Jio True 5G: ଆହୁରି ୨୭ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ
Advertisement

Jio True 5G: ଆହୁରି ୨୭ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

Jio True 5G: Jio Welcome Offer ହେଉଛି ଏକ ଇନଭାଇଟ୍-ଆଧାରିତ ଅଫର, ଯାହା କେବଳ କିଛି ୟୁଜର୍ସଙ୍କୁ ହିଁ ମିଳୁଛି । କମ୍ପାନୀ ଅନୁଯାୟୀ, ୟୁଜର୍ସମାନେ 1Gbps ଜିବିପିଏସ ସ୍ପିଡରେ ଅସୀମିତ ଡାଟା ପାଇପାରିବେ । ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ଅର୍ଥାତ ଯଦି ଆପଣ Jio Welcome ପାଇଛନ୍ତି । ତେବେ ଆପଣ ମାଗଣାରେ 5G ଇଣ୍ଟରନେଟ୍ ବ୍ୟବହାର କରିବାକୁ ସକ୍ଷମ ହେବେ । କମ୍ପାନୀ ନିଜର 5G ସେବାକୁ ପର୍ଯ୍ୟାୟକ୍ରମେ ବିସ୍ତାର କରୁଛି ।

Jio True 5G: ଆହୁରି ୨୭ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

Jio 5G Service: ଦେଶର ସର୍ବବୃହତ ଟେଲିକମ୍ ଅପରେଟର ରିଲାଏନ୍ସ ଜିଓ (Reliance Jio) ନିଜର ଉପଭୋକ୍ତାମାନଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୨୭ଟି ସହରରେ 5G ସେବା (Jio 5G Service) ଆରମ୍ଭ କରିବାକୁ ଘୋଷଣା କରିଛି । ଅଲ୍ଟ୍ରା ହାଇ ସ୍ପିଡ୍ ଟେଲିଫୋନର ନେଟୱାର୍କକୁ ୩୩୧ଟି ସହରରେ ବିସ୍ତାର କରିବାକୁ କମ୍ପାନୀ ଏହି ପଦକ୍ଷେପ ନେଇଛି । କମ୍ପାନୀ କହିଛି ଯେ, ଜିଓ ଟ୍ରୁ 5G ବା Jio True 5G ବର୍ତ୍ତମାନ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଜାମ୍ମୁ କାଶ୍ମୀର, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗ ପରି ରାଜ୍ୟର ଆହୁରି ୨୭ଟି ସହରରେ ଉପଲବ୍ଧ ହେବ ।

ମାର୍ଚ୍ଚ ୮, ୨୦୨୩ଠାରୁ ଏହି ୨୭ଟି ସହରର ଜିଓ ବ୍ୟବହାରକାରୀଙ୍କୁ Jio Welcome Offer ପାଇଁ ଆମନ୍ତ୍ରିତ କରାଯିବ, ଯାହା ପରେ ଉପଭୋକ୍ତାମାନେ ବିନା ମୂଲ୍ୟରେ ୧ ଜିବିପିଏସ୍ ସ୍ପିଡ୍ ସହିତ ଅସୀମିତ ଡାଟାର ଅନୁଭବ କରିପାରିବେ । ଏଠାରେ ଚେକ୍ କରନ୍ତୁ ନିଜ ସହରର ନାମ...

କାହାକୁ ମିଳିବ ସେବା

Jio 5G ସେବା ବ୍ୟବହାର ପାଇଁ ଗ୍ରାହକଙ୍କୁ Jio Welcome Offer ଦିଆଯାଉଛି । Jio Welcome Offer ହେଉଛି ଏକ ଇନଭାଇଟ୍-ଆଧାରିତ ଅଫର, ଯାହା କେବଳ କିଛି ୟୁଜର୍ସଙ୍କୁ ହିଁ ମିଳୁଛି । କମ୍ପାନୀ ଅନୁଯାୟୀ, ୟୁଜର୍ସମାନେ 1Gbps ଜିବିପିଏସ ସ୍ପିଡରେ ଅସୀମିତ ଡାଟା ପାଇପାରିବେ । ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ଅର୍ଥାତ ଯଦି ଆପଣ Jio Welcome ପାଇଛନ୍ତି । ତେବେ ଆପଣ ମାଗଣାରେ 5G ଇଣ୍ଟରନେଟ୍ ବ୍ୟବହାର କରିବାକୁ ସକ୍ଷମ ହେବେ । କମ୍ପାନୀ ନିଜର 5G ସେବାକୁ ପର୍ଯ୍ୟାୟକ୍ରମେ ବିସ୍ତାର କରୁଛି ।

ଅଧିକ ପଢ଼ନ୍ତୁ:-ପ୍ରମୋସନ୍ ପାଇଁ ଆତୁର ହେଲା ସଇତାନ ସ୍ୱାମୀ, ସ୍ତ୍ରୀକୁ କମ୍ପାନୀର ବସ୍ ସହ ଶୋଇବାକୁ ପକାଇଲେ ଚାପ!

