LIC Plan: ୨୫୦ ଟଙ୍କା କରନ୍ତୁ ସଞ୍ଚୟ, ମିଳିବ ୫୨ ଲକ୍ଷ
Advertisement

LIC Plan: ୨୫୦ ଟଙ୍କା କରନ୍ତୁ ସଞ୍ଚୟ, ମିଳିବ ୫୨ ଲକ୍ଷ

LIC Jeevan Labh Policy: ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଏଲଆଇସିର ଏହି ଯୋଜନା ଖୁବ୍ ପ୍ରଭାବଶାଳୀ ।

LIC Plan: ୨୫୦ ଟଙ୍କା କରନ୍ତୁ ସଞ୍ଚୟ, ମିଳିବ ୫୨ ଲକ୍ଷ

LIC Jeevan Labh Policy: ଜୀବନବୀମା କରିବା ପାଇଁ ଲୋକମାନଙ୍କର ପ୍ରଥମ ପସନ୍ଦ ପାଲଟିଛି ଏଲଆଇସି ବା (Life Insurance Corporation of India)। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଲଆଇସି ମଧ୍ୟ ନିଜର ଯୋଜନା ପ୍ରସ୍ତୁତ କରିଥାଏ । ସେହି ଯୋଜନା (Plan) ଗୁଡିକ ଲୋକଙ୍କ ନିକଟରେ ପହଞ୍ଚାଇବା ତଥା ବୁଝାଇବା ପାଇଁ ଏଜେଣ୍ଟ ମାନଙ୍କୁ ପରାମର୍ଶ ଦିଆଯାଇଥାଏ । ବିଶେଷ କରି ଏଲଆଇସିର ଜୀବନ ବୀମା ପଲିସି ଉପରେ ଲୋକମାନେ ଅଧିକ ଆଲୋଚନା କରିଥାନ୍ତି । କାରଣ ବିଶେଷ କରି ଏଲଆଇସିର ଅନେକ ଯୋଜନାରେ ଉଭୟ ବୀମା ସହିତ ସଞ୍ଚୟ ଲାଭ ମିଳିଥାଏ । ଏହା ଏକ ଏପରି ଯୋଜନା, ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ସମୟ ପରେ ବୋନସ୍ ସହିତ ଏକ ଲକ୍ଷ ଟଙ୍କା ବୀମାକାରୀଙ୍କୁ ପ୍ରଦାନ କରାଯାଏ ।

ଆପଣ ଚାହିଁଲେ ଏଲଆଇସିର (LIC) ର ଜୀବନ ଲାଭ ପ୍ଲାନରେ ମାତ୍ର ୯୩୬ଟଙ୍କା ବିନିଯୋଗ କରି ଲାଭବାନ (Profitable) ହୋଇପାରିବେ । ବର୍ତ୍ତମାନ ଏହାକୁ ନେଇ ଅଧିକ ଆଲୋଚନା କରାଯାଉଥିବା ଜଣାପଡିଛି । ଏଲଆଇସିର ଏକ ପ୍ଲାନରେ ଆପଣ ପ୍ରତି ମାସରେ ମାତ୍ର ୭,୫୭୨ ଟଙ୍କା ସଞ୍ଚୟ କରି ମାଚ୍ୟୁରିଟି (Maturity) ଉପରେ ୫୪ ଲକ୍ଷ ଟଙ୍କା ପାଇପାରିବେ । ବର୍ତ୍ତମାନ ଆମେ ଆପଣଙ୍କୁ ଜଣାଇବୁ ଯେ, ଆପଣ କିପରି ଏହି ପ୍ଲାନର ଲାଭ ଉଠାଇପାରିବେ ।

