Odisha Daily News Live: ଦୁଇଟି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ, ଗୋଟିଏ କ୍ଲିକରେ ପଢନ୍ତୁ ଆଉ ତାଜା ଖବର
Advertisement

Odisha Daily News Live: ଦୁଇଟି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ, ଗୋଟିଏ କ୍ଲିକରେ ପଢନ୍ତୁ ଆଉ ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ଦୁଇଟି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ, ଗୋଟିଏ କ୍ଲିକରେ ପଢନ୍ତୁ ଆଉ ତାଜା ଖବର
LIVE Blog
17 April 2024
23:31 PM

 

ଦେଶରେ ବଢିଛି ନାଁ କମିଛି ଜନସଂଖ୍ୟା? ତଥ୍ୟ ଜାରି କଲା ଜଣାଇଦେଲା ଜାତିସଂଘ
ଭାରତ ବର୍ଷର ସଦ୍ୟତମ ଜନସଂଖ୍ୟାକୁ ନେଇ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍ଏଫପିଏ) ରିପୋର୍ଟ ଆସିଯାଇଛି। ୟୁଏନ୍ଏଫପିଏ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ବର୍ଷର ଜନସଂଖ୍ୟା ୧୪୪ କୋଟିରେ ପହଞ୍ଚିଛି। ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠିର ରିପୋର୍ଟ ଭାରତର ଜନସଂଖ୍ୟା ସମ୍ପର୍କରେ ଏପରି ଆକଳନ କରାଯାଇଛି। 
ପଢନ୍ତୁ ପୁରା ଖବର

22:25 PM

ନେପାଳ ଜମିରେ ଚାଷ ହେଉଛି ଜାପାନୀ ମୁଦ୍ରା; ମାଲାମାଲ ହେଉଛନ୍ତି କୃଷକ
ବିଶ୍ୱର ଅନ୍ୟତମ ବୃହତ୍ତ ଅର୍ଥନୀତି କୁହାଯାଉଥିବା ଜାପାନ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ଏହି ଦେଶ ଏହାର ମୁଦ୍ରା ତିଆରି ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ କରିବାତୁ ଯାଉଛି। ଏହି ପରିବର୍ତ୍ତନ ପରେ ଜାପାନୀ ମୁଦ୍ରା ଏକ ସ୍ୱତନ୍ତ୍ର ଧରଣର କାଗଜରେ ଛାପାଯିବ। ଗୁରୁତ୍ୱପୂର୍ଣ କଥା ହେଉଛି ଏହି କାଗଜ ଜାପାନ ଠାରେ ଉତ୍ପାଦିତ ହେବ ନାହିଁ। ବରଂ ଏହାକୁ ଅନ୍ୟ ଦେଶରୁ ଆମଦାନୀ କରାଯାଉଛି। 
ପଢନ୍ତୁ ପୁରା ଖବର

22:05 PM

 

ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  
ପଢନ୍ତୁ ପୁରା ଖବର

20:19 PM

ପବନରେ ଉଡ଼ିବ ଆଇସିଏଫ ବୁଲେଟ୍ ଟ୍ରେନ୍; କେତେ ରହିବ ବେଗ? ଜାଣନ୍ତୁ
ଆସନ୍ତା ୨୦୨୬ ବର୍ଷରେ ଅହମ୍ମଦାବାଦ-ମୁମ୍ବାଇ ମାର୍ଗରେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଚଳାଚଳ କରିବା ନେଇ ଆଶା କରାଯାଉଛି। ଏହା ସହିତ ଆଗାମୀ ଦିନରେ ଅହମ୍ମଦାବାଦ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ କରିବାକୁ ଯୋଜନା ରହିଛି। ଏହା ପରେ ଉଭୟ ସହର ମଧ୍ୟରେ ୧୨  ଘଣ୍ଟାର ଦୂରତା ପ୍ରାୟ ସାଢେ ୩ ଘଣ୍ଟା ପର୍ଯ୍ୟନ୍ତ ହ୍ରାସ ପାଇବ। ଏହା ସହିତ "ଇକୋନୋମିକ୍ ଟାଇମ୍ସ" ପକ୍ଷରୁ ପ୍ରକାଶିତ ଖବର ଅନୁଯାୟୀ ଜଣେ ଅଧିକାରୀ କହିଛନ୍ତି ଯେ ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ଉତ୍ପାଦିତ ବୁଲେଟ୍ ଟ୍ରେନ୍ ନିର୍ମାଣ ଆରମ୍ଭ ହୋଇଯାଇଛି। ଯିଏ ଘଣ୍ଟା ପ୍ରତି ୨୫୦ କିଲୋମିଟର ବେଗରେ ଯାତ୍ରା କରିବାକୁ ସକ୍ଷମ। 
ପଢନ୍ତୁ ପୁରା ଖବର

19:21 PM

ଦେଶରେ ପ୍ରଚଣ୍ଡ ବହୁମତରେ ସରକାର ଗଠନ କରିପାରେ NDA; 'INDIA' ମେଣ୍ଟର ହାତ ହେବ 'ଖାଲି', ପଢ଼ନ୍ତୁ ଫାଇନାଲ୍ ସର୍ଭେ
୨୦୨୪ ଲୋକସଭା ନିର୍ବାଚନରେ କେଉଁ ଦଳକୁ କେତେ ଆସନ ମିଳିବ ସେ ନେଇ ଏବିପି ନ୍ୟୁଜ-ସି ଭୋଟର ପକ୍ଷରୁ ଏକ ସର୍ଭେ କରାଯାଇଛି। ଏହି ସର୍ଭେ ଅନୁସାରେ ବିଜେପି ନେତତ୍ୱାଧିନ ଏନଡ଼ିଏ ମେଣ୍ଟ ତୃତୀୟ ଥର ଲାଗି କ୍ଷମତାକୁ ଫେରିପାରେ। ସେହିପରି କଂଗ୍ରେସ ନେତୃତ୍ୱାଧିନ ବିରୋଧି ମେଣ୍ଟ ଇଣ୍ଡିଆ ପରାଜୟ ବରଣ କରିବ। ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ନେତତ୍ୱାଧିନ ଏନଡ଼ିଏ ଏକ ବଡ଼ ବିଜୟ ହାସଲ କରିପାରେ। ଏହି ସର୍ଭେ ଫଳାଫଳା ଅନୁସାରେ ଏନଡିଏ ୩୭୩ ଆସନ ପାଇପାରେ। ସେହିପରି ଇଣ୍ଡିଆ ୧୫୫ ସିଟ୍ ହାତେଇପାରେ। 
ପଢନ୍ତୁ ପୁରା ଖବର

