି ବିଦ୍ୟୁତ ତାର ସନ୍ତୋଷଙ୍କ ଉପରେ ଛିଡି ପଡିଥିଲା। ଏହି ଦୁର୍ଘଟଣାରେ ସନ୍ତୋଷଙ୍କ ଡାହାଣ ପଟ ଜଙ୍ଘ ଉପରେ ୧୧ କେଭି ବିଦ୍ୟୁତ ତାର ପଡିବା ଯୋଗୁଁ ଜଙ୍ଘର କିଛି ଅଂଶ ପୋଡିଯିବା ସହିତ ସେ ଚେତା ହରାଇ ପଡି ଯାଇଥିଲେ।ସନ୍ତୋଷଙ୍କୁ ଚିକିତ୍ସା ପାଇଁ ଗ୍ରାମବାସୀ ଏବଂ ସମ୍ପକୀୟ ନଦୀ ପାର କରାଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ଚିକିତ୍ସା ପରେ ସନ୍ତୋଷଙ୍କ ଚେତା ଫେରିଥିଲେ ମଧ୍ୟ ଅବସ୍ଥା ଗୁରୁତର ରହିଛି। ଗାଁ ଦାଣ୍ଡରେ ବିପଦ ପୂର୍ଣ୍ଣ ଭାବେ ରହିଥିବା ବିଦ୍ୟୁତ ତାର ତୁରନ୍ତ ବଦଳାଇବା ପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି।

07:36 AM

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....ମେଷ ରାଶି- ଆଜି ଆପଣ କିଛି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ପାରିବାରିକ ଜୀବନ ସ୍ୱାଭାବିକ ହେବ। ଯଦି ଆପଣ ପୋଲିସରେ କାମ କରୁଛନ୍ତି, ଆପଣ ଅଧିକାରୀଙ୍କ ସହୋଯୋଗ ପାଇବେ। ମାଙ୍କଡମାନଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ।ବୃଷ ରାଶି- ଆଜି ଆପଣ ଶକ୍ତିଶାଳୀ ଅନୁଭବ କରିବେ ଏବଂ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଯିବାର ସମ୍ଭାବନା ରହିଛି। ଦୂର ସ୍ଥାନକୁ ଭ୍ରମଣ କରିବାର ସମ୍ଭାବନା ରହିଛି। ଜଣେ ମହିଳା ବନ୍ଧୁଙ୍କୁ ଭେଟିବା ଏକ ଆନନ୍ଦଦାୟକ ଅନୁଭୂତି ହେବ। ପରିବାର ଏବଂ ବ୍ୟବହାରିକ ଦୃଷ୍ଟିରୁ ଦିନଟି ସ୍ୱାଭାବିକ ହେବ। ପତ୍ନୀଙ୍କ ସହିତ ଭଲ ସମ୍ପର୍କ ରଖ, ନଚେତ୍ ଆପଣ କଷ୍ଟ ପାଇବେ।ମିଥୁନ ରାଶି- ବ୍ୟବସାୟ କାର୍ଯ୍ୟ ସୁରୁଖୁରୁରେ ଅଗ୍ରଗତି କରିବ ଏବଂ ଆପଣ ସୃଜନଶୀଳ କଳା ଉପସ୍ଥାପନ କରିବେ। ଆଜି ଆପଣ ଅନ୍ତର୍ନିହିତ ହୋଇପାରନ୍ତି, ତେଣୁ ଆପଣଙ୍କର ଭାବନାକୁ ପ୍ରକାଶ କରିବାକୁ ନିଶ୍ଚିତ ହୁଅନ୍ତୁ। ପାରିବାରିକ ଜୀବନ ସୁଖଦ ହେବ ଏବଂ ଆପଣ କାର୍ଯ୍ୟରେ ଖୁସି ଅନୁଭବ କରିବେ। ସକାଳେ ଏକ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ, ଦିନଟି ଭଲ ହେବ ଏବଂ ଶନି ଦେବଙ୍କ ମନ୍ତ୍ର ଜପ କରନ୍ତୁ।

