IRCTC Ticket Fraud: ଟ୍ରେନ୍ ଟିକେଟ୍ ବାତିଲ କରିବା ବେଳେ ହୋଇଗଲା ଖେଳ, କେରଳ ବ୍ୟକ୍ତିଙ୍କ ହାତରୁ ଚାଲିଗଲା ଏତିକି ଟଙ୍କା
Advertisement
Article Detail0/zeeodisha/odisha1823523

IRCTC Ticket Fraud: ଟ୍ରେନ୍ ଟିକେଟ୍ ବାତିଲ କରିବା ବେଳେ ହୋଇଗଲା ଖେଳ, କେରଳ ବ୍ୟକ୍ତିଙ୍କ ହାତରୁ ଚାଲିଗଲା ଏତିକି ଟଙ୍କା

IRCTC Ticket Scam: ଟ୍ରେନ ବାତିଲ କରିବା ବେଳେ ଅବଲମ୍ବନ କରନ୍ତୁ ସତର୍କତା। ନହେଲେ ଆପଣ ସାମ୍ନା କରିପାରନ୍ତି ବଡ଼ ଧରଣର ଠକେଇ।

IRCTC Ticket Fraud: ଟ୍ରେନ୍ ଟିକେଟ୍ ବାତିଲ କରିବା ବେଳେ ହୋଇଗଲା ଖେଳ, କେରଳ ବ୍ୟକ୍ତିଙ୍କ ହାତରୁ ଚାଲିଗଲା ଏତିକି ଟଙ୍କା

IRCTC Ticket Scam: ଦେଶରେ ପ୍ରତିଦିନ ବହୁ ସଂଖ୍ୟକ ଲୋକ କୌଣସି ସ୍ଥାନକୁ ଟ୍ରେନ ଯୋଗେ ଯାତ୍ରା କରିଥାନ୍ତି। ଅନେକ ଥର ବିଭିନ୍ନ କାରଣରୁ ଲୋକେ ଯାତ୍ରା କରିବା ପାଇଁ ବୁକିଂ କରିଥିବା ଟ୍ରେନ ଟିକେଟ ବାତିଲ କରିଥାନ୍ତି। ହେଲେ ଟ୍ରେନ ଟିକେଟ୍ ବାତିଲ କରିବା ବେଳେ ଯଦି ଟିକିଏ ଅସାବଧାନତା ହୋଇଯାଏ, ତାହେଲେ ହାତରୁ ବେଶ ମୋଟା ଅଙ୍କର ଟଙ୍କା ଚାଲିଯାଏ। ଗୋଟିଏ ପଟେ ଆପଣ ଟଙ୍କା ସଞ୍ଚୟ କରିବାକୁ ଚାହିୁଁଥିବା ବେଳେ ଅନ୍ୟପଟେ ଆପଣ ଫେରସ୍ତ ପାଇବା ବଦଳରେ ଆପଣଙ୍କ କଷ୍ଟ ଉପାର୍ଜିତ ଟଙ୍କା ହରାଇପାରନ୍ତି। ସଦ୍ୟ କେରଳର ଜଣେ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଛି।

ଟ୍ରେନ ଟିକେଟ ବାତିଲ କରିବା ବେଳେ ଫସିଗଲେ କେରଳ ବାସିନ୍ଦା
ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଟ୍ରେନ୍ ଟିକେଟ୍ ବାତିଲ (Train Ticket Cancellation) କରିବାକୁ ଉଦ୍ୟମ କରି କେରଳ ବାସିନ୍ଦା ୭୮ ବର୍ଷିୟ ମହମ୍ମଦ ବଶୀର ସାଇବର ଅପରାଧୀଙ୍କ ଦ୍ୱାରା ଠକାମୀର (kerala man looted by cyber fraud) ଶିକାର ହୋଇଛନ୍ତି। ଏପରିକି ତାଙ୍କ ବ୍ୟାଙ୍କ ଖାତାରୁ ୪ ଲକ୍ଷରୁ ଅଧିକ ଟଙ୍କା ଉଡ଼ି ଯାଇଥିବାର ଜଣାପଡ଼ିଛି। ମହମ୍ମଦ ବଶିର ତାଙ୍କର ଯାତ୍ରା ଯୋଜନା ବଦଳାଇବା ପରେ ଟ୍ରେନ୍ ଟିକେଟ୍ ବାତିଲ କରିବାକୁ ଚେଷ୍ଟା କରୁଥିଲେ। ହେଲେ ଟ୍ରେନ ଟିକେଟ ବାତିଲ କରିବା ସମୟରେ ସେ ସାଇବର ଅପରାଧୀଙ୍କ ଜାଲରେ (kerala man trapped cyber frauds net) ପଡ଼ିଯାଇଥିଲେ।

ରେଳବାଇ ଅଧିକାରୀ ପରିଚୟ ଦେଇ କରିଥିଲେ ଫୋନ କଲ 
ଏହି ମାମଲାରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଯେତେବେଳେ ମହମ୍ମଦ ବଶୀର ତାଙ୍କ ଟ୍ରେନ୍ ଟିକେଟ୍ ବାତିଲ କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ତାଙ୍କ ପାଖକୁ ଏକ ଫୋନ କଲ ଆସିଥିଲା। ​​ଯେଉଁଥିରେ ଅନ୍ୟ ଜଣେ ବ୍ୟକ୍ତି ନିଜକୁ ରେଳବାଇ ଅଧିକାରୀ ବୋଲି କହୁଥିଲେ। ଯିଏ ଉଭୟ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ପାରଙ୍ଗମ ଥିଲେ। ଏହି କାରଣରୁ ବଶୀର ଅନୁଭବ କରିଥଲେ ଯେ ସେହି ବ୍ୟକ୍ତି ଜଣଙ୍କ ପ୍ରକୃତରେ ଜଣେ ରେଳବାଇ ଅଧିକାରୀ। ବଶୀରଙ୍କୁ ପ୍ରତାରଣା କରିବା ପରେ ସେହି ବ୍ୟକ୍ତି ଜଣଙ୍କ ତାଙ୍କୁ ଏକ ଆପ୍ ଡାଉନଲୋଡ୍ କରିବାକୁ କହିଥିଲେ।