 

18:20 PM

 

କାଙ୍କେର ଏନକାଉଣ୍ଟର ପରେ ସିଲ୍ ହେଲା ଓଡ଼ିଶା-ଛତିଶଗଡ଼ ସୀମା
ମଙ୍ଗଳବାର (ଅପ୍ରେଲ ୧୬) ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଏକ ବଡ଼ ନକ୍ସଲ ବିରୋଧି ଅଭିଯାନ କାର୍ଯ୍ୟକାରୀ କରିଥିଲା ସୁରକ୍ଷା ବଳ। ଏନେଇ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୨୯ ନକ୍ସଲ ଟଳି ପଡ଼ିଛନ୍ତି। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଗତକାଲି କାଙ୍କେର ଜିଲ୍ଲାର ଛୋଟେବେଠିଆ ଥାନା ଅଧିନସ୍ଥ ଜଙ୍ଗଲ ଅଞ୍ଚଳରେ ମୁହାମୁହଁ ହୋଇଥିଲେ ପୋଲିସ-ନକ୍ସଲ।
ପଢନ୍ତୁ ପୁରା ଖବର

17:39 PM

Pakistan Ban X (Twitter): ବର୍ତ୍ତମାନ ପାକିସ୍ତାନର ଲୋକମାନେ ଏକ୍ସ ପ୍ଲାଟଫର୍ମ ବ୍ୟବହାର କରିପାରିବେ ନାହିଁ। ପାକିସ୍ତାନ ସରକାର ନିଜ ଦେଶରେ ଏକ୍ସ (ପୂର୍ବ ଟ୍ୱିଟର) ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X ଉପରେ ନିଷେଧାଦେଶ ସମ୍ପର୍କରେ ପାକିସ୍ତାନ ସରକାର ମଧ୍ୟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। 

16:54 PM

 

ଗୋଟିଏ ନୁହେଁ ତିନୋଟି ଜାଗାରେ ଭୋଟ ଦେବେ ଏହି ଗ୍ରାମର ଲୋକ; ଜାଣନ୍ତୁ କାହିଁକି
୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପାଇଁ ଅପ୍ରେଲ ୧୯ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ନିର୍ବାଚନ ବାତାବରଣ ମଧ୍ୟରେ ପୋଡମପେଟା ଗ୍ରାମର ଭୋଟର ଦ୍ୱନ୍ଦ୍ୱରେ ଅଛନ୍ତି। କାରଣ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଏହି ଗାଁ ବର୍ତ୍ତମାନ କେବଳ ନାମକୁ ମାତ୍ର ରହିଛି। ଗତ ୨୦୧୧ ଜୁଲାଇ ମାସରେ ଘଟିଥିବା ସେହି ଘଟଣାକୁ ପୋଡମପେଟା ଗ୍ରାମବାସୀ କେବେ ହେଲେ ଭୁଲିପାରିବେ ନାହିଁ। ସେତେବେଳେ ସମୁଦ୍ରରେ ଏପରି ଭୟଙ୍କର ଜୁଆର ଆସିଥିଲା ଯେ ଯାହାର ପ୍ରଭାବରେ ୫ ଘର ଭାସି ଯାଇଥିଲା। ମାଛ କାରବାରରୁ ଗୁଜରାଣ ମେଣ୍ଟାଉଥିବା ପୋଡାମପେଟା ଗ୍ରାମବାସୀ ସେହି କ୍ଷତିର ଭରଣା କରିପାରି ନାହାଁନ୍ତି।
ପଢନ୍ତୁ ପୁରା ଖବର

16:02 PM

ପଶ୍ଚିମ ଏସିଆରେ ଶାନ୍ତି ପାଇଁ ମୋଦି ସରକାରଙ୍କୁ ନିବେଦନ ଜଣାଇଲ ଇସ୍ରାଏଲ; ରଖିଲା ଏପରି ଦାବି
ବେଶ କିଛି ଦିନ ଧରି ଇରାନ ସହ ଚାଲିଥିବା ବିବାଦ ମଧ୍ୟରେ ଇସ୍ରାଏଲ ବନ୍ଧୁ' ଭାରତ ପାଖରୁ ସାହାୟତା ଲୋଡ଼ିଛି। ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନ କହିଛନ୍ତି ଯେ ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ, ଇରାନ ଭଳି ଦେଶ ନିୟନ୍ତ୍ରଣ କରିବାକୁ ଆମେ ଆଶା କରୁଛୁ। ଇସ୍ରାଏଲ୍  ରାଷ୍ଟ୍ରଦୂତ ଦାବି ଉପସ୍ଥାପ କରି କହିଛନ୍ତି ଯେ ଏ ସମ୍ପର୍କରେ ନୂଆଦିଲ୍ଲୀ ଜଣେ ବନ୍ଧୁ ଭାବରେ ପଦକ୍ଷେପ ନେବା ଉପରେ ପଦକ୍ଷେପ ନେଉ। ଇସ୍ରାଏଲ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରି ପଶ୍ଚିମ ଏସିଆକୁ ଅସ୍ଥିର କରିବା ତେହେରାନ ପକ୍ଷରୁ କରାଯାଉଥିବା ପ୍ରୟାସକୁ ଭାରତ ଅଟକାଉ ଇସ୍ରାଏଲ୍ ଦୂତାବାସ ଠାରେ ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରିବା ବେଳେ ରାଷ୍ଟ୍ରଦୂତ ଗିଲୋନ୍ କହିଛନ୍ତି ଯେ ଇସ୍ରାଏଲ୍ ଶକ୍ତିଶାଳୀ ଏବଂ ସ୍ଥିର। ଯଦି ଆବଶ୍ୟକ ହୁଏ ତାହେଲେ ବର୍ତ୍ତମାନ ହୋଇଥିବା ଇରାନ ସହ ମୁକାବିଲା କରିବ।

