Jio True 5G: ଏକାସାଙ୍ଗରେ ୧୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ
Advertisement

Jio True 5G: ଏକାସାଙ୍ଗରେ ୧୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

Jio True 5G: ବର୍ତ୍ତମାନ Reliance Jio କମ୍ପାନୀ ୮ଟି ରାଜ୍ୟରେ Jio True 5G ସେବା ଆରମ୍ଭ କରିଛି । ସେହି ରାଜ୍ୟ ଗୁଡ଼ିକ ହେଲା-ଆନ୍ଧ୍ରପ୍ରଦେଶ, ଛତିଶଗଡ, ଓଡିଶା, ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶ । ଏହାପୂର୍ବରୁ ଓଡ଼ିଶାରେ ଜିଓ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡା, ପୁରୀ, ବାଲାଙ୍ଗୀର ଏବଂ ନାଲକୋ-ଅୁଗୋଳ ସହରରେ Jio True 5G ସେବା ଆରମ୍ଭ କରିଥିଲା ।

Jio True 5G: ଏକାସାଙ୍ଗରେ ୧୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

Jio 5G Service: ଦେଶରେ 5G ସେବା ଆରମ୍ଭ ହେବା ସହିତ ବିଶାଳ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଜର Jio True 5G ସେବାକୁ ବିସ୍ତାର କରିବାରେ ଲାଗିଛି । Jio True 5G ଲଞ୍ଚ ପରଠାରୁ ଏହା ଦେଶର ଅଧିକାଂଶ ଅଞ୍ଚଳରେ ଧୀରେ ଧୀରେ ଏହାର 5G ସେବା ଆରମ୍ଭ କରିଛି । ବର୍ତ୍ତମାନ Reliance Jio କମ୍ପାନୀ ୮ଟି ରାଜ୍ୟରେ Jio True 5G ସେବା ଆରମ୍ଭ କରିଛି । ସେହି ରାଜ୍ୟ ଗୁଡ଼ିକ ହେଲା-ଆନ୍ଧ୍ରପ୍ରଦେଶ, ଛତିଶଗଡ, ଓଡିଶା, ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶ । ଏସବୁ ରାଜ୍ୟର ୧୦ଟି ସହରରେ Jio True 5G ସେବା ଆରମ୍ଭ ହୋଇଛି । ଏହା ପରେ ଦେଶରେ ମୋଟ ୨୩୬ ସହରରେ Jio True 5G ପହଞ୍ଚିସାରିଛି ।

Reliance Jio କମ୍ପାନୀର ସୂଚନାନୁସାରେ, ଆନ୍ଧ୍ରପ୍ରଦେଶର ହିନ୍ଦୁପୁର, ମଦନପାଲଲେ ଏବଂ ପ୍ରୋଦ୍ଦାତୁର, ଛତିଶଗଡର ରାୟଗଡ, ଓଡିଶାର ତାଲଚର, ପଞ୍ଜାବର ପଟିଆଲା, ରାଜସ୍ଥାନର ଅଲୱାର, ତେଲେଙ୍ଗାନାର ମଞ୍ଚେରିଆଲ, ଉତ୍ତରପ୍ରଦେଶର ଗୋରଖପୁର ଏବଂ ଉତ୍ତରାଖଣ୍ଡର ଋଢ଼କୀରେ Jio ର 5G ସେବା ଆରମ୍ଭ ହୋଇସାରିଛି । ଅର୍ଥାତ ଏଠାକାର ଜିଓ ୟୁଜର୍ସ Jio True 5G ସେବାର ଲାଭ ଉଠାଇପାରିବେ ।

ଏହାପୂର୍ବରୁ ଓଡ଼ିଶାରେ ଜିଓ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡା, ପୁରୀ, ବାଲାଙ୍ଗୀର ଏବଂ ନାଲକୋ-ଅୁଗୋଳ ସହରରେ Jio True 5G ସେବା ଆରମ୍ଭ କରିଥିଲା ।  ଜିଓ ପ୍ରଥମ ଓ ଏକମାତ୍ର ଅପରେଟର ଭାବରେ ଏହି ଅଧିକାଂଶ ସହରରେ 5G ସେବା ଆରମ୍ଭ କରିଛି ।

କାହାକୁ ମିଳିବ ସେବା

Jio 5G ସେବା ବ୍ୟବହାର ପାଇଁ ଗ୍ରାହକଙ୍କୁ Jio Welcome Offer ଦିଆଯାଉଛି । Jio Welcome Offer ହେଉଛି ଏକ ଇନଭାଇଟ୍-ଆଧାରିତ ଅଫର, ଯାହା କେବଳ କିଛି ୟୁଜର୍ସଙ୍କୁ ହିଁ ମିଳୁଛି । କମ୍ପାନୀ ଅନୁଯାୟୀ, ୟୁଜର୍ସମାନେ 1Gbps ଜିବିପିଏସ ସ୍ପିଡରେ ଅସୀମିତ ଡାଟା ପାଇପାରିବେ । ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ଅର୍ଥାତ ଯଦି ଆପଣ Jio Welcome ପାଇଛନ୍ତି । ତେବେ ଆପଣ ମାଗଣାରେ 5G ଇଣ୍ଟରନେଟ୍ ବ୍ୟବହାର କରିବାକୁ ସକ୍ଷମ ହେବେ । କମ୍ପାନୀ ନିଜର 5G ସେବାକୁ ପର୍ଯ୍ୟାୟକ୍ରମେ ବିସ୍ତାର କରୁଛି ।

କିପରି ପାଇବେ  Jio Welcome Offer?

