Odisha News Live Updates: ଆଳୁ ଦରକୁ ନେଇ ରାଜ୍ୟରେ ହଇଚଇ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
Advertisement
Article Detail0/zeeodisha/odisha2355067

Odisha News Live Updates: ଆଳୁ ଦରକୁ ନେଇ ରାଜ୍ୟରେ ହଇଚଇ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ଆଳୁ ଦରକୁ ନେଇ ରାଜ୍ୟରେ ହଇଚଇ, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ଖବର
LIVE Blog
27 July 2024
23:02 PM

Paris Olympics:ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ବଡ଼ ସଫଳତା ମିଳିଛି । ଗ୍ରୁପ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ମାତ୍ ଦେବାରେ ସକ୍ଷମ ହୋଇଛି ଭାରତ।

20:22 PM

CM Mohan Majhi places multiple demands at NITI Aayog: ଆଜି ନିତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓଡ଼ିଶାକୁ ‘ବିକଶିତ ଭାରତ’ ମାର୍ଗରେ ଏକ ପ୍ରମୁଖ ଅଂଶୀଦାର ହେବା ଲାଗି କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟ ପକ୍ଷରୁ ୯ଟି ବିଷୟକୁ ନିତି ଆୟୋଗଙ୍କ ଅନୁମୋଦନ ତଥା ଦୃଷ୍ଟିକୁ ଅଣାଯାଇଛି। ଏହି ବିନ୍ଦୁଗୁଡ଼ିକ ମୁଖ୍ୟତଃ ରାଜ୍ୟରେ ବିକାଶ ଭିତ୍ତିଭୂମି,  ଯୋଗାଯୋଗ, ନିଯୁକ୍ତି, ବିଦେଶୀ ପୁଞ୍ଜି ବିନିଯୋଗ ଏବଂ ଖଣିଜ ଭିତ୍ତିକ ଶିଳ୍ପ ସ୍ଥାପନ ପାଇଁ ପ୍ରେରିତ। ଆସନ୍ତୁ ନଜର ପକାଇବା ସେହି ୯ ଦାବି ଉପରେ ଯାହାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିତି ଆୟୋଗଙ୍କ ଆଗରେ ଉପସ୍ଥାପନ କରିଛନ୍ତି। 

16:40 PM

Niti Aayog Meeting: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ନୀତି ଆୟୋଗ ବୈଠକରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ର କରିବା ପ୍ରତ୍ୟେକ ଭାରତୀୟଙ୍କର ଅଭିଳାଷ ଏବଂ ଏହି ଲକ୍ଷ୍ୟ ହାସଲ କରିବାରେ ରାଜ୍ୟମାନେ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି, କାରଣ ସେମାନେ ସିଧାସଳଖ ଲୋକଙ୍କ ସହ ଜଡିତ ଅଟନ୍ତି।

14:21 PM

Odisha News Live Updates: ରାଜ୍ୟରେ ପ୍ରତିଷ୍ଠିତ ‘ମିଲ୍କ ମୁଁ’ ଦୁଗ୍ଧ ବ୍ରାଣ୍ଡ ନିମ୍ନ ମାନର ଖାଦ୍ୟ ପଦାର୍ଥ ବଜାରକୁ ଛାଡ଼ୁଛି। ଏହାର କାରଖାନାରେ ହିଁ ଅପମିଶ୍ରଣ ହେଉଛି। ଏମିତି  ଅଭିଯୋଗ ପାଇବା ପରେ ଆଜି ରାଜ୍ୟ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଅଚାନକ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି। ପୁରୀ ଜିଲ୍ଲା ଗୋପ ସ୍ଥିତ ‘ମିଲ୍କ ମୁଁ’ ପ୍ଲାଣ୍ଟକୁ ପରିଦର୍ଶନ କରି ଶ୍ରୀ ପାତ୍ର ନମୁନା ସଂଗଅହ କରିଛନ୍ତି। ଏହି ନମୁନାକୁ ପରୀକ୍ଷଣ ପାଇଁ ପଠାଯିବ। ପରୀକ୍ଷଣ ପରେ ଯଦି ଆସିଥିବା ଅଭିଯୋଗ ସତ୍ୟ ହେବ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। 

 