ପଢନ୍ତୁ ପୁରା ଖବର

14:35 PM

Odisha News Live Updates: ଶ୍ରୀମନ୍ଦିରରେ ଏଏସଆଇ ମହିଳା ଶ୍ରମିକଙ୍କୁ ମାଡ଼ ମାରିଲେ ସେବାୟତ
ଶ୍ରୀମନ୍ଦିରରେ ଏଏସଆଇ ମହିଳା ଶ୍ରମିକଙ୍କୁ ସେବାୟତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଶ୍ରମିକ ପୂର୍ଣ୍ଣିମା ବେହେରାଙ୍କ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି। ଦକ୍ଷିଣ ଦ୍ୱାର ଗୁମୁଟ ମରାମତି ସହ ଓ ରୋଷଶାଳାର ପାଖରେ କାର୍ଯ୍ୟ ଚାଲୁଥିବା ବେଳେ ମହିଳା ଶ୍ରମିକ ପାଟିରେ ହାତ ଦେଇଥିଲେ । ଏହାକୁ ନେଇ ସେବାୟତ ଜଣଙ୍କ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରି ମାଡ଼ ମାରିଥିଲେ । ତେଣୁ ଏହାକୁ ନେଇ ସମସ୍ତ ଶ୍ରମିକମାନେ କାର୍ଯ୍ୟବନ୍ଦ କରିବା ସହ ସିଂହଦ୍ଵାର ଥାନା ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ସେବାୟତଙ୍କୁ ଚିହ୍ନଟ କରାଯିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଏସଆଇ ଅଧିକାରୀ କହିଛନ୍ତି।

14:32 PM

Odisha News Live updates: ଶ୍ରୀରାମଲଲାଙ୍କ ମସ୍ତକରେ ‘ସୂର୍ଯ୍ୟ ତିଳକ’ର ବିରଳ ଦୃଶ୍ୟ

ଆଜି ଅଯୋଧ୍ୟାରେ ଶ୍ରୀରାମଲଲାଙ୍କ ସୂର୍ଯ୍ୟତିଳକ ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଛି । ଠିକ୍ ମଧ୍ୟାହ୍ନ ବେଳେ ଦେଖିବାକୁ ମିଳିଥିଲା ଏହି ଅଭିନବ ଦୃଶ୍ୟ । ବିଜ୍ଞାନର ଫର୍ମୁଲା ଅନୁସାରେ ଏହା ସମ୍ପନ୍ନ କରାଯାଇଛି । ବୈଜ୍ଞାନିକମାନେ ଏନେଇ ଯଥେଷ୍ଟ ଗବେଷଣା କରାଯାଇ ପରୀକ୍ଷଣ କରାଯିବା ପରେ ଆଜି ଏହାକୁ ସଫଳ ଭାବେ କାର୍ଯ୍ୟକାରୀ କରାଯାଇଛି । ଆଜି ହେଉଛି ଭକ୍ତଙ୍କ ପାଇଁ ଅମୃତବେଳା । ପ୍ରଭୁଙ୍କ ସୂର୍ଯ୍ୟ ତିଳକ ସହ ଜନ୍ମୋତ୍ସବର ପ୍ରତ୍ୟେକ ପ୍ରକ୍ରିୟା ଅବିସ୍ମରଣୀୟ ହୋଇଛି । ଦିନ ୧୨ଟାରେ ଶ୍ରୀରାମଙ୍କ ଜନ୍ମ ଉତ୍ସବ ସହ ତାଙ୍କ ମସ୍ତକରେ ସୂର୍ଯ୍ୟତିଳକ କରାଯାଇଛି । ଆଉ ଏହାର ସାକ୍ଷୀ ହୋଇଛନ୍ତି ବିଶ୍ୱର କୋଟି କୋଟି ରାମ ଭକ୍ତ । ଏହି ଦୃଶ୍ୟ ଦେଖିବାକୁ ଅଯୋଧ୍ୟାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । 

14:16 PM

Odisha News Live Updates: ଆଜିଠାରୁ ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହେବ ପ୍ରସିଦ୍ଧ ସାହିଯାତ

ଶ୍ରୀଜଗନ୍ନାଥଙ୍କ ରାମାବତାର ଲୀଳାର ଅଂଶ ହେଉଛି ସାହିଯାତ । ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପାରମ୍ପରିକ ସମରକଳାର ପ୍ରତୀକ ରୂପେ ପରିଚିତ ସାହିଯାତ । ଏହି ଯାତ ସମୟରେ ପୁରୀ ସହରର ଆଠସାହିରୁ ବାହାରୁଥିବା ପଟୁଆର ଓ ଯାତ ଆଦି ବାଦି ସାହିଗୁଡ଼ିକରେ ସେମାନଙ୍କର କଳା କୌଶଳ ପ୍ରଦର୍ଶନ କରିଥାନ୍ତି । ସାହିଯାତରେ ସମରକଳା, ଲୋକକଳ, ଲୋକନୃତ୍ୟ, ଲୋକଗୀତ ଓ ଲୋକବାଦ୍ୟ ପରମ୍ପରାର ସମ୍ମିଳିତ ରୂପ ଦେଖିବାକୁ ମିଳିଥାଏ । ବୁଧବାରଠାରୁ ଆରମ୍ଭ ହେବ ସାହିଯାତ। ଏହା ଆସନ୍ତା ମେ ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ କାଳିକାଦେବୀ ସାହିରୁ ଯାତ ବାହାରି ଶ୍ରୀମନ୍ଦିରରେ ନୀତି ସମ୍ପନ୍ନ କରିବ। ଏହାପରେ ବାଦିସାହିକୁ ଯାଇ କଳା କୌଶଳ ପ୍ରଦର୍ଶନ କରିବ।

