ଆଲର୍ଟ ହେଲା LIC! ଆଦାନୀ ଗ୍ରୁପ ଉପରେ ନେବ ଆକ୍ସନ, ଜାଣନ୍ତୁ କ'ଣ ରହିଛି ଏହାର ପ୍ଲାନ୍
Advertisement

ଆଲର୍ଟ ହେଲା LIC! ଆଦାନୀ ଗ୍ରୁପ ଉପରେ ନେବ ଆକ୍ସନ, ଜାଣନ୍ତୁ କ'ଣ ରହିଛି ଏହାର ପ୍ଲାନ୍

LIC On Adani Group: ଗୌତମ ଆଦାନୀ ଗ୍ରୁପରେ LIC ମୋଟ ୩୦,୧୨୭ କୋଟି ଟଙ୍କା ନେବେଶ କରିଛି । ଆଦାନୀ ଗ୍ରୁପର ସେୟାର କିଣି ବୀମା କମ୍ପାନୀ କ୍ଷତିରେ ନାହିଁ । ଏହାର ବର୍ତ୍ତମାନ ସ୍ଥିତି ୨୬,୦୦୦ କୋଟି ଟଙ୍କା ଲାଭ ସ୍ଥିତିରେ ଅଛି । LIC ର ପୁଞ୍ଜି ନିବେଶର ମୋଟ ମୂଲ୍ୟ ୫୬,୧୪୨ କୋଟି ଟଙ୍କା ।

ସାଙ୍କେତିକ ଛବି

LIC On Adani Group: ଆମେରିକୀୟ ରିସର୍ଚ୍ଚ ସଂସ୍ଥା ହିନ୍ଦେନବର୍ଗର ଏକ ରିପୋର୍ଟ (Hindenburg report) ଆଦାନୀ ଗ୍ରୁପର (Adani Group) ସମସ୍ୟାକୁ ବଢ଼ାଇ ଚାଲିଛି । ଗୌତମ ଆଦାନୀ (Gautam Adan) ଗୋଟିଏ ପରେ ଗୋଟିଏ ଅନେକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେ ବିଶ୍ୱର ଶ୍ରେଷ୍ଠ -୧୦ ଧନୀ ତାଲିକାରୁ ମଧ୍ୟ ତଳକୁ ଖସି ଆସିଛନ୍ତି । ବର୍ତ୍ତମାନ ତାଙ୍କ ପାଇଁ ଆଉ ଏକ ଖରାପ ଖବର ଅଛି । ଭାରତର ବୃହତ୍ତମ ଜୀବନ ବୀମା ନିଗମର (Life Insurance Corporation) ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗୌତମ ଆଦାନୀ ଗ୍ରୁପକୁ ବର୍ତ୍ତମାନ ହିନ୍ଦନବର୍ଗ ରିପୋର୍ଟ ଉପରେ ଏକ ସ୍ପଷ୍ଟୀକରଣ ଦେବାକୁ ପଡିବ । ବୀମା କମ୍ପାନୀ ଗତ କିଛି ବର୍ଷ ମଧ୍ୟରେ ୩୦,୧୨୭ କୋଟି ଟଙ୍କା ମୂଲ୍ୟର ଆଦାନୀ ଗ୍ରୁପର ଅଂଶଧନ କିଣିଛି । ଜାନୁଆରୀ ୨୭ ସୁଦ୍ଧା ସେହି ସେୟାରଗୁଡିକର ମୂଲ୍ୟ ୫୬,୧୪୨ କୋଟି ଟଙ୍କା ରହିଥିଲା ।

ଇକ୍ୱିଟି ଓ ଲୋନ୍ ଅଧୀନରେ ଆଦାନୀ ଗ୍ରୁପରେ ଏହାର ମୋଟ ଅଂଶ ୩୫,୯୧୭ କୋଟି ଟଙ୍କା ଲାଗିଛି ବୋଲି ଏଲଆଇସି କହିଛି । ଏଲଆଇସି କହିଛି ଯେ ଆଦାନୀ ଗ୍ରୁପରେ ଏହାର ନିବେଶ ହେଉଛି ମୋଟ ସମ୍ପତ୍ତିର ୦.୯୭୫ ପ୍ରତିଶତ । ଆଦାନୀଙ୍କୁ ସମସ୍ତ ଲୋନ ସିକ୍ୟୁରିଟି 'AA' ଉପରେ ରେଟିଂ କରାଯାଇଛି । ନିବେଶ ପାଇଁ ନିୟାମକ (IRDAI) ଦ୍ୱାରା ନିର୍ଦ୍ଧାରିତ ସମସ୍ତ ସର୍ତ୍ତଗୁଡିକ ବୀମା ପୂରଣ କରେ । ଜାଣନ୍ତୁ LIC କାହିଁକି ୫ଟି ପଏଣ୍ଟରେ ଆଦାନୀ ଗ୍ରୁପ୍ ର ଖବର ନେବାକୁ ନେବାକୁ ଯାଉଛି । ଗୌତମ ଆଦାନୀ ଗ୍ରୁପରେ LIC ମୋଟ ୩୦,୧୨୭ କୋଟି ଟଙ୍କା ନେବେଶ କରିଛି । ଆଦାନୀ ଗ୍ରୁପର ସେୟାର କିଣି ବୀମା କମ୍ପାନୀ କ୍ଷତିରେ ନାହିଁ । ଏହାର ବର୍ତ୍ତମାନ ସ୍ଥିତି ୨୬,୦୦୦ କୋଟି ଟଙ୍କା ଲାଭ ସ୍ଥିତିରେ ଅଛି । LIC ର ପୁଞ୍ଜି ନିବେଶର ମୋଟ ମୂଲ୍ୟ ୫୬,୧୪୨ କୋଟି ଟଙ୍କା ।

