Kendrapara News: ଠକିଦେଲା ଫେସବୁକ୍ ଭାଇ, ଠକେଇର ଶିକାର ହେବା ପରେ ମହିଳାଙ୍କୁ ତଲାକ୍ ଦେଲେ ସ୍ୱାମୀ
Advertisement

Kendrapara News: ଠକିଦେଲା ଫେସବୁକ୍ ଭାଇ, ଠକେଇର ଶିକାର ହେବା ପରେ ମହିଳାଙ୍କୁ ତଲାକ୍ ଦେଲେ ସ୍ୱାମୀ

Kendrapara News: ସ୍ବାମୀ(Husband) ନମ୍ବରକୁ ବ୍ଲକ କରି ଫେସବୁକ୍ (Facebook) ସାଙ୍ଗ ସହ କଥା ହେଉଥିଲା ସ୍ତ୍ରୀ(Wife) । ବନ୍ଧୁତା(friendship) ସ୍ଥାପନ ପରେ ଗିଫ୍ଟ(gift) ଦେବା ନାଁ ନେଇ ପ୍ରୋସେସିଂ ଫି ଜରିଆରେ ଠକେଇର ଶିକାର ହେଲେ ମହିଳା। ପ୍ରାୟ ୧ ଲକ୍ଷ ୭୦ ହଜାର ଟଙ୍କା ସାଇବର ଠକେଇର ଶୀକାର (cyber fraud) ହେବା ପରେ ସ୍ତ୍ରୀକୁ ତଲାକ ଦେଇଛନ୍ତି ସ୍ବାମୀ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Kendrapara News In Odia : ସ୍ବାମୀ(Husband)  ନମ୍ବରକୁ ବ୍ଲକ କରି ଫେସବୁକ୍ (Facebook) ସାଙ୍ଗ ସହ କଥା ହେଉଥିଲା ସ୍ତ୍ରୀ(Wife) । ବନ୍ଧୁତା(friendship) ସ୍ଥାପନ ପରେ ଗିଫ୍ଟ(gift) ଦେବା ନାଁ ନେଇ ପ୍ରୋସେସିଂ ଫି ଜରିଆରେ ଠକେଇର ଶିକାର ହେଲେ ମହିଳା। ପ୍ରାୟ ୧ ଲକ୍ଷ ୭୦ ହଜାର ଟଙ୍କା ସାଇବର ଠକେଇର ଶୀକାର (cyber fraud) ହେବା ପରେ ସ୍ତ୍ରୀକୁ ତଲାକ ଦେଇଛନ୍ତି ସ୍ବାମୀ।  ଏ-ବେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ତ ହୋଇଛନ୍ତି ମହିଳା।  ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା (Kendrapara)ସଦର ଥାନା ଅନ୍ତର୍ଗତ କୁଶିଆପାଳ ପଞ୍ଚାୟତର ମିର୍ଜାପାଟଣା ଗାଁରେ । 

ଗାଁର ଶେଖ ରାଜିଦଙ୍କ ପତ୍ନୀ ଜମରୁନ ବିବି (kendrapara woman) ସ୍ବାମୀଙ୍କ (Husband) ଅଜଣାତରେ ଫେସବୁକରେ (Facebook)ଜୈନିକ ରବି ଶର୍ମାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ରବିଶର୍ମା ଓ୍ବାଟସପ ଯୋଗେ ଜମରୁନଙ୍କ ସହ ନିକଟତର ହୋଇ ତାଙ୍କୁ ଭଉଣୀ ବୋଲି ସମ୍ବୋଧନ କରୁଥୁଲେ।  ସେ ସୁଦୁର ଇଂଲଣ୍ତରେ ରହୁଥିବା ବେଳେ ଝାଡଖଣ୍ତର ମୂଳବାସିନ୍ଦା ବୋଲି କହିଥିଲେ। ଭଉଣୀ ପାଇଁ ସେ ୨୫ ଲକ୍ଷ ଟଙ୍କାର ନେକଲେସ୍, ଆଇଫୋନ୍, ଫ୍ରିଜ୍ ଭଳି ଦାମିକିଆ ସାମଗ୍ରୀ ପଠାଇଥିବା ଓ ଏଥିରେ ନଗଦ ୪ ଲକ୍ଷ ଟଙ୍କା ରହିଥିବା କହିଥିଲେ। ପରେ ଏହି ସାମଗ୍ରୀ ଗୁଡିକ ଖୁବଶିଘ୍ର ତାଙ୍କ ନିକଟରେ ପହଞ୍ଚିବ ବୋଲି ଓ୍ବାର୍ଟସପରେ କହିଥିଲେ ଫେସବୁକରେ ହୋଇଥିବା ଭାଇଜଣକ। 

fallback

Also Read : Cuttack News: ଅଷ୍ଟପ୍ରହରି ପ୍ରସାଦ ଖାଇ ୧୦୦ରୁ ଅଧିକ ଅସୁସ୍ଥ, ଏକାଧିକଙ୍କ ଅବସ୍ଥା ସଙ୍କଟାପନ୍ନ

Also Read : Road Accident: ସାମ୍ନାପଟୁ ଧକ୍କା ଦେଲା ଅଜଣା ଗାଡ଼ି, ନିଶ୍ଚିହ୍ନ ହୋଇଗଲା ପରିବାର !

Also Read : Salman Khan Net Worth: କୋଟି କୋଟି ଟଙ୍କାରେ ଖେଳନ୍ତି ଭାଇଜାନ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ହେଉଛନ୍ତି ସଲମାନ?

ଏହାର ଠିକ୍ ତିନିଦିନ ପରେ ଏକ ଅଜଣା ନମ୍ବରରୁ ଜମରୁନଙ୍କ ପାଖକୁ ଏକ କଲ ଆସିଥିଲା । ଏବଂ ପ୍ରୋସେସିଂ ଫି ବାବଦକୁ ୬୦ ହଜାର ଟଙ୍କା ଆକାଉଣ୍ଟରେ ଦେବକୁ କହିଥିଲେ। ଏବଂ ଟଙ୍କା ନ ପଠାଇଲେ ଏହି ସାମଗ୍ରୀ ଫେରିଯିବ ବୋଲି କହିଥିଲେ ।  ତେବେ, ଗିଫ୍ଟ ଲୋଭରେ ଜମରୁନ ନିଜ ପିନ୍ଧା ହାରକୁ ସ୍ଥାନୀୟ ବ୍ୟାଙ୍କରେ ବନ୍ଧକ ରଖିଥିଲେ ।  ଏବଂ ଏହା-ବାବଦରେ ସେ ୬୦ ହଜାର ଟଙ୍କା ବ୍ୟାଙ୍କରୁ ନେଇଥିଲେ। ଏବଂ ପରେ ତାଙ୍କୁ ଆକାଉଣ୍ଟକୁ ପ୍ରଥମେ ୬୦ ହଜାର ଟଙ୍କା ଡିପୋଜିଟ କରିଥିଲେ। ପରବର୍ତ୍ତୀ ସମୟରେ ଭିନ୍ନ ଭିନ୍ନ କିସ୍ତିରେ ୧ ଲକ୍ଷ ୭୦ ହଜାର ଟଙ୍କା ପଠାଇଥିଲେ। କିନ୍ତୁ ଗିଫ୍ଟ ପହଞ୍ଚି ନଥିଲା। 

ଗିଫ୍ଟ ନ ପାଇବାରୁ ଆଉ ଏତେ ଟଙ୍କା ହରାଇଥିବାରୁ ଚିନ୍ତାଗ୍ରସ୍ତ ହୋଇଯାଇଥିଲେ ଜମରୁନ୍ । ଏ-ନେଇ ଗୁଜରାଟରେ ରହୁଥିବା ତାଙ୍କ ସ୍ୱାମୀ ଶେଖ୍ ରାଜୀଦଙ୍କୁ ଏ ସମ୍ପର୍କରେ  ଜଣାଇଥିଲେ।  ଏହା ଜାଣିବା ପରେ ସ୍ତ୍ରୀଙ୍କ ଉପରେ ରାଗି ଯାଇଥିଲେ ସ୍ବାମୀ । ତାଙ୍କର କଷ୍ଟ ଉପାର୍ଜିତ ଅର୍ଥ ଉଡାଇ ଦେଇଥିବାରୁ ସେ ଖପ୍ପା ଥିଲେ । ଆଉ ଫୋନ୍ କରି ତିନି ଥର ତଲାକ୍ (triple talaq) କହି ଛାଡପତ୍ର ଦେଇଥିଲେ । ପରେ ଏନେଇ ମହିଳା ଜଣକ ଥାନାର ଦ୍ବାରସ୍ତ ହୋଇଥିବା ଜଣାପଡିଛି । 

Also Read : Pushpa 2: ପୋଷ୍ଟରରେ ଶାଢୀ ଚୁଡ଼ି ପିନ୍ଧିଥିବାର ନଜର ଆସିଲେ ଅଲ୍ଲୁ ଅର୍ଜୁନ, ଜାଣନ୍ତୁ ପୋଷ୍ଟର ପଛର ରହସ୍ୟ

Also Read : HBD Allu Arjun: ଏତିକି କୋଟିର ମାଲିକ ଅଲ୍ଲୁ ଅର୍ଜୁନ, ତାଲିକାରେ ପଛରେ ପଡ଼ିଯିବେ କ୍ରିକେଟର