ଜୀବନ ଲାଭ ପ୍ଲାନ ବିଷୟରେ ତଥ୍ୟ
ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆର ଜୀବନ ଲାଭ ଯୋଜନାରେ ନିବେଶକମାନେ ନିଜ ଇଚ୍ଛା ଅନୁଯାୟୀ ପ୍ରିମିୟମର ପରିମାଣ ଏବଂ ଅବଧି ବାଛିବା ପାଇଁ ବିକଳ୍ପ ପାଆନ୍ତି । ଏହି ଯୋଜନାରେ, ଯଦି ପଲିସି ଧାରକ ପରିପକ୍ୱତା ପର୍ଯ୍ୟନ୍ତ ଜୀବିତ ଥାଏ, ତେବେ ସେ ନିଶ୍ଚିତ ଭାବରେ ଟଙ୍କା, ବୋନସ୍, ଅନ୍ୟାନ୍ୟ ସୁବିଧା ସହିତ ଏକ ବଡ଼ ମାଚ୍ୟୁରିଟି ଟଙ୍କା ପାଇଥାଏ । ଅନ୍ୟପକ୍ଷରେ, ବୀମାଭୁକ୍ତ ବ୍ୟକ୍ତିଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ହୋଇଗଲେ ନୋମିନିଙ୍କୁ ଟଙ୍କା ଏବଂ ବୋନସ୍ ପ୍ରଦାନ କରାଯାଇଥାଏ।

ଦିନକୁ ୨୫୦ ସଞ୍ଚୟ କରି ୫୨ ଲକ୍ଷ କିପରି ପାଇବେ ?
ଏଲଆଇସି ଜୀବନ ଲାଭ ପଲିସିରେ ସାମିଲ୍ ହେବା ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ରହିଥିବାବେଳେ ସର୍ବାଧିକ ୫୯ ବର୍ଷ ବୟସ ରହିଛି । ଯଦି ଜଣେ ବ୍ୟକ୍ତି ୨୫ ବର୍ଷ ବୟସରେ ୨୫ ​​ବର୍ଷ ପାଇଁ ଜୀବନ ଲାଭ ପଲିସି ନିଅନ୍ତି, ତେବେ ତାଙ୍କୁ ମାସକୁ ୭୪୦୦ଟଙ୍କା କିମ୍ୱା ପ୍ରତିଦିନ ୨୪୬ଟଙ୍କା ବିନିଯୋଗ କରିବାକୁ ପଡିବ । ସେହି ହିସାବରେ ଏହି ଜମା ରାଶି ବାର୍ଷିକ ୮୬,୯୫୪ଟଙ୍କା ହେବ । ମ୍ୟାଚ୍ୟୁରିଟି ପରେ ସେ ୫୨,୫୦,୦୦୦ ଲକ୍ଷ ଟଙ୍କା ପାଇବେ । ଏଥିରେ ବୀମା ଟଙ୍କା ସହ ବୋନସର ଲାଭ ମିଳିବ । ଯଦି ବୋନସର ହାର ବଦଳେ ତେବେ ମାଚ୍ୟୁରିଟି ଟଙ୍କାର ପରିମାଣ ମଧ୍ୟ ସେହି ହିସାବରେ ବଢିଯିବ ।

ପିଲାମାନଙ୍କ ନାମରେ ପ୍ଲାନ୍ କରିପାରିବେ ।
ଏଲଆଇସିର ଏହି ଯୋଜନା ବିଷୟରେ ଆଉ ଏକ ବିଶେଷ କଥା ହେଉଛି ଏହା ଯେ, ୮ ବର୍ଷ ବୟସର ପିଲାଙ୍କ ଠାରୁ ଆରମ୍ଭ କରି ୫୯ ବର୍ଷ ବୟସ୍କଙ୍କ ପାଇଁ ଏହି ଜୀବନ ବୀମା ପଲିସି ଉପଲବ୍ଧ । ବୀମା ଧାରକମାନେ ୧୦, ୧୩ କିମ୍ୱା ବର୍ଷ ପାଇଁ ପଲିସି ଟର୍ମ ପାଇଁ ଟଙ୍କା ଜମା କରିପାରିବେ । ୧୬ରୁ ୨୫ ବର୍ଷ ମଧ୍ୟରେ ଆପଣଙ୍କୁ ମାଚ୍ୟୁରିଟି ଟଙ୍କା ଫେରସ୍ତ ମିଳିବ । ୫୯ ବର୍ଷର ଜଣେ ବ୍ୟକ୍ତି ଚାହିଁଲେ ୧୬ ବର୍ଷ ପାଇଁ ଏକ ବୀମା ପଲିସି ବାଛି ପାରିବେ । ଯାହାଫଳରେ ତାଙ୍କ ବୟସ ୭୫ ବର୍ଷରୁ ଅଧିକ ହେବ ନାହିଁ ।

Also Read- Ollywood News: ଦଶହରାରେ ସୁପରଷ୍ଟାର ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