LIC ହିନ୍ଦେନବର୍ଗ ରିସର୍ଚ୍ଚ ରିପୋର୍ଟ ଉପରେ ଆଦାନୀ ଗ୍ରୁପକୁ ପ୍ରଶ୍ନ ପଚାରିବ । ଆଦାନୀ ଗ୍ରୁପ୍ ବିରୁଦ୍ଧରେ ଷ୍ଟକ୍ ମନିପୁଲେସନ୍ ଓ ଠକେଇ ଅଭିଯୋଗ ହୋଇଛି । ଯେଉଁଥିପାଇଁ ଆଦାନୀଙ୍କ ସେୟାରଗୁଡିକ କ୍ରମାଗତ ଭାବେ ହ୍ରାସ ପାଉଛି । LIC ମୋଟ ୫୬,୧୪୨ କୋଟି ଟଙ୍କା ମୂଲ୍ୟର ଆଦାନୀ ଗ୍ରୁପରୁ ସେୟାର କିଣିଛି । ବର୍ତ୍ତମାନ ବୀମା କମ୍ପାନୀ ୨୬,୦୦୦ କୋଟି ଟଙ୍କା ଲାଭ ସ୍ଥିତିରେ ଅଛି । ଏହା LIC ର ମୋଟ ସମ୍ପତ୍ତି ଅଣ୍ଡର ମ୍ୟାନେଜମେଣ୍ଟ (AUM) ର ୦.୯୭୫ ପ୍ରତିଶତ ଅଟେ ।

LIC କହିଛି ଯେ କମ୍ପାନୀ କୌଣସି ନିବେଶ ସୂଚନା ସାର୍ବଜନୀନ କରେ ନାହିଁ । ଆଦାନୀ ଗ୍ରୁପରେ ପୁଞ୍ଜି ନିବେଶ ବିଷୟରେ ଗୁଜବର ବଜାର ଗରମ, ତେଣୁ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକରେ ସେୟାର ଓ ପୁଞ୍ଜି ନିବେଶ ବିଷୟରେ ସୂଚନା ସେୟାର କରଯାଉଛି ।

ହିନ୍ଦେନବର୍ଗ ହେଉଛି ଏକ ନିବେଶ ରିସର୍ଚ୍ଚ ସଂସ୍ଥା କିମ୍ବା ଫରେନସିକ୍ ଇକୋନୋମି ରିସର୍ଚ୍ଚ ସଂସ୍ଥା । ଏହା ଫାର୍ମ ଇକ୍ୱିଟି, କ୍ରେଡିଟ୍ ଓ ଡେରିଭେଟିଭ୍ ଉପରେ ରିସର୍ଚ୍ଚ ରିପୋର୍ଟ ଆଣିଥାଏ । ହିନ୍ଦେନବର୍ଗ ' How The World's Third Richest Man Is Pulling The Largest Con In Corporate History' ଶୀର୍ଷକରେ ଏକ ରିପୋର୍ଟ ପ୍ରକାଶ କରିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଆଦାନୀ ଗ୍ରୁପ୍ ଦଶନ୍ଧି ଧରି ସେୟାରରେ ଅନିୟମିତତା କରି ଠକେଇ କରିଆସୁଛି । ଏହି ରିପୋର୍ଟ ଆସିବା ପରଠାରୁ, ଅଦାନୀ ଗ୍ରୁପର ସେୟାରଗୁଡିକ କ୍ଷିପ୍ର ଗତିରେ ହ୍ରାସ ପାଇବାରେ ଲାଗିଛି ।

ଏହା ବି ପଢ଼ନ୍ତୁ: Adani group: ହିନ୍ଦେନବର୍ଗର ୪୧୩ ପୃଷ୍ଠାର ରିପୋର୍ଟ ଉପରେ ଜବାବ ରଖିଲା ଅଦାନୀ ଗ୍ରୁପ, ଜାଣନ୍ତୁ ପୂରା ମାମଲା