Tiku Talsania: ବଲିଉଡ ଅଭିନେତା ଟିକୁ ତାଲସାନିଆଙ୍କୁ ହାର୍ଟ ଆଟାକ୍, ପ୍ରଶଂସକଙ୍କୁ ପ୍ରାର୍ଥନା ପାଇଁ ନିବେଦନ କଲେ ପରିବାର
Advertisement
Article Detail0/zeeodisha/odisha2596907

Tiku Talsania: ବଲିଉଡ ଅଭିନେତା ଟିକୁ ତାଲସାନିଆଙ୍କୁ ହାର୍ଟ ଆଟାକ୍, ପ୍ରଶଂସକଙ୍କୁ ପ୍ରାର୍ଥନା ପାଇଁ ନିବେଦନ କଲେ ପରିବାର

Tiku Talsania hospitalised: ଅନେକ ହିନ୍ଦୀ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ନିଜ ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ଅଭିନେତା ଟିକୁ ତାଲସାନିଆଙ୍କ ହୃଦଘାତ ହୋଇଥିବା ଜଣାପଡ଼ିଛି। ଅଭିନେତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

 

Veteran actor Tiku Talsania suffers heart attack

Actor Tiku Talsania suffers heart attack:  ଅନେକ ହିନ୍ଦୀ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ ନିଜ ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ଅଭିନେତା ଟିକୁ ତାଲସାନିଆଙ୍କ ହୃଦଘାତ ହୋଇଥିବା ଜଣାପଡ଼ିଛି। ଅଭିନେତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତର କହିଛନ୍ତି ଯେ ଏହା ହୃଦଘାତ ଥିଲା। ବର୍ତ୍ତମାନ ଅଭିନେତାଙ୍କ ଅବସ୍ଥା ସ୍ଥିର ଥିବା ଏବଂ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି ବୋଲି କୁହାଯାଉଛି। ଟିକୁ ତାଲସାନିଆଙ୍କ ଏପରି ଖବର ଆସିବା ପରେ ଫିଲ୍ମ ଷ୍ଟାର ଏବଂ ତାଙ୍କ ପ୍ରଶଂସକମାନେ ଅଭିନେତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

ଶନିବାର ହସ୍ପିଟାଲ୍ ରିପୋର୍ଟ କରିଛି ​​ଯେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି। କୁହାଯାଉଛି ଯେ ଟିକୁ ତାଲସାନିଆଙ୍କ ଅବସ୍ଥାରେ ଧୀରେ ଧୀରେ ଉନ୍ନତି ହେଉଛି। ଡାକ୍ତରଙ୍କ ଏକ ଦଳ ତାଙ୍କ ଉପରେ ନଜର ରଖିଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି। ଅଭିନେତାଙ୍କ ପରିବାର ତାଙ୍କ ପ୍ରଶଂସକମାନଙ୍କୁ ଗୋପନୀୟତା ବଜାୟ ରଖି ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି।

କହିରଖୁଛୁ ଯେ ଟିକୁ ତାଲସାନିଆଙ୍କ ଜନ୍ମ ୭ ଜୁନ୍ ୧୯୫୪ରେ ମୁମ୍ବାଇରେ ହୋଇଥିଲା। ସେ ମୁମ୍ବାଇର ଫୋର୍ଟସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ ଏବଂ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ। ସେ ଥିଏଟରରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଯେଉଁଠାରେ ସେ 'ଇଣ୍ଡିଆନ୍ ନ୍ୟାସନାଲ୍ ଥିଏଟର, ମୁମ୍ବାଇ' ସହିତ କାମ କରିଥିଲେ। ୧୯୮୪ ମସିହାରେ ସେ ଟିଭି ଶୋ’ ‘ୟେ ଜୋ ହେ ଜିନ୍ଦେଗୀ’ ମାଧ୍ୟମରେ ଟେଲିଭିଜନରେ ପ୍ରବେଶ କରିଥିଲେ। 

୧୯୮୬ ମସିହାରେ ସେ ଫିଲ୍ମ ‘ପ୍ୟାର କେ ଦୋ ପଲ’ ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ। ତାଙ୍କୁ ପ୍ରାୟତଃ ନିଜର ହାସ୍ୟ ଭୂମିକା ପାଇଁ ମନେ ରଖାଯାଏ। ନିକଟରେ ଅଭିନେତା ରାଜକୁମାର ରାଓ ଏବଂ ତୃପ୍ତି ଡିମରିଙ୍କ ଫିଲ୍ମ 'ଭିକି ଔର ବିଦ୍ୟା କା ଓ ବାଲା ଭିଡିଓ'ରେ ନଜର ଆସିଥିଲେ। ଏଥରେ ଏହି ଅଭିନେତାଙ୍କ ଚରିତ୍ର ଏବଂ ଫିଲ୍ମର କାହାଣୀ ପସନ୍ଦ ଆସିଥିଲା। କିନ୍ତୁ ଏହି ଫିଲ୍ମଟି ବକ୍ସ ଅଫିସରେ କୌଣସି ଚମତ୍କାର କରିପାରି ନଥିଲା।