Apple Car: ମାର୍କେଟରେ ନିଆଁ ଲଗାଇବ ଆପଲ କାର୍, ଦାମ ରହିବ ଏତିକି
Advertisement

Apple Car: ମାର୍କେଟରେ ନିଆଁ ଲଗାଇବ ଆପଲ କାର୍, ଦାମ ରହିବ ଏତିକି

Apple Car Launch: ଉପଭୋକ୍ତାମାନେ ଖେଳ ଖେଳିବା କିମ୍ବା ରାଜପଥରେ ଭିଡିଓ ଦେଖିବା ପାଇଁ ସୁବିଧା ମଧ୍ୟ ପାଇପାରିବେ। କିନ୍ତୁ ସହର ରାସ୍ତାରେ କିମ୍ବା ଖରାପ ପାଗରେ ମାନୁଆଲି ଏହାକୁ ଚଲାଇବାକୁ ପଡିବ । ଆପଲ୍ କାର ଏବେ ଯାଏଁ କୌଣସି ଡିଜାଇନ୍ ଚୂଡାନ୍ତ କରିନାହିଁ। ଆଗାମୀ ବର୍ଷର ଶେଷ ଆଡକୁ ଏହି ଡିଜାଇନ ପ୍ରସ୍ତୁତି ହେବାର ଅନେକ ସମ୍ଭାବନା ରହିଛି।

Apple Car: ମାର୍କେଟରେ ନିଆଁ ଲଗାଇବ ଆପଲ କାର୍, ଦାମ ରହିବ ଏତିକି

Apple Car: ଆମେରିକୀୟ ସ୍ମାର୍ଟଫୋନ୍ ଏବଂ ଟେକ୍ କମ୍ପାନୀ ଗତ କିଛି ବର୍ଷ ହେବ ଏହାର ବୈଦ୍ୟୁତିକ ଯାନ ବା ଇଲେକ୍ଟ୍ରିକ ଭେଇକିଲକୁ ନେଇ ଜୋରସୋରରେ କାମ କରୁଛି। ଯାହାକୁ ଆପଲ୍ କାର୍ ବୋଲି କୁହାଯାଉଛି । ତେବେ ଏହି ପ୍ରୋଜେକ୍ଟରେ କିଛିଟା ସମସ୍ୟା ଦେଖାଦେଉଛି । କମ୍ପାନୀ ଏହି ଗାଡିର ଲଞ୍ଚ ବା ଉଦଘାଟନ ପ୍ରକ୍ରିୟାକୁ ୨୦୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଏହାର ମୂଲ୍ୟ ଏକ ଲକ୍ଷ ଡଲାରରୁ କମ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। 

ଏହାପୂର୍ବରୁ ଏହି କାରର୍ ବଜାରକୁ ଆସିବା ସମୟ ୨୦୨୫ ବୋଲି କୁହାଯାଉଥିଲା । ମାତ୍ର ଏବେ ଶୁଣିବାକୁ ମିଳୁଛି ଯେ, ଏହି ତାରିଖ ଏବେ ୨୦୨୬ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଆପଲ୍ (Apple) ପ୍ରଥମେ ଏହି କାରକୁ ଏପରି ଭାବରେ ଡିଜାଇନ୍ କରିବାକୁ ଯୋଜନା କରିଥିଲା ​​ଯେ ଯାତ୍ରୀମାନେ ଲିମୋଜିନ ପରି ପରସ୍ପର ଆଡକୁ ମୁହଁ କରି ବସିପାରିବେ । କୌଣସି ଷ୍ଟିଅରିଂ ଚକ କିମ୍ବା ପେଡାଲ ନଥିବା ଖବର ମଧ୍ୟ ପୂର୍ବରୁ ସାମ୍ନାକୁ ଆସିଛି। ତେବେ ଏହି ଡିଜାଇନ୍ ବଦଳାଯାଉଛି ଏବଂ ଏହି କାରରେ ଡ୍ରାଇଭର ସିଟ୍ ସହିତ ଏକ ଷ୍ଟିଅରିଂ ଚକ ଏବଂ ପେଡାଲ୍ ରହିବ ବୋଲି କୁହାଯାଉଛି।  ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଡ୍ରାଇଭିଂ କିମ୍ବା ସ୍ୱୟଂ ଚାଳନା ବୈଶିଷ୍ଟ୍ୟ ବା ଫିଚର ପ୍ରଦାନ ନକରିବାକୁ କମ୍ପାନୀ ମଧ୍ୟ ନିଷ୍ପତ୍ତି ନେଇଛି। ତେବେ ଏହି କାର ରାଜପଥରେ ଏକ ସ୍ୱୟଂ ଚାଳନା ମୋଡ୍ ବ୍ୟବହାର କରିବାରେ ସକ୍ଷମ ହୋଇପାରିବ।