14:00 PM

Odisha News Live Updates: ଇସ୍ରାଏଲ୍ ଟାର୍ଗେଟରେ ଇରାନକ ପରମାଣୁ ଠିକଣା 
ଚିନ୍ତା ବଢାଇ ଦେଇଛି ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ । ଦୀର୍ଘ ଦିନ ହେବ ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଥଣ୍ଡା ପଡିନଥିବା ବେଳେ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ବିଶ୍ୱର ଚିନ୍ତା ବଢାଇଦେଇଛି। ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଇସ୍ରାଏଲର ନଜର ଏବେ ଇରାନର ପରମାଣୁ ଠିକଣା ଉପରେ ରହିଛି। ମିଳିଥିବା ସୂଚନା ଆଧାରରେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ଏକ ବୈଠକ ଡକାଇଥିଲେ। ଏହି ବୈଠକରେ ଇରାନ୍ ଉପରେ ଜୋରଦାର ଆକ୍ରମଣ ପାଇଁ ପ୍ଲାନିଂ କରାଯାଇଥିବା ଜଣାପଡିଛି। ସୂଚନା ଆଧାରରେ ଇସ୍ରାଏଲ୍ ଇରାନର ପରମାଣୁ ଠିକଣା ଉପରେ ଆକ୍ରମଣ କରିପାରେ।

13:51 PM

Odisha News Live Updates: ରାମଙ୍କ ମଥାରେ ଶୋଭା ପାଇଲା ସୂର୍ଯ୍ୟ ତିଳକ
ଅଯୋଧ୍ୟାରେ ପ୍ରଭୁ ବାଳକ ରାମଙ୍କ ମହାର୍ଘ୍ୟ ସୂର୍ଯ୍ୟ ତିଳକ । ରାମ ନବମୀ ଅବସରରେ ବାଳକ ରାମଙ୍କଠାରେ ଲାଗି ହେଲା ସୂର୍ଯ୍ୟ ତିଳକ  । ବାଳକ ରାମଙ୍କ ମସ୍ତକରେ ଶୋଭା ପାଇଲା ସୂର୍ଯ୍ୟ ତିଳକ । ଆଜି ପବିତ୍ର ରାମନବମୀ। ସାରା ଦେଶ ସହ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ଉତ୍ସାହର ସହ ପାଳନ ହେଉଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ । ୫ ଶହ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମ ନବମୀ । ଏହି ଅବସରରେ ରାମ ଲାଲାଙ୍କ ମସ୍ତକରେ ଲାଗି ହୋଇଛି ସୂର୍ଯ୍ୟ ତିଳକ । ଗର୍ଭଗୃହରେ ବିରାଜିତ ରାମ ଲାଲାଙ୍କୁ ଲଲାଟରେ ସୂର୍ଯ୍ୟଙ୍କ କିରଣ ପକାଇ କରାଯାଇଛି ଦିବ୍ୟ ସୂର୍ଯ୍ୟ ତିଳକ ।

13:39 PM

Odisha News Live Updates: ଶ୍ରୀଜିଉଙ୍କ ଦର୍ଶନ କଲେ କଂଗ୍ରେସର ଲୋକସଭା ପ୍ରାର୍ଥୀ ସୁଚରିତା
ପାଖେଇ ଆସୁଛି ନିର୍ବାଚନ। ଏନେଇ ସରଗରମ ରହିଛି ରାଜ୍ୟ ରାଜନୀତି। ୨୦୧୪ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ର ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ ସୂଚରିତା ମହାନ୍ତି। ଦୀର୍ଘ ୧୦ବର୍ଷ ପରେ ପୁନର୍ବାର ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ୨୦୨୪ ନିର୍ବାଚନରେ ପୁରୀରୁ ସାଂସଦ ପ୍ରାର୍ଥୀ ଭାବେ ଲଢିବା ପାଇଁ ସୁଯୋଗ ଦେଇଛି କଂଗ୍ରେସ। ସୁଚରିତାଙ୍କ ନାମ ଘୋଷଣା ହେବା ପରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

13:20 PM

Odisha News Live Updates: ଆଜି ପବିତ୍ର ରାମ ନବମୀ । ସାରା ଦେଶରେ ରାମ ନବମୀ ଉତ୍ସବ ପାଳନ ହେଉଥିବା ବେଳେ ଏହି ଅବସରରେ ରଥ ନିର୍ମାଣ ପାଇଁ କାଠ ଚିରଟ ଅନୁକୂଳ ହେବ । ଚକ ତିଆରିରୁ ହିଁ ଆରମ୍ଭ ହୋଇଥାଏ ମହାପ୍ରଭୁଙ୍କ ରଥ କାର୍ଯ୍ୟ । ମୁଖ୍ୟତଃ ଫାସୀ କାଠରେ ରଥ ଚକ ତିଆରି କରାଯାଇଥାଏ। ଇତି ମଧ୍ଯରେ ରଥ ନିର୍ମାଣ ପାଇଁ କରତ କଳକୁ ୬୨ ଖଣ୍ତ କାଠ ଆସିଛି । ହେଲେ ଏଥିରେ ଫାସୀ କାଠ ନାହିଁ । କରତ କଳରେ ଫାସୀ କାଠ ପହଞ୍ଚି ନଥିବାରୁ ଚକ ନିର୍ମାଣ ପାଇଁ ପହି ଓ ଅର କଟା ନହେବା ପ୍ରାୟ ସ୍ଥିର । ସେହିଭଳି ବଡ଼ଦାଣ୍ତରେ ମଧ୍ଯ ଫାସୀ କାଠ ମହଜୁଦ୍ ନହେବାରୁ ଚକର ମଝି ଅଂଶ ତୁମ୍ବ ନିର୍ମାଣ ପାଇଁ ଚିନ୍ତା ବଢିଛି । ବୁଧବାର ଅପରାହ୍ନ ୧ଟାରେ ଶ୍ରୀମନ୍ଦିର ପ୍ରଶାସନର ସ୍ବତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମାଳ ମାହାର୍ଦ୍ଦ ନେଇ କଟକ ଯିବେ। ଖପୁରିଆସ୍ଥିତ କରତ କଳରେ ମହାପ୍ରଭୁଙ୍କ ରଥ ନିର୍ମାଣ ଉଦ୍ଦେଶ୍ୟରେ କାଠ ଚିରଟ ଅନୁକୂଳ କରାଯିବ । ଆଜି ସୁଦ୍ଧା କରତ କଳକୁ ଯାଇଥିବା କାଠ ବିଶେଷତଃ ଧଉରା ଓ ଅସନ । ହେଲେ ଚକ ପାଇଁ ଆବଶ୍ୟକ ଫାସୀ କାଠ । ଏଣୁ କରତ କଳରେ ଚକ ନିର୍ମାଣ କାର୍ଯ୍ୟ ନହୋଇ କେବଳ ବିଧି ପାଇଁ ଚିରଟ ଅନୁକୂଳ ହେବ ବୋଲି କୁହାଯାଉଛି ।

 

13:07 PM

Odisha News Live Updates: ପାଖେଇ ଆସୁଛି ନିର୍ବାଚନ। ଏନେଇ ସରଗରମ ରହିଛି ରାଜ୍ୟ ରାଜନୀତି। ୨୦୧୪ ନିର୍ବାଚନରେ ପୁରୀ ସଂସଦୀୟ କ୍ଷେତ୍ର ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ ସୂଚରିତା ମହାନ୍ତି। ଦୀର୍ଘ ୧୦ବର୍ଷ ପରେ ପୁନର୍ବାର ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ୨୦୨୪ ନିର୍ବାଚନରେ ପୁରୀରୁ ସାଂସଦ ପ୍ରାର୍ଥୀ ଭାବେ ଲଢିବା ପାଇଁ ସୁଯୋଗ ଦେଇଛି କଂଗ୍ରେସ। ସୁଚରିତାଙ୍କ ନାମ ଘୋଷଣା ହେବା ପରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିଛନ୍ତି। ଦ୍ୱିତୀୟ ଥର ପାଇଁ ପୁରୀରୁ ନିର୍ବାଚନ ଲଢିବାର ସୁଯୋଗ ଦେଇଛନ୍ତି ମହାପ୍ରଭୁ। ଏଥର ନିଶ୍ଚୟ ଶୁଭଫଳ ମିଳିବ ବୋଲି ଆଶା ରହିଛି। କଂଗ୍ରେସ ପ୍ରତି ଜନସମର୍ଥନ ବଢୁଥିବାରୁ ଏଥର ବିଜୟ ସୁନିଶ୍ଚ। ୨୦୧୪ରେ ପୁରୀରେ ପ୍ରଥମ ଥର ଲାଗି ପ୍ରାର୍ଥୀ ହୋଇଥିଲି। ଏବେ ଆଉ ପୁରୀ ପାଇଁ ନୁଆ ନୁହେଁ। ପୁରୀବାସୀ ପୁରୀଝିଅ ଭାବେ ମୋତେ ଗ୍ରହଣ କରିବେ। ସାମ୍ନାରେ ବିରୋଧି ଯେଉଁ ପ୍ରାର୍ଥୀ ଥାଆନ୍ତୁ ନା କାହିଁକି ଏଥର ଲଢେଇ କରିବା ମୋ ପାଇଁ ସହଜ ହେବ ବୋଲି କହିଛନ୍ତି ସୂଚରିତା। ସେପଟେ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ କଂଗ୍ରେସର କର୍ମକର୍ତ୍ତା ମାନେ ପୁଷ୍ପଗୁଚ୍ଛ ସହ ତାଙ୍କୁ ସ୍ୱାଗତ କରିଥିଲେ। ତେବେ କଂଗ୍ରେସ ପକ୍ଷରୁ ପୁରୀ ସଂସଦୀୟ କ୍ଷେତ୍ର ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ସରିଯାଇଛି। ମହାପ୍ରଭୁଙ୍କ ଦର୍ଶନ ସାରି ପ୍ରଚାର ଆରମ୍ଭ କରିବେ ବୋଲି ସୁଚରିତା କହିଛନ୍ତି।

12:20 PM

Odisha News Live Udpates: ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି
ଆଜି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ ବା ବିଜେଡି। କଣ୍ଟାବାଞ୍ଝୀରୁ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁଇଟି ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଢନ୍ତୁ ପୂରା ରିପୋର୍ଟ...

12:04 PM

Odisha News Live Udpates: ରାମନବମୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ପବିତ୍ର ଶ୍ରୀରାମ ନବମୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମର୍ୟ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ପ୍ରତ୍ୟେକଟି ଜୀବନ ମଙ୍ଗଳମୟ ହେଉ।

 

11:46 AM

Odisha News Live Updates: ତାତି ପାଇଁ ସ୍କୁଲ ଛୁଟି
ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ତିନିଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ଚଳିତ ଅପ୍ରେଲ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। 

11:26 AM

Odisha News Live Updates: କେନ୍ଦ୍ରାପଡା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ 
ପ୍ରଚାର ପାଇଁ କେନ୍ଦ୍ରାପଡ଼ା ଆସିବେ ମୋଦୀ। ୪ ଲକ୍ଷ କର୍ମୀ ଓ ଜନତାଙ୍କୁ ନେଇ ହେବ ମୋଦୀଙ୍କ ସଭା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡ଼ିଶା ଆସି କେନ୍ଦ୍ରାପଡ଼ା ଲୋକସଭା ଓ ମାହାଙ୍ଗା ବିଧାନସଭା କ୍ଷେତ୍ରରେ ପ୍ରଚାର କରିବେ। ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତ କୋଇଲି ବଜାର ବନ୍ଧନ ମଣ୍ଡପରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ସମ୍ବୋଧନ କରି ଏକଥା କହିଛନ୍ତି ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା।

10:58 AM

Odisha News Live Updates: ଦୁବାଇରେ ପ୍ରବଳ ବର୍ଷା‌, ସ୍କୁଲ ବନ୍ଦ
ଦୁବାଇରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୟୁଏଇରେ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ସରକାରୀ କର୍ମଚାରୀମାରେ ପ୍ରାୟତଃ ଏବେ ଘରୁ କାମ କରୁଛନ୍ତି । ତେବେ ରାସ୍ତାରେ ବନ୍ୟା ଜଳ ନିଷ୍କାସନ ପାଇଁ ଜୋରଦାର ପ୍ରୟାସ ଜାରି ରହିଛି । ପମ୍ପ ଓ ଟ୍ୟାଙ୍କର ଟ୍ରକ୍ ଯୋଗୁଁ ଜଳ ନିଷ୍କାସନ ପାଇଁ ଚେଷ୍ଟା କରାଯାଉଛି । ପଡ଼ୋଶୀ ଦେଶ ଓମାନରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଗତ କିଛି ଦିନରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି । ସମୁଦ୍ର ଭଳି ଦେଖାଯାଉଥିଲା ବେଳେ ରାସ୍ତାଗୁଡ଼ିକ ନଦୀରେ ପରିଣତ ହୋଇଥିଲା। ବିମାନବନ୍ଦରରେ ପ୍ରାୟ ଅଧ ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ କରି ଦିଆଯାଇଥିଲା।

10:36 AM

Odisha News Live Updates: ପୁରୀ ବେଳାଭୂମିରେ ୨୦ ଫୁଟର ବାଲକ୍ ରାମଙ୍କ ବାଲୁକା କଳା
ପବିତ୍ର ରାମନବମୀ ଉପଲକ୍ଷେ ପୁରୀ ବେଳାଭୂମିରେ ଶ୍ରୀରାମଙ୍କ ସୁନ୍ଦର କଳାକୃତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ତିଆରି କରିଛନ୍ତି। ପ୍ରଭୁ ଶ୍ରୀରାମଙ୍କ ଏହି ସୁନ୍ଦର କଳାକୃତି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୨୦ ଫୁଟର ବାଲକ୍ ରାମଙ୍କ ଏହି ବାଲୁକା କଳାରେ ପ୍ରାୟ ୧୨ ଟନ୍ ବାଲି ବ୍ୟବହାର କରାଯାଇଥିବା ସୂଚନା ଦେଇଛନ୍ତି ସୁଦର୍ଶନ। ବାଲକ୍ ରାମଙ୍କ ଏହି ବାଲୁକା କଳା ଦେଖିବାକୁ ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି।

10:20 AM

Odisha News Live Updates: ଦୁବାଇରେ ଦିନକରେ ହେଲା ବର୍ଷକର ବର୍ଷା
ମଙ୍ଗଳବାର ଦିନ ଦୁବାଇରେ ଏକ ବର୍ଷକର ବର୍ଷା ହୋଇଛି ବୋଲି କହିଲେ ଭୁଲ୍‌ ହେବ ନାହିଁ। ଯାହା ଫଳରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ରନୱେ ଜଳମଗ୍ନ ହୋଇଛି। ସହରରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଏହା ସମୁଦ୍ର ଭଳି ଦେଖାଯାଉଥିଲା ବେଳେ ରାସ୍ତାଗୁଡ଼ିକ ନଦୀରେ ପରିଣତ ହୋଇଥିଲା। ବିମାନବନ୍ଦରରେ ପ୍ରାୟ ଅଧ ଘଣ୍ଟା ପାଇଁ ବିମାନ ଚଳାଚଳ ବନ୍ଦ କରି ଦିଆଯାଇଥିଲା। ମଙ୍ଗଳବାର ଦିନ ମାତ୍ର ୧୨ ଘଣ୍ଟାରେ ବିମାନବନ୍ଦରରେ ପ୍ରାୟ ୧୦୦ ମିଲିମିଟର ବର୍ଷା ଏବଂ ୨୪ ଘଣ୍ଟାରେ ମୋଟ ୧୬୦ ମିଲିମିଟର ବର୍ଷା ହୋଇଛି। ହାରାହାରି, ଦୁବାଇ ସହର ଏକ ବର୍ଷରେ ପ୍ରାୟ ୮୮.୯ ମିଲିମିଟର ବର୍ଷା ରେକର୍ଡ କରିଛି।

10:16 AM

Odisha News Live updates: ରାମନବମୀ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାମନବମୀ ଅବସରରେ ସମଗ୍ର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶୁଭେଚ୍ଛା ବାର୍ତ୍ତାରେ ରାଷ୍ଟ୍ରପତି ଲେଖିଛନ୍ତି କି ରାମ ନବମୀଙ୍କ ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଏହି ପବିତ୍ର ପର୍ବ ଆମକୁ ସତ୍ୟ ଏବଂ ଧର୍ମର ପଥ ଅନୁସରଣ କରିବାକୁ ବାର୍ତ୍ତା ଦେଇଥାଏ। ନିଃସ୍ୱାର୍ଥପର ପ୍ରେମ, ସାହସିକତା ଏବଂ ଉଦାରତାର ସର୍ବୋଚ୍ଚ ଆଦର୍ଶ ପ୍ରତିଷ୍ଠା କରିଥିବା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ସମଗ୍ର ଜୀବନ ମାନବଜାତି ପାଇଁ ପ୍ରେରଣା ଉତ୍ସ ଅଟେ। ଏହି ଶୁଭ ଦିନରେ, ଆସନ୍ତୁ ଏକ ରାଷ୍ଟ୍ର ଗଠନ କରିବାକୁ ସ୍ଥିର କରିବା ଯେଉଁଠାରେ ସମସ୍ତଙ୍କ ଜୀବନ ସମ୍ମାନଜନକ ଏବଂ ସମୃଦ୍ଧତା ସର୍ବତ୍ର ବ୍ୟାପିଥାଏ ବୋଲି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି। 