Jio Welcome Offer ପାଇଁ ୟୁଜର୍ସମାନଙ୍କୁ ଇନଭାଇଟ୍ ପଠାଇବାର ଅଛି ।  କିଛି ୟୁଜର୍ସଙ୍କୁ ଏଥିପାଇଁ ରେଜିଷ୍ଟ୍ରେସନର ବିକଳ୍ପ ଦେଖାଯାଉଥିବ । ଏଥିପାଇଁ ଆପଣଙ୍କୁ ପ୍ରଥମେ My Jio ଆପକୁ ଯିବାକୁ ପଡ଼ିବ । ଏଠାରେ ଆପଣ ନିଜେ ହୋମ ସ୍କ୍ରିନରେ Jio Welcome Offer ର ବିକଳ୍ପ ପାଇବେ । ଯଦି ଆପଣ Jio Welcome Offerର ବ୍ୟାନର ଦେଖୁଛନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଅନ୍ୟ ପଟେ, ଯଦି ବିକଳ୍ପ ଦେଖାଯାଉ ନାହିଁ, ତେବେ ପେଜକୁ ରିଫ୍ରେଶ କରନ୍ତୁ । Jio Welcome Offerର ପେଜରେ କ୍ଲିକ୍ କରିବା ମାତ୍ରେ ଆପଣ ଅନ୍ୟ ଏକ ପେଜରେ ପହଞ୍ଚିବେ, ଯେଉଁଥିରେ Jio True 5G ସମ୍ବନ୍ଧୀୟ ସୂଚନା ରହିବ ।

ଅଧିକ ପଢ଼ନ୍ତୁ:-ଦୁବାଇର ଶେଖମାନଙ୍କ ପାଇଁ କିଏ ତିଆରି କରେ ସୁନା କାର, କେତେ ଲାଗିଥାଏ ଗୋଲ୍ଡ?

ଅଧିକ ପଢ଼ନ୍ତୁ:-ଚିନ୍ତା ବଢ଼ାଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ୨ ରାଶି ପାଇଁ ଲାଭ ଓ ୩ ରାଶି ପାଇଁ କ୍ଷତିର ଯୋଗ

ଅଧିକ ପଢ଼ନ୍ତୁ:-ଲାଇଭ୍ ମ୍ୟାଚରେ ବିରାଟ କୋହଲି କରିଦେଲେ ଏହି ବଡ଼ ଭୁଲ୍, ଟିମ୍ ଇଣ୍ଡିଆକୁ ପଡ଼ିପାରେ ମହଙ୍ଗା

 

ଏହି ଉପାୟରେ ଆପଣ ଆପଣଙ୍କର ଆଗ୍ରହକୁ ପଞ୍ଜିକରଣ କରିପାରିବେ । ଏହା ପରେ ୟୁଜର୍ସମାନଙ୍କୁ Jio ରୁ କନ୍ଫର୍ମେଶନ ଆସିବାର ଅପେକ୍ଷା କରିବାକୁ ପଡିବ । ଏହି ଉପାୟରେ ଆପଣ Jio Welcome Offer ପାଇଁ ନିଜ ନମ୍ୱରକୁ ରେଜିଷ୍ଟ୍ରେସନ କରିପାରିବେ । ମନେରଖନ୍ତୁ ଯେ, Jio 5G ସେବା ବର୍ତ୍ତମାନ କେବଳ କିଛି ନିର୍ଦ୍ଦିଷ୍ଟ ସହରରେ ଉପଲବ୍ଧ ରହିଛି । ଏହା ସାରା ଦେଶରେ ଉପଲବ୍ଧ ନୁହେଁ । Jio 5G ସେବା ପାଇଁ ଆପଣଙ୍କୁ ବର୍ତ୍ତମାନ ଏକ ନୂତନ ସିମ୍ କାର୍ଡ ନେବାକୁ ପଡିବ ନାହିଁ । ଉପଭୋକ୍ତାମାନେ କେବଳ ବର୍ତ୍ତମାନର ସିମ୍ କାର୍ଡରେ Jio 5G ସେବା ବ୍ୟବହାର କରିପାରିବେ । ଏଥିପାଇଁ କୌଣସି ଅଫିସିଆଲ୍ ରିଚାର୍ଜ ପ୍ଲାନ୍ ଜାରି କରାଯାଇ ନାହିଁ ।