Japani Currency: ନେପାଳ ଜମିରେ ଚାଷ ହେଉଛି ଜାପାନୀ ମୁଦ୍ରା; ମାଲାମାଲ ହେଉଛନ୍ତି କୃଷକ
Advertisement

Japani Currency: ନେପାଳ ଜମିରେ ଚାଷ ହେଉଛି ଜାପାନୀ ମୁଦ୍ରା; ମାଲାମାଲ ହେଉଛନ୍ତି କୃଷକ

Japan Currency Yen: ଦେଶର ନୂତନ ବ୍ୟାଙ୍କ ନୋଟ ମୁଦ୍ରଣ ପାଇଁ ଆବଶ୍ୟକ ହେଉଥିବା କାଗଜକୁ ଜାପାନ, ସୁଦୂର ନେପାଳରୁ ଆମଦାନୀ କରୁଛି।

 Japani Currency: ନେପାଳ ଜମିରେ ଚାଷ ହେଉଛି ଜାପାନୀ ମୁଦ୍ରା; ମାଲାମାଲ ହେଉଛନ୍ତି କୃଷକ

Japani Currency Grass Export by Nepal: ବିଶ୍ୱର ଅନ୍ୟତମ ବୃହତ୍ତ ଅର୍ଥନୀତି କୁହାଯାଉଥିବା ଜାପାନ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ଏହି ଦେଶ ଏହାର ମୁଦ୍ରା ତିଆରି ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ କରିବାତୁ ଯାଉଛି। ଏହି ପରିବର୍ତ୍ତନ ପରେ ଜାପାନୀ ମୁଦ୍ରା ଏକ ସ୍ୱତନ୍ତ୍ର ଧରଣର କାଗଜରେ ଛାପାଯିବ। ଗୁରୁତ୍ୱପୂର୍ଣ କଥା ହେଉଛି ଏହି କାଗଜ ଜାପାନ ଠାରେ ଉତ୍ପାଦିତ ହେବ ନାହିଁ। ବରଂ ଏହାକୁ ଅନ୍ୟ ଦେଶରୁ ଆମଦାନୀ କରାଯାଉଛି। 

ଜୁଲାଇ ମାସରୁ ପ୍ରଚଳିତ ହେବ ନୂତନ ମୁଦ୍ରା
ଜାପାନ ଆସନ୍ତା ଜୁଲାଇ ମାସରୁ ନୂତନ ମୁଦ୍ରା ପ୍ରଚଳନ କରିବାକୁ ଯାଉଛି। ଚଳିତ ବର୍ଷ ଜାପାନ ମୁଦ୍ରା ୟେନ୍ (Japan Currency Yen) ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହେବାକୁ ଯାଉଛି। ପ୍ରତି ୨୦ ବର୍ଷରେ ଜାପାନୀ ମୁଦ୍ରା ୟେନ୍ ପୁନର୍ବାର ଡିଜାଇନ (Japan Currency Yen Designing) ହେବା ସହ ଏହାକୁ ନୂତନ ରୂପ ଦିଆଯାଇଥାଏ। ଏହା ପୂର୍ବରୁ ଗତ ୨୦୦୪ ବର୍ଷରେ ଜାପାନୀ ମୁଦ୍ରାରେ ପରିବର୍ତ୍ତନ କରାଯାଇଥିଲା।

କିଛି ସମୟ ପାଇଁ ହ୍ରାସ ପାଇଥିଲା ମିତ୍ସୁମାତା ଯୋଗାଣ 
ଚଳିତ ବର୍ଷ ଜୁଲାଇ ମାସରୁ ନୂତନ ଜାପାନୀ ମୁଦ୍ରା (New Japani Currency July 2024) ପ୍ରଚଳିତ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜାପାନ ଠାରେ ବ୍ୟାଙ୍କ ନୋଟ୍ (Japanese Banknotes) ଛାପିବା ପାଇଁ ବ୍ୟବହୃତ ପାରମ୍ପାରିକ କାଗଜ ମିତ୍ସୁମାତା ଯୋଗାଣ କିଛି ସମୟ ପାଇଁ ହ୍ରାସ ପାଇଛି। ବର୍ତ୍ତମାନ ସମୟରେ ଜାପାନ ଭଳି ଏକ ବିକଶିତ ଦେଶର ମୁଦ୍ରା ନିର୍ମାଣ (Bank Note Printing in Japan) କରିବା ପାଇଁ ମିତ୍ସୁମାତା ଭଳି ପାରମ୍ପାରିକ କାଗଜ (Traditional Paper Mitsumata in Japan) ବ୍ୟବହାର କରାଯାଉଛି। ଜାପାନ ସରକାରଙ୍କ ପାଇଁ କାଗଜ ଉତ୍ପାଦନ କରୁଥିବା କମ୍ପାନୀ (Paper Manufacturing Company for Japanese Note) ଅଧ୍ୟକ୍ଷ ଜାଣିଥିଲେ ହିମାଳୟ ପାର୍ବତ୍ୟାଞ୍ଚଳରେ ମିତ୍ସୁମାତା କାଗଜର ଉତ୍ପତ୍ତି ହୋଇଛି। ଯେତେବେଳେ ଜାପାନୀ ମୁଦ୍ରା ନିର୍ମାଣରେ ବ୍ୟବହୃତ ହେଉଥିବା କାଗଜର ଅଭାବ ଦେଖାଗଲା, ସେତେବେଳେ ସେମାନେ ନେପାଳ ତରାଇ ଅଞ୍ଚଳରେ ଏହାର ଏକ ବିକଳ୍ପ ଖୋଜି ପାଇଥିଲେ।

କାନପୌ କମ୍ପାନୀ ଅଧ୍ୟକ୍ଷ ଜାଣିବାକୁ ପାଇଲେ ଯେ ନେପାଳ ଠାରେ ମିଳୁଥିବା ଅରଗେଲି ନାମକ ଏକ ଜଙ୍ଗଲୀ ବୁଦା ଏହାର ବିକଳ୍ପ ହୋଇପାରେ। ଏହାପୂର୍ବରୁ ନେପାଳ ଠାରେ ଅବସ୍ଥିତ ହିମାଳୟ ପାର୍ବ୍ୟତ୍ୟାଞ୍ଚଳର ପାଦଦେଶରେ ରହୁଥିବା ପାସଙ୍ଗ ଶେର୍ପାଙ୍କ ପରି ଅନେକ କୃଷକ ଏହି ବୁଦାକୁ ଜାଳେଣି କାଠ ଭାବରେ ବ୍ୟବହାର କରୁଥିଲେ। ଗତ ୨୦୧୫ ବର୍ଷରେ ନେପାଳ ଠାରେ ହୋଇଥିବା ଭୂକମ୍ପ ପରେ ଜାପାନ ନେପାଳକୁ ବିଶେଷଜ୍ଞ ପଠାଇ କୃଷକଙ୍କୁ ଏହି ପ୍ରକାରର ବୁଦା ଚାଷ କରିବାକୁ ଏବଂ ଏଥିରୁ ସେମାନଙ୍କ ଦେଶର ବ୍ୟାଙ୍କ ନୋଟ ୟେନ୍ ମୁଦ୍ରଣ ପାଇଁ କାଗଜ ତିଆରି କରିବା ଲାଗି ଆବଶ୍ୟକୀୟ ତାଲିମ ଦେଇଥିଲେ। ନେପାଳୀ କୃଷକ ପାସଙ୍ଗ କହିଛନ୍ତି ଯେ ମୁଁ କେବେ ଭାବି ନ ଥିଲି ଯେ ଦିନେ ଏହି ବୁଦାକୁ ଜାପାନ ରପ୍ତାନୀ କରାଯିବ। ଯେଉଁଥିରୁ ଆମେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବୁ।

ବେଶ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି କୃଷକ
ବର୍ତ୍ତମାନ ଯେତେବେଳେ ଜାପାନ ଅରଗେଲି ନାମକ ଏକ ଜଙ୍ଗଲୀ ବୁଦା (Argeli Wild Bush in Nepal) ଚାଷ କରିବାକୁ ନେପାଳୀ କୃଷକଙ୍କୁ (Nepali Farmer) ତାଲିମ ଦେଲା, ସେତେବେଳେ ସେଠାକାର ହଜାର ହଜାର କୃଷକ ଏହାକୁ ଚାଷ କରିବା ଆରମ୍ଭ କରିଥିଲେ। ବ୍ୟବସାୟୀ କୃଷିରୁ ଉତ୍ପାଦିତ ଫସଲକୁ ଭଲ ମୂଲ୍ୟରେ କିଣୁଛନ୍ତି। ବ୍ୟବସାୟୀ ଏହି ଘାସ ସଂଗ୍ରହ କରିବା ପରେ ଏହାକୁ ଜାପାନ ରପ୍ତାନି କରୁଛନ୍ତି। ଉଭୟ କୃଷକ ଏବଂ ବ୍ୟବସାୟୀ ରପ୍ତାନୀରୁ ଭଲ ଲାଭ ପାଉଛନ୍ତି।