Israel Iran War: ଯିଏ ଆମକୁ କ୍ଷତି ପହଞ୍ଚାଇବ ତାକୁ ଉପଯୁକ୍ତ ଜବାବ ଦିଆଯିବ'
Advertisement

Israel Iran War: ଯିଏ ଆମକୁ କ୍ଷତି ପହଞ୍ଚାଇବ ତାକୁ ଉପଯୁକ୍ତ ଜବାବ ଦିଆଯିବ'

Israel Iran War Scenario: ଇରାନ ସହ ବଢୁଥିବା ଯୁଦ୍ଧ ସମ୍ଭାବନା ଉପରେ ଜବାବ ରଖିଛନ୍ତି  ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ।

Israel Iran War: ଯିଏ ଆମକୁ କ୍ଷତି ପହଞ୍ଚାଇବ ତାକୁ ଉପଯୁକ୍ତ ଜବାବ ଦିଆଯିବ'

Israel PM Benjamin Netanyahu: ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ କରିପାରେ ଇରାନ। ଆମେରିକୀୟ ସମ୍ବାଦପତ୍ର ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମାଧ୍ୟମରେ ଏପରି ଏକ ଦାବି କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଇରାନ ଶାସନ ଗାଦିରେ ବସିଥିବା ନେତା କହିଛନ୍ତି ଯେ ଇସ୍ରାଏଲ ଉପରେ ଆକ୍ରମଣ କରିବା ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ହେଲେ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଛି।

ଏହି କଥିତ ଆକ୍ରମଣ ପ୍ରସଙ୍ଗରେ ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନେଇଙ୍କ ଜଣେ ପରାମର୍ଶଦାତା ପ୍ରତିକ୍ରିୟା ରଖିଛନ୍ତି।ଏନେଇ ସେ କହିଛନ୍ତି ଯେ ଆକ୍ରମଣ ଯୋଜନା ସର୍ବୋଚ୍ଚ ନେତାଙ୍କ ଆଗରେ ରଖାଯାଇଛି। ସେ ବର୍ତ୍ତମାନ ଏହାର ରାଜନୈତିକ ବିପଦ ସମ୍ପର୍କରେ ଆକଳନ କରୁଛନ୍ତି। ଏହା ମଧ୍ୟରେ ଇରାନ ଯୁକ୍ତରାଷ୍ଟ୍ର ଆମେରିକା ଉଦ୍ଦେଶ୍ୟରେ ଜଣାଇ ଦେଇଛି ଯେ ସିରିୟା ରାଜଧାନୀ ଦମିସ୍କ ସ୍ଥିତ ଇରାନୀ ବାଣିଜ୍ୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣର ଜବାବ ଦେବ। ଯାହା ଦ୍ୱାରା କୌଣସି ବଡ଼ ଉତ୍ତେଜନା ସୃଷ୍ଟି ହେବ ନାହିଁ ଏବଂ ତ୍ୱରିତ ନିଷ୍ପତ୍ତି ନିଆଯିବ ନାହିଁ। ଇରାନ ସୂତ୍ରରୁ ଏହି ଖବର ପ୍ରଦାନ କରିଛି ନ୍ୟୁଜ ଏଜେନ୍ସି ରଏଟର୍ସ। ଇରାନର ଏପରି ନୂତନ ଆଭିମୁଖ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ତେହେରାନ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଯୁଦ୍ଧ ବିରାମ ସମେତ ବିଭିନ୍ନ ଦାବି ଉପରେ ଚାପ ପକାଉଛି। 

ଆମେରିକା ଉଦ୍ଦେଶ୍ୟରେ କ'ଣ କହିଲେ ଇରାନ ବିଦେଶ ମନ୍ତ୍ରୀ?
ରିପୋର୍ଟ ଅନୁଯାୟୀ ଇରାନ ବୈଦେଶିକ ମନ୍ତ୍ରୀ ହୋସୈନ୍ ଅମିରାଅବଦୁଲ୍ଲାହିୟନ୍ ଗଲ୍ଫ ଉପସାଗରେ ଅବସ୍ଥିତ ଆରବ ରାଜ୍ୟ ଓମାନ ପରିଦର୍ଶନ କରିବା ସମୟରେ ତେହେରାନ ପକ୍ଷରୁ ୱାଶିଂଟନ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଛନ୍ତି। ଆପଣଙ୍କୁ କହିବା ଯେ ଓମାନ ହେଉଛି ଏକ ଉପସାଗରୀୟ ଦେଶ ଯିଏ ତେହେରାନ-ୱାଶିଂଟନ୍ ମଧ୍ୟରେ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଛି। ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ ଆମେରିକୀୟ ଗୁପ୍ତଚର ଅଧିକାରୀ କହିଛନ୍ତି ଯେ ଦୂତାବାସ ଆକ୍ରମଣର ପ୍ରତିଶୋଧ ନିୟନ୍ତ୍ରିତ ଏବଂ 'ବାଧ୍ୟତାମୂଳକ ନୁହେଁ। ଇରାନ ଇସ୍ରାଏଲ ଉପରେ ଆଞ୍ଚଳିକ ସ୍ତରରେ ଆକ୍ରମଣ ଜାରି ରଖିବ। ଏହି ଆକ୍ରମଣ ପାଇଁ ଇରାନ ଏହାର ଛାୟା ଗୋଷ୍ଠୀଙ୍କୁ ବ୍ୟବହାର କରିବାକୁ ଯୋଜନା କରିଛି। 

