ISISର ଭାରତ ମୁଖ୍ୟକୁ ଗିରଫ କଲା STF
Advertisement
Article Detail0/zeeodisha/odisha2167088

ISISର ଭାରତ ମୁଖ୍ୟକୁ ଗିରଫ କଲା STF

Crime News: ଆଇଏସଆଇଏସ ଆତଙ୍କବାଦୀ ସଙ୍ଗଠନର ଭାରତ ମୁଖ୍ୟ ଏବଂ ତାର ଜଣେ ସହଯୋଗୀଙ୍କୁ ଗିରଫ କରିଛି ଏସଟିଏଫ । ଧର୍ମଶାଳାର ଧୁବ୍ରିର ଏକ ସ୍ଥାନରୁ ସ୍ପେଶାଲ ଟାସ୍କ ଫୋର୍ସ ହରିଶ ଆଜମଲ ଫାରୁକିକୁ କାବୁ କରିବାରେ ସକ୍ଷମ ହୋଇଛି । ସେ ବାଂଲାଦେଶ ସୀମାରୁ ଭାରତରେ ପ୍ରବେଶ କରିଥିଲା ବୋଲି ସୂଚନା ମିଳିଛି । ଏଥିସହିତ ହରିଶର ଜଣେ ସହଯୋଗୀ ଅନୁରାଗ ସିଂ ମଧ୍ୟ ଗିରଫ ହୋଇଛି 

ISISର ଭାରତ ମୁଖ୍ୟକୁ ଗିରଫ କଲା STF

ନୂଆଦିଲ୍ଲୀ: ଆଇଏସଆଇଏସ ଆତଙ୍କବାଦୀ ସଙ୍ଗଠନର ଭାରତ ମୁଖ୍ୟ ଏବଂ ତାର ଜଣେ ସହଯୋଗୀଙ୍କୁ ଗିରଫ କରିଛି ଏସଟିଏଫ । ଧର୍ମଶାଳାର ଧୁବ୍ରିର ଏକ ସ୍ଥାନରୁ ସ୍ପେଶାଲ ଟାସ୍କ ଫୋର୍ସ ହରିଶ ଆଜମଲ ଫାରୁକିକୁ କାବୁ କରିବାରେ ସକ୍ଷମ ହୋଇଛି । ସେ ବାଂଲାଦେଶ ସୀମାରୁ ଭାରତରେ ପ୍ରବେଶ କରିଥିଲା ବୋଲି ସୂଚନା ମିଳିଛି । ଏଥିସହିତ ହରିଶର ଜଣେ ସହଯୋଗୀ ଅନୁରାଗ ସିଂ ମଧ୍ୟ ଗିରଫ ହୋଇଛି ।

ହରିଶ ଏବଂ ଅନୁରାଗଙ୍କୁ ଗିରଫ କରିବା ପରେ ଅଧିକ ପଚରାଉଚରା କରିବା ପାଇଁ ଉଭୟଙ୍କୁ ଗୋହାଟିରେ ରଖାଯାଇଛି । ମିଳିଥିବା ସୂଚନା ମୁତାବକ, ହରିଶ ଆଜମଲ ଡେରାଡୁନର ଚକ୍ରତାର ବାସିନ୍ଦା ଏବଂ ଅନୁରାଗ ସିଂହ  ପାନିପଥ ଦିୱାନା ଅଞ୍ଚଳର ବୋଲି ଜଣାପଡିଛି । ଅନୁରାଗର ପତ୍ନୀ ବାଂଲାଦେଶର ନାଗରିକ ବୋଲି ସୂଚନା ରହିଛି । ଅନୁରାଗ ଏବଂ ହରିଶ ଉଭୟେ NIAର ୱାଣ୍ଟେଡ୍ ଥିଲେ । ଉଭୟେ ଅନେକ ପ୍ରକାରର ଆତଙ୍କବାଦ କାର୍ଯ୍ୟକଳାପରେ ନିଜକୁ ଲିପ୍ତ ରଖିଥିଲେ । ଦେଶର ବିଭିନ୍ନ ସ୍ଥାନରେ ଉଭୟଙ୍କ ନାମରେ ବିଭିନ୍ନ ପ୍ରକାରର ମାମଲା ଥିବା ଜଣାପଡିଛି ।

Also Read- Earthquake News: ସକାଳୁ ଭୂକମ୍ପ ଝଟକା, ଥରିଲା ମହାରାଷ୍ଟ୍ର

Also Read- Sadguru Health: ଅସୁସ୍ଥ ସତ୍ୱେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସଦଗୁର, ଜାଣନ୍ତୁ କେମିତି ଅଛି ସ୍ୱାସ୍ଥ୍ୟ