Cheapest Recharge Plans: Jio, Airtel ଓ Viର ଆସିଲା ସବୁଠୁ ଶସ୍ତା ପ୍ଲାନ୍...ଚେକ୍ କରନ୍ତୁ ତୁରନ୍ତ ରିଚାର୍ଜ କରନ୍ତୁ
Advertisement
Article Detail0/zeeodisha/odisha2500610

Cheapest Recharge Plans: Jio, Airtel ଓ Viର ଆସିଲା ସବୁଠୁ ଶସ୍ତା ପ୍ଲାନ୍...ଚେକ୍ କରନ୍ତୁ ତୁରନ୍ତ ରିଚାର୍ଜ କରନ୍ତୁ

Cheapest Recharge Plans: ଡାଟା କୋଟା ସରିବା ପରେ ସ୍ପିଡ୍ ୬୪ କେବିପିଏସ୍ କୁ ଖସିଯାଏ। ଏଥିରେ ଜିଓ ସିନେମା, ଜିଓ ଟିଭି ଓ ଜିଓ କ୍ଲାଉଡ ର ମାଗଣା ସୁବିଧା ରହିଛି । ଯେଉଁମାନେ ଅଧିକ ଡାଟା ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଜିଓ ୧୯ ଟଙ୍କାରେ ୧ ଜିବି ୧ ଜିବି ୪ଜି ଡାଟା କିମ୍ବା ୨୯ ଟଙ୍କାରେ ୨ ଜିବି ଅତିରିକ୍ତ ୪ଜି ଡାଟା ପ୍ରଦାନ କରୁଥିବା ଆଡ-ଅନ୍ ପ୍ୟାକେଜ୍ ପ୍ରଦାନ କରୁଛି।

 

Cheapest Recharge Plans: Jio, Airtel ଓ Viର ଆସିଲା ସବୁଠୁ ଶସ୍ତା ପ୍ଲାନ୍...ଚେକ୍ କରନ୍ତୁ ତୁରନ୍ତ ରିଚାର୍ଜ କରନ୍ତୁ

Cheapest Recharge Plans: ନିକଟରେ ଘରୋଇ ଟେଲିକମ୍ କମ୍ପାନୀ ଗୁଡ଼ିକ ସେମାନଙ୍କ ରିଚାର୍ଜ ପ୍ଲାନ୍ ର ମୂଲ୍ୟ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସେବେଠାରୁ ଉପଭୋକ୍ତାମାନେ କ୍ରମାଗତ ଭାବେ ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ ଏନ୍ ଏଲ୍ କୁ ସ୍ଥାନାନ୍ତରିତ ହେଉଛନ୍ତି। ଏଥିରୁ ଜିଓ, ଏୟାରଟେଲ ଏବଂ ଭିଆଇ କୁ ବହୁ କ୍ଷତି ସହିବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଗୁଡ଼ିକ ଏବେ ବଡ଼ ବଡ଼ ପ୍ଲାନ୍ ଦେଉଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏହି ତିନୋଟି କମ୍ପାନୀର ଏଭଳି ପ୍ଲାନ ବିଷୟରେ କହିବୁ ଯେଉଁଥିରେ ଆପଣଙ୍କୁ ଲମ୍ବା ବୈଧତା ସହିତ ଡାଟା ଏବଂ ଅସୀମିତ କଲିଂ ବିକଳ୍ପ ମିଳିବ । ଆସନ୍ତୁ ନଜର ପକାଇବା ଏହି ପ୍ଲାନଗୁଡିକ ଉପରେ...

ଜିଓ ର ୧,୮୯୯ ଟଙ୍କିଆ ରିଚାର୍ଜ ପ୍ଲାନ
ଜିଓର ୧,୮୯୯ ଟଙ୍କିଆ ପ୍ଲାନରେ ଆପଣଙ୍କୁ ପ୍ରତି ମାସରେ ୧୬୦ ଟଙ୍କାରୁ କମ୍ ମୂଲ୍ୟରେ ୩୩୬ ଦିନ ପାଇଁ ଅସୀମିତ କଲିଂ ଏବଂ ୩,୬୦୦ ଏସଏମଏସ ସହିତ ପୂରା ଅବଧି ପାଇଁ ୨୪ ଜିବି ହାଇସ୍ପିଡ ଡାଟା ମିଳିବ । ଡାଟା କୋଟା ସରିବା ପରେ ସ୍ପିଡ୍ ୬୪ କେବିପିଏସ୍ କୁ ଖସିଯାଏ। ଏଥିରେ ଜିଓ ସିନେମା, ଜିଓ ଟିଭି ଓ ଜିଓ କ୍ଲାଉଡ ର ମାଗଣା ସୁବିଧା ରହିଛି । ଯେଉଁମାନେ ଅଧିକ ଡାଟା ଆବଶ୍ୟକ କରନ୍ତି ସେମାନଙ୍କ ପାଇଁ ଜିଓ ୧୯ ଟଙ୍କାରେ ୧ ଜିବି ୧ ଜିବି ୪ଜି ଡାଟା କିମ୍ବା ୨୯ ଟଙ୍କାରେ ୨ ଜିବି ଅତିରିକ୍ତ ୪ଜି ଡାଟା ପ୍ରଦାନ କରୁଥିବା ଆଡ-ଅନ୍ ପ୍ୟାକେଜ୍ ପ୍ରଦାନ କରୁଛି।

