Jio True 5G: ଆହୁରି ୩୪ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ
Advertisement

Jio True 5G: ଆହୁରି ୩୪ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

Jio True 5G: ଏଥିରେ ସର୍ବାଧିକ ତାମିଲନାଡୁର ୮ଟି ସହର ସାମିଲ ରହିଛି  । ଏହା ବ୍ୟତୀତ ଆନ୍ଧ୍ର ପ୍ରଦେଶର ୬, ଆସାମ ଓ ତେଲେଙ୍ଗାନାର ୩-୩, ଓଡ଼ିଶା,  ଛତିଶଗଡ଼ ଏବଂ ପଞ୍ଜାବର ୨-୨ଟି ସହରରେ  ଜିଓର ଟ୍ରୁ 5G ସେବା ଆରମ୍ଭ ହୋଇଛି । ଏହି ତାଲିକାରେ ବିହାରର ଗୟା, ରାଜସ୍ଥାନର ଅଜମେର, କର୍ଣ୍ଣାଟକର ଚିତ୍ରଦୁର୍ଗ ଏବଂ ଉତ୍ତରପ୍ରଦେଶର ମଥୁରା ସହର ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି । 

Jio True 5G: ଆହୁରି ୩୪ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

Jio 5G Service: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ (Reliance Jio) ଏହାର 5G ନେଟୱାର୍କ (5G Network) କୁ ଦ୍ରୁତ ଗତିରେ ବିସ୍ତାର କରୁଛି । ଏହି ପର୍ଯ୍ୟାୟରେ ଗତକାଲି (ମଙ୍ଗଳବାର) ଅର୍ଥାତ ଜାନୁଆରୀ ୩୧ରେ କମ୍ପାନୀ ଏକାସାଙ୍ଗରେ ୩୪ଟି ସହରରେ 5G ସେବା ଆରମ୍ଭ କରିଛି । ଜିଓର ଟ୍ରୁ 5G ସେବା (Jio True 5G) ସହିତ ଯୋଡ଼ିଥିବା  ସହର ସଂଖ୍ୟା ବର୍ତ୍ତମାନ ୨୨୫କୁ ବୃଦ୍ଧି ପାଇଛି । ଏଥିରେ ସର୍ବାଧିକ ତାମିଲନାଡୁର ୮ଟି ସହର ସାମିଲ ରହିଛି  । ଏହା ବ୍ୟତୀତ ଆନ୍ଧ୍ର ପ୍ରଦେଶର ୬, ଆସାମ ଓ ତେଲେଙ୍ଗାନାର ୩-୩, ଓଡ଼ିଶା,  ଛତିଶଗଡ଼ ଏବଂ ପଞ୍ଜାବର ୨-୨ଟି ସହରରେ  ଜିଓର ଟ୍ରୁ 5G ସେବା (Jio True 5G) ଆରମ୍ଭ ହୋଇଛି । ଏହି ତାଲିକାରେ ବିହାରର ଗୟା, ରାଜସ୍ଥାନର ଅଜମେର, କର୍ଣ୍ଣାଟକର ଚିତ୍ରଦୁର୍ଗ ଏବଂ ଉତ୍ତରପ୍ରଦେଶର ମଥୁରା ସହର ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି । ଏହା ସହିତ କମ୍ପାନୀ ସମୁଦାୟ ୨୨୫ଟି ସହରରେ Jio True 5G ସେବା ଯୋଗାଇ ଦେଉଛି ।

ଏଠାରେ କହି ରଖୁଛୁ ଯେ, ଗତକାଲି ଠାରୁ ଓଡ଼ିଶାର ବଲାଙ୍ଗୀର ଓ ନାଲକୋରେ Jio True 5G ସେବା ଆରମ୍ଭ ହୋଇଛି । ଏହି ସହରଗୁଡିକର ଅଧିକାଂଶରେ 5G ସେବା ଆରମ୍ଭ କରିବାକୁ ରିଲାଏନ୍ସ ଜିଓ ପ୍ରଥମ ଓ ଏକମାତ୍ର ଅପରେଟର ହୋଇପାରିଛି । ଏହି ସହରଗୁଡିକର ଜିଓ ଉପଭୋକ୍ତାମାନଙ୍କୁ Jio Welcome Offer ଅଧୀନରେ ଆମନ୍ତ୍ରଣ କରାଯିବ । ଆମନ୍ତ୍ରିତ ଉପଭୋକ୍ତାମାନେ ବିନା ମୂଲ୍ୟରେ 1Gbps + ବେଗରେ ଅସୀମିତ ଡାଟା ପାଇବେ ।

