LIC Policy Loan: ଏଲଆଇସି ପଲିସି ଉପରେ ଋଣ ନେବା ଅତି ସହଜ, ଜାଣନ୍ତୁ ଅନଲାଇନ୍ ଓ ଅଫଲାଇନରେ ଅପ୍ଲାଇ କରିବାର ପ୍ରକ୍ରିୟା
Advertisement
Article Detail0/zeeodisha/odisha1587968

LIC Policy Loan: ଏଲଆଇସି ପଲିସି ଉପରେ ଋଣ ନେବା ଅତି ସହଜ, ଜାଣନ୍ତୁ ଅନଲାଇନ୍ ଓ ଅଫଲାଇନରେ ଅପ୍ଲାଇ କରିବାର ପ୍ରକ୍ରିୟା

LIC Policy Loan: ଅନେକ ଲୋକ ଜାଣନ୍ତି ନାହିଁ ଯେ LIC ପଲିସି କେବଳ ଆପଣଙ୍କ ଜୀବନ ପରେ ନୁହେଁ ବରଂ ଆପଣଙ୍କ ଜୀବିତି ଅବସ୍ଥାରେ ମଧ୍ୟ କାମରେ ଆସିଥାଏ । ଆଜ୍ଞା ହଁ, LIC ମଧ୍ୟ ଏହାର ପଲିସି ବଦଳରେ ଅତି ସହଜରେ ଏବଂ ବହୁତ କମ୍ ସୁଧରେ ଋଣ ଦେଇଥାଏ । ଏହା ସହିତ ଋଣ ପରିଶୋଧ କରିବା ପାଇଁ ଅନେକ ବିକଳ୍ପ ମଧ୍ୟ ପ୍ରଦାନ କରେ ।

LIC Policy Loan: ଏଲଆଇସି ପଲିସି ଉପରେ ଋଣ ନେବା ଅତି ସହଜ, ଜାଣନ୍ତୁ ଅନଲାଇନ୍ ଓ ଅଫଲାଇନରେ ଅପ୍ଲାଇ କରିବାର ପ୍ରକ୍ରିୟା

LIC Policy Loan: ଭାରତୀୟ ଜୀବନ ବୀମା ନିଗମ (LIC) ବିଗତ ଅନେକ ଦଶନ୍ଧି ଧରି ସାଧାରଣ ଲୋକଙ୍କ ପାଇଁ କଠିନ ସମୟର ସାଥୀ ହୋଇଆସୁଛି । କିନ୍ତୁ ଅନେକ ଲୋକ ଜାଣନ୍ତି ନାହିଁ ଯେ LIC ପଲିସି କେବଳ ଆପଣଙ୍କ ଜୀବନ ପରେ ନୁହେଁ ବରଂ ଆପଣଙ୍କ ଜୀବିତି ଅବସ୍ଥାରେ ମଧ୍ୟ କାମରେ ଆସିଥାଏ । ଆଜ୍ଞା ହଁ, LIC ମଧ୍ୟ ଏହାର ପଲିସି ବଦଳରେ ଅତି ସହଜରେ ଏବଂ ବହୁତ କମ୍ ସୁଧରେ ଋଣ ଦେଇଥାଏ । ଏହା ସହିତ ଋଣ ପରିଶୋଧ କରିବା ପାଇଁ ଅନେକ ବିକଳ୍ପ ମଧ୍ୟ ପ୍ରଦାନ କରେ । ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଏହାର ଅନେକ ବୀମା ପଲିସି ବଦଳରେ ବ୍ୟକ୍ତିଗତ ଋଣ ପ୍ରଦାନ କରେ ।

