Womens Junior Asia Cup 2023: ହକିରେ ନୂଆ ରେକର୍ଡ ସୃଷ୍ଟି କଲା ଭାରତ; ପରାସ୍ତ ହେଲା ୪ ଥରର ଚାମ୍ପିୟାନ
Advertisement
Article Detail0/zeeodisha/odisha1733977

Womens Junior Asia Cup 2023: ହକିରେ ନୂଆ ରେକର୍ଡ ସୃଷ୍ଟି କଲା ଭାରତ; ପରାସ୍ତ ହେଲା ୪ ଥରର ଚାମ୍ପିୟାନ

India wins in Junior Hockey Asia Cup 2023: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଜୁନିଅର ହକି ଏସୀୟ କପ୍ ମୁକାବିଲାରେ ଭାରତୀୟ ମହିଳା ଜୁନିଅର ହକି ଦଳ ଟାଇଟଲ୍ ହାତେଇ ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ଭାରତୀୟ ମହିଳା ଜୁନିଅର ହକି ଦଳ ଏସିଆ କପ୍ ମୁକାବିଲାରେ ବିଜୟୀ ହୋଇଛି।

Womens Junior Asia Cup 2023: ହକିରେ ନୂଆ ରେକର୍ଡ ସୃଷ୍ଟି କଲା ଭାରତ; ପରାସ୍ତ ହେଲା ୪ ଥରର ଚାମ୍ପିୟାନ

Junior Hockey Asia Cup 2023: ଜୁନିଅର ହକି ଏସୀୟ କପ୍ ୨୦୨୩ ମୁକାବିଲାରେ ବାଜିମାତ କରିଛି ଭାରତ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ହକି ଏସୀୟ କପ୍ ମୁକାବିଲାରେ ୪ ଥରର ଚାମ୍ପିୟାନ କୋରିଆ ଦଳକୁ ହରାଇଛି ଭାରତୀୟ ଜୁନିଅର ମହିଳା ହକି ଟିମ୍। ଦେଶର ଜାତୀୟ ଖେଳ ହକିରେ ଦେଶର ଝିଅ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। 

୪ଥର ବିଶ୍ୱ ଚାମ୍ପିଅନ୍ କୋରିଆ ଦଳକୁ ପରାସ୍ତ କରି ଟାଇଟଲ୍ ହାତେଇଲା ଭାରତ  
ଜୁନିଅର ହକି ଏସୀୟ କପ୍ ୨୦୨୩ ମୁକାବିଲାରେ ଭାରତୀୟ ମହିଳା ଜୁନିଅର ହକି ଦଳ ଟାଇଟଲ୍ ଜିତିବା ସହିତ ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ଭାରତୀୟ ମହିଳା ଜୁନିଅର ହକି ଦଳ ଏସିଆ କପ୍ ଟାଇଟଲ୍ ହାତେଇଛି। ଜୁନ ୧୧ ତାରିଖଲ ରବିବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ଭାରତ ୪ ଥର ଚାମ୍ପିଅନ୍ ଦକ୍ଷିଣ କୋରିଆକୁ ୨-୧ ଗୋଲ ବ୍ୟବଧାନରେ ପରାସ୍ତ କରିଛି।

ଭାରତ ପାଖରୁ ସୁଯୋଗ ପାଇନନଥିଲା ଦକ୍ଷିଣ କୋରିଆ
ପ୍ରଥମ କ୍ୱାର୍ଟର ଗୋଲ ଶୂନ୍ୟ ରହିବା ସହ ଉଭୟ ଦଳ ବରାବର ସ୍ଥିତିରେ ରହିଥିଲେ। ୨୨ ତମ ମିନିଟ ସମୟରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। ଏହି ସମୟରେ ଅନୁଙ୍କ ଗୋଲ କାରଣରୁ ଭାରତୀୟ ଦଳ ଅଗ୍ରଣୀ ହାସଲ କରିଥିଲା। ଜାପାନ ବିପକ୍ଷ ସେମିଫାଇନାଲ ମୁକାବିଲାର ନିରାଶାକୁ ପଛରେ ପକାଇ ଅନୁ ଗୋଲକିପର ବାମ ପାର୍ଶ୍ୱରୁ ଗୋଲ କରି ଭାରତୀୟ ଦଳକୁ ଆଗରେ ରଖିଥିଲେ।

