Mango: ଆମ୍ବର ନାଁ ହେଉଛି 'ଲଙ୍ଗଡ଼ା', ଜାଣନ୍ତୁ ଏହା ପଛର କୌତୂହଳ ଇତିହାସ
Advertisement

Mango: ଆମ୍ବର ନାଁ ହେଉଛି 'ଲଙ୍ଗଡ଼ା', ଜାଣନ୍ତୁ ଏହା ପଛର କୌତୂହଳ ଇତିହାସ

Mango History: ଦେଶରେ ବିଭିନ୍ନ ପ୍ରକାରର ଆମ୍ବ ଉପଲବ୍ଧ ହୋଇଥାଏ। ହେଲେ ଦେଶରେ ଏପରି ଅନେକ ପ୍ରକାରର ଆମ୍ବ ରହିଛି ଯାହାର ନାମକରଣ ପଛରେ ଅନେକ କୌତହୂଳପୂର୍ଣ୍ଣ କାହାଣୀ ରହିଛି। 

Mango: ଆମ୍ବର ନାଁ ହେଉଛି 'ଲଙ୍ଗଡ଼ା', ଜାଣନ୍ତୁ ଏହା ପଛର କୌତୂହଳ ଇତିହାସ

Interesting Facts About Mango: ଦେଶରେ ଆରମ୍ଭ ହୋଇଗଲାଣି ଗ୍ରୀଷ୍ମ ଋତୁ। ଖରା ବଢିବା ସହ ବଜାରରେ ବିଭିନ୍ନ ପ୍ରକାର ଆମ୍ବ ଆସି ପହଞ୍ଚିଗଲାଣି। ଦେଶରେ ଶହ ଶହ ପ୍ରକାରର ଆମ୍ବ ମିଳିଥାଏ। ଯାହାର ନାମ ଭିନ୍ନ ଭିନ୍ନ ହୋଇଥାଏ। ହେଲେ ବିଭିନ୍ନ ଆମ୍ବର ନାମ ପଛର ଅନେକ କୌତୂହଳପୂର୍ଣ୍ଣ କାହାଣୀ ରହିଛି। ଏଭଳି ଏକ ଆମ୍ବର ନାଁ ହେଉଛି ଲଙ୍ଗଡା ଆମ୍ବ। ଏହି ଆମ୍ବକୁ Geographical Indication Tag ମଧ୍ୟ ମିଳିସାରିଛି।  ଲାଙ୍ଗଡା ଆମ୍ବ ସ୍ୱାଦକୁ ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା କିଛି କମ ନୁହେଁ। ହେଲେ ବହୁ କମ ଲୋକଙ୍କୁ ଲଙ୍ଗଡ଼ା ଆମ୍ବ ନାମ ପଛରେ ରହିଥିବା କାହାଣୀ ବାହଦରେ ଜଣାଥିବ।  ଏବେ ଆମେ ଆପଣଙ୍କୁ ଲାଙ୍ଗଡା ଆମ୍ବ ନାମ ପଛରେ ରହିଥିବା ଇତିହାସ ସମ୍ପର୍କରେ ଜଣାଉଛୁ। 

ଲଙ୍ଗଡା ଆମ୍ବ ଜନ୍ମର କାହାଣୀ ମଧ୍ୟ ଏହାର ନାମ ପରି ଅତ୍ୟନ୍ତ ଆକର୍ଷଣୀୟ | ବର୍ତ୍ତମାନ ଏଥିରେ କେତେ ସତ ଏବଂ କେତେ ମିଥ୍ୟା, ତାହା ଜଣା ପଡିପାରିବ ନାହିଁ। ହେଲେ ଶହ ଶହ ବର୍ଷ ଧରି ଏହି କାହାଣୀ ଗୋଟିଏ ପିଢିରୁ ଅନ୍ୟ ଏକ ପିଢି ପାଖକୁ କାଳକ୍ରମେ ସ୍ଥାନାନ୍ତରିତ ହୋଇଆସୁଛି।

ବନାରସର ଶିବ ମନ୍ଦିର 
କୁହାଯାଏ ଯେ ପ୍ରାୟ ୨୫୦ ବର୍ଷ ପୂର୍ବେ ଜଣେ ସାଧୁ ବନାରସର ଏକ ଛୋଟ ଶିବ ମନ୍ଦିରକୁ ଆସିଥିଲେ। ସେହି ସାଧୁ ଜଣଙ୍କ ସେଠାରେ କିଛି ଦିନ ରହିବାକୁ ଅନୁମତି ମନ୍ଦିରର ପୁରୋହିତଙ୍କ ଠାରୁ ମାଗିଥିଲେ। ପୁରୋହିତ ଜଣଙ୍କ ସାଧୁଙ୍କୁ ମନ୍ଦିରରେ ରହିବାକୁ ଅନୁମତି ଦେଇଥିଲେ। ଶିବ ମନ୍ଦିରରେ ପ୍ରାୟ ଏକ ଏକର ଜମି ରହିଥିଲା। ଯାହା ପ୍ରାଚୀର ଦ୍ୱାରା ଘେରି ହୋଇ ରହିଥିଲା। ସାଧୁଙ୍କ ପାଖର ଦୁଇଟି ଛୋଟ ଛୋଟ ଆମ୍ବ ଗଛର ଚାରା ରହିଥିଲା। ଯାହାକୁ ସେ ନିଜ ହାତରେ ମନ୍ଦିର ପଛରେ ଲଗାଇ ଦେଇଥିଲେ। ସାଧୁ ଜଣଙ୍କ ଆମ୍ବ ଗଛରେ ପ୍ରତିଦିନ ପାଣି ଦେଉଥିଲେ ଏବଂ ଏହାର ଯତ୍ନ ମଧ୍ୟ ନେଉଥିଲେ। ସାଧୁ ଜଣଙ୍କ ପ୍ରାୟ ୪ ବର୍ଷ ଧରି ସେହି ମନ୍ଦିରରେ ରହିଥିଲେ। ଏହି ସମୟରେ ସାଧୁଙ୍କ ଦ୍ୱାରା ଲଗାଯାଇଥିବା ଆମ୍ବ ଗଛ ବହୁତ ବଡ ହୋଇଯାଇଥିଲା।

ସାଧୁ ମନ୍ଦିର ପୁରୋହିତଙ୍କୁ ଦେଇଥିଲେ ନିର୍ଦ୍ଦେଶ
ଯେତେବେଳେ ଆମ୍ବ ଗଛରେ ବଉଳ ଆସିଲା ସେତେବେଳେ, ସାଧୁ ଜଣଙ୍କ ଏହାଙ୍କୁ ଭାଙ୍ଗି ଭଗବାନ ଶିବଙ୍କ ନିକଟରେ ଅର୍ପଣ କରିଥଲେ। ଏହା ପରେ ସାଧୁ ଜଣଙ୍କ କହିଥିଲେ ଯେ ତାଙ୍କ ମନ୍ଦିରକୁ ଆସିବାର ଉଦ୍ଦେଶ୍ୟ ପୂରଣ ହୋଇସାରିଛି। ସେ ସକାଳ ହେବା ମାତ୍ରେ ମନ୍ଦିର ଛାଡି ଚାଲିଯାଇଥିଲେ। ତାଙ୍କ ଦ୍ୱାରା ଲଗାଯାଇଥିବା ଆମ୍ବ ଗଛର ଯତ୍ନ ନେବା ଦାୟିତ୍ୱ ମନ୍ଦିରର ପୁରୋହିତଙ୍କୁ ଦେଇଥିଲେ ସାଧୁ ଜଣଙ୍କ। ଯେତେବେଳେ ଆମ୍ବ ଗଛରେ ଫଳ ଆସିଯିବ ସେତେବେଳେ ଏହାକୁ ଅନେକ ଭାଗରେ କାଟି ଭଗବାନ ଶିବଙ୍କୁ ଅର୍ପଣ କରିବ ଏବଂ ଭକ୍ତଙ୍କ ମଧ୍ୟରେ ଏହାକୁ ପ୍ରସାଦ ଭାବରେ ବଣ୍ଟନ କରିବ। ଏକଥା ସାଧୁ ଜଣଙ୍କ ମନ୍ଦିରର ପୁରୋହିତଙ୍କୁ କହିଥିଲେ। 

