Kolkata Explosion: କୋଲକାତାର ରାସ୍ତାରେ ପଡ଼ିଥିଲା ଏକ ସନ୍ଦିଗ୍ଧ ବ୍ୟାଗ; ଛୁଇଁବା ମାତ୍ରେ ହେଲା ବିସ୍ଫୋରଣ, ଜଣେ ବ୍ୟକ୍ତି ଆହତ
Advertisement
Article Detail0/zeeodisha/odisha2430036

Kolkata Explosion: କୋଲକାତାର ରାସ୍ତାରେ ପଡ଼ିଥିଲା ଏକ ସନ୍ଦିଗ୍ଧ ବ୍ୟାଗ; ଛୁଇଁବା ମାତ୍ରେ ହେଲା ବିସ୍ଫୋରଣ, ଜଣେ ବ୍ୟକ୍ତି ଆହତ

West Bengal Explosion: ଶନିବାର ଦିନ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ବିସ୍ଫୋରଣ ଘଟିଛି। ଯାଞ୍ଚ ବେଳେ ଏକ ସନ୍ଦିଗ୍ଧ ବ୍ୟାଗ ବିସ୍ଫୋରଣ ହୋଇ ନିକଟସ୍ଥ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

 

Explosion in kolkata

Kolkata Explosion: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇ ଏନଆରଏସ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କୁହାଯାଉଛି ଯେ ଏହି ବିସ୍ଫୋରଣ ସେତେବେଳେ ହୋଇଥିଲା, ଯେତବେଳେ ଏସଏନ ବାନାର୍ଜୀ ରୋଡରେ ଏକ ସନ୍ଦିଗ୍ଧ ବ୍ୟାଗ ବିଷୟରେ ସୂଚନା ପାଇ ଏହାର ଯାଞ୍ଚ କରାଯାଉଥିଲା।

କୋଲକାତା ପୋଲିସ କହିଛି ଯେ ଏହି ବିସ୍ଫୋରଣ ମଧ୍ୟାହ୍ନ ପ୍ରାୟ ୧.୩୦ ସମୟରେ ଘଟିଛି। ଅପରାହ୍ନ ୧.୪୫ ସମୟରେ ପୋଲିସକୁ ସୂଚନା ଦିଆଯାଇଥିଲା। ବିସ୍ଫୋରଣ ଘଟଣାରେ ଅଳିଆ ସଂଗ୍ରହକାରୀ ଭାବରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଆହତ ହୋଇଥିଲେ।

ଆହତ ବ୍ୟକ୍ତିଙ୍କୁ ତାଙ୍କ ଡାହାଣ ହାତରେ କଚଟିରେ ଚୋଟ ଲାଗିଛି। ଯାହାପରେ ତାଙ୍କୁ NRS ହସ୍ପିଟାଲକୁ ନିଆଯାଇଥିଲା। ସୁରକ୍ଷା ଟେପ୍ ସହିତ ଏହି ଅଞ୍ଚଳକୁ କର୍ଡନ କରାଯାଇଥିଲା ଏବଂ ପରେ ବମ୍ ଡିଟେକସନ୍ ଆଣ୍ଡ ଡିସପୋଜାଲ୍ ସ୍କ୍ୱାର୍ଡ (ବିଡିଡିଏସ୍) ଦଳକୁ ଘଟଣାସ୍ଥଳକୁ ଡକାଯାଇଥିଲା। ଦଳ ଘଟଣାସ୍ଥଳରେ ବ୍ୟାଗ ଓ ଆଖପାଖ ଅଞ୍ଚଳ ଯାଞ୍ଚ କରୁଛି। ସେମାନଙ୍କ ଅନୁମୋଦନ ପରେ ହିଁ ଟ୍ରାଫିକକୁ ଅନୁମତି ଦିଆଯାଇଥିଲା। ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

Also Read: Guru Nakshatra Gochar 2024: ୮ ଦିନ ପରେ ନକ୍ଷତ୍ର ବଦଳାଇବ ବୃହସ୍ପତି, ଏହି ରାଶି ମାନଙ୍କ ଜୀବନରେ ଆସିବ ଭଲ ସମୟ

Also Read: Salary Calculator: ସିଟିସି ଏବଂ ଇନ୍-ହେଣ୍ଡ ସାଲାରି ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ? ସରଳ ଭାଷାରେ ଜାଣନ୍ତୁ