09:55 AM

Odisha News Live updates: ସକାଳୁ ଜଳିଲାଣି ଭବାନୀପାଟଣା: ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱର ୩୩.୪ ଡିଗ୍ରୀ
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଗକୁ ରାଜ୍ୟର ବହୁ ସହରର ତାପମାତ୍ରା ୪୫ ଡିଗ୍ରୀ ଟପିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାମାନ କରାଯାଇଛି। ବୁଧବାର ସକାଳ ସାଢ଼େ ୮ଟା ସୁଦ୍ଧା ରେକର୍ଡ ହୋଇଥିବା ଓଡ଼ିଶାର ପ୍ରମୁଖ ସହରର ତାପମାତ୍ରାରେ ଭବାନୀପାଟଣା ଶୀର୍ଷରେ ରହିଛି। ଭବାନୀପାଟଣାର ତାପମାତ୍ରା ୩୪.୮ ଡିଗ୍ରୀ ରହିଛି। ସେହିପରି ତାଳଚେର ୩୪.୪ ଡିଗ୍ରୀ,ବାଲେଶ୍ୱର ୩୪ ଡିଗ୍ରୀ, ବାରିପଦା ୩୩.୬ ଡିଗ୍ରୀ, ଭୁବନେଶ୍ୱର ୩୩.୪ ଡିଗ୍ରୀ, ଚାନ୍ଦବାଲି ୩୩.୨ ଡିଗ୍ରୀ, ଜଗତସିଂହପୁର ୩୩.୨ ଡିଗ୍ରୀ, ହୀରାକୁଦ ୩୨.୮ ଡିଗ୍ରୀ, କେନ୍ଦୁଝର ୩୨.୪ ଡିଗ୍ରୀ, ଝାରସୁଗୁଡା ୩୨.୪ ଡିଗ୍ରୀ, ଟିଟିଲାଗଡ଼ ୩୨ ଡିଗ୍ରୀ, ବୌଦ୍ଧ ୩୨ ଡିଗ୍ରୀ ଏବଂ ପୁରୀର ତାପମାତ୍ରା ୩୨ ଡିଗ୍ରୀ ରହିଛି।

09:45 AM

Odisha News Live Updates: ଗତକାଲିଠୁ ନିଖୋଜ ଥିଲେ; ଆଜି ସକାଳେ ସମୁଦ୍ରରୁ ମିଳିଲା ମୃତଦେହ
ଗତକାଲିଠୁ ନିଖୋଜ ଥିଲେ। ଆଜି ସକାଳେ ସମୁଦ୍ର କୂଳରୁ ଠାବ ହୋଇଛି ବ୍ୟକ୍ତିଙ୍କ ମୃତଦେହ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ଆଇଁସଣିଆ ଗ୍ରାମର ରାଧୁ ସ୍ୱାଇଁ। ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି।  ଗତକାଲି ଅପରାହ୍ଣରୁ ରାଧୁ ଘରୁ ବାହାରକୁ ଯାଇ ଫେରିନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ।

09:22 AM

Odisha News Live Updates: ଆଜି ପବିତ୍ର ରାମ ନବମୀ; ଚଳଚଞ୍ଚଳ ଭଦ୍ରକ ସହର

ଆଜି ପବିତ୍ର ରାମ ନବମୀ। ଏହି ପବିତ୍ର ଦିନରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କୁ ସବୁଠି ଚାଲିଛି ପୂଜା ଆରାଧନା। ପଲ୍ଲୀଠୁ ସହର ସବୁଠି ହୋଇପଡିଛି ଉତ୍ସବ ମୁଖର। ରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ। ସଂପୂର୍ଣ୍ଣ ଗେରୁଆମୟ ହୋଇଉଠିଛି ଅଞ୍ଚଳ, ଜୟ ଶ୍ରୀରାମ ଧ୍ୱନୀରେ କମ୍ପୁଛି ଗାଁ ଦାଣ୍ଡ। ସହର ଠାରୁ ପୁରପଲ୍ଲୀ ଯାଏ ସବୁଆଡେ ଉତ୍ସବମୁଖର ପରିବେଶ। ଗାନ୍ଧି ପଡିଆରେ ପୂଜା ପାଠ ସହ ଯଜ୍ଞ ଓ ହନୁମାନ ଚାଳିଶା ପାଠ ହେଉଛି। ଆଜି ଅପରାହ୍ନ ୪ଟାରେ ବାହାରିବ ନଗରସଂକୀର୍ତ୍ତନ। ୮୨ଟିରୁ ଅଧିକ ପ୍ରଜ୍ଞାପନ ମେଢ ସାହିବସ୍ତିରୁ ବାହାରିବ। ଏଥିପାଇଁ ଭଦ୍ରକ ସହରର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ପେଟ୍ରୋଲିଂକୁ ଜୋରଦାର କରାଯାଇଛି।

09:09 AM

Odisha News Live Updates: କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ୫ ମୃତ
ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନମାର ହୋଇଗଲା ସୁନା ସଂସାର। ଚାହୁଁଚାହୁଁ ଲିଭିଗଲା ୫ ଜୀବନ ଦୀପ।  କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ଜଣାପଡି଼ଛି। ଚେନ୍ନାଇ-କୋଲକାତା ଜାତୀୟ ରାଜପଥ ନିକଟ ମାଙ୍ଗାଲୁରୁରେ ଏହି ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଢନ୍ତୁ ପୂରା ରିପୋର୍ଟ...

08:55 AM

Odisha News Live Updates: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କାଲି ସରିବ ପ୍ରଚାର
ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଆସନ୍ତା ୧୯ ତାରିଖରେ ମତଦାନ। ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା। ତା’ମଧ୍ୟରେ ପ୍ରମୁଖ ଆସନ ଗୁଡ଼ିକ ହେଉଛି, ଉତ୍ତରପ୍ରଦେଶର ସାହାରନପୁର, ରାମପୁର, ପିଲିଭିଟ୍, ମୁଜାଫରନଗର, ଆସାମର ଦିବ୍ରୁଗଡ଼ ଏବଂ ସୋନିତପୁର, ଛତିଶଗଡ଼ର ବସ୍ତର୍, ବିହାରର ଜାମୁଇ ଏବଂ ଗୟା, ଜାମ୍ମୁ କାଶ୍ମୀରର ଉଦମପୁର। ଏହା ସହ ମଧ୍ୟପ୍ରଦେଶର ଛିନ୍ଦୱାଡ଼ା, ତାମିଲନାଡୁର ଉତ୍ତର ଚେନ୍ନାଇ, ଦକ୍ଷିଣ ଚେନ୍ନାଇ, କେନ୍ଦ୍ର ଚେନ୍ନାଇ ଏବଂ କୋଇମ୍ବାଟୁର, ଥୁଠୁକୁଡ଼ି, ତିରୁନେଲଭାଲି, କନ୍ୟାକୁମାରୀ, ମଣିପୁର ଇନର୍ ମଣିପୁର ଏବଂ ଆଉଟର୍ ମଣିପୁର, ରାଜସ୍ଥାନର ବିକାନେର୍, ପଶ୍ଚିମବଙ୍ଗର କୁଚବେହାର ଏବଂ ଆଲ୍ଲିପୁରଦୁଆର ମଧ୍ୟ ପ୍ରମୁଖ ରହିଛି।

08:28 AM

Odisha News Live Updates: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଆମ୍ବନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେ ୨ କୋଟି ୫୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏହି ଦାନ ରାଶି ଗ୍ରହଣ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ,ଅଙ୍ଗବସ୍ତ୍ର ଓ ମହାପ୍ରସାଦ ଦିଆଯାଇଛି। ଅନନ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରିବା ସମୟରେ ମହାପ୍ରଭୁଙ୍କର ଚନ୍ଦନଲାଗି ନିତି ବଢୁଥିଲା। ଭିତରକାଠ ନିକଟରୁ ଚତୂର୍ଦ୍ଧାମୂର୍ତ୍ତୀଙ୍କ ବଡସିଂହାର ବେଶ ଓ ପହୁଡ ନିତି ଦର୍ଶନ କରି ସାନିଧ୍ୟ ନେଇଥିଲେ। 

 

07:43 AM

Odisha News Live Updates: ୨୯ ନକ୍ସଲ ସଫା
ଲୋକସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ହୋଇଛି ବଡ଼ଧରରଣ ନକ୍ସଲ ଅପରେସନ। କାଙ୍କେର ଜିଲ୍ଲାରେ ହୋଇଥିବା ଏନକାଉଣ୍ଟର୍‌ରେ ପ୍ରାଣ ହରାଇଛନ୍ତି ୨୯ ନକ୍ସଲ। ନିହତ ମାଓବାଦୀଙ୍କ ମଧ୍ୟରେ ରହିଛି ସଂଗଠନର ଟପ କମାଣ୍ଡର ଶଙ୍କର ରାଓ। ତା’ ମୁଣ୍ଡରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ମାଓବାଦୀଙ୍କ ମୃତଦେହଗୁଡ଼ିକ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏହା ମଧ୍ୟରେ ଏକାଧିକ ଏକେ ୪୭ ଓ ଇନସାସ ରାଇଫଲ୍‌ ରହିଛି। ନକ୍ସଲ ବିରୋଧୀ ଅପରେସନରେ ୩ ଜଣ ଯବାନ ଆହତ ହୋଇଛନ୍ତି।

07:25 AM

Odisha News Live Updates: କଂଗ୍ରେସ ସାଂସଦଙ୍କ ବିରୁଦ୍ଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ, ପ୍ରଚାରରୁ ରହିବେ ବିରତ
ବିଜେପି ସାଂସଦ ପ୍ରାର୍ଥୀ ତଥା ବରିଷ୍ଠ ଅଭିନେତ୍ରୀ ହେମା ମାଲିନୀଙ୍କ ବିରୁଦ୍ଧରେ ଅସାମ୍ବିଧାନିକ ଭାଷାରେ ଟିପ୍ପଣୀ ଦେବା ଅଭିଯୋଗରେ କଂଗ୍ରେସ ସାଂସଦ ରଣଦୀପ ସିଂହ ସୂର୍ଜେଓ୍ୱାଲାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନ। ୨୦୨୪ ନିର୍ବାଚନ ସମୟରେ କୌଣସି ସାଂସଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଏହା ହେଉଛି ପ୍ରଥମ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସେ ପ୍ରଚାର କାର୍ଯ୍ୟ କରିପାରିବେ ନାହିଁ। ପଢନ୍ତୁ ପୂରା ରିପୋର୍ଟ...

07:14 AM

Odisha News Live Updates: ୨୮ରେ ଆସିବେ ରାହୁଲ ଗାନ୍ଧି
କଂଗ୍ରେସର ଷ୍ଟାର ପ୍ରଚାରକ ତଥା କେରଳର ଓ୍ୱାଇନାଡ଼ ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରାର୍ଥୀ ହୋଇଥିବା ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ମଧୁବାବୁଙ୍କ ଜୟନ୍ତୀ ତଥା ଆସନ୍ତା ୨୮ ତାରିଖରେ ତାଙ୍କ ଗସ୍ତ ସ୍ଥିର କରାଯାଇଛି। ସେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମଭୂମି ସତ୍ୟଭାମାପୁରରେ ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‍ବୋଧନ ଦେବେ। ପଢନ୍ତୁ ପୂରା ରିପୋର୍ଟ...

07:01 AM

Odisha News Live Updates: ରାଜ୍ୟରେ କଲବଲ କରୁଛି ତାତି, ଆହୁରି ୫ ଦିନ ଜଳିବ ଓଡି଼ଶା !
ରାଜ୍ୟକୁ ପୁଣି ଫେରିଛି ତାତି। ଗତକାଲି ରେକର୍ଡ ହୋଇଥିବା ତାପମାତ୍ରା ରେକର୍ଡ଼ ଭାଙ୍ଗିଛି।  ବାରିପଦାରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ଼ ହେବା ସହ ଏହା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ୧୪ ତାରିଖ ଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୁଣି ବଢିଛି। ପଢନ୍ତୁ ପୂରା ରିପୋର୍ଟ...

07:00 AM

Odisha Daily News Live Updates: ପଢନ୍ତୁ ଆଜିର ରାଶିଫଳ
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଏପ୍ରିଲ୍ ୧୭ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରାଶିଫଳ...

06:58 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।