ବିଜୟ ସହିତ ଇତିହାସ ସୃଷ୍ଟି କଲା ଭାରତୀୟ ଜୁନିଅର ମହିଳା ହକି ଦଳ
ହେଲେ ପାର୍କ ସେଓ ୟୋନଙ୍କ ଗୋଲ କାରଣରୁ ଦକ୍ଷିଣ କୋରିଆ ଭାରତ ସହ ୧-୧ ଗୋଲ ବ୍ୟବଧାନରେ ବରାବର ସ୍ଥିତିରେ ରହିଥିଲା। ୪୧ ତମ ମିନିଟ ବେଳକୁ ଦକ୍ଷିଣ କୋରିଆ ଗୋଲକିପର ଡାହାଣ ପାର୍ଶ୍ୱରୁ ଗୋଲ ସ୍କୋର କରି ନୀଲମ ଭାରତୀୟ ଦଳକୁ ୨-୧ ଗୋଲ ବ୍ୟବଧାନରେ ଆଗରେ ରଖିଥିଲେ। ଯାହାକି ନିର୍ଣ୍ଣାୟକ ସ୍କୋର ବୋଲି ପ୍ରମାଣିତ ହୋଇଥିଲା। ଏହାପୂର୍ବରୁ ଭାରତ ମହିଳା ଜୁନିଅର ହକି ଦଳ ଏସିଆ କପ ୨୦୧୨ ମୁକାବିଲାରେ ସର୍ବୋତ୍ତମ ପ୍ରଦର୍ଶନ କରିଥିଲା। ଏହି ସମୟରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ବ୍ୟାଙ୍କଙ୍କ୍ ଠାରେ ଫାଇନାଲ ଖେଳି ଥିଲା। ହେଲେ ଚୀନ ହକି ଟିମ ଭାରତୀୟ ଦଳକୁ ୨-୫ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା।

ବିଜୟ ପରେ ଛୁଟିଲା ପ୍ରଂଶସାର ସୁଅ 
ଭାରତୀୟ ଦଳ ଲିଗ୍ ମ୍ୟାଚ୍‌ ମୁକାବିଲାରେ ପଏଣ୍ଟ ଟେବୁଲ ତାଲିକାର ଶୀର୍ଷରେ ରହିଥିଲା। ଲିଗ ମୁକାବିଲାରେ ଖେଳାଯାଇଥିବା ଚାରୋଟି ମ୍ୟାଚ୍ ମଧ୍ୟରୁ ଭାରତ ତିନୋଟି ଜିତି ଥିବାବେଳେ ଗୋଟିଏ ମ୍ୟାଚ୍ ଡ୍ର ରହିଥିଲା। ପ୍ରଥମ ଲିଗ୍‌ ମୁକାବିଲାରେ ଭାରତୀୟ ଦଳ ଉଜବେକିସ୍ତାନକୁ ୨୨-୦ ଗୋଲ ବ୍ୟବଧାନରେ ପରାସ୍ତ କରିଛି। ଜୁନିଅର ହକି ଏସୀୟ କପ୍ ୨୦୨୩ ଟାଇଟଲ ହାତେଇବା ପରେ ଭାରତୀୟ ଜୁନିଅର ମହିଳା ହକି ଦଳକୁ ଛୁଟିଛି ପ୍ରଂଶାସର ସୁଅ। କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏବଂ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତୀର୍କି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ଘୋଷଣା ହେଲା ପୁରସ୍କାର
ଜୁନିଅର ହକି ଏସୀୟ କପ୍ ୨୦୨୩ ମୁକାବିଲାରେ ବାଜିମାତ କରିବା ପରେ ଭାରତୀୟ ମହିଳା ଜୁନିଅର ହକି ଦଳ ଲାଗି ପୁରସ୍କାର ରାଶି ଘୋଷଣା ହୋଇଛି। ଏନେଇ ହକି ଇଣ୍ଡିଆ ପକ୍ଷର ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଚିଲି ଠାରେ ଅନୁଷ୍ଠିତ ହୋଇଥିବା ୨୦୨୩ ମହିଳା ଜୁନିଅର ବିଶ୍ୱକପରେ ସ୍ଥାନ ପାଇବା ପାଇଁ ଦଳର ଅତୁଳନୀୟ ପ୍ରଦର୍ଶନ ଏବଂ ସମ୍ମାନଜନକ ମୁକାବିଲାରେ ସେମାନଙ୍କର ଅପରାଜିତ ଧାରାକୁ ସ୍ୱୀକୃତି ଦେଇ ହକି ଇଣ୍ଡିଆ କାର୍ଯ୍ୟନିର୍ବାହୀ ବୋର୍ଡ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି। ପ୍ରତ୍ୟେକ ଖେଳାଳିଙ୍କ ସହିତ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇବେ।