Indian Railway: ଅବହେଳାରୁ ଚାଲିଗଲା ଜୀବନ; ହାଇ ଟେନସନ୍ ଲାଇନ୍ ସଂସ୍ପର୍ଶରେ ଆସି ପାଉଁଶ ହୋଇଗଲେ ୬ ଶ୍ରମିକ
Advertisement

Indian Railway: ଅବହେଳାରୁ ଚାଲିଗଲା ଜୀବନ; ହାଇ ଟେନସନ୍ ଲାଇନ୍ ସଂସ୍ପର୍ଶରେ ଆସି ପାଉଁଶ ହୋଇଗଲେ ୬ ଶ୍ରମିକ

Dhanbad Accident News Today: କାମ ସମୟରେ ହାଇ ଟେନସନ୍ ଲାଇନ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି ୬ ଠିକା ଶ୍ରମିକ। ଝାଡ଼ଖଣ୍ଡର ଧନବାଦ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଲୋମହର୍ଷଣକାରୀ ଘଟଣା।

Indian Railway: ଅବହେଳାରୁ ଚାଲିଗଲା ଜୀବନ; ହାଇ ଟେନସନ୍ ଲାଇନ୍ ସଂସ୍ପର୍ଶରେ ଆସି ପାଉଁଶ ହୋଇଗଲେ ୬ ଶ୍ରମିକ

Dhanbad Latest News: ରେଳ ବିଭାଗର ଅବହେଳା କାରଣରୁ ହାଇ ଟେନସନ୍ ଲାଇନ୍ ସଂସ୍ପର୍ଶରେ ଆସି ପାଉଁଶ ହୋଇଯାଇଛନ୍ତି ୬ ଶ୍ରମିକ। ସଦ୍ୟ ଝାଡ଼ଖଣ୍ଡର ଧନବାଦ ଜିଲ୍ଲାରେ ଘଟିଯାଇଛି ଏଭଳି ଲୋମହର୍ଷଣକାରୀ ଘଟଣା। ଧନବାଦ୍ ରେଳ ମଣ୍ଡଳ ଅଧିନରେ ବିଦ୍ୟୁତ ଖୁଣ୍ଟ ସ୍ଥାପନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଚୁକ୍ତିଭିତ୍ତିକ ଶ୍ରମିକ ହାଇ ଟେନସନ୍ ଲାଇନ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ଧନବାଦ୍ ରେଳ ମଣ୍ଡଳର ଗୋମୋ-ଧନବାଦ୍ ରେଳ ବିଭାଗର ତେତୁଲମାରି ଏବଂ ନିଚିତପୁର ହଲ୍ଟ ମଧ୍ୟରେ ଥିବା ଝାରଖୋର ଫାଟକ ନିକଟରେ ରହିଥିବା ଡାଉନ୍ ଲାଇନ ଠାରେ ଏହି ଘଟଣା ଘଟିଛି। ଯେତେବେଳେ ଶ୍ରମିକ ବିଦ୍ୟୁତ ଖୁଣ୍ଟକୁ ଗର୍ତ୍ତରେ ରଖୁଥିଲେ ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା। ଏହି ସମୟରେ ଓଭରହେଡ୍ ୨୫୦୦୦ ଭୋଲ୍ଟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଏହି କାରଣରୁ ଖୁଣ୍ଟ ଧରିଥିବା ୬ ଜଣ ଶ୍ରମିକ ଘଟଣାସ୍ଥଳରେ ଜଳି ଯାଇଥିଲେ।

ବିଭାଗୀୟ କାମ ଚାଲିଥିବା ବେଳେ ୬ ଜଣ ଶ୍ରମିକଙ୍କୁ ମୃତ୍ୟୁ ସମ୍ପର୍କରେ ଖବର ପାଇବା ମାତ୍ରେ ରେଳବାଇ ଅଧିକାରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ସ୍ଥାନୀୟ ରେଳ ମଣ୍ଡଳ ପ୍ରବନ୍ଧକ କମଲ କିଶୋର ସିହ୍ନାଙ୍କ ସହ ରେଳବାଇ ସୁରକ୍ଷା ବଳ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଶ୍ରମିକ ଝାଡଖଣ୍ଡର ଗଢୱା ଏବଂ ପାଲାମୁ ଆହ୍ଲାବାଦ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଘଟଣାରେ ପ୍ରତିକ୍ରିୟା ରଖି ଅନ୍ୟ ଜଣେ ଶ୍ରମିକ ମହେନ୍ଦ୍ର ସିଂହ କହିଛନ୍ତି ଯେ ସେମାନଙ୍କୁ କୌଣସି ପ୍ରକାରର ସୁରକ୍ଷା କିଟ୍ ପ୍ରଦାନ କରାଯାଉ ନାହିଁ।