ସାଧୁ ଜଣଙ୍କ ପୁରୋହିତଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ମୋର କାମ ସରିଯାଇଛି। ଆସନ୍ତାକାଲି ସକାଳେ ମୁଁ ବନାରସ ଛାଡିବି। ଆପଣ ମନ୍ଦିର ପରିସରରେ ଲଗାଯାଇଥିବା ଆମ୍ବ ଗଛର ଯତ୍ନ ନେବେ। ଯେତେବେଳେ ଆମ୍ବ ଗଛରେ ଫଳ ଆସିବ ସେତେବେଳେ, ଆମ୍ବକୁ ଅନେକ ଭାଗରେ କାଟି ଭଗବାନ ଶଙ୍କରଙ୍କୁ ଅର୍ପଣ କରିବେ ଏବଂ ପରେ ଏହାକୁ ପ୍ରସାଦ ଆକାରରେ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରିବେ। ହେଲେ ଭୁଲରେ ମଧ୍ୟ ପୁରା ଆମ୍ବକୁ କାହାକୁ ଦେବେ ନାହିଁ।

ସାଧୁ ଜଣଙ୍କ ପୁରୋହିତଙ୍କୁ ଆହୁରି ମଧ୍ୟ କହିଥିଲେ ଯେ ଏହି ଆମ୍ବର ଟାକୁଆ କାହାକୁ ଦେବେ ନାହିଁ। ଆମ୍ବ ଟାକୁଆକୁ ନିଆଁରେ ପୋଡ଼ିଦିଅ। ନଚେତ୍ ଅନ୍ୟ କେହି ଟାକୁଆକୁ ନେଇ ଅନ୍ୟତ୍ର ରୋପଣ କରି ନୂଆ ଗଛ ଲଗାଇଦେବ। 
ପୁରୋହିତ ଜଣଙ୍କ ସାଧୁଙ୍କ ପ୍ରତ୍ୟେକ କଥା ଯତ୍ନର ସହ ଗ୍ରହଣ କରିଥିଲ। ପୁରୋହିତ ଜଣଙ୍କ ଭକ୍ତଙ୍କୁ ପ୍ରସାଦ ଭାବରେ କଟା ଆମ୍ବ ଦେବାରେ ଲାଗିଲେ। ଧୀରେ ଧୀରେ ସେହି ଶିବ ମନ୍ଦିରର ଆମ୍ବକୁ ନେଇ ସମଗ୍ର ବନାରସରେ ବିଭିନ୍ନ ପ୍ରକାର ଆଲୋଚନା ଆରମ୍ଭ ହୋଇଯାଇଲା। ହେଲେ ଯେତେବେଳେ କେହି ଶିବ ମନ୍ଦିର ଆମ୍ବର ଟାକୁଆ ମାଗୁଥିଲେ, ସେତେବେଳେ ପୁରୋହିତ ଜଣଙ୍କ ଦେବାକୁ ମନା କରିଦେଇଥିଲେ। 

ଶିବ ମନ୍ଦିରରେ ପହଞ୍ଚିଲେ ବନାରସର ରାଜା
ଦିନେ ଆମ୍ବର ଖ୍ୟାତି କାଶୀ ରାଜଙ୍କ ପାଖରେ ପହଞ୍ଚିଲା। ଦିନେ ନିଜେ ବନାରସର ରାଜ ସେହି ଆମ୍ବ ଗଛକୁ ଦେଖିବା ପାଇଁ  ରାମନଗର ଠାରୁ ଆସି ଶିବ ମନ୍ଦିରରେ ପହଞ୍ଚିଥିଲେ। ରାଜା ଭଗବାନ ଶିବଙ୍କୁ ଭକ୍ତି ଭାବନରେ ପୂଜାର୍ଚ୍ଚନା କରିଥିଲେ ଏବଂ ଆମ୍ବ ଗଛକୁ ନିରୀକ୍ଷଣ କରିଥିଲେ। ଏହା ପରେ ଶିବ ମନ୍ଦିର ପୁରୋହିତଙ୍କ ଆଗରେ ପ୍ରସ୍ତାବ ଦିଆଗଲା ଯେ ରାଜଙ୍କ ବଗିଚାରେ ଏହି ଆମ୍ବ ଗଛକୁ ଲଗାଇବା ପାଇଁ ବଗିଚାର ମୁଖ୍ୟ ମାଳିଙ୍କୁ ଅନୁମତି ଦିଆଯାଉ।

ବନାରସ ରାଜାଙ୍କ କଥା ଶୁଣିବା ପରେ ମନ୍ଦିରର ପୁରୋହିତ ଜଣଙ୍କ କହିଥିଲେ ଯେ ସେ ସନ୍ଧ୍ୟାରେ ପୂଜା କରିବା ସମୟରେ ଭଗବାନ ଶିବଙ୍କୁ ପ୍ରାର୍ଥନା କରିବେ ଏବଂ ତାଙ୍କ ସଙ୍କେତ ପାଇବା ପରେ ସେ ନିଜେ ପରଦିନ ରାଜ ପ୍ରାସାଦକୁ ଆସି ସେହି ଆମ୍ବ ଗଛକୁ ରାଜାଙ୍କ ବଗିଚାର ମୁଖ୍ୟ ମାଳିକୁ ପ୍ରଦାନ କରିବେ। ରାତି ସମୟରେ ଭଗବାନ ଶିବ ମନ୍ଦିରର ପୂଜକଙ୍କୁ ସ୍ୱପ୍ନାଦେଶ କରିଥିଲେ ଯେ, ସେହି ଆମ୍ବକୁ ରାଜାଙ୍କୁ ପ୍ରଦାନ କରାଯାଉ। 

ନିର୍ମାଣ ହେଲା ଅନେକ ଆମ୍ବ ବଗିଚା
ଭଗବାନ ଶିବଙ୍କ ଅନୁମତି ପାଇବା ପରେ ପରଦିନ ମନ୍ଦିର ପୁରୋହିତ ବନାରସ ରାଜ ପ୍ରାସାଦରେ ପହଞ୍ଚି ରାଜାଙ୍କୁ ଆମ୍ବ ଗଛର ଚାରା ପ୍ରଦାନ କରିଥିଲେ। ଏହାର ରାଜାଙ୍କ ବଗିଚାର ମୁଖ୍ୟ ମାଳୀ ଯାଇ ଆମ୍ବ ଗଛର ଚାରାକୁ  ରୋପଣ କରିଥଲେ। ଯେଉଁ ଗଛ ବର୍ଷା ଋତୁ ପରେ ଗଛରେ ଅନେକ ଚେର ବାହାରିଥିବାର ଦେଖିବାକୁ ମିଳିଥିଲା। ଏହାର କଟା ଚେରକୁ ରାଜାଙ୍କ ନିର୍ଦ୍ଦେଶରେ ରାଜପ୍ରାସାଦ ପରିସରରେ ଲଗାଯାଇଥିଲା। କିଛି ବର୍ଷ ମଧ୍ୟରେ, ଲଗାଯାଇଥିବା ଚାରା ଗଛରେ ପରିଣତ ହୋଇଯାଇଥିଲା ଏବଂ ଫଳ ଦେବା ଆରମ୍ଭ କରିଥିଲା। ଅନେକ ଗଛ ଚାରା ଦ୍ୱାରା ସୃଷ୍ଟି ହୋଇଥିଲା। ରାଜପ୍ରାସାଦ ବାହାରେ ଏହି ଆମ୍ବ ଗଛ ପାଇଁ ଏକ ଛୋଟ ବଗିଚା ମଧ୍ୟ ତିଆରି କରାଯାଇଥିଲା। ଦେଖୁ ଦେଖୁ ରାମନଗରରେ ଲଙ୍ଗଡା ଆମ୍ବର ଅନେକ ବଡ଼ ବଗିଚା ପ୍ରତିଷ୍ଠା କରାଯାଇଥିଲା।

ଲଙ୍ଗଡ଼ା ଆମ୍ବ ପଛର ନାମ
ସାଧୁଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମ୍ବ ଗଛର ଯତ୍ନ ନେଉଥିବା ମନ୍ଦିର ପୁରୋହିତ ଜଣଙ୍କ ଛୋଟା ଥିଲେ।  ଯେଉଁଥିପାଇଁ ଏହି ଆମ୍ବର ନାମ ଲଙ୍ଗଡ଼ା ରଖାଯାଇଥିଲା। ହିନ୍ଦୀ ଭାଷାରେ ଲଙ୍ଗଡ଼ା ଶବ୍ଦର ଅର୍ଥ ହେଉଛି ଛୋଟା।