Odisha News Live Updates: ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement

Odisha News Live Updates: ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ତାଜା ଖବର

Odisha News Live Updates: ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା, ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog
14 April 2024
22:50 PM

ମହାଦେବଙ୍କ ଆଶୀର୍ବାଦ ନେଲେ ରଣଭୀର ଏବଂ କ୍ରିତି, କାଶୀ ବିଶ୍ୱନାଥ ମନ୍ଦିରରୁ ଫଟୋ ଭାଇରାଲ୍ 

ରଣଭୀର ସିଂ ସିନେମା ଜଗତର ଜଣାଶୁଣା ଚେହେରା । ପଦ୍ମାବତ, ରାମଲୀଲା, ଦିଲ ଧଡକନେ ଦୋ ସମେତ ଅନେକ ବଡ଼ ବଜେଟର ହିଟ୍ ଫିଲ୍ମ୍ କରିବା ପରେ ସେ ଏବେ ଡନ୍-୩ ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ଫିଲ୍ମର ସୁଟିଂ ପୂର୍ବରୁ ଅଭିନେତା ବାରଣାସୀରେ କ୍ରିତି ସାନନଙ୍କ ସହ ନଜର ଆସିଥିଲେ। ଅଧିକ ପଢ଼ନ୍ତୁ...

22:12 PM

Amarnath Yatra 2024: ୨୯ ଜୁନରୁ ଆରମ୍ଭ ଅମରନାଥ ଯାତ୍ରା, ଜାଣନ୍ତୁ ପଞ୍ଜୀକରଣ ତାରିଖ

Amarnath Yatra 2024 Start Date: ବାବା ଅମରନାଥଙ୍କ ଭକ୍ତମାନଙ୍କ ପାଇଁ ବଡ଼ ଖୁସି ଖବର ଆସିଛି । ଶ୍ରୀ ଅମରନାଥ ସାଇନ ବୋର୍ଡ ଆନୁଷ୍ଠାନିକ ଭାବେ ଯାତ୍ରା ଆରମ୍ଭ ତାରିଖ ଘୋଷଣା କରି କହିଛି ଯେ, ଚଳିବ ବର୍ଷ ଅମରନାଥ ଯାତ୍ରା ଜୁନ୍ ୨୯ ତାରିଖରୁ ଆରମ୍ଭ ହେବ । ଅଧିକ ପଢ଼ନ୍ତୁ

21:35 PM

କଂଗ୍ରେସର ୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା

ବୀରମହାରାଜପୁର- ପ୍ରଦୀପ ସେଠୀ, ସୋନପୁର- ପ୍ରିୟବ୍ରତ ସାହୁ, ଟିଟିଲାଗଡ଼- ବୀରେନ୍ଦ୍ର ବାଗ, ଖଡ଼ିଆଳ- କମଳଚରଣ ତାଣ୍ଡି, ବାଲିଗୁଡ଼ା- ଉପେନ୍ଦ୍ର ପ୍ରଧାନ, ବଡ଼ମ୍ବା- ସଞ୍ଜୟ କୁମାର ସାହୁ, ବାଙ୍କୀ- ଦେବାଶିଷ ପଟ୍ଟନାୟକ, ଆଠଗଡ଼- ମେହମୁଦ ଅହମ୍ମଦ ଖାନ୍, ଚୌଦ୍ୱାର-କଟକ - ମୀରା ମଲ୍ଲିକ, ନିଆଳୀ- ଜ୍ୟୋତିରଞ୍ଜନ ମଲ୍ଲିକ, କଟକ ସଦର - ରାମଚନ୍ଦ୍ର ଗୋଚ୍ଛାୟତ, ସାଲେପୁର - ଆକିବ ଉଜ୍ଜମାନ ଖାନ୍, ପାଟକୁରା- ରତିକାନ୍ତ କାନୁନଗୋ, ଆଳି- ଦେବସ୍ମିତା ଶର୍ମା, ପାରାଦୀପ- ନିରଞ୍ଜନ ନାୟକ, ତିର୍ତ୍ତୋଲ- ହିମାଂଶୁ ଭୂଷଣ ମଲ୍ଲିକ, ବାଲିକୁଦା-ଏରସମା - ଇଂ ନଳିନୀ ସ୍ବାଇଁ, ପୁରୀ - ସୁଜିତ ମହାପାତ୍ର, ବ୍ରହ୍ମଗିରି - ମିତ୍ରଭାନୁ ମହାପାତ୍ର, ଜୟଦେବ - ଜୟନ୍ତ କୁମାର ଭୋଇ

21:33 PM

କଂଗ୍ରେସର ୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା

ମୋରଡ଼ା- ପ୍ରଭାସ କରମହାପାତ୍ର, ଭୋଗରାଇ- ସତ୍ୟଶିବ ଦାସ, ବସ୍ତା- ବିଜନ ନାୟକ, ରେମୁଣା- ସୁଦର୍ଶନ ଜେନା, ସୋର- ସୁବ୍ରତ ଧଡ଼ା, ସିମୁଳିଆ- ହିମାଂଶୁ ଶେଖର ବେହେରା, ଭଣ୍ଡାରୀପୋଖରୀ- ନିରଞ୍ଜନ ପଟ୍ଟନାୟକ, ଭଦ୍ରକ- ଅସିତ ପଟ୍ଟନାୟକ, ବାସୁଦେବପୁର- ଅଶୋକ କୁମାର ଦାସ, ଧାମନଗର- ରଞ୍ଜନ  ମାର ବେହେରା, ଚାନ୍ଦବାଲି- ଅମୀୟ କୁମାର ମହାପାତ୍ର, ବିଞ୍ଝାରପୁର- କନକଲତା ମଲ୍ଲିକ, ବରୀ- ଆରତୀ ଦେଓ, ଧର୍ମଶାଳା- କିଷନ ପଣ୍ଡା, ଯାଜପୁର- ସୁଦୀପ କୁମାର କର, କୋରେଇ- ବନ୍ଦିତା ପରିଡ଼ା, ଢେଙ୍କାନାଳ- ସୁସ୍ମିତା ସିଂଦେଓ, ହିନ୍ଦୋଳ- ଗୋବର୍ଦ୍ଧନ ଶେଖର ନାଏକ, କାମାକ୍ଷାନଗର- ବିପ୍ରବର ସାହୁ, ପରଜଙ୍ଗ- ରଞ୍ଜିତ କୁମାର ସାହୁ, ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ, ଛେଣ୍ଡିପଦା- ନରୋତ୍ତମ ନାୟକ, ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ

21:30 PM

କଂଗ୍ରେସର ୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା

ଅତାବିରା- ଅଭିଷେକ ସେଠ, ତଳସରା- ଦେବେନ୍ଦ୍ର ଭିତରିଆ, କୁଚିଣ୍ଡା- କେଦାରନାଥ ବରିହା, ରେଙ୍ଗାଲି- ଦିଲୀପ କୁମାର ଦୁରିଆ, ସମ୍ବଲପୁର- ଦୁର୍ଗାପ୍ରସାଦ ପାଢ଼ୀ, ରେଢ଼ାଖୋଲ- ଆସଫ ଅଲ୍ଲୀ ଖାନ୍, ଦେବଗଡ଼- ସେମ୍ ହେମ୍ବ୍ରମ୍, ତେଲକୋଇ- ନିର୍ମଳ ଚନ୍ଦ୍ର ନାଏକ, ଘଷିପୁରା- ସୁବ୍ରତ ଚକ୍ର, ଆନନ୍ଦପୁର- ଜୟଦେବ ଜେନା, ପାଟଣା- ହୃଷିକେଶ ନାଏକ, କେନ୍ଦୁଝର- ପ୍ରତିଭା ମଞ୍ଜରୀ ନାୟକ, ଚମ୍ପୁଆ- ଯଶୋବନ୍ଦ ଲାଗୁରି, ଯଶିପୁର- ଶ୍ୱେତା ଛତର, ସାରସକଣା- ରାମକୁମାର ସୋରେନ, ରାଇରଙ୍ଗପୁର- ଯୋଗେନ୍ଦ୍ର ବଅଁର, ବାଙ୍ଗରିପୋଷି- ମୂରଲୀଧର ନାଏକ, କରଞ୍ଜିଆ- ଲକ୍ଷ୍ମୀଧର ସିଂ, ଉଦଳା- ଦୁର୍ଗାଚରଣ ଟୁଡୁ, ବାରିପଦା- ବାଦଲ ହେମ୍ବ୍ରମ୍

21:29 PM

କଂଗ୍ରେସର ୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା

ଏକାମ୍ର ଭୁବନେଶ୍ୱର - ପ୍ରଶାନ୍ତ କୁମାର ଚମ୍ପତି, ଜଟଣୀ - ସନ୍ତୋଷ ଜେନା, ବେଗୁନିଆ - ପୃଥ୍ବୀବଲ୍ଲଭ ପଟ୍ଟନାୟକ, ରଣପୁର- ବିଭୁପ୍ରସାଦ ମିଶ୍ର, ନୟାଗଡ଼ - ରଞ୍ଜିତ ଦାସ, କବିସୂର୍ଯ୍ୟନଗର - ବିପିନ ବିହାରୀ ସ୍ୱାଇଁ, ଖଲ୍ଲିକୋଟ - ଚିତ୍ରସେନ ବେହେରା, ଆସ୍କା - ସୁରଭି ବିଷୋୟୀ, ହିଞ୍ଜିଳି - ରଜନୀକାନ୍ତ ପାଢ଼ୀ, ବ୍ରହ୍ମପୁର - ଦୀପକ ପଟ୍ଟନାୟକ, ଦିଗପହଣ୍ଡି - ଶ୍ରୀଧର ଦେବ

21:27 PM

Congress Candidate List: ରାଜ୍ୟର ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

Congress Candidate list 2024: ବିଧାନସଭା ନିର୍ବାଚନ ପାଇଁ ରବିବାର ଦିନ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଂଗ୍ରେସ ଦଳର ଏହି ପ୍ରାର୍ଥୀ ତାଲିକା ୭୫ଟି ବିଧାନସଭା ଆସନ ପାଇଁ ପ୍ରକାଶ କରାଯାଇଛି। ୭୫ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୩ ଟି ଆସନରେ ପ୍ରାର୍ଥୀ ବଦଳାଇଛି। ଏବଂ ଆଉ ୭୨ଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିଛି। 

21:25 PM

Ration Card List 2024: କେବଳ ଏହି ଲୋକଙ୍କୁ ମିଳିବ ମାଗଣା ରାସନ

April Ration Card List 2024: ଯେଉଁମାନେ ନିଜର ନୂଆ ରାସନ କାର୍ଡ ବନେଇବାକୁ ଆବେଦନ କରିଛନ୍ତି, ସେମାନେ ବର୍ତ୍ତମାନ ଏପ୍ରିଲ୍ ରାସନ କାର୍ଡ ତାଲିକା ଯାଞ୍ଚ କରିପାରିବେ । ଯଦି ଆପଣଙ୍କ ନିକଟରେ ପୂର୍ବରୁ ରାସନ କାର୍ଡ ଅଛି ତେବେ ଆପଣ ମଧ୍ୟ ନିଶ୍ଚିତ ଭାବରେ ଏହି ତାଲିକା ଯାଞ୍ଚ କରିବା ଆବଶ୍ୟକ । ଅଧିକ ପଢ଼ନ୍ତୁ...