LIC ଏହି ଋଣ କିଛି ଜରୁରୀ ଖର୍ଚ୍ଚ ଯେପରି ଯାତ୍ରା, ଅସୁସ୍ଥତା ପାଇଁ ଚିକିତ୍ସା, ଉଚ୍ଚଶିକ୍ଷା, ବିବାହ, ଘର ମରାମତି ଇତ୍ୟାଦି ପାଇଁ ପ୍ରଦାନ କରେ । ଏହି ଋଣ ବଦଳରେ LIC ଆପଣଙ୍କର ପଲିସି ଡକ୍ୟୁମେଣ୍ଟ୍ ଜମା କରିନେଇଥାଏ । ଏହି କ୍ଷେତ୍ରରେ ଏହା ଏକ ସୁରକ୍ଷିତ ଋଣ ଅଟେ । ଯେଉଁଥିପାଇଁ ଆପଣ ବଜାର ହାରଠାରୁ କମ୍ ସୁଧ ହାରରେ ଋଣ ପାଇପାରିବେ । ଯଦି ଆବେଦନକାରୀ ଋଣ ପରିଶୋଧ କରିବାରେ ଅସମର୍ଥ, ତେବେ ବୀମା ପଲିସିର ପରିପକ୍ୱତା ବା ମ୍ୟାଚ୍ୟୁରିଟି କିମ୍ବା କ୍ଲେମ୍ ରାଶିରୁ ଏହାର ପରିଶୋଧ କରିପାରିବେ ।

ଆପଣଙ୍କୁ କେତେ ମିଳିବ ଋଣ 

LIC ର ନିୟମ ଅନୁଯାୟୀ, ପଲିସି ଧାରକଙ୍କୁ ପଲିସିର ସରେଣ୍ଡ ମୂଲ୍ୟର ୯୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ଦେଇଥାଏ । କିଛି ପେଡ୍ ଅପ୍ ଯୋଜନା କ୍ଷେତ୍ରରେ, ଏହି ସୀମା ପଲିସି ସରେଣ୍ଡର ମୂଲ୍ୟର 85% ପର୍ଯ୍ୟନ୍ତ ହୋଇଥାଏ । ଉଭୟ କ୍ଷେତ୍ରରେ ଏହି ସରେଣ୍ଡ ମୂଲ୍ୟ ସୁରକ୍ଷା ଭାବରେ ବ୍ୟବହାର କରାଯାଇଥାଏ ।

କାହାକୁ ମିଳିଥାଏ ଋଣ 

ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହେବା ଆବଶ୍ୟକ । ଆବେଦନକାରୀଙ୍କର ଏକ ବୈଧ LIC ପଲିସି ଥିବା ଆବଶ୍ୟକ । ଋଣ ପାଇବା ପାଇଁ ବ୍ୟବହୃତ LIC ପଲିସି ସରେଣ୍ଡର ମୂଲ୍ୟର ଗ୍ୟାରେଣ୍ଟି ଦିଆଯାଇଥିବ ଅର୍ଥାତ ଟର୍ମ ପଲିସି ଉପରେ ଏହି ସୁବିଧା ମିଳିବ ନାହିଁ । ଅତି କମରେ ୩ ବର୍ଷ ପର୍ଯ୍ୟନ୍ତ LIC ପ୍ରିମିୟମଗୁଡିକ ସମ୍ପୂର୍ଣ୍ଣ ରୂପେ ପୈଠ ହେବା ଆବଶ୍ୟକ । 

LIC ପଲିସି ଉପରେ ଋଣ ପାଇଁ କିପରି କରିବେ ଆବେଦନ

ଆପଣ ଅନଲାଇନ୍ କିମ୍ବା ଅଫଲାଇନ୍ ମୋଡ୍ ମାଧ୍ୟମରେ LIC ପଲିସି ବଦଳରେ ଋଣ ପାଇଁ ଆବେଦନ କରିପାରିବେ । ଆପଣ LIC କାର୍ଯ୍ୟାଳୟ ଭିଜିଟ୍ କରନ୍ତୁ ଏବଂ ପ୍ରଯୁଜ୍ୟ KYC ଡକ୍ୟୁମେଣ୍ଟ ସହିତ ଋଣ ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ମୂଳ ପଲିସି ଦଲିଲ ସହିତ ଜମା କରନ୍ତୁ । ଯଦି ଆପଣ LIC ଇ-ସେବା ପାଇଁ ପଞ୍ଜୀକୃତ କରିଛନ୍ତି, ତେବେ ଆପଣ ଆପଣଙ୍କର ଅନଲାଇନ୍ ଆକାଉଣ୍ଟକୁ ଲଗ୍ଇନ୍ କରି ଏହି ପୋର୍ଟାଲରୁ ଆବେଦନ କରିପାରିବେ । ଆବେଦନପତ୍ର ଜମା କରିବା ସମୟରେ ଆପଣଙ୍କୁ ଆପଣଙ୍କର ଋଣ ଆବେଦନ କରିବା ପାଇଁ KYC ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ କିମ୍ବା ନିକଟସ୍ଥ LIC କାର୍ଯ୍ୟାଳୟକୁ ପଠାଇବାକୁ ପଡିପାରେ ।