07:32 AM

Weather Reeport: ଆଜି ଦିଲ୍ଲୀରେ ପ୍ରବଳ ଶୀତ ପଡ଼ିଥିବା ଦେଖିବାକୁ ମିଳିଛି। କୁହୁଡି ଏବଂ ଥଣ୍ଡରେ ହନ୍ତସନ୍ତ ହେଉଛନ୍ତି ଉତ୍ତର ଭାରତବାସୀ। ସେପଟେ ଆଇଏମଡି(IMD) କୁହୁଡି ଆଲର୍ଟ ଜାରି କରିଛି। ଆଜି ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସୂଚନା ଅନୁଯାୟୀ, ଆସନ୍ତା ୨ ଦିନ ମଧ୍ୟରେ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି। ପଞ୍ଜାବ(Panjab), ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତରପ୍ରଦେଶର(UP) କେତେକ ଜିଲ୍ଲାରେ ସକାଳ ଓ ରାତିରେ ଘନ କୁହୁଡ଼ି ହୋଇପାରେ।ଦିଲ୍ଲୀ-ଏନସିଆର ଶୀତର ସମ୍ମୁଖୀନ ହେଉଛି। ଘନ କୁହୁଡି ମଧ୍ୟ ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି।  ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ଚଣ୍ଡିଗଡ଼ର କେତେକ ଅଞ୍ଚଳରେ ଶୀତଳ ତରଙ୍ଗ, ଶୀତ ଦିନ ଏବଂ କୁହୁଡ଼ିକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ସତର୍କ ପାଣିପାଗ ବିଭାଗ। ଆଜି ଦିଲ୍ଲୀର ସର୍ବାଧିକ ତାପମାତ୍ରା ପ୍ରାୟ ୨୦ ଡିଗ୍ରୀ ସେଲସିୟସ ହୋଇପାରେ। ତେଣୁ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ହେବ ବୋଲି ଆଶା କରାଯାଉଛି। ଆଜି ଦିଲ୍ଲୀରେ ପ୍ରଦୂଷଣର ସ୍ତର ଗୁରୁତର ସ୍ଥରରେ ଅଛି।

07:30 AM

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)। ଦୁଇ ଦିନ ପରେ ରାଜ୍ୟରେ ଶୀତ କମିପାରେ।  ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା  ୨ରୁ ୩ ଡିଗ୍ରୀ ବଢିଯିବ ବୋଲି ପାଣିପାଗ ବିଭାଗ(Bhubaneswar Meteorological Centre) ପୂର୍ବାନୁମାନ  କରିଛି।  ଶୁକ୍ରବାର ଅନୁଗୁଳ  ଓ ସୁନ୍ଦରଗଡର କିଛି ସ୍ଥାନରେ ଶୀତ ଲହରୀ ଅନୁଭୂତ  ହୋଇଛି।  କିରେଇରେ ରାତି ତାପମାତ୍ରା ସବୁଠୁ କମ୍ ୬.୭ ଡିଗ୍ରୀ ଅନୁଭୂତ ହୋଇଛି। ସୁନ୍ଦରଗଡରେ ୭.୪,ରାଉରକେଲାରେ ୮.୯, ଅନୁଗୋଳରେ ୯, ଝାରସୁଗୁଡାରେ ୯.୪, କେନ୍ଦୁଝରରେ ୧୦ ଓ କୋରାପୁଟରେ ରାତି ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୧ ଓ ୨ ତାରିଖରେ ରାଜ୍ୟରେ ପୁଣି ବର୍ଷା(rain) ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ଆସନ୍ତା ୧ ତାରିଖରେ ବାଲେଶ୍ବର, ସୁନ୍ଦରଗଡ, ମୟୁରଭଂଜରେ ସ୍ବଳ୍ପ ବର୍ଷା  ହୋଇପାରେ। ସେହିପରି ୨ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ ମୟୂରଭଂଜର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) ପକ୍ଷରୁ ସୂଚନା ଦିଆଯାଇଛି।