 

ଏୟାରଟେଲ ୧,୯୯୯ ଟଙ୍କାର ରିଚାର୍ଜ ପ୍ଲାନ
ଏୟାରଟେଲର ୧୯୯୯ ଟଙ୍କିଆ ପ୍ଲାନ ଜିଓର ପ୍ଲାନ ଠାରୁ ସାମାନ୍ୟ ମହଙ୍ଗା ହୋଇଥିବା ବେଳେ ଏହାର ବୈଧତା ୩୬୫ ଦିନ ରହିଛି । ଏଥିରେ ପ୍ରତିଦିନ ୨୪ ଜିବି ଡାଟା, ଅନଲିମିଟେଡ କଲିଂ ଏବଂ ୧୦୦ ଏସଏମଏସ ମିଳୁଛି । ଏୟାରଟେଲ ପ୍ରତି ଅତିରିକ୍ତ ଜିବି ୪ଜି ଡାଟା ପାଇଁ ୨୨ ଟଙ୍କା କିମ୍ବା ଗୋଟିଏ ଦିନର ବୈଧତା ସହିତ ୨ ଜିବି ପାଇଁ ୩୩ ଟଙ୍କା ଶୁଳ୍କ ଆଦାୟ କରେ । ଲମ୍ବା ବୈଧତା କମ୍ ଡାଟା ଥିବା ୟୁଜର୍ସଙ୍କ ପାଇଁ ଏହି ପ୍ଲାନକୁ ସ୍ୱତନ୍ତ୍ର କରିଥାଏ ।

୧,୯୯୯ ଟଙ୍କିଆ ରିଚାର୍ଜ ପ୍ଲାନ୍
ଭୋଡାଫୋନ ଆଇଡିଆର ୧୯୯୯ ଟଙ୍କିଆ ପ୍ଲାନରେ ଏୟାରଟେଲର ଅଫର ଭଳି ଲାଗୁଛି, ଯେଉଁଥିରେ ୨୪ ଜିବି ଡାଟା, ଅସୀମିତ କଲିଂ ଏବଂ ୩୬୦୦ ଏସଏମଏସ ରହିଛି । ୧.୫ ଜିବି ୪ଜି ଡାଟା ପାଇଁ ୨୬ ଟଙ୍କା ଏବଂ ୨ଜିବି ପାଇଁ ୩୩ ଟଙ୍କା ଶୁଳ୍କ ଆଦାୟ କରାଯାଉଛି। ମନେ ରଖନ୍ତୁ ଏହି ପ୍ଲାନରେ ଅସୀମିତ ୫ଜି ଡାଟା ଆକସେସ୍ ମିଳୁନାହିଁ, ଏଥିପାଇଁ ଆପଣଙ୍କୁ ଅତି କମରେ ୨ ଜିବି ୪ଜି ଡାଟା ସହିତ ରିଚାର୍ଜ ପ୍ଲାନକୁ ଯିବାକୁ ପଡିବ।

Also Read: Weekly Financial Horoscope: ଆର୍ଥିକ ଦୃଷ୍ଟିରୁ କେମିତି କଟିବ ଆଗାମୀ ସପ୍ତାହ, ଜାଣନ୍ତୁ ପୂରା ସପ୍ତାହର ରାଶିଫଳ

Also Read: RG Kar Doctor Case: ମୁଖ୍ୟ ଅଭିଯୁକ୍ତ ସଞ୍ଜୟର ବିସ୍ଫୋରକ ବୟାନ, କହିଲା ମୋତେ ଦିଦି ଫସେଇଦେଲେ !