ଦିଲ୍ଲୀରେ ୩ଜଣଙ୍କୁ ଆକ୍ରମଣ କଲା ଚିତାବାଘ, ଲୋକଙ୍କ ମନରେ ଭୟ
Advertisement

ଦିଲ୍ଲୀରେ ୩ଜଣଙ୍କୁ ଆକ୍ରମଣ କଲା ଚିତାବାଘ, ଲୋକଙ୍କ ମନରେ ଭୟ

Leopard in North Delhi: ଉତ୍ତର ଦିଲ୍ଲୀ ସ୍ଥିତ ୱାଜିରାବାଦ ନିକଟ ଏକ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ଗୋଟିଏ ଚିତାବାଘ । ଛାତ ଉପରୁ ତଳକୁ ଡେଉଁଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ଦିଲ୍ଲୀରେ ୩ଜଣଙ୍କୁ ଆକ୍ରମଣ କଲା ଚିତାବାଘ, ଲୋକଙ୍କ ମନରେ ଭୟ

Leopard in North Delhi: ଆଜି ସକାଳେ ଉତ୍ତର ଦିଲ୍ଲୀ ସ୍ଥିତ ୱାଜିରାବାଦ ନିକଟ ଏକ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ଗୋଟିଏ ଚିତାବାଘ । ଛାତ ଉପରୁ ତଳକୁ ଡେଉଁଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ବାଘ ଆକ୍ରମଣରେ ୩ଜଣ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ସ୍ଥାନିୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରେ ମହେନ୍ଦ୍ର, ଆକାଶ, ରାମପାଲ ନାମକ ବ୍ୟକ୍ତି ଅଛନ୍ତି । ସେମାନେ ସ୍ଥାନିୟ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି ।

ସୂଚନା ମୁତାବକ, ଜଗତପୁର ନିକଟରେ ଏକ ଚିତା ବାଘକୁ ଦେଖି ଲୋକେ ଛାନିଆଁ ହେବା ସହ ହୋହଲ୍ଲା କରିଥିଲେ । ଏ ସମ୍ପର୍କରେ ବନବିଭାଗ ଏବଂ ଅଗ୍ନିଶମବାହିନୀକୁ ଖବର ଦିଆଯାଇଥିଲା । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୪ ଘଣ୍ଟା ଅପରେସନ କରିବା ପରେ ଶେଷରେ ଚିତାକୁ କାବୁ କରିବାରେ ସଫଳ ହୋଇଥିବା ଜଣାପଡିଛି । ବର୍ତ୍ତମାନ ବାଘଟିକୁ ଯନ୍ତା ମଧ୍ୟରେ ରଖାଯାଇଛି । ତେବେ ବାଘଟି କେଉଁଠୁ ଆସିଲା ସେନେଇ ଜଣାପଡିନଥିବା ସମୟରେ ବନ ବିଭାଗ ତନାଘନା ଚଳାଇଛି ।

Also Read- Sukra Rahu Yuti: ସୂର୍ଯ୍ୟ-ରାହୁଙ୍କ ସହ ଶୁକ୍ରଙ୍କ ମିଶ୍ରଣ, ଏହି ରାଶିକୁ ବଡ଼ ଲାଭ

Also Read- ବିଜେପିରେ ମିଶିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି