Salary Hike: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ହୋଲି ପୂର୍ବରୁ ମିଳିଲା ଉପହାର, ବେତନରେ ୧୭ ପ୍ରତିଶତ ବୃଦ୍ଧି ଘୋଷଣା କଲେ ଏହି ରାଜ୍ୟ ସରକାର
Advertisement

Salary Hike: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ହୋଲି ପୂର୍ବରୁ ମିଳିଲା ଉପହାର, ବେତନରେ ୧୭ ପ୍ରତିଶତ ବୃଦ୍ଧି ଘୋଷଣା କଲେ ଏହି ରାଜ୍ୟ ସରକାର

Salary Hike: ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।

Salary Hike: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ହୋଲି ପୂର୍ବରୁ ମିଳିଲା ଉପହାର, ବେତନରେ ୧୭ ପ୍ରତିଶତ ବୃଦ୍ଧି ଘୋଷଣା କଲେ ଏହି ରାଜ୍ୟ ସରକାର

Salary Hike: କର୍ଣ୍ଣାଟକର ସରକାରୀ କର୍ମଚାରୀ (Karnataka Government Employees) ଙ୍କ ପାଇଁ ଏକ ଖୁସି ଖବର ଅଛି ।  ରାଜ୍ୟ ମୁଖ୍ୟମନ୍ତ୍ରୀ ( Karnataka CM) ବସଭାରାଜ ବୋମ୍ମାଇ (Basavaraj Bommai) ହୋଲି (Holi) ପୂର୍ବରୁ ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ଅନ୍ତରୀଣ ରିଲିଫ ଭାବରେ ଆମେ ସରକାରୀ କର୍ମଚାରୀଙ୍କ ପାଇଁ ୧୭ ପ୍ରତିଶତ ବେତନ ବୃଦ୍ଧି (Salary Hike) ଘୋଷଣା କରିଛୁ । ଏହି ବୃଦ୍ଧି ଏପ୍ରିଲ ୧ରୁ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ବସଭାରାଜ ବୋମ୍ମାଇ (Basavaraj Bommai) କହିଛନ୍ତି ଯେ, ନୂତନ ପେନସନ୍‌ ସ୍କିମ୍‌, ଆର୍ଥିକ ପ୍ରସଙ୍ଗ ତଥା ଅନ୍ୟାନ୍ୟ ବିଷୟ ରାଜ୍ୟରେ ଅଧ୍ୟୟନ କରାଯିବ । ପରେ ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଅର୍ଥ) ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ।

ଦରମା ବୃଦ୍ଧି ଭଳି ଦାବି ସମ୍ପର୍କରେ ସରକାରଙ୍କଠାରୁ ଆଶ୍ୱସନା ପାଇବା ପରେ କର୍ଣ୍ଣାଟକର ସରକାରୀ କର୍ମଚାରୀମାନେ (Karnataka Government Employees) ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ବନ୍ଦ କରିଛନ୍ତି । ଏହାପୂର୍ବରୁ ସରକାର ଓ କର୍ମଚାରୀ ସଂଘ ମଧ୍ୟରେ ଅନେକ ବୈଠକ ହୋଇଥିଲା, ଯେଉଁଥିରେ କୌଣସି ଫଳାଫଳ ମିଳି ନଥିଲା । ବୁଧବାର ବେଙ୍ଗାଲୁରୁର ବୃହତ ବେଙ୍ଗାଲୁରୁ ମହାନଗର ପାଳିକା (BBMP) ପରିସରରେ ରାଜ୍ୟ ସରକାରୀ କର୍ମଚାରୀମାନେ ମଧ୍ୟ ସପ୍ତମ ବେତନ ଆୟୋଗ (7th Pay Commission) କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ।

କର୍ମଚାରୀମାନେ ସପ୍ତମ ବେତନ ଆୟୋଗ (7th Pay Commission) ର ରିପୋର୍ଟ କାର୍ଯ୍ୟକାରୀ କରିବା, ପୁରୁଣା ପେନସନ ଯୋଜନା (Old Pension Scheme) ର ପୁନଃ କରିବା ଏବଂ ଅତି କମରେ ୪୦ ପ୍ରତିଶତ ଫିଟମେଣ୍ଟ ସୁବିଧା ସ୍ଥାପନ ସମେତ କର୍ଣ୍ଣାଟକ ସରକାରଙ୍କ ନିକଟରେ ୩ଟି ପ୍ରମୁଖ ଦାବି କରିଥିଲେ । ନୂତନ ପେନସନ ସ୍କିମ୍ (NPS) କୁ ଶେଷ କରି ଓପିଏସ୍ ଲାଗୁ କରିବା ଦାବିରେ ସରକାର କହିଛନ୍ତି ଯେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ କମିଟି ଏହାର ସମ୍ଭାବ୍ୟତା ଉପରେ ଅଧ୍ୟୟନ କରିବ ।

ସେପଟେ ଜାନୁଆରୀ ୧ରୁ ମହଙ୍ଗା ଭତ୍ତା (DA) ୪ ପ୍ରତିଶତ ବୃଦ୍ଧି କରିବାକୁ ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଏହା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି (DA Hike) ପାଇଛି । ଆପଣଙ୍କୁ କହି ରଖୁଛୁ ଯେ,  ମହଙ୍ଗା ଭତ୍ତା AICPI-IW ଆଧାରରେ ଗଣନା କରାଯାଏ । ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।

ଅଧିକ ପଢ଼ନ୍ତୁ:-ଅଭିନେତା ପିଣ୍ଟୁ ନନ୍ଦଙ୍କ ନିଧନ, ଓଡ଼ିଆ ସିନେ ଜଗତରେ ଶୋକର ଛାୟା

ଅଧିକ ପଢ଼ନ୍ତୁ:-ଜିଓ ଦେଲା ଏୟାରଟେଲକୁ ଟେନସନ, ୨୪୦ ଟଙ୍କାରେ ୮୪ ଦିନ ପର୍ଯ୍ୟନ୍ତ ଦୈନିକ ୨ ଜିବି ଡାଟା ଓ ଅସୀମିତ କଲିଂ!

ବୁଧବାର ମୋଦି କ୍ୟାବିନେଟ ମହଙ୍ଗା ଭତ୍ତା (DA) ଆକଳନ ସମୀକ୍ଷା କରିଛନ୍ତି । କିନ୍ତୁ ଏ ବାବଦରେ ଆନୁଷ୍ଠାନିକ ଅନୁମୋଦନ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । Zee Businessରେ ପ୍ରକାଶିତ ଖବର ଅନୁଯାୟୀ, ମହଙ୍ଗା ଭତ୍ତାକୁ ୪୨ ପ୍ରତିଶତକୁ ବୃଦ୍ଧି (DA Hike) କରିବାକୁ ଏକ ସହମତି ହୋଇଛି । ସୂତ୍ର ଦାବି କରିଛି ଯେ, ପିଏମ ମୋଦି (PM Modi) ଏହାକୁ ହୋଲି ପୂର୍ବରୁ ଘୋଷଣା କରିପାରନ୍ତି । ହୋଲି ପରେ ଅର୍ଥ ମନ୍ତ୍ରଣାଳୟ ଏହାର ବିଜ୍ଞପ୍ତି ଜାରି କରିବ । ମାର୍ଚ୍ଚ ଦରମା ସହିତ ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ । କର୍ମଚାରୀମାନେ ମଧ୍ୟ ଦୁଇ ମାସର ବକେୟା ଅର୍ଥ ରାଶି ପାଇବେ ।