Odisha Daily News Live: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
Advertisement
Article Detail0/zeeodisha/odisha2252801

Odisha Daily News Live: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

18 May 2024
22:06 PM

IPL 2024 RCB vs CSK: ଏକ ଡୁ କିମ୍ବା ଡାଏ ମ୍ୟାଚ୍‌ରେ ଟସ୍‌ ହରାଇବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୪ ୱିକେଟ୍ ହରାଇ ୨୧୮ ରନ୍ ସଂଗ୍ରହ କରିଛି। ଆରସିବି ବର୍ତ୍ତମାନ ପ୍ଲେ ଅଫ୍ ରେ ପହଞ୍ଚିବା ପାଇଁ ଚେନ୍ନାଇକୁ ୨୦୦ ରନ୍ ମଧ୍ୟରେ ସୀମିତ ରଖିବାକୁ ପଡିବ।

 

21:39 PM

RCB vs CSK Live: ବେଙ୍ଗାଲୁରୁରେ ବର୍ଷା ବନ୍ଦ ହୋଇଯାଇଛି ଓ ମ୍ୟାଚ୍ ପୁଣି ଆରମ୍ଭ ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ କିଛି ସମୟ ପରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ତେବେ ମ୍ୟାଚ୍ ପୁନଃ ଆରମ୍ଭ ହେବା ପରେ ସ୍ପିନରମାନଙ୍କୁ ବହୁତ ସାହାଯ୍ୟ ମିଳୁଛି।

20:00 PM

RCB vs CSK Live Weather: ବର୍ଷା କାରଣରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଚେନ୍ନାଇ ସୁପର କିଙ୍ଗ୍ସ ମ୍ୟାଚ୍ ବନ୍ଦ ହୋଇଯାଇଛି। ଟସ୍ ଜିତିବା ପରେ ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ଏକ ଭଲ ଆରମ୍ଭ କରିଥିଲା। ଦଳ ୩ ଓଭରରେ ୩୧ ରନ୍ ସଂଗ୍ରହ କରିଛି।

17:36 PM

Swati Maliwal Assault Case: ସ୍ବାତୀ ମାଲିୱାଲ ମାମଲାରେ ବିଭବ କୁମାରଙ୍କ ଜାମିନ ଆବେଦନ ଉପରେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଦାଲତ କହିଛନ୍ତି ଯେ ଅତିରିକ୍ତ ପବ୍ଲିକ୍ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ବିଭବ କୁମାରଙ୍କୁ ଗିରଫ କରାଯାଇଛି। ବିଭବଙ୍କୁ ଅପରାହ୍ନ ୪.୧୫ ରେ ଗିରଫ କରାଯାଇଥିଲା। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଛି, ତେଣୁ ଏହାର ଶୁଣାଣି କରିବାର କୌଣସି ଯଥାର୍ଥତା ନାହିଁ। କୋର୍ଟ କହିଛନ୍ତି ଯେ ଏହି ଆବେଦନ ପ୍ରଭାବହୀନ ହୋଇଛି।

16:19 PM

Brij Bhushan Sharan Singh News: କେସିଆରଗଞ୍ଜର ଲୋକସଭା ସଦସ୍ୟ ତଥା ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂ ନିର୍ବାଚନ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ କଥାବାର୍ତ୍ତା କରୁଥିବାବେଳେ ସେ ଏହା ଘୋଷଣା କରିଛନ୍ତି।

14:11 PM

Odisha News Live Updates: ନିର୍ବାଚନ ସମୟରେ ସଂଗ୍ରହ ହୋଇଛି ୪ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା
ସାଧାରଣ ନିର୍ବାଚନ ୨୦୨୪ ଘୋଷଣା ପରଠାରୁ, ୨୦୨୪ ମେ ୧୫ ସୁଦ୍ଧା cVIGIL ଆପ୍ ମାଧ୍ୟମରେ ୪.୨୪ ଲକ୍ଷରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି। ମିଳିଥିବା ୪,୨୩,୯୦୮ଟି ଅଭିଯୋଗର ସମାଧାନ ହୋଇସାରିଛି ଏବଂ ଅବଶିଷ୍ଟ ୪୦୯ଟି ମାମଲା ଚାଲିଛି। ପ୍ରାୟ ୮୯% ଅଭିଯୋଗଗୁଡିକ ୧୦୦ ମିନିଟର ସମୟସୀମା ମଧ୍ୟରେ ସମାଧାନ ହେଲା: ECI