କାହାକୁ ମିଳିବ ସେବା

Jio 5G ସେବା ବ୍ୟବହାର ପାଇଁ ଗ୍ରାହକଙ୍କୁ Jio Welcome Offer ଦିଆଯାଉଛି । Jio Welcome Offer ହେଉଛି ଏକ ଇନଭାଇଟ୍-ଆଧାରିତ ଅଫର, ଯାହା କେବଳ କିଛି ୟୁଜର୍ସଙ୍କୁ ହିଁ ମିଳୁଛି । କମ୍ପାନୀ ଅନୁଯାୟୀ, ୟୁଜର୍ସମାନେ 1Gbps ଜିବିପିଏସ ସ୍ପିଡରେ ଅସୀମିତ ଡାଟା ପାଇପାରିବେ । ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ଅର୍ଥାତ ଯଦି ଆପଣ Jio Welcome ପାଇଛନ୍ତି । ତେବେ ଆପଣ ମାଗଣାରେ 5G ଇଣ୍ଟରନେଟ୍ ବ୍ୟବହାର କରିବାକୁ ସକ୍ଷମ ହେବେ । କମ୍ପାନୀ ନିଜର 5G ସେବାକୁ ପର୍ଯ୍ୟାୟକ୍ରମେ ବିସ୍ତାର କରୁଛି ।

ଅଧିକ ପଢ଼ନ୍ତୁ:-ବଜେଟ ଦିନ ଆସିଯାଇଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ଭାରତୀୟ ଦଳକୁ ଲାଗିଲା ବଡ଼ ଝଟକା, ଗୁରୁତର ଆହତ ହେଲେ ଏହି ଖେଳାଳି

ଅଧିକ ପଢ଼ନ୍ତୁ:-ଇଶାନ କିଶାନଙ୍କ ସ୍ଥାନରେ ତୃତୀୟ ଟି-20 ମ୍ୟାଚରେ ଖେଳିବେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ!

କିପରି ପାଇବେ  Jio Welcome Offer?

Jio Welcome Offer ପାଇଁ ୟୁଜର୍ସମାନଙ୍କୁ ଇନଭାଇଟ୍ ପଠାଇବାର ଅଛି ।  କିଛି ୟୁଜର୍ସଙ୍କୁ ଏଥିପାଇଁ ରେଜିଷ୍ଟ୍ରେସନର ବିକଳ୍ପ ଦେଖାଯାଉଥିବ । ଏଥିପାଇଁ ଆପଣଙ୍କୁ ପ୍ରଥମେ My Jio ଆପକୁ ଯିବାକୁ ପଡ଼ିବ । ଏଠାରେ ଆପଣ ନିଜେ ହୋମ ସ୍କ୍ରିନରେ Jio Welcome Offer ର ବିକଳ୍ପ ପାଇବେ । ଯଦି ଆପଣ Jio Welcome Offerର ବ୍ୟାନର ଦେଖୁଛନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଅନ୍ୟ ପଟେ, ଯଦି ବିକଳ୍ପ ଦେଖାଯାଉ ନାହିଁ, ତେବେ ପେଜକୁ ରିଫ୍ରେଶ କରନ୍ତୁ । Jio Welcome Offerର ପେଜରେ କ୍ଲିକ୍ କରିବା ମାତ୍ରେ ଆପଣ ଅନ୍ୟ ଏକ ପେଜରେ ପହଞ୍ଚିବେ, ଯେଉଁଥିରେ Jio True 5G ସମ୍ବନ୍ଧୀୟ ସୂଚନା ରହିବ ।

ଏହି ଉପାୟରେ ଆପଣ ଆପଣଙ୍କର ଆଗ୍ରହକୁ ପଞ୍ଜିକରଣ କରିପାରିବେ । ଏହା ପରେ ୟୁଜର୍ସମାନଙ୍କୁ Jio ରୁ କନ୍ଫର୍ମେଶନ ଆସିବାର ଅପେକ୍ଷା କରିବାକୁ ପଡିବ । ଏହି ଉପାୟରେ ଆପଣ Jio Welcome Offer ପାଇଁ ନିଜ ନମ୍ୱରକୁ ରେଜିଷ୍ଟ୍ରେସନ କରିପାରିବେ । ମନେରଖନ୍ତୁ ଯେ, Jio 5G ସେବା ବର୍ତ୍ତମାନ କେବଳ କିଛି ନିର୍ଦ୍ଦିଷ୍ଟ ସହରରେ ଉପଲବ୍ଧ ରହିଛି । ଏହା ସାରା ଦେଶରେ ଉପଲବ୍ଧ ନୁହେଁ । Jio 5G ସେବା ପାଇଁ ଆପଣଙ୍କୁ ବର୍ତ୍ତମାନ ଏକ ନୂତନ ସିମ୍ କାର୍ଡ ନେବାକୁ ପଡିବ ନାହିଁ । ଉପଭୋକ୍ତାମାନେ କେବଳ ବର୍ତ୍ତମାନର ସିମ୍ କାର୍ଡରେ Jio 5G ସେବା ବ୍ୟବହାର କରିପାରିବେ । ଏଥିପାଇଁ କୌଣସି ଅଫିସିଆଲ୍ ରିଚାର୍ଜ ପ୍ଲାନ୍ ଜାରି କରାଯାଇ ନାହିଁ