ରାଜ୍ୟର କୋଣ ଅନୁକୋଣରେ ଥିବା ଶ୍ରମିକ ଏବଂ ଛୋଟମୋଟ ବ୍ୟବସାୟୀଙ୍କୁ ଚିହ୍ନଟ କରାଯିବ । ଯେଉଁମାନେ ପରିଚୟ ପତ୍ର ସଠିକ ଦେଖାଇ ନପାରିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟ ଦେଶର ନାଗରିକ ଚିହ୍ନଟ ହେଲେ ସେମାନଙ୍କୁ ତୁରନ୍ତ ସ୍ୱେଦଶ ଫେରାଇ ନିଆଯିବ ବୋଲି ଆଜି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
Trending Photos
ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବ । ବିଶେଷ କରି ବେପାର ନାଁରେ ଦେଶକୁ ଆସି ବୁଲା ବିକାଳି ଭାବେ କାର୍ଯ୍ୟ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦୃଷ୍ଟିରେ ରଖି ଏପରି ଆକ୍ସନ ମୁଡକୁ ଓହ୍ଲାଇଛନ୍ତି ସରକାର । ରାଜ୍ୟର କୋଣ ଅନୁକୋଣରେ ଥିବା ଶ୍ରମିକ ଏବଂ ଛୋଟମୋଟ ବ୍ୟବସାୟୀଙ୍କୁ ଚିହ୍ନଟ କରାଯିବ । ଯେଉଁମାନେ ପରିଚୟ ପତ୍ର ସଠିକ ଦେଖାଇ ନପାରିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟ ଦେଶର ନାଗରିକ ଚିହ୍ନଟ ହେଲେ ସେମାନଙ୍କୁ ତୁରନ୍ତ ସ୍ୱେଦଶ ଫେରାଇ ନିଆଯିବ ବୋଲି ଆଜି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ବାଂଲାଦେଶ ଅଶାନ୍ତ ହେବା ପରେ ସେଠାରେ ଥିବା ହିନ୍ଦୁମାନଙ୍କ ପ୍ରତି ବିପଦ ବଢିଛି । ବାଂଲାଦେଶରୁ ହଜାର ହଜାର ସଂଖ୍ୟାରେ ଲୋକ ଅନ୍ୟଦେଶକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ସେଥିପାଇଁ ଭାରତୀୟ ସେନା ମଧ୍ୟ ସୀମା ଉପରେ କଡା ନଜର ରଖିଛି । ବିଏସଏଫ୍, କୋଷ୍ଟଗାର୍ଡ ସମେତ ବିଭିନ୍ନ ସୁରକ୍ଷା ବାହିନୀ ସୀମାରେ କଡା ପ୍ରହରା ଦେଉଛନ୍ତି । ଯେପରି କୌଣସି ରାସ୍ତାରେ ବାଂଲାଦେଶ ଅନୁପ୍ରବେଶକାରୀ ଭାରତ ମଧ୍ୟକୁ ଆସି ନପାରନ୍ତି ସେଥିପ୍ରତି ସଜାଗ ରହିଛି ଭାରତୀୟ ସେନା ।
ସୂଚନାଯୋଗ୍ୟ, ବାଂଲାଦେଶରେ ହୋଇଥିବା ଅଶାନ୍ତି ମଧ୍ୟରେ ହଜାର ହଜାର ବାଂଲାଦେଶୀ ହିନ୍ଦୁ ବର୍ତ୍ତମାନ ବର୍ଡର ନିକଟରେ ଉପସ୍ଥିତ ଅଛନ୍ତି। ସେମାନଙ୍କୁ ଭାରତରେ ପ୍ରବେଶ କରିବାର ସୁଯୋଗ ଦେବାକୁ BSFକୁ ଅନୁରୋଧ କରିଥିଲେ । ତେବେ ସୀମା ସୁରକ୍ଷାକୁ ନେଇ ବିଏସ୍ଏଫ୍ ସମ୍ପୂର୍ଣ୍ଣ ସତର୍କ ରହିଛି। ବାଂଲାଦେଶରେ ଏବେ ନୂଆ ସରକାର ଗଠନ ହୋଇଥିଲେ ମଧ୍ୟ ସେଠାରେ ବିଭିନ୍ନ ପ୍ରକାରର ହିଂସାକାଣ୍ଡ ଜାରି ରହିଛି। ବାଂଲାଦେଶର ଅନେକ ହିନ୍ଦୁ ପରିବାର ନିଜ ଘର ଛାଡି ଭାରତ ଆସିବାକୁ ଚାହୁଁଛନ୍ତି । ତେଣୁ ଭାରତ-ବାଂଲାଦେଶ ସୀମାରେ ହଜାର ହଜାର ହିନ୍ଦୁ ସମ୍ପ୍ରଦାୟର ଲୋକ ଉପସ୍ଥିତ ଅଛନ୍ତି। ପ୍ରାୟ ୧୦୦୦ ବାଂଲାଦେଶୀ ବର୍ଡର ନିକଟରେ ଥିବା ଜଳଭଣ୍ଡାରରେ ଛିଡା ହୋଇଛନ୍ତି । ସେମାନଙ୍କୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେବାକୁ ବିଏସଏଫକୁ ଅନୁରୋଧ କରିଛନ୍ତି। ସୀମା ସୁରକ୍ଷାକୁ ନେଇ ବିଏସଏଫ ମଧ୍ୟ ସତର୍କ ରହିଛି। ବିଏସ୍ଏଫ୍ ଅଧିକାରୀ କହିଛନ୍ତି ଯେ, ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ହିନ୍ଦୁମାନଙ୍କର ସଂଖ୍ୟା ଦେଖି ଲାଗୁଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସବୁଠାରୁ ବଡ ଗୋଷ୍ଠୀ ଯିଏ ଭାରତରେ ପ୍ରବେଶ କରିବାକୁ ଚାହୁଁଛନ୍ତି । କୋଚ ବେହେରାର କାଶିଆର ବାରୁନି ଅଞ୍ଚଳର ପଠନ୍ତୁଲି ଗ୍ରାମରେ ସୀମା ପାର ହେବାକୁ ଚେଷ୍ଟା କରୁଥିବା ଲୋକମାନେ ଏତେ ନିରାଶ ହୋଇଥିଲେ ଯେ, ସେମାନେ ବାଡ଼ ପାର୍ଶ୍ୱରେ ଥିବା ଜଳଭଣ୍ଡାରରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ଅପେକ୍ଷା କରିଥିଲେ। କିଛି ଲୋକ 'ଜୟ ଶ୍ରୀ ରାମ' ଏବଂ 'ଭାରତ ମାତା କି ଜୟ' ସ୍ଲୋଗାନ ମଧ୍ୟ ଦେଉଥିଲେ।
ବିଏସଏଫ କର୍ମଚାରୀମାନେ ଏହି ଲୋକଙ୍କୁ ସୀମାର ଜିରୋ ପଏଣ୍ଟରୁ 150 ୟାର୍ଡ ବାଡ଼ ପାର ହେବାରେ ଅଟକାଇଥିଲେ। ବିଏସ୍ଏଫ୍ ସୈନିକଙ୍କ ବାରମ୍ବାର ନିବେଦନ ସତ୍ୱେ ଏହି ଲୋକମାନେ ବାଂଲାଦେଶର ରଙ୍ଗପୁର ଜିଲ୍ଲାର ଡୋଇ ଖାୱା ଏବଂ ଗେଣ୍ଡୁଗୁରି ଗ୍ରାମରେ ଥିବା ନିଜ ଘରକୁ ଫେରିବାକୁ ପ୍ରସ୍ତୁତ ନଥିଲେ। ବିଏସଏଫ ପକ୍ଷରୁ ଏକ ପ୍ରେସ୍ ରିଲିଜରେ କୁହାଯାଇଛି ଯେ, “ଏହି ଚ୍ୟାଲେଞ୍ଜ ବିଏସଏଫ ପାଇଁ ନୂଆ, ବାଂଲାଦେଶର ଲୋକମାନେ ଗତ କିଛି ଦିନ ହେବ ବଙ୍ଗଳା ପରଗାନାର ପେଟ୍ରାପୋଲକୁ ଆସୁଛନ୍ତି'
ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସୀମା ଉପରେ ନଜର ରଖିବା ପାଇଁ ବର୍ତ୍ତମାନ ସରକାର ଏକ କମିଟି ଗଠନ କରିଛନ୍ତି। ସୀମା ସୁରକ୍ଷା ବଳର ଇଷ୍ଟର୍ନ କମାଣ୍ଡର ଏଡିଜି କମିଟିର ଅଧ୍ୟକ୍ଷ ହୋଇଛନ୍ତି। ଏହାପୂର୍ବରୁ ସୀମା ସୁରକ୍ଷା ବାହିନୀ ବାଂଲାଦେଶ ସୀମାରେ ସଜାଗ ରହିବା ସହ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି। ବାଂଲାଦେଶରେ ହିଂସା ଘଟଣା ବର୍ତ୍ତମାନ ଭାରତ ସରକାରଙ୍କ ଚିନ୍ତା ବଢାଇ ଦେଇଛି।
Also Read- independence day 2024: କେଉଁ ସ୍ଥାନରେ କିଏ ଉଡାଇବେ ତ୍ରିରଙ୍ଗା, ଜାଣନ୍ତୁ