20:20 PM

କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଗୁଣ୍ଡାରାଜ, ଜଣେ ଆହତ

ବଲାଙ୍ଗୀର: କଣ୍ଟାବାଞ୍ଜି ରେଳ ଷ୍ଟେସନରେ ୩ ନିଶାସକ୍ତ ଯୁବକ ଘଟାଇଛନ୍ତି ତୁମୁଳ କାଣ୍ଡ । ଖଣ୍ଡା ଦେଖାଇ ଜଣେ ଦୋକାନୀଙ୍କୁ ଧମକାଇବା ସହ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ଦୋକାନୀଙ୍କୁ ବାକି ମାଗି ଜିନିଷ ନେବାକୁ ଚେଷ୍ଟା କରିବାରେ ବିଫଳ ହେବାରୁ ଷ୍ଟେଶନ ନିକଟରେ ଗଣ୍ଡଗୋଳ କରିଥିଲେ ନିଶସକ୍ତ ଯୁବକମାନେ । ଖଣ୍ଡାରେ ଦୋକାନୀଙ୍କୁ ଆହତ କରିଥିବା ନେଇ ଦୋକାନୀ ଟେକଚନ ପୁଞ୍ଜି ଜିଆରପି ନିକଟରେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ...

19:38 PM

Guru Gochar 2024: ୧୬ ଦିନ ପରେ ଗତିପଥ ବଦଳାଇବେ ବୃହସ୍ପତି, ୪ଟି ରାଶିର ବ୍ୟକ୍ତିଙ୍କ ଇଚ୍ଛା ହେବ ପୂରା

Guru Gochar 2024: ଦେବଗୁରୁ ବୃହସ୍ପତି ଧନ, ଜ୍ଞାନ ଏବଂ ବିବାହ ସମ୍ପର୍କିତ ଜିନିଷ ସହ ଜଡିତ ଥାଆନ୍ତି । ପ୍ରାୟ ଏକ ବର୍ଷ ପରେ ବ୍ରହସ୍ପତି ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ଚଳନ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷ ଖୁବ ଉପକୃତ ହେବେ । ଏଥିସହ କିଛି ରାଶିର ବ୍ୟକ୍ତିଙ୍କୁ ନକରାତ୍ମକ ଫଳ ମଧ୍ୟ ମିଳିପାରେ । ଆଜି ଆପଣଙ୍କୁ ଜଣାଇବୁ ଦେବଗୁରୁଙ୍କ ରାଶି ପରିବର୍ତ୍ତନ ପ୍ରଭାବରୁ କେଉଁ ରାଶି ଗୁଡିକ ଉପକୃତ ହେବେ । ଅଧିକ ପଢ଼ନ୍ତୁ...

18:49 PM

Ollywood News: ଲୋକାର୍ପିତ ହେଲା ଓଡ଼ିଆ ଚଳଚ୍ଚିତ୍ର "ନିର୍ଣ୍ଣୟ"ର ଅଡିଓ, ୨୬ ଏପ୍ରିଲରେ ଶୁଭମୁକ୍ତି

Ollywood News: ଶ୍ରଦ୍ଧା ସବୁରୀ ପ୍ରଡ଼କସନର ପ୍ରଥମ ଅବଦାନ ଚଳଚ୍ଚିତ୍ର "ନିର୍ଣ୍ଣୟ"ର ଅଡିଓ ଲୋକାର୍ପଣ ହୋଇଛି । ବର୍ତ୍ତମାନ ଜମାନାରେ ବିଭିନ୍ନ ମୌଳିକ କାହାଣୀକୁ ନେଇ ଚିତ୍ର ନିର୍ମାଣ ଟ୍ରେଣ୍ଡ ଚାଲିଥିବା ବେଳେ "ନିର୍ଣ୍ଣୟ" ମଧ୍ୟ ସେଇ ଧାରାରେ ନିର୍ମାଣ ହୋଇଛି । କାହାଣୀ ଏପରି, ଚାରୋଟି ମୁଖ୍ୟ ଚରିତ୍ର ଜୀବନ ବାଟରେ ଚାଲିଲା ବେଳେ, ସମୟ ସେମାନଙ୍କୁ ନେଇ ଏମିତି ମୋଡ଼ରେ ଛାଡିଛି ସମାଜ ଆଖିରେ ସେମାନେ କୋଉଠି ନା କୋଉଠି ଦୋଷୀଟିଏ ହେଇଯା'ନ୍ତି ! ଭଲ ପାଇବାକୁ ଏକ ସମ୍ପର୍କର ନାଁ ଦେବା ପାଇଁ କାହିଁକି ଦୁଇଜଣ ଅନବରତ ଚେଷ୍ଟାରେ ଥାଆନ୍ତି। ଏଇ ଚେଷ୍ଟାର ନାଁ ସମାଜ ଦୋଷ ଦେଇ ଦିଏ। ସତରେ ସେମାନେ କେତେ ଦୋଷୀ ? ଆଉ ଯଦି ବି ଦୋଷୀ, କୋଉ ନିର୍ଣ୍ଣୟ ପାଇଁ ଆଜି ଏମିତି ଦୋଛକିରେ ଠିଆ ହେଇଛନ୍ତି ?  ନିଜ ପାଇଁ ନିର୍ଣ୍ଣୟ ନେବା ଆଉ ସେଇ ନିର୍ଣ୍ଣୟରେ ନିଜକୁ ଠିଆ କରିବା କେତେ ଯୁକ୍ତିଯୁକ୍ତ ! ଏଇ ସବୁକୁ ନେଇ ଚଳଚ୍ଚିତ୍ର "ନିର୍ଣ୍ଣୟ" । ଅଧିକ ପଢ଼ନ୍ତୁ...

18:00 PM

Railway News: ଏହି ଟ୍ରେନଗୁଡିକୁ କରାଗଲା ବାତିଲ

Railway News: ସମ୍ବଲପୁର ରେଳମଣ୍ଡଳ ଅଧିନରେ ବିଭିନ୍ନ ସ୍ଥାନରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ପାଇଁ ବିଭିନ୍ନ ରୁଟରେ ରେଳ ଚଳାଚଳକୁ ବାତିଲ କରାଯାଇଛି । ଏନେଇ ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୮ଟି ଟ୍ରେନକୁ ଭିନ୍ନ ଭିନ୍ନ ଦିନରେ ବାତିଲ କରାଯାଇଛି । ଅଧିକ ପଢ଼ନ୍ତୁ...

