ଭୁଲରେ ପାକିସ୍ତାନରେ ପହଞ୍ଚିଲା ଇଣ୍ଡିଗୋ ବିମାନ: ସାମ୍ନାକୁ ଆସିଲା ଏହି ବଡ଼ କାରଣ
Advertisement

ଭୁଲରେ ପାକିସ୍ତାନରେ ପହଞ୍ଚିଲା ଇଣ୍ଡିଗୋ ବିମାନ: ସାମ୍ନାକୁ ଆସିଲା ଏହି ବଡ଼ କାରଣ

ପାଣିପାଗର ହଠାତ୍ ପରିବର୍ତ୍ତନ କାରଣରୁ ଆମମାନଙ୍କର ଯାତାୟତରେ ବାଧାପ୍ରାପ୍ତ ହୋଇଥାଏ । କାରଣ ଉପଯୁକ୍ତ ସିଗନାଲ୍ ନପାଇବା କାରଣରୁ ରେଳ ଓ ବିମାନ ସେବା ବାଧା ପ୍ରାପ୍ତ ହୋଇଥାଏ । କେତେବେଳେ ଘନ କୁହୁଡି କାରଣରୁ ରେଳ ଓ ବିମାନ ବାତିଲ୍ ହୋଇଯାଏ । ପୁଣି କେବେ ଅତି ପ୍ରବଳ ବର୍ଷା କାରଣରୁ ବାତିଲ୍ ହୋଇଥାଏ । ଅନେକ ସମୟରେ ଏପରି ମଧ୍ୟ ହୋଇ

ଭୁଲରେ ପାକିସ୍ତାନରେ ପହଞ୍ଚିଲା ଇଣ୍ଡିଗୋ ବିମାନ: ସାମ୍ନାକୁ ଆସିଲା ଏହି ବଡ଼ କାରଣ

Indigo Flight In Pakistan:ପାଣିପାଗର ହଠାତ୍ ପରିବର୍ତ୍ତନ କାରଣରୁ ଆମମାନଙ୍କର ଯାତାୟତରେ ବାଧାପ୍ରାପ୍ତ ହୋଇଥାଏ । କାରଣ ଉପଯୁକ୍ତ ସିଗନାଲ୍ ନପାଇବା କାରଣରୁ ରେଳ ଓ ବିମାନ ସେବା ବାଧା ପ୍ରାପ୍ତ ହୋଇଥାଏ । କେତେବେଳେ ଘନ କୁହୁଡି କାରଣରୁ ରେଳ ଓ ବିମାନ ବାତିଲ୍ ହୋଇଯାଏ । ପୁଣି କେବେ ଅତି ପ୍ରବଳ ବର୍ଷା କାରଣରୁ ବାତିଲ୍ ହୋଇଥାଏ । ଅନେକ ସମୟରେ ଏପରି ମଧ୍ୟ ହୋଇଥାଏ ଯେ, ଗୋଟିଏ ରୁଟରେ ପାଗ ଖରାପ ଥିଲେ ବିମାନକୁ ଅନ୍ୟ ରୁଟରେ ଆସିବାକୁ ସିଗନାଲ୍ ଦିଆଯାଇଥାଏ । ଯାହାର ସୂଚନା ପାଇଲଟଙ୍କ ପାଖରେ ପହଞ୍ଚିବା ପରେ ଉପଯୁକ୍ତ ରୁଟରେ ପାଇଲଟ ବିମାନ ଚଳାଇଥାନ୍ତି । ଆଜି ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଏକ ଚର୍ଚ୍ଚାର ବିଷୟ । କାରଣ ଇଣ୍ଡିଗୋ ଏୟାର ଲାଇନ୍ସ ପହଞ୍ଚିଥିଲା ପାକିସ୍ତାନରେ । 

ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଏକ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଖରାପ ପାଗ ହେତୁ ଲାହୋର (lahore) ନିକଟରେ ପାକିସ୍ତାନର ଗୁଜରାନୱାଲାରେ ପ୍ରଵେଶ କରିଥିଲା ।  ଏହା ପରେ ସେଠାରୁ ପ୍ରାୟ ୩୦ ମିନିଟ ପରେ ବାହାରି ରାତି ୮ ଟା ସମୟରେ ଭାରତ (India)କୁ ଫେରିଥଲା  । ଫ୍ଲାଇଟ୍ ରାଡାର (flight radar) ଅନୁଯାୟୀ, ଇଣ୍ଡିଗୋ ବିମାନ ଶନିବାର ରାତି ପ୍ରାୟ ସାଢେ ୭ ଟାରେ ଲାହୋରର ଉତ୍ତରରେ ପ୍ରବେଶ କରି ରାତି ୮.୦୧ ରେ ଭାରତ ଫେରିଥିଲା। ପାକିସ୍ତାନ (Pakistan) ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (CAA) ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହା ନୂଆ କଥା ନୁହେଁ କାରଣ ପାଗ ଖରାପ ହେଲେ ଅନ୍ତର୍ଜାତୀୟ ସ୍ତରରେ (International level) ଏଭଳି ଅନୁମତି ଦିଆଯାଏ । ଏହି ସମୟରେ, CAA ଦ୍ବାରା ଜାରି କରାଯାଇଥିବା ସତର୍କତା କାରଣରୁ ବିମାନବନ୍ଦର (Airport)ରେ ଦୃଶ୍ୟମାନତା ନ ଥିବାରୁ ଅନେକ ବିମାନର ଦିଗ ପରିବର୍ତ୍ତନ କରଯାଇଥିଲା ଓ କିଛି ବିଳମ୍ବ (Late)ରେ ବାହାରିଥିଲା।