ଅଧିକ ପଢ଼ନ୍ତୁ:-ଟେଷ୍ଟ ସିରିଜ୍ ମଝିରେ ଏହି ଖେଳାଳିଙ୍କ ପାଇଁ ଆସିଲା ଖୁସି ଖବର, ଦ୍ୱିତୀୟ ଥର ପାଇଁ ହେଲେ ବାପା

କିପରି ପାଇବେ  Jio Welcome Offer?

Jio Welcome Offer ପାଇଁ ୟୁଜର୍ସମାନଙ୍କୁ ଇନଭାଇଟ୍ ପଠାଇବାର ଅଛି ।  କିଛି ୟୁଜର୍ସଙ୍କୁ ଏଥିପାଇଁ ରେଜିଷ୍ଟ୍ରେସନର ବିକଳ୍ପ ଦେଖାଯାଉଥିବ । ଏଥିପାଇଁ ଆପଣଙ୍କୁ ପ୍ରଥମେ My Jio ଆପକୁ ଯିବାକୁ ପଡ଼ିବ । ଏଠାରେ ଆପଣ ନିଜେ ହୋମ ସ୍କ୍ରିନରେ Jio Welcome Offer ର ବିକଳ୍ପ ପାଇବେ । ଯଦି ଆପଣ Jio Welcome Offerର ବ୍ୟାନର ଦେଖୁଛନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଅନ୍ୟ ପଟେ, ଯଦି ବିକଳ୍ପ ଦେଖାଯାଉ ନାହିଁ, ତେବେ ପେଜକୁ ରିଫ୍ରେଶ କରନ୍ତୁ । Jio Welcome Offerର ପେଜରେ କ୍ଲିକ୍ କରିବା ମାତ୍ରେ ଆପଣ ଅନ୍ୟ ଏକ ପେଜରେ ପହଞ୍ଚିବେ, ଯେଉଁଥିରେ Jio True 5G ସମ୍ବନ୍ଧୀୟ ସୂଚନା ରହିବ ।

ଏହି ଉପାୟରେ ଆପଣ ଆପଣଙ୍କର ଆଗ୍ରହକୁ ପଞ୍ଜିକରଣ କରିପାରିବେ । ଏହା ପରେ ୟୁଜର୍ସମାନଙ୍କୁ Jio ରୁ କନ୍ଫର୍ମେଶନ ଆସିବାର ଅପେକ୍ଷା କରିବାକୁ ପଡିବ । ଏହି ଉପାୟରେ ଆପଣ Jio Welcome Offer ପାଇଁ ନିଜ ନମ୍ୱରକୁ ରେଜିଷ୍ଟ୍ରେସନ କରିପାରିବେ । ମନେରଖନ୍ତୁ ଯେ, Jio 5G ସେବା ବର୍ତ୍ତମାନ କେବଳ କିଛି ନିର୍ଦ୍ଦିଷ୍ଟ ସହରରେ ଉପଲବ୍ଧ ରହିଛି । ଏହା ସାରା ଦେଶରେ ଉପଲବ୍ଧ ନୁହେଁ । Jio 5G ସେବା ପାଇଁ ଆପଣଙ୍କୁ ବର୍ତ୍ତମାନ ଏକ ନୂତନ ସିମ୍ କାର୍ଡ ନେବାକୁ ପଡିବ ନାହିଁ । ଉପଭୋକ୍ତାମାନେ କେବଳ ବର୍ତ୍ତମାନର ସିମ୍ କାର୍ଡରେ Jio 5G ସେବା ବ୍ୟବହାର କରିପାରିବେ । ଏଥିପାଇଁ କୌଣସି ଅଫିସିଆଲ୍ ରିଚାର୍ଜ ପ୍ଲାନ୍ ଜାରି କରାଯାଇ ନାହିଁ ।