Kerala Road Accident: ଭୀଷଣ କାର ଦୁର୍ଘଟଣାରେ ISROର ୫ ଜଣ କର୍ମଚାରୀଙ୍କ ମୃତ୍ୟୁ
Advertisement

Kerala Road Accident: ଭୀଷଣ କାର ଦୁର୍ଘଟଣାରେ ISROର ୫ ଜଣ କର୍ମଚାରୀଙ୍କ ମୃତ୍ୟୁ

Kerala Road Accident:: କର୍ମଚାରୀ ମାନଙ୍କୁ ନେଇ ଯାଉଥିବା କାର (୨୪ରୁ ୩୦ ବର୍ଷ ବୟସର ସମସ୍ତ) ଏକ ଟ୍ରକ ସହିତ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି । ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଜଣେ ଆହତଙ୍କୁ ହସ୍ପିଟାଲ ନେବା ରାସ୍ତାରେ ମୃତ୍ୟୁ ବରଣ କରିଛନ୍ତି ।

ପ୍ରତୀକାତ୍ମକ ଫଟୋ

Kerala Road Accident: ଥିରୁବନନ୍ତପୁରମ୍: କେରଳ (Kerala) ରେ ଏକ ଭୀଷଣ ସଡ଼କ ଦୁର୍ଘଟଣାରେ ISRO ର ୫ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି । ଆଜି (ସୋମବାର) ଅର୍ଥାତ ଜାନୁଆରୀ ୨୩ରେ ସକାଳେ ଆଲପ୍ପୁଝା (Alappuzha) ନିକଟରେ ଏକ କାର ଦୁର୍ଘଟଣାରେ ISRO ୟୁନିଟରେ କାର୍ଯ୍ୟ କରୁଥିବା ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । କର୍ମଚାରୀ ମାନଙ୍କୁ ନେଇ ଯାଉଥିବା କାର (୨୪ରୁ ୩୦ ବର୍ଷ ବୟସର ସମସ୍ତ) ଏକ ଟ୍ରକ ସହିତ ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି । ମୁହାଁମୁହିଁ ଧକ୍କା ହେବା ପରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଜଣେ ଆହତଙ୍କୁ ହସ୍ପିଟାଲ ନେବା ରାସ୍ତାରେ ମୃତ୍ୟୁ ବରଣ କରିଛନ୍ତି ।

ଏହି ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ଲୋକ, ପୋଲିସ ଏବଂ ଅଗ୍ନିଶମ ଅଧିକାରୀମାନେ କାରକୁ କାଟି ସେଥିରୁ ମୃତଦେହକୁ ବାହାର କରିଥିଲେ । ମୃତ ବ୍ୟକ୍ତି ଆଇଏସଆରଓ ୟୁନିଟର କ୍ୟାଣ୍ଟିନରେ କାମ କରୁଥିଲେ ଓ ଏକ ମନ୍ଦିର ଉତ୍ସବରେ ଯୋଗଦେବା ପାଇଁ ଆଲପ୍ପୁଝା (ମୃତ ବ୍ୟକ୍ତିଙ୍କ ଘର ସହର) ଅଭିମୁଖେ ଯାଉଥିଲେ । ଅନ୍ୟ ଚାରିଜଣ ଥିରୁବନନ୍ତପୁରମର ବାସିନ୍ଦା ଥିଲେ । ମୃତକଙ୍କ ପରିଚୟ ପ୍ରସାଦ, ମନୁ, ଅମଲ, ସୁମୋଦ ଏବଂ ଶିଜିନ ଦାସ ବୋଲି ଜଣାପଡିଛି ।

ଅଧିକାରୀ କହିଛନ୍ତି ଯେ, ଆଲପ୍ପୁଝା ନିକଟ ଅମ୍ବାଲାପୁଝା ଠାରେ ଏକ କାର ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକରେ ଧକ୍କା ଦେଇଥିଲା । ଅଧିକାରୀଙ୍କ କହିବାନୁସାରେ, ଥିରୁବନନ୍ତପୁରମରେ ଥିବା ଭାରତୀୟ ଅନ୍ତରୀକ୍ଷ ଅନୁସଂଧ୍ୟାନ ସଂଗଠନ (ISRO) ର ଭୋଜନାଳୟରେ ଏହି ୫ ଜଣ ଚୁକ୍ତିଭିତ୍ତିକ କର୍ମଚାରୀ ଥିଲେ । ସେମାନେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଲପ୍ପୁଝା ଯାଉଥିଲେ । ପୋଲିସ କହିଛି ଯେ, ଏହି ଦୁର୍ଘଟଣା ରାତି ୧.୩୦ ସମୟରେ ଘଟିଥିଲା । କାରରେ ଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରକର ଡ୍ରାଇଭର ଓ ହେଲପର ପୋଲିସ ହେପାଜତରେ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ପାକିସ୍ତାନ ଉପରେ ମାଡ଼ି ଆସିଲା ବଡ଼ ସଙ୍କଟ! ସାରା ଦେଶରେ ବିଦ୍ୟୁତ୍ ବ୍ୟବସ୍ଥା ଠପ୍

ଅଧିକ ପଢ଼ନ୍ତୁ:-ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ରୋହିତ ଶର୍ମା ଏହି ଖେଳାଳିଙ୍କୁ ଦଳରୁ କରିବେ ବାହାର!

ଅଧିକ ପଢ଼ନ୍ତୁ:-ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! EPFO କଲା ଏହି ଘୋଷଣା

ପୋଲିସ ସୂତ୍ରରୁ ପ୍ରକାଶ ଯେ, କାରରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ଯିବା ବାଟରେ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣଙ୍କ ମୃତଦେହକୁ ଆଲପ୍ପୁଝା ମେଡିକାଲ କଲେଜକୁ ଅଣାଯାଇଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ ।