Birsa Munda Hockey Stadium: ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ସତରେ କ'ଣ ବିଶ୍ୱର ସର୍ବବୃହତ? ଜାଣନ୍ତୁ ଏହାର ସଠିକ୍ ଉତ୍ତର
Advertisement
Article Detail0/zeeodisha/odisha1516758

Birsa Munda Hockey Stadium: ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ସତରେ କ'ଣ ବିଶ୍ୱର ସର୍ବବୃହତ? ଜାଣନ୍ତୁ ଏହାର ସଠିକ୍ ଉତ୍ତର

Birsa Munda Hockey Stadium: ଏହି ଷ୍ଟାଡିୟମ୍ ଦୁନିଆର ସର୍ବବୃହତ ବୋଲି ବିବେଚନା କରାଯାଉଛି । ଏପରିକି FIH ର ମୁଖ୍ୟ ମହମ୍ମଦ ତୈୟାବ ଇକ୍ରାମ ମଧ୍ୟ ନିଜ ଗସ୍ତ ସମୟରେ ଏହା ଉଲ୍ଲେଖ କରିଥିଲେ ଯେ ଏହା ହେଉଛି ବିଶ୍ୱର ସବୁଠୁ ବଡ଼ ମାନଙ୍କ ଷ୍ଟାଡିୟମ୍ ମଧ୍ୟରୁ ଗୋଟିଏ । 

ସୌ: ସୋସିଆଲ ମିଡିଆ

Birsa Munda Hockey Stadium: ଓଡ଼ିଶାର ରାଉରକେଲାରେ ଅବସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik)ଉଦଘାଟନ କରିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଷ୍ଟାଡିୟମ ବିଶ୍ୱର ସର୍ବବୃହତ କି ନୁହେଁ ତାହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ଲାଗି ରହିଛି । ଏହା ଏଥିପାଇଁ ଅଧିକ ଚର୍ଚ୍ଚା ହେଉଛି ଯେ, ଓଡ଼ିଶା ସରକାର ନିଜର ଅନେକ ବିଜ୍ଞାପନରେ ଏହାକୁ ସର୍ବବୃହତ ବୋଲି ଦର୍ଶାଇଛନ୍ତି । ତେବେ ଏହା କ'ଣ ସତର ସର୍ବବୃହତ । ଏଠାରେ ଆମେ ଆପଣଙ୍କୁ କହିବୁ କ'ଣ ରହିଛି ଏହାର ବାସ୍ତବ ସତ୍ୟତା ।

ଗୁରୁବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମର ଉଦଘାଟନ କରିଛନ୍ତି । ଷ୍ଟାଡିୟମ୍ ମଧ୍ୟ ଭାଗରେ ଠିଆ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଜାନୁଆରୀ ୧୩ ରୁ ଆରମ୍ଭ ହେବାକୁ ଥିବା FIH ପୁରୁଷ ହକି ବିଶ୍ୱକପ୍ ୨୦୨୩ ପାଇଁ ଏହାକୁ ହକି ପାଇଁ ଉତ୍ସର୍ଗୀକୃତ କରିଥିଲେ । 

ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଷ୍ଟାଡିୟମ ହେଉଛି ସମଗ୍ର ଦେଶ ପାଇଁ ଓଡିଶାର ଉପହାର । ରାଉରକେଲା ୪୪ ଟି ବିଶ୍ୱକପ୍ ମ୍ୟାଚ୍ ମଧ୍ୟରୁ ୨୦ ଟି ମ୍ୟାଚ୍ ଆୟୋଜନ କରିବ ଓ ଅବଶିଷ୍ଟ ୨୪ ଟି ମ୍ୟାଚ୍, କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ସ୍ପେନ ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ୍ ୧୩ ଜାନୁଆରୀରେ ଏଠାରେ ଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ଦୁଇ ଦିନ ପରେ ଭାରତ ସମାନ ଗ୍ରାଉଣ୍ଡରେ ଇଂଲଣ୍ଡକୁ ଭେଟିବ । ବିଶିଷ୍ଟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ ଏହି ଷ୍ଟାଡିୟମ ପ୍ରାୟ ୨୦୦ରୁ ଅଧିକ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଷ୍ଟାଡିୟମର ମୋଟ କ୍ଷମତା ୨୧ ହଜାର ଦର୍ଶକ ବସି ଦେଖିବା ପାଇଁ ରହିଛି ।

fallback

ଏହି ଷ୍ଟାଡିୟମ୍ ଦୁନିଆର ସବୁଠୁ ବଡ ବୋଲି ବିବେଚନା କରାଯାଉଛି । ଏପରିକି ଏଫ୍ଆଇଏଚ୍ ର ମୁଖ୍ୟ ମହମ୍ମଦ ତୈୟାବ ଇକ୍ରାମ ମଧ୍ୟ ନିଜ ଗସ୍ତ ସମୟରେ ଏହା ଉଲ୍ଲେଖ କରିଛନ୍ତି ଯେ ଏହା ହେଉଛି ବିଶ୍ୱର ସବୁଠୁ ବଡ ମାନଙ୍କ ଷ୍ଟାଡିୟମ୍ ମଧ୍ୟରୁ ଗୋଟିଏ । ମୁଖ୍ୟ ଟର୍ଫ ବ୍ୟତୀତ ଏଥିରେ ମୁଖ୍ୟ ଷ୍ଟାଡିୟମ, ଫିଟନେସ୍ ସେଣ୍ଟର, ହାଇଡ୍ରୋଥେରାପି ପୁଲ୍, ଡ୍ରେସିଂ ଓ ଚେଞ୍ଜିଙ୍ଗ ରୁମ୍, ଟନେଲ୍ ଓ ପାଞ୍ଚ ତାରକା ଆବାସ, ୨୫୦ ରୁମ୍ ଅଛି, ଯେଉଁଠାରେ ୪୦୦ ଖେଳାଳି ରହିପାରିବେ । ଷ୍ଟାଡିୟମକୁ ଦର୍ଶକଙ୍କ ପ୍ରବେଶ ଓ ପ୍ରସ୍ଥାନ ପାଇଁ ୬ଟି ଫାଟକ ଅଛି । ଏହା ବ୍ୟତୀତ ଦୁଇ ଓ ଚାରି ଚକିଆ ଯାନ ପାଇଁ ପାର୍କିଂ ଅଛି ।

ତେବେ ପ୍ରଶ୍ନ ଉଠୁଛି ସତରେ କ'ଣ ଏହି ଓଡ଼ିଶାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ବିଶ୍ୱର ସର୍ବବୃହତ । ଏହାର ସଠିକ୍ ଉତ୍ତର ହେଉଛି 'ନା' । ଏହା ଏପରି କୁହାଯାଇ ପାରେ ଯେ ଏହା ବିଶ୍ୱର ସବୁଠୁ ବଡ଼ ଷ୍ଟାଡିୟମ୍ ମାନଙ୍କ ମଧ୍ୟରୁ ଅନ୍ୟତମ । ଯଦି ଆପଣ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ବିଷୟରି ଆଲୋଚନା କରନ୍ତି, ତେବେ ପାକିସ୍ତାନର ଲାହୋରରେ ଥିବା ଜାତୀୟ ହକି ଷ୍ଟାଡିୟମ ୪୫,୦୦୦ ଆସନ ବିଶିଷ୍ଟ ଅଟେ ଓ ଏହା ହେଉଛି ବିଶ୍ୱରେ ସବୁଠାରୁ ବଡ଼ ହକି ଷ୍ଟାଡିୟମ, ତେବେ ଦ୍ୱିତୀୟ ସର୍ବବୃହତ ହକି ଷ୍ଟାଡିୟମ ଭାରତର ଚଣ୍ଡିଗଡ଼ରେ ରହିଛି, ଯାହାର କ୍ଷମତା ୩୦,୦୦୦ ଆସନ ବିଶିଷ୍ଟ ରହିଛି । ସମପରି ଯଦି ଆମେ ତୃତୀୟ ସର୍ବବୃହତ ହକି ଷ୍ଟାଡିୟମ ବିଷୟରେ କହିବା ତେବେ ଆମେରିକାର ଲସ ଏଞ୍ଜେଲସରେ ୱିଙ୍ଗାର୍ଟ ଷ୍ଟାଡିୟମ ରିହିଛି, ଯାହାର କ୍ଷମତା ୨୨,୩୫୫ ଆସନ ବିଶିଷ୍ଟ ରହିଛି । ଏହି କ୍ରମରେ ଓଡ଼ିଶାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ବିଶ୍ୱର ଚତୃର୍ଥ ସ୍ଥାନରେ ରହିଛି । ଯାହାର କ୍ଷମତା ୨୧ ହଜାର ଆସନ ବିଶିଷ୍ଟ ରହିଛି ।