Japan Earthquake 2024: ଭୂକମ୍ପ ପ୍ରଭାବରୁ ବର୍ତ୍ତିପାରିଲା ନାହିଁ ବୁଲେଟ୍ ଟ୍ରେନ୍; ୧୧ ଘଣ୍ଟା ପାଇଁ ଫସି ରହିଲେ ୧୪୦୦ ଯାତ୍ରୀ
Advertisement
Article Detail0/zeeodisha/odisha2040716

Japan Earthquake 2024: ଭୂକମ୍ପ ପ୍ରଭାବରୁ ବର୍ତ୍ତିପାରିଲା ନାହିଁ ବୁଲେଟ୍ ଟ୍ରେନ୍; ୧୧ ଘଣ୍ଟା ପାଇଁ ଫସି ରହିଲେ ୧୪୦୦ ଯାତ୍ରୀ

Bullet Train Services Hampered in Japan after Earthquake: ସୋମବାର ଜାପାନ ପଶ୍ଚିମ ଉପକୂଳରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପ କାରଣରୁ ଦେଶରେ ବୁଲେଟ୍ ଟ୍ରେନ ପ୍ରଭାବିତ ହୋଇଥିଲା।

Japan Earthquake 2024: ଭୂକମ୍ପ ପ୍ରଭାବରୁ ବର୍ତ୍ତିପାରିଲା ନାହିଁ ବୁଲେଟ୍ ଟ୍ରେନ୍; ୧୧ ଘଣ୍ଟା ପାଇଁ ଫସି ରହିଲେ ୧୪୦୦ ଯାତ୍ରୀ

Earthquake put brakes on Bullet Train in Japan: ବୈଷୟିକ ଜ୍ଞାନକୌଶଳ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି ଜାପାନ। ଜାପାନ ଭଳି ଏକ ବିକଶିତ ଦେଶରେ ଚାଲୁଥିବା ବୁଲେଟ୍ ଟ୍ରେନ୍ ଏହାର ଗତି ଏବଂ ସମୟାନୁବର୍ତ୍ତୀତା ପାଇଁ ସମଗ୍ର ବିଶ୍ୱରେ ଜଣାଶୁଣା। ହେଲେ ବୋଧହୁଏ ପ୍ରଥମ ଥର ପାଇଁ ବିଶ୍ୱ ପ୍ରସିଦ୍ଧ ବୁଲେଟ ଟ୍ରେନ ଏହାର ଧାର୍ଯ୍ୟ ସମୟରେ ଯାତ୍ରା କରିବାରେ ସକ୍ଷମ ହୋଇନାହିଁ। ନୂଆବର୍ଷ ଭୂମିକମ୍ପ ଝଟକାରେ ଥରି ଉଠିଥିଲା ଜାପାନ। ଜାନୁଆରୀ ୧ ତାରିଖ ସୋମବାର ଦେଶର ପଶ୍ଚିମ ଉପକୂଳରେ ଅନୁଭୂତ ହୋଇଥିଲା ୭.୬ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂକମ୍ପ। ଯେଉଁଥିପାଇଁ ବୁଲେଟ ଟ୍ରେନ ଯାତ୍ରା କରିବା ବଦଳରେ କିଛି ସମୟ ପାଇଁ ଅଟକି ଯାଇଥିଲା। ଭୂକମ୍ପ ପରେ ଚାରୋଟି ବୁଲେଟ୍ ଟ୍ରେନ୍ ସେବା ବନ୍ଦ ହୋଇ ଯାଇଥିଲା। ହେଲେ ପରେ ପୁନର୍ବାର ବୁଲେଟ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଜାପାନ ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦେଶରେ ୭.୬ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହେବା ପରେ କେନ୍ଦ୍ରୀୟ ଟୟାମା ଏବଂ କାନାଜାୱା ମଧ୍ୟରେ ହାଇ ସ୍ପୀଡ୍ ଟ୍ରେନ୍ ସେବା ଅଟକି ଯାଇଥିଲା।

୧୧ ଘଣ୍ଟା ଧରି ଅଟକି ରହିଲା ବୁଲେଟ୍ ଟ୍ରେନ୍ 
ଭୂକମ୍ପ କାରଣରୁ (Japan Earthquake 2024) କେନ୍ଦ୍ରୀୟ ଟୟାମା ଏବଂ କାନାଜାୱା ମଧ୍ୟରେ ହାଇ ସ୍ପୀଡ୍ ଟ୍ରେନ୍ ସେବା (High Speed Train Service in Japan) ପ୍ରାୟ ୧୧ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା। ଯାହା ପରେ ଏହି ୨ ଟ୍ରେନ୍ ସ୍ଥାନୀୟ ସମୟ ମଙ୍ଗଳବାର ଦିନ ଚାରିଟା ବେଳେ ଟୟାମା ରେ ଷ୍ଟେସନ ଠାରେ। ସେହିପରି ବିପରୀତ ଦିଗରେ ଯାତ୍ରା କରୁଥିବା ଅନ୍ୟ ଦୁଇଟି ଟ୍ରେନ୍ ଇଶିୱାକା ପ୍ରଦେଶର କାନାଜାୱା ରେଳ ଷ୍ଟେସନ ଠାରେ ପହଞ୍ଚିଥିଲା।

Also Read: Japan Earthquake 2024: ଭୂକମ୍ପ ଝଟକା ପରେ ମାଡ଼ି ଆସିଲା ସୁନାମୀ; ଭିଡ଼ିଓ ଭାଇରାଲ

 

ବୁଲେଟ୍ ଟ୍ରେନ୍ ଭିତରେ ଫସି ରହିଲେ ୧୪୦୦ ଯାତ୍ରୀ
ଜାପାନ ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦେଶର ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଛି ଯେ ପ୍ରାୟ ୧୪୦୦ ହାଇ ସ୍ପୀଡ୍ ଟ୍ରେନ୍ ଭିତରେ ଫସି ରହିଥିଲେ। ଅପେକ୍ଷା କରିବା ସମୟରେ ଟ୍ରେନ ଭିତରେ କୌଣସି ଯାତ୍ରୀ ଅସୁସ୍ଥ ହୋଇଥିବାର ଖବର ଆସି ନାହିଁ।

ଭୂକମ୍ପରେ ୬ ମୃତ୍ୟୁ; ଅନେକ ଆହତ
ଜାପାନ ଠାରେ ଭୂକମ୍ପ କାରଣରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ଆସିଛି। ଦେଶର ଇଶିକାୱା ପ୍ରଦେଶରେ ଅତି କମରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ସରକାରୀ ଗଣମାଧ୍ୟମ ପୋଲିସ ସୂତ୍ରରୁ କହିଛି। ଖବର ଅନୁଯାୟୀ, ଟୟାମା ଏବଂ ନିଗାଟା ସମେତ ଅନ୍ୟ ୪ ପ୍ରଦେଶରେ ଅନେକ ଲୋକ ଆହତ ହୋଇଛନ୍ତି। କ୍ଷତିଗ୍ରସ୍ତ ଅଟ୍ଟାଳିକା ତଳେ ଫସି ରହିଥିବା ଲୋକଙ୍କ ସୂଚନା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।

Also Read: Japan Earthquake 2024: ଭୂକମ୍ପ ଝଟକା ପରେ ଜାପାନ ସହ ଏହି ୩ ଦେଶ ପାଇଁ ସୁନାମୀ ଲାଗି ଜାରି ହେଲା ହାଇଆଲର୍ଟ

ଶେଷ ହେଲା ସୁନାମୀ ସତର୍କତା 
ଆମେରିକୀୟ ଗଣମାଧ୍ୟମ ସିଏନ୍ଏନ୍ ଅନୁଯାୟୀ ଜାନୁଆରୀ ୨ ତାରିଖ ମଙ୍ଗଳବାର ସକାଳେ ଜାପାନ ପାଣିପାଗ ବିଭାଗର ୱେବସାଇଟ୍ ଅନୁଯାୟୀ ଦେଶରେ ଜାରି ହୋଇଥିବା ସୁନାମୀ ସତର୍କତା ସମାପ୍ତ ହୋଇଛି। ଭୂକମ୍ପ ପରେ ତୁରନ୍ତ ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ପାଣିପାଗ ଏଜେନ୍ସି ସୁନାମୀ ସତର୍କତା ଜାରି ହୋଇଛି। ଭୂକମ୍ପ ପରେ ମାତ୍ର ୧୦ ମିନିଟ୍ ପରେ କୂଳକୁ ଆସିଥିବା ପ୍ରଥମ ସୁନାମୀ ତରଙ୍ଗ ଆସିଥିବାର ଜଣାପଡ଼ିଥିଲା। ପ୍ରାୟ ୧.୨ ମିଟର ଉଚ୍ଚତା ବିଶିଷ୍ଟ ସୁନାମୀ ଦେଶର ପଶ୍ଚିମ ଉପକୂଳର ଅନେକ ଅଞ୍ଚଳକୁ ପ୍ରଭାବିତ କରିଥିଲା​।