ଆପଣଙ୍କୁ କହି ରଖୁଛୁ ଯେ ଗତ ବୁଧବାର ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନେଇ କହିଛନ୍ତି ଯେ ଇସ୍ରାଏଲକୁ ଦଣ୍ଡିତ କରିବା କରିବା ଆବଶ୍ୟକ। ଇସ୍ରାଏଲକୁ ଦଣ୍ଡ ଦିଆଯିବ। ଏହି ସମୟରେ ଆମେରିକୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ଦୂତାବାସ ଆକ୍ରମଣରେ ଆମେରିକାର କୌଣସି ସମ୍ପୃକ୍ତ ନଥିବାର ଇରାନକୁ ଜଣାଇ ଦେଇଛି।

ଯିଏ ଆମକୁ କ୍ଷତି ପହଞ୍ଚାଇବ ତାକୁ ଉପଯୁକ୍ତ ଜବାବ ଦିଆଯିବ: ଇସ୍ରାଏଲ ପ୍ରଧାନମନ୍ତ୍ରୀ 
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ଗାଜା ଯୁଦ୍ଧ ବ୍ୟତୀତ ଅନ୍ୟ ପରିସ୍ଥିତି ପାଇଁ ଦେଶ ପ୍ରସ୍ତୁତ ହେଉଛି। ଯିଏ ଆମକୁ କ୍ଷତି ପହଞ୍ଚାଇବ ତାକୁ ଉପଯୁକ୍ତ ଜବାବ ଦିଆଯିବ। ଆମେ ଦେଶର  ସମସ୍ତ ସୁରକ୍ଷା ଆବଶ୍ୟକତାକୁ ପ୍ରତିରକ୍ଷାତ୍ମକ ତଥା ଆକ୍ରାମକ ଢଙ୍ଗରେ ପୂରଣ କରିବାକୁ ପ୍ରସ୍ତୁତ। 

ଆଇଡିଏଫ୍ ମୁଖପାତ୍ର ରିୟର ଆଡମିରାଲ୍ ଡାନିଏଲ୍ ହଗାରୀ କହିଛନ୍ତି ଯେ ଇସ୍ରାଏଲ୍ ବିଭିନ୍ନ ପରିସ୍ଥିତି ପାଇଁ ସତର୍କ ଏବଂ ପ୍ରସ୍ତୁତ ରହିଛି। ଆମେ ନିରନ୍ତର ସ୍ଥିତିର ଆକଳନ କରୁଛୁ। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପାଖରେ 
ରହିଥିବା ବିଭିନ୍ନ ସାମର୍ଥ୍ୟକୁ ବ୍ୟବହାର କରି ଆମେ ଆକ୍ରମଣ ଏବଂ ପ୍ରତିରକ୍ଷା ପାଇଁ ପ୍ରସ୍ତୁତ ରହିଛୁ। ଆମେ ଆମର ରଣନୀତିକ ଭାଗୀଦାରଙ୍କ ସହିତ ମଧ୍ୟ ପ୍ରସ୍ତୁତି କରିଛୁ। ଅନ୍ୟପକ୍ଷରେ ଋଷିଆ, ବ୍ରିଟେନ, ଜର୍ମାନୀ ସମେତ ବିଭିନ୍ନ ଦେଶ ମଧ୍ୟ ପ୍ରାଚ୍ୟର ଦେଶଙ୍କୁ ବଢୁଥିବା ଉତ୍ତେଜନା ମଧ୍ୟରେ ସଂଯମତା ରକ୍ଷା କରିବାକୁ ନିବେଦନ କରିଛନ୍ତି।