ଅଧିକ ପଢ଼ନ୍ତୁ:-କେଉଁ ପକେଟରେ ରଖିବା ଉଚିତ୍ ଫୋନ୍, ୧୦୦ରୁ ୧୦୦ ଜଣ ଜାଣନ୍ତିନି ଏହାର ଉତ୍ତର; ଯଦି ଭୁଲ ପକେଟରେ ରଖୁଛନ୍ତି ତ ହୋଇଯିବେ ନପୁଂସକ!

ଅଧିକ ପଢ଼ନ୍ତୁ:-ବୁଡ଼ି ଯିବ LIC ଟଙ୍କା!

ଏହି ପଲିସିଗୁଡିକ ଉପରେ ମିଳେନାହିଁ ଋଣ 

କେବଳ ଏଣ୍ଡୋମେଣ୍ଟ ପ୍ଲାନ, ଇନକମ ପ୍ଲାନ ଏବଂ ୟୁନିଟ୍ ଲିଙ୍କଡ୍ ପ୍ଲାନରେ ଋଣ ମିଳିଥାଏ । ଯାହାର ସରେଣ୍ଡର ମୂଲ୍ୟ ଅଛି । ଟର୍ମ ପ୍ଲାନରେ ଏହା ମିଳି ନଥାଏ । ଉଦାହରଣ ସ୍ୱରୂପ, ଏହି ଋଣ LIC ର ନ୍ୟୁ ଜୀବନ ଆନନ୍ଦ, ଜୀବନ ରକ୍ଷକ, ଜୀବନ ଲକ୍ଷ୍ମୀ, ଜୀବନ ପ୍ରଗତି, ଜୀବନ ଲାଭ ଇତ୍ୟାଦି ଯୋଜନାରେ ଉପଲବ୍ଧ ରହିଛି ।

ଏହା ହେଉଛି ଋଣ ଅବଧି

ଋଣର ସର୍ବନିମ୍ନ ଅବଧି ୬ ମାସ, କିନ୍ତୁ ଏହା ପୂର୍ଣ୍ଣ ପରିପକ୍ୱତା ଅବଧି ପର୍ଯ୍ୟନ୍ତ ପରିଶୋଧ କରାଯାଇପାରିବ । କେବଳ ଏତିକି ନୁହେଁ, LIC ମଧ୍ୟ ଏହି ସୁବିଧା ଦେଇଥାଏ ଯେ ଆପଣ କେବଳ ସୁଧ ଦେବା ଜାରି ରଖିପାରିବେ ଏବଂ ପରେ ପରିପକ୍ୱତା ରାଶିରୁ ମୂଳ ରାଶି କାଟି ଦିଆଯାଏ ।

LIC ପଲିସି ବଦଳରେ ଋଣର ସୁଧ ହାର 

ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ରୁ ଋଣ ନେବା ଉପରେ ସୁଧ ହାର କମ୍ ହୋଇଥାଏ । ବର୍ତ୍ତମାନ ସମୟରେ ଅନ୍ୟ ବ୍ୟାଙ୍କଗୁଡିକରେ ବ୍ୟକ୍ତିଗତ ଋଣ ହାର ୧୮ ପ୍ରତିଶତରୁ ଅଧିକ ହୋଇଥିବାବେଳେ LIC ଏଥିପାଇଁ ୧୦.୫ ପ୍ରତିଶତ ସୁଧ ଆଦାୟ କରୁଛି, ଯାହା ବଜାରରେ ସର୍ବନିମ୍ନ ଅଟେ ।