ଏହି ଆପ୍ ଦ୍ୱାରା ହୋଇଥିଲା ସାଇବର ଠକେଇ 
ନିଜକୁ ରେଳବାଇ ଅଧିକାରୀ ବୋଲି କହି ଫୋନ କରିଥିବା ବ୍ୟକ୍ତିଙ୍କ କଥାରେ ମହମ୍ମଦ ବଶୀର ଏକ ଆପ୍ ଡାଉନଲୋଡ୍ କରିଥିଲେ। ଅନୁସନ୍ଧାନ ଅନୁଯାୟୀ ବଶୀର୍ ରଷ୍ଟ୍ ଡେସ୍କ (RustDesk App) ନାମକ ଏକ ଆପ୍ ଡାଉନଲୋଡ୍ କରିଥିଲେ। ଯାହା ସାଇବର ଅପରାଧୀଙ୍କ (Cyber Criminals) ହାତକୁ ତାଙ୍କ ମୋବାଇଲ୍ ଆକ୍ସେସ (Mobile Access) ଚାଲି ଯାଇଥିଲା। ଏହା ପରେ ତାଙ୍କ ଟ୍ରେନ୍ ଟିକେଟ୍ ବାତିଲ ହୋଇନଥିଲା। ହେଲେ ତାଙ୍କ ବ୍ୟାଙ୍କ ଖାତାରୁ ୪ ଲକ୍ଷରୁ ଅଧିକ ଟଙ୍କା ଚାଲି ଯାଇଥିଲା।

ପଶ୍ଚିମବଙ୍ଗ-ବିହାର ଅପରାଧୀଙ୍କ ଉପରେ ରହିଛି ସନ୍ଦେହ 
ଏନେଇ ଅଧିକାରୀଙ୍କ କହିବା ଅନୁସାରେ, ସାଇବର ଅପରାଧୀମାନେ ମହମ୍ମଦ ବଶୀରଙ୍କ ବ୍ୟାଙ୍କ ଖାତାରୁ ୪ ଥର ଟଙ୍କା ଉଠାଇଥିଲେ। କୋଲକାତା ଠାରେ ତାଙ୍କ ବ୍ୟାଙ୍କ ଖାତାରୁ ମୋଟ ୪ ଲକ୍ଷ ୫ ହଜାର ୯୧୯ ଟଙ୍କା ଉଠାଯାଇଥିଲା। ଅନୁସନ୍ଧାନକାରୀ ଅଧିକାରୀ ସନ୍ଦେହ କରୁଛନ୍ତି ଯେ ଏହି ଠକେଇରେ ପଶ୍ଚିମବଙ୍ଗ କିମ୍ବା ବିହାର ଅଞ୍ଚଳର ସାଇବର ଅପରାଧୀ (Cyber Criminal of West Bengal and Bihar Area) ସମ୍ପୃକ୍ତ ରହିଥାଇ ପାରନ୍ତି। 

ସାଇବର ଠକେଇରୁ ନିଜକୁ କିପରି କରିବେ ରକ୍ଷା?
ଆପଣ ମଧ୍ୟ ସାଇବର ଠକେଇର ଶିକାର ହୋଇପାରନ୍ତି। ଏଭଳି ଠକେଇରୁ ଦୂରେଇ ରହିବା ପାଇଁ ଆପଣଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡିବ। ଟ୍ରେନ୍ ଟିକେଟ୍ ବୁକିଂ କିମ୍ବା କ୍ୟାନସେଲ କରିବା ସମୟରେ କଦାପି ଅନଧିକୃତ ୱେବସାଇଟ୍ କିମ୍ବା ଆପ୍ ବ୍ୟବହାର କରନ୍ତୁ ନାହିଁ। ସାଇବର ଅପରାଧୀ ଆଇଆରସିଟିସି ପୋର୍ଟାଲ ପରି ଏକ ପୋର୍ଟାଲ ତିଆରି କରିଥାନ୍ତି। ଯାହା ମୂଳ ୱେବସାଇଟ ସହିତ ପ୍ରାୟ ସମାନ। ଏହି କାରଣରୁ ପ୍ରଥମେ ୱେବସାଇଟ ଯତ୍ନର ସହିତ ପରିଦର୍ଶନ କରିବା ସହିତ ଯାଞ୍ଚ କରନ୍ତୁ। ଆଉ ଗୋଟିଏ କଥା ମନେରଖନ୍ତୁ ଯେ ରେଳବାଇ କିମ୍ବା ଆଇଆରସିଟିସି ଦ୍ୱାରା ଟିକେଟ୍ ବୁକିଂ କିମ୍ବା ବାତିଲ ପାଇଁ ଯାତ୍ରୀଙ୍କୁ କୌଣସି କଲ କରାଯାଏ ନାହିଁ।