14:10 PM

Odisha News Live Updates: ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ
ଚଳିତ ଆଇପିଏଲ୍‌ର ଏକ ଗୁରୁତ୍ବହୀନ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଆଉ ଏକ ପରାଜୟ ବରଣ କରିଛି। ନିଜ ନିଜର ଅନ୍ତିମ ଲିଗ୍ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ୧୮ ରନ୍‌ରେ ହରାଇ ଦେଇଛି। ଉଭୟ ଦଳ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିସାରିଥିବାରୁ କେବଳ ସମ୍ମାନ ପାଇଁ ଖେଳିଥିଲେ। ଘରୋଇ ମାଟିରେ କିନ୍ତୁ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସାନ୍ତ୍ବନାମୂଳକ ବିଜୟଟିଏ ବି ପାଇପାରି ନଥିଲା। ଏଭଳି ଖରାପ ପ୍ରଦର୍ଶନ ସହ ସ୍ଲୋ ଓଭର ରେଟ୍ ପାଇଁ ଏବେ ହାର୍ଦ୍ଦିକଙ୍କୁ ଦଣ୍ଡ ମିଳିଛି।

14:09 PM

Odisha News Live Updates: ୨୧ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
 ଆସନ୍ତା ୨୧ ତାରିଖରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଏହି ଓଡ଼ିଶା ଗସ୍ତ ସମୟରେ ୪ଟି ନିର୍ବାଚନୀ ସଭାରେ ଯୋଗ ଦେବେ ଅମିତ ଶାହ। କେନ୍ଦ୍ର ଗୃହମନ୍ତ୍ରୀ ସକାଳେ ପ୍ରଥମେ ସମ୍ବଲପୁରରେ ନିର୍ବାଚନ ପ୍ରଚାର କରିବେ। ଏହାପରେ ସେ କେନ୍ଦୁଝର, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଓ ନୟାଗଡ଼ରେ  ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

11:40 AM

Odisha News Live Updates: ୨୦ରେ ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ
ଆସନ୍ତା ୨୦ ତାରିଖରେ ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ସୁନ୍ଦରଗଡ଼ ଜିଲ୍ଲାର ସାତ ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ମତଦାନ ହେବାକୁ ଯାଉଛି। ଆଜି ରାଉରକେଲା, ବୀରମିତ୍ରପୁର, ରଘୁନାଥପାଲି, ବଣାଇ, ରାଜଗାଙ୍ଗପୁର, ତଳସାରା ଓ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ହୋଇଥିବା ମତଦାନ କେନ୍ଦ୍ରକୁ ବାହାରିଛନ୍ତି ପୋଲିଂ ଟିମ୍। ମତଦାନ ପାଇଁ ଆବଶ୍ୟକ ସାମଗ୍ରୀ ଓ ଇଭିଏମ ଧରି ମତଦାନ କେନ୍ଦ୍ର ଅଭିମୁଖେ ବାହାରିଛନ୍ତି।

11:39 AM

Odisha News LIve Updates: ଅଂଶୁଘାତରେ ଚାଲିଗଲା ଟ୍ରଲି ଚାଳକଙ୍କ ଜୀବନ
ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ ତଳଗଡ଼ ପଞ୍ଚାୟତ ନୂଆଗଡ଼ ଗ୍ରାମର ଜଣେ ଟ୍ରଲି ଚାଳକଙ୍କ ଶୁକ୍ରବାର ଅଂଶୁଘାତରେ ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ବଇନ ପାତ୍ର (୫୫)। ସେ ଟ୍ରଲି ଚଳାଇ ପରିବାର ପ୍ରତିପୋଷଣ କରନ୍ତି। ରଗଡ଼ି ଅଞ୍ଚଳରେ ଥିବା ଏକ ହୋଟେଲରେ କୋଇଲା ଦେଇ ଫେରୁଥିବାବେଳେ ବନ୍ଦିଛକ ନିକଟରେ ଅସୁସ୍ଥ ହୋଇ ସେହିଠାରେ ଟଳି ପଡ଼ିଥିଲେ।

10:16 AM

Odisha News Live Updates: ଛତିଶଗଡ଼ ପୁଲିସକୁ ପୁଣି ସଫଳତା: ଏନକାଉଣ୍ଟରରେ ନକ୍ସଲ ନିହତ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୁଲିସକୁ ମିଳିଛି ପୁଣି ସଫଳତା। ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ ଚୌହାନଙ୍କ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଓ ଡିଆରଜି ଯବାନ ଟେଟରାଇ ଟୋଲନଇ ଜଙ୍ଗଳରେ ଚଢ଼ାଉ କରିଥିଲେ।

08:47 AM

Odisha Daily News Live: ଏ-ମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଲିଭିଗଲା ୮ ଜୀବନ ଦୀପ। ଏକ ଚଳନ୍ତା ବସ୍ ରେ ନିଆଁ ଲାଗିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ୨୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି। ହରିୟାଣାର ନୁହରେ ଏଭଳି ଛାତିଥରା ଦୁର୍ଘଟଣା ଘଟିଛି । 

08:35 AM

Odisha News Live Update: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚି ଯାଞ୍ଚ କଲା ଫରେନସିକ୍ ଟିମ୍
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ସ୍ୱାତୀ ମାଲିୱାଲଙ୍କୁ ଆକ୍ରମଣ କରାଯିବା ଦିନ ତାଙ୍କ ବାସଭବନରେ ଏକ ମୋବାଇଲ୍ ଫୋନ୍ ଭିଡିଓ ଭାଇରାଲ ହେଉଛି । ଏହାପରେ ଆପ୍ ରାଜ୍ୟସଭା ସାଂସଦ ଏବଂ ତାଙ୍କ ଦଳ ମଧ୍ୟରେ ଜୋରଦାର ବୟାନବାଜି ଆରମ୍ଭ ହୋଇଛି। ମାଲିୱାଲ କହିଛନ୍ତି ଯେ ନିଜକୁ ବଞ୍ଚାଇବା ପାଇଁ ଏହି ଭିଡିଓକୁ କେଜ୍ରିୱାଲଙ୍କ ଦ୍ୱାରା ଭାଇରାଲ କରାଯାଇଛି । ତେବେ ସେ ପରୋକ୍ଷରେ କେଜ୍ରିୱାଲଙ୍କୁ ଇଙ୍ଗିତ କରିଛନ୍ତି ।

08:25 AM

Odisha News Live Updates: ଧର୍ମଗଡ଼ ବସଷ୍ଟାଣ୍ଡ ନିକଟରେ ଦୁର୍ଘଟଣା
ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବସଷ୍ଟାଣ୍ଡ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ଗାଈପଲ ଯାଉଥିବା ବେଳେ ସେମାନଙ୍କୁ ରକ୍ଷା କରିବାକୁ ଯାଇ ଏକ ଗାଡ଼ି ଦୋକାନର ସଟରରେ ଜୋରରେ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଏକ ଗାଈର ମୃତ୍ୟୁ ହୋଇଥିଲା। ଏଣେ ସ୍କର୍ପିଓଟି ଭାଙ୍ଗି ଚୁରମାର ହୋଇଯାଇଥିଲା। ତେବେ ଚାଳକ ବା ଗାଡ଼ିରେ ଥିବା ଅନ୍ୟ କାହାର କିଛି କ୍ଷତି ହୋଇନଥିବା ଜଣାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

08:23 AM

Odisha News Live Updates: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ସରିବ ପ୍ରଚାର
ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ସରୁଛି ପ୍ରଚାର । ଶେଷଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଦୀପ ପୁରୋହିତ, ସଙ୍ଗୀତା ସିଂଦେଓ, ଜୁଏଲ ଓରାମ, ଅଚ୍ୟୁତ ସାମନ୍ତ, ବିକ୍ରମ କେଶରୀ ଆରୁଖ, ସୁଶାନ୍ତ ସିଂ, କଳିକେଶ ସିଂଦେଓ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରଦୀପ ଅମାତଙ୍କ ଭଳି ହେଭିୱେଟ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୫ ସଂସଦୀୟ କ୍ଷେତ୍ର ଏବଂ ତତ୍‌ଅଧୀନରେ ଆସୁଥିବା ୩୫ ଆସନରେ ମତଦାନ ହେବ।

08:17 AM

Today Horoscope: ବଡ଼ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଏହି ୬ ରାଶି! ଜାଣନ୍ତୁ ଆଜି କେମିତି କଟିବ ଆଜିର ଦିନ..
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

08:16 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।