17:20 PM

Weather Update: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Weather Update: ଓଡ଼ିଆ ନବବର୍ଷରେ ଗ୍ରୀଷ୍ଣ ପ୍ରବାହ ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ । ବର୍ତ୍ତମାନ ଅପେକ୍ଷା ଆଗକୁ ଆହୁରି ଅସହ୍ୟ ଗରମ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି । ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ଅଧିକ ଗରମ ଅନୁଭୂତ ହେବା ସହ ତାପମାତ୍ରା ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ନେଇ କୁହାଯାଇଛି । କହିବାକୁ ଗଲେ ୧୯ ଏପ୍ରିଲ ଯାଏଁ ଅସହ୍ୟ ଗରମରେ ଛଟପଟ ହେବେ ସାଧାରଣ ଜନତା । ଅଧିକ ପଢ଼ନ୍ତୁ...

16:55 PM

Odisha News Live Updates: ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କୁମାର ସାହୁ ଆଜି ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି । ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ନାମରେ ବିଶ୍ବାସଘାତକତା ଅଭିଯୋଗ ଆଣି ଦଳରୁ ଇସ୍ତଫା ଦେଲେ ବୋଲି ସୂଚନା ମିଳିଛି । ସରୋଜ ଦୀର୍ଘ ୧୦ ବର୍ଷ ହେବ ନବୀନ ବାବୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ଦଳରେ ସାମିଲ ହୋଇଥିଲେ। କିନ୍ତୁ ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ବିଶ୍ବାସଘାତ କରିଥିବା ବେଳେ ବ୍ୟବହାର କରିଥିବା କାରଣରୁ ଦଳରୁ ଇସ୍ତଫା ଦେଲେ ବୋଲି ପ୍ରକାଶ କରିଛନ୍ତି।

16:20 PM

Odisha News Live Updates: ରବିବାର ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ଦୁଇଟି ସହରର ତାପମାତ୍ରା ୩୯ ଡିଗ୍ରୀ ପାର୍ କରିଛି । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ ହୋଇଥିବା ସମୟରେ ଚାନ୍ଦବାଲିରେ ୩୯.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଝାରସୁଗୁଡାରେ   ୩୮.୮°C, ରାଉରକେଲା ୩୭.୮°C, କେନ୍ଦୁଝର ୩୭.୪°C, ସମ୍ବଲପୁର ୩୭.୨°C, ହୀରାକୁଦ ୩୭.୨°C, ବାଲେଶ୍ୱର ୩୭°C, ପାରାଦୀପ ୩୫.୫°C, ପୁରୀ ୩୪.୬°C ଏବଂ ଗୋପାଳପୁରରେ ତାପମାତ୍ରା ୩୪.୫°C ରହିଛି 

16:00 PM

Top 10 News Today: ଅପରାହ୍ନର ୧୦ଟି ବଡ଼ ଖବର ସଂକ୍ଷେପରେ ପଢ଼ିବା ପାଇଁ ଏଠାରେ କ୍ଲିକ କରନ୍ତୁ 

15:00 PM

ଚଇତି ପର୍ବ ପାଇଁ ଉଠୁଛି ପଡୁଛି ଘଟଗାଁ ଦାଣ୍ଡ, ମାଆ ତାରିଣୀଙ୍କ ପୀଠରେ ଭକ୍ତଙ୍କ ଭିଡ

କେନ୍ଦୁଝର: ପବିତ୍ର ଚଇତି ପର୍ବ ପାଇଁ ଘଟଗାଁ ମାଆ ତାରିଣୀଙ୍କ ପୀଠରେ ଆଜି ପ୍ରବଳ ଜନ ସମାଙ୍ଗମ ଦେଖିବାକୁ ମିଳିଛି । ଏପ୍ରିଲ ୯ ତାରିଖ (ମଙ୍ଗଳବାର) ଦିନରୁ ମାଆଙ୍କ ପୀଠରେ ଚଇତି ପର୍ବ ପାଳନ ହୋଇ ଆସୁଥିବା ସମୟରେ ଆଜି ତାହା ଉଦଯାପନୀ ହେବ । ତେଣୁ ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ଭଳି ପବିତ୍ର ଦିବସରେ ମାଆଙ୍କ ଦର୍ଶନ କରି ଆଶିଷ ଲଭିବାକୁ ଦୂରଦୂରାନ୍ତରୁ ଭକ୍ତମାନେ ଘଟଗାଁରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

13:40 PM

Odisha News Live Updates: ଆଜି ଭାରତୀୟ ସମ୍ବିଧାନ ର ପ୍ରଣେତା ବାବା ଭୀମ ରାଓ ଆମ୍ବେଦକର ଙ୍କର ଜୟନ୍ତୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ମୋଦୀ ପଡା ରେ ଥିବା ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ତାଙ୍କର ଆଦର୍ଶ ରେ ସମସ୍ତ ଙ୍କୁ ଅନୁପ୍ରାଣିତ ହୋଇ ଦେଶ ସେବା କରିବା ପାଇଁ କହିଛନ୍ତି । ତାଙ୍କ ସହ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ମଧ୍ୟ ଉପସ୍ଥିତ ରହି ତାଙ୍କର ବକ୍ତବ୍ୟ ରେ ଆମ୍ବେଦକର ଙ୍କର ଆଦର୍ଶ ବାବଦ ରେ କହିଥିଲେ ।

13:17 PM

Odisha News Live Updates: ପାରାଦୀପ ପ୍ରେସ ଛକ ଠାରେ ମିଡ଼ିଆ କ୍ରିକେଟ ଟିମ ପକ୍ଷରୁ ଓଡ଼ିଆ ନବ ବର୍ଷ ପାଳିତ। ମିଡିଆ କ୍ରୀକେଟ୍ ଟିମ୍ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସାଧାରଣରେ ପଣା ବଣ୍ଟନ କରିଥିବା ଦେଖିବାକୁ ମିଳିଛି। ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ଅବସରରେ ପାରାଦୀପ ମିଡ଼ିଆ କ୍ରିକେଟ ଟିମ ପକ୍ଷରୁ ବଡ଼ପଡ଼ିଆ ଥାନା ନିକଟସ୍ଥ ପ୍ରେସ ଛକ ଠାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପଣା ବଣ୍ଟନ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ପାରାଦୀପ ମିଡ଼ିଆ ସଦସ୍ୟ ଙ୍କ ଏପରି ମହତ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହିତ ପ୍ରଥମ ଓଡିଆ ନବବର୍ଷ ଉପଲକ୍ଷେ ସମସ୍ତ ଜନ ସାଧାରଣ ଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ପାରାଦୀପ ମିଡିଆ କ୍ରୀକେଟ୍ ଟିମ୍ ପକ୍ଷରୁ ଜନ ସାଧାରଣ ଙ୍କୁ ପଣାବଣ୍ଟନ କରାଯାଇଛି।

12:45 PM

Odisha News Live Updates: ରବିବାର ରାଜ୍ୟର ସକାଳ ସାଢ଼େ ୧୧ଟା ସୁଦ୍ଧା ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଛି। ରାଜଧାନୀ ଭୁବନେଶ୍ୱରରେ ଦିନ ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୩୭.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୭, ଝାରସୁଗୁଡ଼ାରେ ୩୬.୬, ବାଲେଶ୍ୱରରେ ୩୫.୮, ରାଉରକେଲାରେ ୩୫.୪ ଓ ପାରାଦୀପରେ ୩୫.୧ ଡିଗ୍ରୀ ରେକର୍ଡ କରାଯାଇଛି।

12:45 PM

Odisha News Live Updates: କାଳୁପଡା ଘାଟ ଜେଟି ନିକଟରେ ନଳ ବଣରେ ଅଗ୍ନିକାଣ୍ଡ। ନଳ ବଣରେ ଅଗ୍ନିକାଣ୍ଡ ଯୋଗୁଁ ବିପଦରେ ଜଳଜୀବଙ୍କ ଜୀବନ। ଗଣମାଧ୍ୟମରେ ଏହି ଖବର ପ୍ରସାରଣ ପରେ କାଳୁପଡାଘାଟ ଜେଟିରେ ବାଲୁଗାଁ ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ପହଞ୍ଚିଛନ୍ତି। ସେଠାରୁ ଡ଼ଙ୍ଗାରେ ଚିଲିକା ଭିତରକୁ ଯାଇ ଡ଼ିଏଫଓ ଅମ୍ଲାନ ଅନୁଧ୍ୟାନ କରୁଛନ୍ତି। ସିଡିଏ ପକ୍ଷରୁ ମୋଟର ପମ୍ପ ଦ୍ଵାରା ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ଡିଏଫଓ କହିଛନ୍ତି। ନଳବଣରେ ନିଆଁ ଲାଗିବ ଦ୍ୱାରା ବିରଳ ଫିସିଂ କ୍ୟାଟ ସହ ବହୁ ଜଳଜୀବ ବିପଦରେ ପଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅମ୍ଲାନ ନାୟକ କହିଛନ୍ତି।

 

12:30 PM

Odisha News Live Updates: ଆଜି ଭାରତୀୟ ସମ୍ବିଧାନ ର ପ୍ରଣେତା ବାବା ଭୀମ ରାଓ ଆମ୍ବେଦକର ଙ୍କର ଜୟନ୍ତୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ମୋଦୀ ପଡା ରେ ଥିବା ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ତାଙ୍କର ଆଦର୍ଶ ରେ ସମସ୍ତ ଙ୍କୁ ଅନୁପ୍ରାଣିତ ହୋଇ ଦେଶ ସେବା କରିବା ପାଇଁ କହିଛନ୍ତି । ତାଙ୍କ ସହ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ମଧ୍ୟ ଉପସ୍ଥିତ ରହି ତାଙ୍କର ବକ୍ତବ୍ୟ ରେ ଆମ୍ବେଦକର ଙ୍କର ଆଦର୍ଶ ବାବଦ ରେ କହିଥିଲେ ।

 

12:15 PM

Odisha News Live Updates: ସମ୍ବଲପୁର ରେ ଓଡିଶା ଅଗ୍ନିଶମ ସହୀଦ ସପ୍ତାହ ପାଳନ । ଅଗ୍ନିଶମ ବିଭାଗ ତରଫରୁ ସମ୍ବଲପୁର ରିଜର୍ଭ ପୋଲିସ ଲାଇନ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଧାରଣ ନାଗରିକ ଙ୍କୁ ଫାୟାର ସେଫଟି କିଭଳି ଆହୁରି ସଚେତନ ହୋଇ ଜାଗାରୁକ ହେବେ ସେ ଦିଗରେ ସମସ୍ତଙ୍କୁ ସଚେତନତା କରାଯାଇଥିଲା । ମୁଖ୍ୟ ଅତିଥିଭାବେ ଉତ୍ତରାଞ୍ଚଳ IG ହିମାଂଶୁ ଲାଲ ଯୋଗ ଦେଇ ଏହି ଦିବସ ର ମହତ୍ୱ ଉପରେ ଆଲୋକପାତ କରିଥିଲେ ।

 

12:00 PM

Odisha News Live Updates: ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାରେ ପ୍ରଶାସନ ଫେଲ ମାରିବା ପରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପଣା ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ ୨ ଜଣ ପ୍ରତିହାରୀ ସେବକ ଶ୍ରୀମନ୍ଦିର ସିଂହଦ୍ବାରଠାରେ ନିୟୋଜିତ ହେବେ ବୋଲି ପ୍ରତିହାରୀ ନିଯୋଗ ନିଷ୍ପତ୍ତି ନେଇଛି ।

11:30 AM

Odisha News Live Updates: ‘ସଂକଳ୍ପ ପତ୍ର’ ନାଁରେ ଦଳର ଇସ୍ତାହାର ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ଲୋକସଭା ନିର୍ବାଚନ ପାଇଁ ରବିବାର ବିଜେପି ମୁଖ୍ୟାଳୟରେ ‘ସଂକଳ୍ପ ପତ୍ର’ ନାଁରେ ଦଳର ଇସ୍ତାହାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 'ମୋଦି କୀ ଗ୍ୟାରେଣ୍ଟି ୨୦୨୪' ନାଁରେ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଥିବା ବେଳେ ଏଥର ଦେଶର ଯୁବଗୋଷ୍ଠୀ, ମହିଳା ବିଶେଷ କରି ଗରୀବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଖାସ୍ ଘୋଷଣା କରିଛନ୍ତି । 

11:15 AM

Odisha News Live Updates: ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ଯର କୋଣ ଅନୁକୋଣରୁ ଶହଶହ ଗୋପାଳଭକ୍ତ ଏକମାସ ବ୍ରତ ରଖି ବିଭିନ୍ନ ନଦୀ ଓ ଜଳାଶୟରୁ ପିତଳ କଳସରେ ଜଳ ନେଇ ଚାଲିଚାଲି ଆସି ସେବାୟତଙ୍କ ଦ୍ବାରା ଜଳଲାଗି କରୁଛନ୍ତି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି। ଅନ୍ଯପଟେ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ପଣାଭୋଗ, ଜଳାଭିଷେକ ନୀତି ସରିବା ପରେ ନବବସ୍ତ୍ର ଓ ଫୁଲଚନ୍ଦନ ଲାଗି କରାଯାଇ ବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ଯଭୋଗ ଲାଗି କରାଯାଇଥିଲା। ପରେ ଗୋପାଳଭକ୍ତମାନେ ଧାଡିରେ ଯାଇ ସେବାୟତଙ୍କ ଦ୍ବାରା ଜଳଲାଗି କରିଥିଲେ। ଏହି ଶୀତଳ ଉପଚାର ନୀତି ଏକମାସ ଧରି ପୀଠରେ ଅନୁଷ୍ଠିତ ହେବ। ପ୍ରତି ସୋମବାର ସହସ୍ରାଧିକ ଗୋପାଳଭକ୍ତ ଜଳାଭିଷେକ କରିବା ସହ ମାନସିକଧାରୀ ଭକ୍ତ ବାବାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ।

11:15 AM

Odisha News Live Updates: ଆଜି ମହାବିଷୁବ ବା ପଣା ସଂକ୍ରାନ୍ତି। ଏନେଇ କେନ୍ଦୁଝର ଘଟଗାଁ ତାରିଣୀ ପୀଠରେ ଭୋର ଭୋର ଭିଡ଼ ଦେଖିବାକୁ ମିଳିଛି । ଗତ ମଙ୍ଗଳବାରଠାରୁ ୬ ଦିନ ଧରି ମା’ ତାରିଣୀଙ୍କ ଚଇତି ପର୍ବ ପାଳିତ ହେଉଥିବା ବେଳେ ଆଜି ଏହାର ଉଦଯାପନୀ ଉତ୍ସବ । ଆଜି ଭୋର ୫ଟାରୁ ମା’ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

11:00 AM

Odisha News Live Updates: ରୋହିତ ପୂଜାରୀ ବିଜେଡି ତରଫରୁ ରେଢ଼ାଖୋଲ ବିଧାୟକ ଟିକେଟ ପାଇଲା ପରେ ଶନିବାର ସନ୍ଧ୍ୟାରେ ମା ସମଲେଶ୍ୱରୀ ଙ୍କର ଦର୍ଶନ କରି ଆଶୀର୍ବାଦ ଲାଭ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସମସ୍ତ ଜନତାଙ୍କ ର ଆଶୀର୍ବାଦ କାମନା କରିଛନ୍ତି । ଏଥର ସମ୍ବଲପୁର ସଂସଦୀୟ କ୍ଷେତ୍ର ସହ ସାତଟି ବିଧାନସଭା ସିଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଦେବେ ବୋଲି କହିଛନ୍ତି| ସେ ଏବେ ସମ୍ବଲପୁର ଜିଲ୍ଲା ବିଜେଡି ର ସଭାପତି ରହିଥିବା ବେଳେ ତାଙ୍କର ମଧ୍ୟ ଅନେକ ଦାୟିତ୍ୱ ରହିଛି ବୋଲି କହିଛନ୍ତି |

 

10:45 AM

Odisha News Live Updates:ପଣା ସଂକ୍ରାନ୍ତି ଅବସରରେ ଘଟଗାଁ ତାରିଣୀ ପୀଠରେ ଭକ୍ତଙ୍କ ଭିଡ଼

ପଣା ସଂକ୍ରାନ୍ତି ପାଇଁ କେନ୍ଦୁଝର ଘଟଗାଁ ତାରିଣୀ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଗତ ମଙ୍ଗଳବାରଠାରୁ ୬ ଦିନ ଧରି ମା’ ତାରିଣୀଙ୍କ ଚଇତି ପର୍ବ ପାଳିତ ହେଉଥିବା ବେଳେ ଆଜି ଏହାର ଉଦଯାପନୀ ଉତ୍ସବ । ଆଜି ଭୋର ୫ଟାରୁ ମା’ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପୋଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

10:30 AM

Odisha News Live Updates: ସ୍ବାମୀ ଓ ସ୍ତ୍ରୀ ଉଭୟ ସରକାରୀ ଚାକିରିଆ ହୋଇଥିଲେ ନିର୍ବାଚନ ଡ୍ୟୁଟିରେ ଜଣେ ନିୟୋଜିତ ହେବେ। ଫଳରେ ଅନ୍ୟ ଜଣଙ୍କୁ ଏଥିରୁ ମିଳିବ ମୁକ୍ତି। ତେବେ କାହାକୁ ମୁକ୍ତି ମିଳିବ ଓ କିଏ ଡ୍ୟୁଟି କରିବ ସେନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ନିଷ୍ପତ୍ତି ନେବେ। ଏନେଇ ଉତ୍ତରପ୍ରଦେଶ ନିର୍ବାଚନ ଆୟୋଗ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