13:27 PM

Odisha News Live Updates:  ପୁଣି ଥରେ କୁପୱାଡା, ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଏବଂ ସେନା କର୍ମଚାରୀଙ୍କ ମଧ୍ୟରେ ଏନକାଉଣ୍ଟର। କାମକରୀ ଅଞ୍ଚଳରେ ଏହି ଏନକାଉଣ୍ଡର ହୋଇଛି।ଏହି ଏନକାଉଣ୍ଟରରେ ତିନି ସେନା ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ଉଭୟ ପକ୍ଷରୁ ବହୁ ଗୁଳି ବିନିମୟ ହୋଇଥିଲା। ସେନା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆତଙ୍କବାଦୀଙ୍କ ଗୁଳିରେ ତିନିଜଣ ସେନା ଗୁରୁତର ଭାବେ ଆହତ ହୋଇଛନ୍ତି।

 

13:04 PM

Angul-puri fast passenger train ରେ ଅଗ୍ନିକାଣ୍ଡ,ବ୍ରେକ୍ ବାଇଣ୍ଡିଂ ଘସିହୋଇ ଅଗ୍ନିକାଣ୍ଡ, , ପୁରୀ ଷ୍ଟେସନରେ ପହଞ୍ଚବା ପୂର୍ବରୁ ନିଆଁକୁ ଆୟତ୍ତ କଲେ କର୍ମଚାରୀ,ତଦନ୍ତ ଆରମ୍ଭ କଲେ ବୈଷୟୀକ ଟିମ୍,   ନିଆଁ, ଟେକ୍ସନ ମଟରରୁ ସଟସର୍କିଟ ହୋଇ ନିଆଁ ଲାଗିଥିଲା, ପୁରୀରେ ପହଞ୍ଚିବା ପରେ ନିୟନ୍ତ୍ରଣ କରାଯାଇଥିଲା। ତେବେ ଏକ ବଡଧରଣର ଦୁର୍ଘଟଣାରୁ  ଅଳ୍ପକେ ବର୍ତ୍ତିଲେ ଯାତ୍ରୀ,,, ମାଳତୀପାଟପୁର ଷ୍ଟେସନ ନିକଟରେ ଲାଗିଥିଲା ନିଆଁ, ଟ୍ରେନ ଚାଲୁଥିବା ସମୟରେ  ଟ୍ରେନପଛ ପାଖ  ଈଞ୍ଜୀନରୁ ନିଆଁ ଓ ଧୁଆ ବାହାରୁଥିବା କିଛି ଲୋକ ଦେଖି ଥିଲେ,  ପୁରୀରେ ଟ୍ରେନ ପହଞ୍ଚିବା ପରେ ଯାତ୍ରୀ ମାନେ ଓହ୍ଲାଇ ପଡିଥିଲେ। ବୈଷୟିକ ଟିମ୍ ଯାଞ୍ଚ କରିବା ସହ ନିଆକୁ ନିୟନ୍ତ୍ରଣ କରାଯାଇଥିବା ଜଣାପଡିଛି।

13:01 PM

Odisha News LIVE Updates: ଆଗାମୀ ଚାରି ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚିଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ସୋନପୁର, ବରଗଡ଼, କଟକ ଓ ନୟାଗଡ଼କୁ ୟେଲୋ ଜୋନରେ ରଖିଥିବାରୁ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

12:49 PM

Odisha News Live Updates: ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ପ୍ଲାଷ୍ଟିକ ମୁକ୍ତ କରିବାପାଇଁ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏକ ଦୃଢ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କାର୍ଯ୍ୟାଳୟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ଯେ କୌଣସି ସରକାରୀ ବୈଠକ କିମ୍ବା ସମ୍ମିଳନୀରେ ପ୍ଲାଷ୍ଟିକ କପ, ପ୍ଲେଟ ଆଦିର ବ୍ୟବହାର କରାଯିବ ନାହିଁ। ଏଥି ନେଇ ଜିଲ୍ଲାପାଳ ଏକ ପତ୍ର ମାଧ୍ୟମରେ କହିଛନ୍ତି ଯେ "ପ୍ଲାଷ୍ଟିକରେ ଥିବା କେମିକାଲ ପରିବେଶ ପାଇଁ ସମସ୍ୟା। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଯଥା ଚା କପ, ଗ୍ଲାସ, ଫୁଲ, ଷ୍ଟ୍ର,ପାଣି ବୋତଲ ଇତ୍ୟାଦିରେ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ଜରୁରୀ ଅଟେ। ତେଣୁ ସମସ୍ତ ସରକାରୀ ବୈଠକରେ ହସ୍ତତନ୍ତ ସାମଗ୍ରୀ ବ୍ୟବହାର ଏବଂ ଏହାକୁ ପ୍ରୋତ୍ସାହିତ କରିବା ଆବଶ୍ୟକଯାହା ଜୈବ ଅବକ୍ଷୟ ମଧ୍ୟ ଅଟେ। ଯାହାଫଳରେ ଆମେ ସିଧାସଳଖ ଓଡିଶାର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଲାଭଦାୟକତା ବୃଦ୍ଧି କରିପାରିବା" ସୂଚନା ଥାଉକି, ଏହି ନିର୍ଦ୍ଦେଶକୁ ଜିଲ୍ଲାପାଳ ସମସ୍ତ ସରକାରୀ ବୈଠକରେ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ କହିଛନ୍ତି।

12:24 PM

Odisha News Live Updates: ସମ୍ବଲପୁର ବିଜେପି ତରଫରୁ ତ୍ରିରଙ୍ଗା ଯାତ୍ରା । କାର୍ଗିଲ ଯୁଦ୍ଧ ର ୨୫ ବର୍ଷ ପୂର୍ତ୍ତି ଅବସରରେ  ଗୋଲବଜାର ଛକ ରେ ଥିବା ସହିଦ ବୀର ଯବାନ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ଆରମ୍ଭ ହୋଇଥିଲା ତ୍ରିରଙ୍ଗା ଯାତ୍ରା। ବିଜେପି ଜିଲ୍ଲା ସଭାପତି ଓ ସାଂସଦ ଙ୍କ ପତ୍ନୀ ମୃଦୁଲା ଠାକୁର ଏହି ରାଲି କୁ ପରିଚାଳନା କରିଥିଲେ | ରାଲି ଟି ଗୋଲବଜାର ଛକ ରୁ ଆରମ୍ଭ ହୋଇ ଜେଲଖାନା ଛକ ରେ ଥିବା ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ସମାପନ ହୋଇଥିଲା |କାର୍ଗିଲ ରେ ସହୀଦ ହୋଇଥିବା ବୀର ଙ୍କୁ ସ୍ମରଣ କରବା ସହ ତାଙ୍କର ବଳିଦାନ କୁ ସ୍ମରଣ କରାଯାଇ ଯୁବ ପିଢ଼ି ଙ୍କ ପାଇଁ ଏ ଏକ ଦେଶପ୍ରେମ ର ଉଦାହରଣ ବୋଲି କୁହାଯାଇଥିଲା ।

11:25 AM

Odisha News Live Updates:  ଆରମ୍ଭ ହୋଇଛି ପ୍ୟାରିସ୍‍ ଅଲମ୍ପିକ୍ସ୍‍-୨୦୨୪। ବିଶ୍ୱର ଖ୍ୟାତନାମା ଖେଳାଳିଙ୍କୁ ନେଇ ପ୍ରସ୍ତୁତ ହୋଇଛି ପ୍ୟାରିସ୍‍ର ନବନିର୍ମିତ ଅଲମ୍ପିକ୍ସ ଭିଲେଜ୍‍। ପ୍ରଥମଥର ପାଇଁ ଏହାର ଉଦ୍‍ଘାଟନୀ ଉତ୍ସବ ପାରମ୍ପରିକ ଭାବେ ଷ୍ଟାଡିୟମ ଭିତରେ ନ ହୋଇ ପ୍ୟାରିସ୍‍ର ‘ସେନ୍‍’ ନଦୀ କୂଳରେ ଆୟୋଜିତ ହୋଇଥିଲା। ଭାରତ ପକ୍ଷରୁ ପିଭି ସିନ୍ଧୁ ଏବଂ ଏ ଶରଥ କମଲ ଅଲମ୍ପିକ୍ସ ଧ୍ୱଜା ଉଡ଼ାଇ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଏହି କ୍ରୀଡ଼ା ୧୧ ଅଗଷ୍ଟା ଯାଏ ଚାଲିବ। ଏଥିରେ ୩୨ଟି କ୍ରୀଡ଼ା ଲାଗି ୩୨୯ଟି ପ୍ରତିଯୋଗୀତା ଆୟୋଜନ କରାଯିବ। ସବୁଦାୟ ୨୦୬ଟି ଦେଶ ଏଥିରେ ଭାଗ ନେଉଛନ୍ତି। ଭାରତ ୧୬ଟି କ୍ରୀଡ଼ାରେ ଅଂଶଗ୍ରହଣ କରିବ। 