କାମ ସମୟରେ ହାଇ ଟେନସନ୍ ଲାଇନ୍ ସଂସ୍ପର୍ଶରେ ଶ୍ରମିକ ପ୍ରାଣ ହରାଇବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଡିଆରଏମ କମଲ କିଶୋର ସିହ୍ନା। ଏନେଇ ଡିଆରଏମ କହିଛନ୍ତି ଯେ ଯେତେବେଳେ ଏକ ଗାତ ଖୋଳି ସେଥିରେ ଏକ ବଡ଼ ବିଦ୍ୟୁତ ଖୁଣ୍ଟ ସ୍ଥାପନ କରାଯାଉଥିଲା ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା। ବଡ ଧରଣର ବିଦ୍ୟୁତ ଖୁଣ୍ଟ ସ୍ଥାପନ ପାଇଁ ଅନୁମତି ଦିଆଯାଇନଥିଲେ। ରେଳବାଇ ପକ୍ଷରୁ ଛୋଟ ଖୁଣ୍ଟ ସ୍ଥାପନ ପାଇଁ ଅନୁମତି ଦିଆଯାଇଥିଲା। ହେଲେ ଛୋଟ ଖୁଣ୍ଟ ବଦଳରେ ବଡ ଖୁଣ୍ଟ ସ୍ଥାପନ କରିବା କାର୍ଯ୍ୟ କରାଯାଉଥିଲା। ଏହା ସହିତ ବଡ ଖୁଣ୍ଟ ସ୍ଥାପନ କରିବା ସମୟରେ ପାୱାର ବ୍ଲକ୍ କରିବା ବାଧ୍ୟତାମୂଳକ। ହେଲେ କାମ ଚାଲିଥିବା ସମୟରେ ପାୱାର ବ୍ଲକ କରାଯାଇ ନଥିଲା। ଯେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା।

ଡିଆରଏମ ଆହୁରି ମଧ୍ୟ କହିଛନ୍ତି ଯେ ରେଲୱେ ଟ୍ରାକ ଉପରେ ଏଖ ଲାଇଭ୍ ୱୟାର ରହିଛି। ଯେଉଁଥିରେ ୨୫୦୦୦ ଭୋଲ୍ଟ କରେଣ୍ଟ ସର୍ବଦା ଚାଲିଥାଏ। ରେଳ ଧାରଣ ନିକଟରେ ଆଣ୍ଟି କ୍ଲିପ୍ ୱୟାର ପାଇଁ ଖୁଣ୍ଟ ସ୍ଥାପନ କରିବା ସମୟରେ କାମ କରୁଥିବା ଶ୍ରମିକ ସିଧାସଳଖ ୨୫୦୦୦ ଭୋଲ୍ଟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଯେଉଁ କାରଣରୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।  

ଡିଆରଏମ କହିଛନ୍ତି ଯେ ରେଳବାଇ ଚୁକ୍ତିଭିତ୍ତିକ ଏଜେନ୍ସି (Indian Railway Contracting Agency) ରେଳ ବିକାଶ ନିଗମ ଲିମିଟେଡ୍ (Rail Vikas Nigam Limited) ଆରଭିଏନଏଲ (RVNL) ଦ୍ୱାରା ଏହି କାର୍ଯ୍ୟ କରାଯାଇଛି। ସାଇଟ୍ ସୁପରଭାଇଜର ଙ୍କ ଅବହେଳା କାରଣରୁ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପୋଲିସ, ଆରପିଏଫ, ରେଳ ବିଭାଗ ଏବଂ ଇ ଆଇଜି ପକ୍ଷରୁ ଚାରୋଟି ଅନୁସନ୍ଧାନ କରାଯିବ। ଏହି ଚାରି ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସିଓ କହିଛନ୍ତି ଯେ ପ୍ରଥମରୁ ଏହା ଜଣାପଡୁଛି ଏହି ଘଟଣାରେ ରେଳ ବିଭାଗର ଅବହେଳା ରହିଥିବା ପରି ମନେ ହେଉଛି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି ଏବଂ ଏହାକୁ ଶୀଘ୍ର ଡିସି ହସ୍ତାନ୍ତର କରାଯିବ। ଘଟଣାସ୍ଥଳରେ ପହଞ୍ଚିଥିବା ବାଗମରା ଏସଡିପିଓ ନିଶା ମୁର୍ମୁ କହିଛନ୍ତି ଯେ ମୃତ ବ୍ୟକ୍ତିଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏହା ସହିତ ଏକ ଏଫଆଇଆର ପଞ୍ଜୀକରଣ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।