ଫ୍ଲାଇଟ ବାଟବଣା ହେବାର କାରଣ 

CAA ମୁଖପାତ୍ର ଏହା ମଧ୍ୟ କହିଛନ୍ତି ଯେ, ସେ ଲାହୋର ପାଇଁ ରାତି ପ୍ରାୟ ୧୧.୩୦ ପର୍ଯ୍ୟନ୍ତ ପାଣିପାଗ (weather) ସତର୍କ ସୂଚନାକୁ ବୃଦ୍ଧି କରିଛନ୍ତି । ଡନର ରିପୋର୍ଟ ଅନୁଯାୟୀ, ଶନିବାର (saturday) ଦିନ ଅଲାମା ଇକବାଲ ଅନ୍ତର୍ଜାତୀୟ ବିମାନବନ୍ଦର (allama iqbal international airport)ରେ ଭିଜିବିଲିଟି ୫ ହଜାର ମିଟର ଥିଲା। ଅନେକ ବିମାନ ଇସଲାମାବାଦ (islamabad) ଆଡକୁ ପରିବର୍ତ୍ତନ କରାଯାଇଥିଲା  । ଖରାପ ଭିଜିବିଲିଟି (Visibility) କାରଣରୁ ଲାହୋର ଯାଉଥିବା ଅନେକ ବିମାନ ଇସଲାମାବାଦ ଆଡକୁ ଦିଗ ପରିବର୍ତ୍ତନ କରାଯାଇଥିଲା। ଏହି ସମୟରେ ଆବୁଧାବି (abu dhabi)ରୁ ଇସଲାମାବାଦ ଅଭିମୁଖେ ଯାଉଥିବା ଏକ PIA ବିମାନକୁ ମୁଲତାନ ଆଡକୁ ପରିବର୍ତ୍ତିତ (Change) କରାଯାଇଥିଲା । ଏକ ଜେଡ୍ଡା-ଲାହୋର ବିମାନ ମଧ୍ୟ ମୁଲତାନ ଆଡକୁ ଯାଇଥିଲା।

ସାମ୍ନାକୁ ଆସିଲା ବିଳମ୍ବ (Late) ହେବାର କାରଣ

ଡନ୍ ରିପୋର୍ଟ ଅନୁଯାୟୀ, ଲାହୋରରୁ ମଦିନା ଏବଂ କରାଚି (karachi)ରୁ ଲାହୋରକୁ PIA ବିମାନ ଉଡ଼ାଣ ସହିତ ଲାହୋରରୁ ଆବୁଧାବି ଅଭିମୁଖେ ବିମାନ ଯାତ୍ରା ବିଳମ୍ବ ହୋଇଥିଲା। ବିଳମ୍ୱ କାରଣରୁ ଅନେକ ବିମାନଯାତ୍ରୀଙ୍କର ଯାତ୍ରା ମଧ୍ୟ ପ୍ରଭାବିତ ହୋଇଥିଲା । କେହି କେହି ଇନ୍ୟୁରାନ୍ସ କ୍ଲେମ କରିବା କଥା ମଧ୍ୟ ଆଲୋଚନା କରିଥିଲେ । କାରଣ ବିମାନ ବିଳମ୍ୱ ହେଲେ ଇନ୍ୟୁରାନ୍ସ କ୍ଲେମର ସୁବିଧା ମଧ୍ୟ ରହିଛି । ଯେଉଁ ଯାତ୍ରୀମାନେ କରିଥିବା ଟିକଟ ଉପରେ ଇନସ୍ୟୁରାନ୍ସ ପାଇଁ ଅର୍ଥ ଦେଇଥିବେ ସେମାନେ ଏହାର ଲାଭ ଉଠାଇ ପାରିବେ ।

Also read- ବାସର ରାତିକୁ ଅପେକ୍ଷା କରିଥିଲା ବର: ଏମିତି ଚକମା ଦେଲା କନ୍ୟା