11:03 AM

Odisha News Live Updates:  ମହାରାଷ୍ଟ୍ରର ନଭି ମୁମ୍ବାଇସ୍ଥିତ ଶାହବାଜ୍‍ ଗାଁରେ ଥିବା ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ କିଛି ଲୋକଙ୍କ ମୃତ୍ୟୁ ଆଶଙ୍କା କରାଯାଇଛି। ଏନ୍‍ଡିଆରଏଫ୍‍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଛିଦିନ ହେଲା ମୁମ୍ବାଇରେ ଲଗାତାର ବର୍ଷା ହେଉଛି। 

 

10:20 AM

Odisha News Live Updates: ରାଜ୍ୟରେ ଆରମ୍ଭ ହେବାକୁ ଯାଉଥିବା ‘ସୁଭଦ୍ରା’ ଯୋଜନାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କେବେ ଆରମ୍ଭ ହେବ ‘ସୁଭଦ୍ରା’ ଯୋଜନା, କାହାକୁ ମିଳିବ ଯୋଜନାରୁ ଲାଭ, ଏମିତି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା।

10:05 AM

Odisha News Live Updates: ଆଜିଠାରୁ ଆରମ୍ଭ ହେଉଛି ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ୍‍। ଶ୍ରୀଲଙ୍କାର ପାଲେକେଲେଠାରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଖେଳାଯିବ। 

09:43 AM

Odisha News Live Updates: : ରାଜ୍ୟରେ ଆଳୁ ସଙ୍କଟ। ଯେଉଁଠି ବି ମିଳୁଛି ଦର ୬୦ ଉପରେ ରହିଛି । ପରବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏବେ ଟମାଟୋ ପରେ ଆଳୁ ଦର ଲୋକଙ୍କ ଚିନ୍ତା ବଢାଇଛି।  ସପ୍ତାହକ ତଳେ ବଜାରରେ ଆଳୁ ଦର ଥିଲା ୩୦ ଟଙ୍କା। ରାଜ୍ୟରେ ଏବେ ଖୁଚୁରା ବଜାରରେ ଦର ପ୍ରାୟ ୬୦ ଛୁଇଁଲାଣୀ। ପଶ୍ଚିମବଙ୍ଗରେ ଆଳୁ ଟ୍ରକ୍ ଧର୍ମଘଟ ଫଳରେ ଆଳୁ ଆସିପାରୁନ ଥିବାରୁ ଦର ବୃଦ୍ଧି ପାଇଥିବା କୁହାଯାଉଛି।  ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଥାଏ ଓଡି଼ଶା । ପଶ୍ଚିମବଙ୍ଗରେ ଶୀତଳଭଣ୍ତାରର ମାଲିକଙ୍କ ଧର୍ମଘଟର ପ୍ରଭାବ ଯୋଗୁଁ ସିଧାସଳଖ ପ୍ରଭାବ ଓଡିଶା ପରିବା ବଜାର ଉପରେ ପଡିଛି। 

09:04 AM

Odisha News Live Updates: ଭାରତରୁ ଜଣେ ଗଗନଯାତ୍ରୀଙ୍କୁ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଯିବ। ଏଥିଲାଗି ଇସ୍ରୋ ଏବଂ ନାସାର ମିଳିତ ଉଦ୍ୟମରେ ପ୍ରସ୍ତୁତି ଆରମ୍ଭ ହୋଇଥିବା କହିଛନ୍ତି ମହାକାଶ ମନ୍ତ୍ରୀ ଜିତେନ୍ଦ୍ର ସିଂହ। ଏହି ମହାକାଶ ଯାତ୍ରୀ ଭାରତରୁ ହେବେ। ଇସ୍ରୋ- ନାସା ଏବଂ ନାସା ସହ ସଂଯୁକ୍ତ ଆକ୍ସିଅମ୍‍ ସ୍ପେସ୍‍ ନାମକ ଏକ ଘରୋଇ ମହାକାଶ ସଂସ୍ଥା ଏହି ମିଶନରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। 

08:42 AM

Odisha Daily News Live: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।  ଉତ୍ତର ବଙ୍ଗୋପସାଗରର ପାଶ୍ବବର୍ତ୍ତୀ ଅଞ୍ଚଳରେ  ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ  ଆଗକୁ ରାଜ୍ୟରେ ଆହୁରି ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି।  ଲଘୁଚାପ ବାୟୁ ମଣ୍ତଳର ୭.୬ କିଲୋମିଟର  ଉତ୍ତର ଯାଏଁ ବ୍ୟାପିଛି।  ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପଟି ପଶ୍ଚିମବଙ୍ଗ ଓ ଝାଡଖଣ୍ତ ମୁହାଁ ହେବ। ପ୍ରଭାବରେ ଉତ୍ତର ଏବଂ ଉପକୂଳ  ଓଡି଼ଶାରେ ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି। ୫ ଦିନ ପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ସଞ୍ଜୀବ ଦ୍ବିବେଦୀ କହିଛନ୍ତି।  ରାଜ୍ୟରେ ୩୦ ତାରିଖ ଯାଏଁ ଲଗାଣ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି। ଆଜି ଓ ଆସନ୍ତାକାଲି ୧୧ ଜିଲ୍ଲାରେ ବର୍ଷା ନେଇ  ଆଲର୍ଟ ଜାରି ହୋଇଛି।