10:15 AM

Odisha News Live Updates: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ। ଏହି ଅବସରରେ ଆକର୍ଷଣୀୟ ବାଲୁକାକୃତି ଜରିଆରେ ଓଡିଶାବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଗଢିଥିବା ସୁନ୍ଦର ବାଲୁକାକୃତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସହ ପଣା ଆଦି ନୈବେଦ୍ୟ ଅର୍ପଣରର ଦୃଶ୍ଯକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଛନ୍ତି। ଏଥିସହିତ ବାଲୁକାକୃତିରେ ପ୍ରତି ଓଡିଆଙ୍କ ଘରେ ବାଉଁଶରେ ଠେକି ବନ୍ଧା ପରମ୍ପରାର ଦୃଶ୍ୟ ମଧ୍ୟ ବେଶ୍ ଆକୃଷ୍ଟ କରିଛି।

 

10:00 AM

Odisha News Live Updates: ସବୁଠି ଭବ୍ୟ ସ୍ୱାଗତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଳା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥି ଭାବେ ବିଧାୟକ ତଥା ବିଜେଡି ଜିଲ୍ଳା ସଭାପତି ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଛନ୍ତି। ପ୍ରାର୍ଥୀ ହେବା ପରେ ଶନିବାର ସମ୍ବଲପୁର ଜିଲ୍ଳାକୁ ରୋହିତ ଫେରିଥିଲେ। ଫେରିବା ବାଟରେ ରେଢ଼ାଖୋଲ ଠାରୁ ଆରମ୍ଭ କରି ସମ୍ବଲପୁର ସହର ପର୍ଯ୍ୟନ୍ତ ବିଭିନ୍ନ ଛକରେ ବିଧାୟକ ରୋହିତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ବବି ଦାସ ଜିନ୍ଦାବାଦ, ରୋହିତ ପୂଜାରୀ ଜିନ୍ଦାବାଦ ନାରା ଦେଇ ଥିଲେ ରୋହିତ ସମର୍ଥକ ଓ ଦଳୀୟ କର୍ମକର୍ତ୍ତା। ଲୋକମାନଙ୍କ ଭଲ ପାଇବା ସହ ବିଜେଡି ଦଳୀୟ ପ୍ରାର୍ଥି ରୋହିତଙ୍କ ପ୍ରତି ଅପୂର୍ବ ଉତ୍ସାହ ଦେଖା ଯାଇଥିଲା। 

 

09:15 AM

 Odisha News Live Updates: ପାଖେଇ ଆସୁଛି ନିର୍ବାଚନ। ଲୋକସଭା ନିର୍ବାଚନ ପାଇଁ ଆଜି ଆସିବ ବିଜେପିର ସଂକଳ୍ପ ପତ୍ର ।   ବିକଶିତ ଭାରତ ଗଠନ ନେଇ ଇସ୍ତାହାରରେ ବଡ଼ ଘୋଷଣା କରିପାରେ ବିଜେପି । ଗରିବ, କୃଷକ, ଯୁବକ, ଛାତ୍ରଛାତ୍ରୀ ଓ ମହିଳାଙ୍କ ଉପରେ ରହିବ ଫୋକସ । ବିଜେପିର ଏହି ସଂକଳ୍ପ ପତ୍ରରେ କ’ଣ ରହିଛି ତା ଉପରେ ଦେଶବାସୀଙ୍କ ନଜର ରହିଛି ।

 

09:00 AM

 ଭୁବନେଶ୍ବରରେ ଖସିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆଜିର ନୂଆ ରେଟ୍

Odisha News Live Updates: ଏପ୍ରିଲ ୧୪ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ରବିବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି। କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ :  ଭୁବନେଶ୍ବରରେ ଖସିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆଜିର ନୂଆ ରେଟ୍

 

 

08:45 AM

Odisha News Live Updates: ପ୍ରାୟ ଦୁଇ ଦଶନ୍ଧି ଧରି ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା ବିବାଦ ଉଗ୍ର ରୂପ ନେଇଛି। ଶନିବାର ବିଳମ୍ବିତ ରାତିରେ ଇରାନ ପକ୍ଷରୁ ଇସ୍ରାଏଲକୁ ଲକ୍ଷ୍ୟ କରି ଡ୍ରୋନ୍ ଓ ମିଶାଇଲ ମାଡ଼ ହୋଇଛି । ଏନେଇ ଇରାନର ଷ୍ଟେଟ ଟିଭି ପକ୍ଷରୁ ଏହି ସୂଚନା ମିଳିଛି । ଇସ୍ରାଏଲ ଉପରେ ହମଲା କରିବାକୁ ଯୋଜନା କରୁଥିବା ଇରାନ୍ ଗତକାଲି ଇସ୍ରାଏଲର ଗୋଟିଏ ପଣ୍ୟବାହୀ ଜାହାଜ MCS ଏରିଜକୁ ୟୁଏଇ ଉପକୂଳରେ ଜବତ କରି ନେଇଥିବା ଜଣାଯାଇଛି। ଉକ୍ତ ଜାହାଜରେ ଅତି କମରେ ୧୭ ଭାରତୀୟ ଥିବା ଜଣାପଡ଼ିଛି ।

08:42 AM

Odisha News Live Updates: ପଣାସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ପଣାସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଶ୍ରୀକ୍ଷେତ୍ରରେ ବିଭିନ୍ନ ଜାଗା ଆଖଡ଼ା ମାନଙ୍କରେ ପୂଜା ପାଠ କରାଯିବାର ଵିଧି ରହିଛି l ଜାଗା ଅଖାଡାରେ ନୂଆ କୌପନି ପରିଧାନ କରି ମହାବୀରଙ୍କ ପୂଜା କରିବା ସହ କୁସ୍ତି ଓ ମଲ୍ଲ ଯୋଦ୍ଧା ଅଭ୍ୟାସ କରିଥାନ୍ତି । ସେହିପରି ଶ୍ରୀମନ୍ଦିରରୁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମହାବୀର ମନ୍ଦିରକୁ ଆଜ୍ଞାମାଳ ବିଜେର ପରମ୍ପରା ରହିଥିବାବେଳେ ନୂତନ ଓଡ଼ିଆ କ୍ୟାଲେଣ୍ଡର ସହିତ ନୂତନ ପାଞ୍ଜି ପ୍ରଚଳନ ଆରମ୍ଭ ମଧ୍ୟ ହୋଇଥାଏ ।

