Land for job case: ଲାଲୁଙ୍କ ପରିବାରକୁ ଆଶ୍ୱସ୍ତି, ୪ଜଣଙ୍କୁ ମିଳିଲା ଜାମିନ୍
Advertisement

Land for job case: ଲାଲୁଙ୍କ ପରିବାରକୁ ଆଶ୍ୱସ୍ତି, ୪ଜଣଙ୍କୁ ମିଳିଲା ଜାମିନ୍

Land for job case: ଆଜି ଲ୍ୟାଣ୍ଡ ଫର ଜବ୍ କେସର ଶୁଣାଣି ବେଳେ ରାଉସ୍ ଆଭେନ୍ୟୁ କୋର୍ଟ ଅଭିଯୁକ୍ତଙ୍କୁ ୧ ଲକ୍ଷ ଟଙ୍କା ଜାମିନ ବଣ୍ଡରେ ମଧ୍ୟବର୍ତ୍ତୀକାଳିନ ଜାମିନ ଦେଇଛନ୍ତି । ଶୁଣାଣିବେଳେ ରାବ୍ରି ଦେବୀ, ମିସା ଭାରତୀ ଏବଂ ହେମା ଯାଦବ କୋର୍ଟରେ ପହଞ୍ଚିଥିଲେ ।

Land for job case: ଲାଲୁଙ୍କ ପରିବାରକୁ ଆଶ୍ୱସ୍ତି, ୪ଜଣଙ୍କୁ ମିଳିଲା ଜାମିନ୍

Land for job case: ଲ୍ୟାଣ୍ଡ ଫର ଜବ୍ କେସରେ ଲାଲୁ ଯାଦବଙ୍କ ପରିବାରକୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ହୋଇଥିବା ଶୁଣାଣି ସମୟରେ କୋର୍ଟ ଲାଲୁଙ୍କ ପରିବାରର ୩ଜଣଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ରାବ୍ରି ଦେବୀ, ମିସା ଭାରତୀ, ହେମା ଯାଦବ ଏବଂ ହୃଦୟାନନ୍ଦ ଚୌଧୁରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଅଭିଯୁକ୍ତଙ୍କ ନିୟମିତ ଜାମିନରେ ଉତ୍ତର ଦାଖଲ କରିବାକୁ ଇଡି ପକ୍ଷରୁ ସମୟ ମଗାଯାଇଥିଲା। କୋର୍ଟ ଇଡିର ଦାବିକୁ ମଧ୍ୟ ଗ୍ରହଣ କରିଛନ୍ତି। ବର୍ତ୍ତମାନ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୨୮ରେ ହେବ । ଅଭିଯୁକ୍ତଙ୍କ ନିୟମିତ ଜାମିନ ନେଇ ଉକ୍ତଦିନ କେର୍ଟରେ ଶୁଣାଣି କାର୍ଯ୍ୟକ୍ରମ ରହିଛି ।

ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଲ୍ୟାଣ୍ଡ ଫର ଜବ୍ ମାମଲା ପାଇଁ ଚାର୍ଜସିଟରେ ଇଡି ପକ୍ଷରୁ ରାବ୍ରିଙ୍କୁ ଲାଲୁ ଯାଦବଙ୍କ ସହିତ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି। ଖବର ମୁତାବକ, ଜମି ବିକ୍ରୟରୁ ମିଳିଥିବା ଟଙ୍କା ତେଜସ୍ୱୀଙ୍କୁ ଦିଆଯାଇଥିଲା । ଯେଉଁ ଟଙ୍କା ଦିଲ୍ଲୀର ନୂଆ ଫ୍ରେଣ୍ଡସ୍ କଲୋନୀରେ ଏକ ଘର କିଣିବା ପାଇଁ ବ୍ୟବହୃତ ହେଉଥିଲା । ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୭ରେ କୋର୍ଟ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ, ତାଙ୍କ ଝିଅ ମିସା ଭାରତୀ, ହେମା ଯାଦବ ଏବଂ ଅନ୍ୟମାନଙ୍କୁ  ଲ୍ୟାଣ୍ଡ ଫର ଜବ୍ କେସ ମାମଲାରେ ଡକାଇଥିଲେ।

ସୂଚନାଯୋଗ୍ୟ, ୨୦୦୪-୨୦୦୯ ମଧ୍ୟରେ ଲ୍ୟାଣ୍ଡ ଫର ଜବ୍ସ ସ୍କାମ ଅଭିଯୋଗ ହୋଇଥିଲା । ଉକ୍ତ ସମୟରେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିଲେ । ଲାଲୁ ମନ୍ତ୍ରୀ ଥିବା ସମୟରେ ରେଳବାଇରେ ଗ୍ରୁପ୍ ଡିରେ ନିଯୁକ୍ତି ଦିଆଯାଇଥିଲା । ଆବେଦନ କରିବାର ୩ ଦିନ ମଧ୍ୟରେ ଅନେକ ଲୋକଙ୍କୁ ଚାକିରି ପ୍ରଦାନ କରାଯାଇଥିଲା । ଚାକିରି ବଦଳରେ ପ୍ରାର୍ଥୀଙ୍କଠାରୁ ବିଭିନ୍ନ ପ୍ରକାରର କଥା କହି ଲାଞ୍ଚ ନିଆଯାଇଥିବା ଅଭିଯୋଗ ଆସିଥିଲା । ଏହି ଘଟଣାର ତଦନ୍ତ ଆରମ୍ଭ ପରେ ଜଣାପଡିଥିଲା ​​ଯେ, ଲାଲୁ ପରିବାରଙ୍କ ନାମରେ ଜମି ବଦଳରେ ଚାକିରି ଦେଇଥିବାର ଅଭିଯୋଗ ହୋଇଛି। ଚାର୍ଜସିଟରେ ଇଡି ପକ୍ଷରୁ କୁହାଯାଇଛି ଯେ, ଲାଲୁଙ୍କ ପରିବାର ୭ ଟି ସ୍ଥାନରେ ଜମି ପାଇଛନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ, କୌଣସି ବିଜ୍ଞାପନ ପ୍ରକାଶ କରାନଯାଇ ଚାକିରି ପର୍ରଦାନ କରାଯାଇଥିଲା । ମୁମ୍ବାଇ, ଜବଲପୁର, କୋଲକାତା ଏବଂ ଜୟପୁର ଜୋନରେ ଏହି ନିଯୁକ୍ତି ଦିଆଯାଇଥିଲା । ୧ ଲକ୍ଷ ବର୍ଗଫୁଟରୁ ଅଧିକ ଜମିକୁ ମାତ୍ର ୨୬ ଲକ୍ଷ ଟଙ୍କାରେ କିଣାଯାଇଥିଲା । ସେହି ସମୟରେ ଜମିର ମୂଲ୍ୟ ପ୍ରାୟ ୪.୩୯ କୋଟି ଟଙ୍କା ଥିଲା ବୋଲି ଜଣାପଡିଥିଲା । ଲାଲୁ ପରିବାର ମଧ୍ୟରେ ୬୦୦ କୋଟି ଟଙ୍କା ଟଙ୍କା ହେରଫେର ହୋଇଥିବା ଅଭିଯୋଗ ଆସିଥିଲା ।

Also read- Ayodhya Ram Mandir: ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିବେ ସୁପରଷ୍ଟାର ଅମିତାଭ

Also read- Odisha politics: ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ଇସ୍ତଫା