 

08:27 AM

Odisha News Live Updates: ଷ୍ଟକ୍ ମାର୍କେଟ୍ ରେଗୁଲେଟର ସିକ୍ୟୁରିଟି ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (SEBI) ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବିଜୟ ମାଲ୍ୟା ଭାରତୀୟ ସିକ୍ୟୁରିଟି ମାର୍କେଟ୍‌ରେ ଟ୍ରେଡିଂ କିମ୍ବା ପଞ୍ଜିକୃତ କୌଣସି କମ୍ପାନୀ ସହ କାରବାର ନକରିବାକୁ ତାଙ୍କୁ ୩ ବର୍ଷ ପାଇଁ ବ୍ୟାନ ଲଗାଯାଇଛି। କିଙ୍ଗ୍ ଫିସର ଏୟରଲାଇନ୍ସ ଦେବାଳିଆ ମାମଲାରେ ଋଣ ନେଇ ଫେରାର ହୋଇଯାଇଥିବା ବିଜୟ ମାଲ୍ୟାଙ୍କୁ ସ୍ବଦେଶକୁ ଫେରାଇ ଆଣିବା ପାଇଁ (ସେବି) ଚେଷ୍ଟା ଜାରି ରଖୁଛି। ସୂଚନା ଅନୁଯାୟୀ ବିଜୟ ମାଲ୍ୟା ବର୍ତ୍ତମାନ ବ୍ରିଟେନରେ ରହୁଛନ୍ତି।ପ୍ରତିବନ୍ଧକ ଲଗାଇ ସେବି କହିଛି ବିଜୟମାଲ୍ୟାଙ୍କୁ ସିକ୍ୟୁରିଟି ମାର୍କେଟ୍‌ର  ଆକ୍‌କ୍ସେସ୍ ଉପରେ ରୋକ ଲଗାଯାଇଛି। ଏଥିସହିତ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ ସିକ୍ୟୁରିଟି କିଣିବା କିମ୍ବା ବିକିବା କୌଣସି ପ୍ରକାରେ ଡିଲିଂ କରିବା ସିକ୍ୟୁରିଟି ମାର୍କେଟ ସହ କୌଣସି ପ୍ରକାର ଜଡିତ ହେବା ଉପରେ ପରବର୍ତ୍ତୀ ତିନି ବର୍ଷ ପାଇଁ ପ୍ରତିବନ୍ଧକ ଲଗା ଯାଉଛି।

 

08:00 AM

Odisha Daily News Live: ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗ ସାଧାରଣ ପରିଷଦ ବୈଠକ। ଏହି ବୈଠକରେ ଯୋଗ ଦେବା ପାଇଁ ଶୁକ୍ରବାର ରାତିରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଦାବି ଓ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବେ।  ଦିର୍ଘ ଦିନ ହେବ ଯେଇଁ ସବୁ ରାଜ୍ୟର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ କେନ୍ଦ୍ରର ବିଚାର ପାଇଁ ରହିଛି। ସନେଇ ମୋହନ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବେ।  ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ମଧ୍ୟ ନୀତି ଆୟୋଗ ବୈଠକରେ ଯୋଗ ଦେବେ। ବିଜେପର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ଦେବା ସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏବଂ ମୁଖ୍ୟମନ୍ତ୍ରୀ ୨୯ରେ ଭୁବନେଶ୍ବର ଫେରିବେ ବୋଲି ସୂଚନା ମିଳିଛି।  

07:58 AM

Horoscope Today 27 july 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁଲାଇ ୨୭ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

ଲିଙ୍କରେ କ୍ଲିକ୍ କରି ବଡ଼ ଖବର ପଢନ୍ତୁ:  Today Horoscope: ଏହିସବୁ ରାଶି ପାଇଁ ଆଜି ବଢିପାରେ ଅଡ଼ୁଆ, ରୁହନ୍ତୁ ସତର୍କ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?