Indian Railway Latest News: ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ ଏବଂ ଟାଟା-ଏର୍ଣ୍ଣାକୁଲମ-ଟାଟା ଏକ୍ସପ୍ରେସ ଚଳାଚଳ ସମ୍ପର୍କରେ ବଡ଼ ନିଷ୍ପତ୍ତି ନେଇଛି ରେଳବାଇ।
Trending Photos
Indian Railway News Today: ଟ୍ରେନ ଚଳାଚଳକୁ ନେଇ ରେଳବାଇ ନେଇଛି ବଡ଼ ନିଷ୍ପତ୍ତି। ରେଳବାଇ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ସେହିପରି ଟାଟା-ଏର୍ଣ୍ଣାକୁଲମ-ଟାଟା ଦ୍ବି-ସାପ୍ତାହିକ ଟ୍ରେନ ଚଳାଚଳ ଦିବସ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।
୦୮୫୦୪/୦୮୫୦୩ ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ରେଳ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୦୮୫୦୪ ବିଶାଖାପାଟନମ୍-ରାୟଗଡା ପାସେଞ୍ଜର ସ୍ପେଶାଲ୍ ରାୟଗଡ଼ା ଠାରେ ଏହାର ନିର୍ଧାରିତ ସମୟ ରାତି ୧୦ ଘଟିକା ସମୟରେ ପହଞ୍ଚିବା। ଏହା ପରେ ରାତି ୧୦ ଘଣ୍ଟା ୫ ମିନିଟ ସମୟରେ ଭବାନୀପାଟଣା ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ ରାତି ୧୨ ଘଣ୍ଟା ୪୫ ମିନିଟ ସମୟରେ ଭବାନୀପାଟଣା ଠାରେ ପହଞ୍ଚିବ।
ସେହିପର ଫେରିବା ମାର୍ଗରେ ୦୮୫୦୩ ଭବାନୀପାଟଣା-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ ଭବାନୀପାଟଣା ଠାରୁ ରାତି ୧ ଘଣ୍ଟା ୧୫ ମିନିଟ ସମୟରେ ଛାଡି ଭୋର ୫ ଘଣ୍ଟା ୩୫ ମିନିଟ ସମୟରେ ରାୟଗଡ଼ା ଠାରେ ପହଞ୍ଚିବ। ଏହି ଟ୍ରେନ୍ ରାୟଗଡା-ଭବାନୀପାଟଣା ମଧ୍ୟରେ ସିଙ୍ଗାପୁର ରୋଡ୍, ଥେରୁବାଲି, ବିଷମକଟକ, ମୁନିଗୁଡା, ଦୋଇକାଲୁ, ଆମ୍ବାଡୋଲା, ଲାଞ୍ଜିଗଡ଼ ରୋଡ୍, ଜି.ରାମଚନ୍ଦ୍ରପୁର ପାସେଞ୍ଜର ହଲଟ, ଦେପୁର ରେଳ ଷ୍ଟେସନ ଠାରେ ରହଣୀ କରିବ। ଉଭୟ ପାର୍ଶ୍ୱରୁ ଏହି ଟ୍ରେନ ବିଶାଖାପାଟନମ୍ ଏବଂ ରାୟଗଡା ମଧ୍ୟରେ ସ୍ଥିରୀକୃତ ସମୟ ସାରଣୀ ଅନୁସାରେ ଧାର୍ଯ୍ୟ ରହଣୀସ୍ଥଳରେ ଅଟକିବ। ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ।
ସେହିପରି ଯାତ୍ରୀଙ୍କ ସୁବିଧା ପାଇଁ ବିଶେଷକରି ରାଜ୍ୟର ପଶ୍ଚିମ-ଦକ୍ଷିଣ ଭାଗରେ ଅବସ୍ଥିତ ଜିଲ୍ଲା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶର ଯାତ୍ରୀଙ୍କ ସୁବିଧା ପାଇଁ ଟାଟା-ଏର୍ଣ୍ଣାକୁଲମ-ଟାଟା ଏକ୍ସପ୍ରେସର ଚଳାଚଳ ଦିବସ ସପ୍ତାହରେ ୨ ଦିନ ପରିବର୍ତ୍ତେ ୫ ଦିନ ଚଳାଚଳକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଟାଟା ନଗର ଠାରୁ ପ୍ରତ୍ୟେକ ରବିବାର ଏବଂ ଗୁରୁବାର ଦିନ ଛାଡୁଥିବା ୧୮୧୮୯ ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସ ୨୦୨୪ ଜାନୁୟାରୀ ୧ତାରିଖରୁ ଟାଟା ନଗର ଠାରୁ ସପ୍ତାହରେ ୫ ଦିନ ଅର୍ଥାତ ପ୍ରତ୍ୟକ ସୋମବାର, ବୁଧବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ଦିନ ଛାଡି ଏର୍ଣ୍ଣାକୁଲମ ଅଭିମୁଖେ ଯାତ୍ରା କରିବ।ଯ
ସେହିପରି ଫେରିବା ମାର୍ଗରେ ବର୍ତ୍ତମାନ ଏର୍ଣ୍ଣାକୁଲମ ଠାରୁ ପ୍ରତ୍ୟେକ ରବିବାର-ବୁଧବାର ଦିନ ଛାଡୁଥିବା ୧୮୧୯୦ ଏର୍ଣ୍ଣାକୁଲମ-ଟାଟାନଗର ଏକ୍ସପ୍ରେସ ୨୦୨୪ ଜାନୁଆରୀ ୪ ତାରିଖରୁ ସପ୍ତାହରେ ୫ ଦିନ ଅର୍ଥାତ ପ୍ରତ୍ୟେକ ସୋମବାର, ବୁଧବାର, ଗୁରୁବାର, ଶନିବାର ଏବଂ ରବିବାର ଦିନ ଛାଡି ଟାଟାନଗର ଅଭମୁଖେ ଯାତ୍ରା କରିବ। ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ସମୟ ସାରଣୀ ଏବଂ ରହଣୀ ଷ୍ଟେସନ ଅପରିବର୍ତ୍ତିତ ରହିବ।