Also Read: Toll Plate: ଚେଞ୍ଜ ହେବ ଆପଣଙ୍କ ଗାଡି ନମ୍ବର ତୁଟିବ FASTag ଟେନସନ, ଜାଣନ୍ତୁ କଣ ରହିଛି ସରକାରଙ୍କ ପ୍ଲାନ୍

ଏହି କାରରେ, ଉପଭୋକ୍ତାମାନେ ଖେଳ ଖେଳିବା କିମ୍ବା ରାଜପଥରେ ଭିଡିଓ ଦେଖିବା ପାଇଁ ସୁବିଧା ମଧ୍ୟ ପାଇପାରିବେ। କିନ୍ତୁ ସହର ରାସ୍ତାରେ କିମ୍ବା ଖରାପ ପାଗରେ ମାନୁଆଲି ଏହାକୁ ଚଲାଇବାକୁ ପଡିବ । କମ୍ପାନୀ ପ୍ରଥମେ ଏହି କାରର ମୂଲ୍ୟ ୧,୨୦,୦୦୦ ଡଲାରରୁ ଅଧିକ ରଖିବାକୁ ଯୋଜନା କରିଥିଲା ​​। କିନ୍ତୁ ଏହାର ମୂଲ୍ୟ ବର୍ତ୍ତମାନ ଏକ ଲକ୍ଷ ଡଲାରରୁ କମ୍ ହେବ କାରଣ କାରରେ କିଛି ବୈଶିଷ୍ଟ୍ୟ ଏବଂ ଟେକ୍ନୋଲୋଜି ନଦେବାକୁ ଆପଲ୍ ନିଷ୍ପତ୍ତି ନେଇଛି। ଆପଲ୍ କାର (Apple Car) ଏବେ ଯାଏଁ କୌଣସି ଡିଜାଇନ୍ ଚୂଡାନ୍ତ କରିନାହିଁ। ଆଗାମୀ ବର୍ଷର ଶେଷ ଆଡକୁ ଏହି ଡିଜାଇନ ପ୍ରସ୍ତୁତି ହେବାର ଅନେକ ସମ୍ଭାବନା ରହିଛି।  ଏହାବାଦ୍ କାରର୍ ଫିଚର୍ସ (Car Features) କୁ ପୁରା କରାଯିବା ପରେ ଏହାର ଟେଷ୍ଟିଂ କରାଯିବ।

Also Read: Mc Donald: ଛଟେଇ ବେଳେ ମ୍ୟାକଡୋନାଲ୍ଡସ୍‌ ଦେଲା ଖୁସି ଖବର, ନିଯୁକ୍ତି ପାଇବେ ୫ ହଜାର କର୍ମଚାରୀ

ଆପଲ ର iPhone ର ଆଗାମୀ ସିରିଜରେ Sony ର ଷ୍ଟେଟ ଅଫ ଦି ଆର୍ଟ ଇମେଜ ସେନସରକୁ ବ୍ୟବହାର କରାଯାଇପାରେ।ଆସନ୍ତାବର୍ଷ ଲଞ୍ଚ ହେବାକୁ ଯାଉଥିବା iPhone 15 ସିରିଜ ର ବିଭିନ୍ନ ସ୍ପେଶିଫିକେସନ ବିଷୟରେ ବହୁ ଅଟକଳ ଲଗାଯାଉଛି। ଏକ ନୂଆ ରିପୋର୍ଟ ଅନୁସାରେ, ସୋନିର ଇମେଜ ସେନସରର ବ୍ୟବହାର କରାଯିବ। ହୁଏତ ଏହି ସେନସର କୁ ସୋନି ଏବେ ସୁଦ୍ଧା ପ୍ରଡକ୍ସନ କରିନାହିଁ। ଜାପାନର କମ୍ପାନୀର ନାଗାସାକି ପ୍ଲାଣ୍ଟରେ ଏହା ତିଆରି କରାଯାଇପାରିବ। ଆଗାମୀ ତିନିବର୍ଷ ମଧ୍ୟରେ ସୋନି ଇମେଜ୍ ସେନ୍ସରରେ ପ୍ରାୟ ୬୦ ପ୍ରତିଶତ ସଂପୃକ୍ତ ଧାତୁ ଅକ୍ସାଇଡ୍ ସେମିକଣ୍ଡକ୍ଟର (CMOS) ଇମେଜ୍ ସେନ୍ସର ବଜାରକୁ କ୍ୟାପଚର କରିବାକୁ ଅଧିକ ବିନିଯୋଗ କରିଛି ।