08:28 AM

Odisha News Live Updates: ସଲମାନ୍ ଖାନ୍‌ଙ୍କ ଘର ବାହାରେ ଫୁଟିଲା ଗୁଳି

 ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ଙ୍କ ଘର ବାହାରେ ଫୁଟିଲା ଗୁଳି। ରବିବାର ଭୋର ପ୍ରାୟ ୫ଟା ବେଳେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଅଭିନେତାଙ୍କ ଘର ବାହାରେ ପ୍ରାୟ ୩ ରାଉଣ୍ଡ ଗୁଳି ଫୁଟିଥିବା ସୂଚନା ମିଳିଛି। ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗୁଳି ଚଳାଇଥିବା ଜଣାପଡ଼ିଛି। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

08:15 AM

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର:ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

07:59 AM

Odisha News Live Updates: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । ଚାହୁଁଚାହୁ ଚାଲିଗଲା ୫ ନିରିହ ଜୀବନ। ଏହି ଦୁର୍ଘଟଣାରେ  ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।  କାରଟି ଭାରାସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି । ଜମ୍ମୁ କାଶ୍ମୀରର ଦୋହା ଜିଲ୍ଲାରେ ଏହି ଦୁର୍ଘଟଣା ଘଟଛି। ପୋଲିସ୍ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଚଳାଇଛି। 

 

07:35 AM

Odisha News Live Updates: ନିର୍ବାଚନୀ ପ୍ରଚାର ବେଳେ ଜଗନମୋହନ ରେଡ୍ଡୀଙ୍କୁ ଆକ୍ରମଣ

ଶନିବାର ରାତିରେ ନିର୍ବାଚନୀ ପ୍ରଚାର ବେଳେ ଆକ୍ରମଣର ଶିକାର ହେଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ଏଥିରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପଛରେ ତେଲଗୁ ଦେଶମ ପାର୍ଟି କର୍ମୀ ସମ୍ପୃକ୍ତ ଥିବା YSRCP ପକ୍ଷରୁ ଅଭିଯୋଗ ହୋଇଛି। ତେବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

07:27 AM

Odisha News Live Updates: ଦୁର୍ଘଟଣାଗ୍ରସ୍ତ ହେଲା ବସ, ୧୫ ଯାତ୍ରୀ ଗୁରୁତର

ବରଗଡ଼ ପଦ୍ମପୁର ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବସରେ ଥିବା ଯାତ୍ରୀ ମାନେ ପୁରୀରୁ ଦର୍ଶନ ସାରି ଛତିଶଗଡ଼ ବରୋଦା ଫେରିବା ନେଇ କାର୍ଯ୍ୟକ୍ରମ ରହିଥିଲା ।

07:15 AM

Odisha News Live Updates: ରାଜ୍ୟକୁ ପୁଣି ଫେରିଛି ତାତି। ଲଗାତର ୪ ଦିନ ଥଣ୍ତା ପାଗ ରହିବା ପରେ ଶନିବାର ଠାରୁ ରାଜ୍ୟରେ ତାତି ସାମାନ୍ୟ ବୃଦ୍ଧି ପାଇଛି।  ୪ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ରବିବାର ଠାରୁ ରାଜ୍ୟରେ ପାରଦ ୫ ରୁ ଆହୁରି ୪ ରୁ ୬ ଡିଗ୍ରୀ ବଢିବ। ୪ ରୁ ୫ ଦିନ ମଧ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ନେଇ ଆଞ୍ଚଳିକ ପଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। ଶନିବାର ପାରଳାଖେମୁଣ୍ତିରେ ସର୍ବାଧିକ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ଚାନ୍ଦବାଲି ୩୮.୬, ଭୁବନେଶ୍ବରରେ ୩୮.୪ ଓ ନୟାଗ଼ଡରେ ପାରଦ ୩୮ ଡିଗ୍ରୀ ରେକର୍ଡ଼ ହୋଇଛି। 

ଲିଙ୍କରେ କ୍ଲିକ୍ କରି ଖବର ପଢନ୍ତୁ : Weather Update: ପୁଣି କଲବଲ କରିବ ତାତି, ଆଜି ଏହି ସବୁ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଜାରି

 

 

06:58 AM

Odisha News Live Updates: ଆଜି ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଇଥାଏ । ଆଜିଠାରୁ ନୂତନ ଓଡ଼ିଆ ପାଞ୍ଜି ମଧ୍ୟ ଆରମ୍ଭ ହୋଇଥାଏ । ପୃଥିବୀର କ୍ରାନ୍ତ ପଥକୁ ୧୨ ଭାଗ, ୧୨ ମାସ ଓ ୧୨ଟି ରାଶିରେ ବିଭକ୍ତ କରାଯାଇଛି । ତେଣୁ ରାଶି ଚକ୍ରର ପ୍ରଥମ ରାଶି ମେଷ ହୋଇଥିବାରୁ ମେଷ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଇଥାଏ ।

ଲିଙ୍କରେ କ୍ଲିକ୍ କରି ଅଧିକ ଖବର ପଢନ୍ତୁ : Pana Sankranti 2024: ଆଜି ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ, ଜାଣନ୍ତୁ ଏହି ଦିନର ବିଶେଷତ୍ୱ

02:00 AM

Odisha News Live Updates: ଭଦ୍ରକ ଯଶଟିକିରି ଛକ ନିକଟ ଏନ୍ଏଚ୍ ୧୬ରେ ଡିଭାଇଡରରେ ପିଟି ହେଲା କାର୍। ଏହି ଭୟଙ୍କର ଦୁର୍ଘଟଣାରେ ବାପ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଉଛନ୍ତି ମୃତ ବ୍ୟକ୍ତିଙ୍କ ପତ୍ନୀ ଓ ମାଆ ଓ ଡ୍ରାଇଭର ଅଟନ୍ତି । ମୃତାହତମାନେ ଖଡ଼ଗପୁରରୁ ଫେରୁଥିଲେ ବୋଲି ଜଣାପଡ଼ିଛି।