Indian Railways: ଏହି ଯାତ୍ରୀମାନଙ୍କ ଭଡ଼ା ଉପରେ ୭୫% ରିହାତି ଦେଇଥାଏ ଭାରତୀୟ ରେଳବାଇ, ଦେଖନ୍ତୁ ଡିଟେଲ୍ସ
Advertisement
Article Detail0/zeeodisha/odisha1845064

Indian Railways: ଏହି ଯାତ୍ରୀମାନଙ୍କ ଭଡ଼ା ଉପରେ ୭୫% ରିହାତି ଦେଇଥାଏ ଭାରତୀୟ ରେଳବାଇ, ଦେଖନ୍ତୁ ଡିଟେଲ୍ସ

Indian Railways: ଭାରତୀୟ ରେଳବାଇ ଦ୍ୱାରା ଟ୍ରେନ୍ ଭଡା ଉପରେ କିଛି ଯାତ୍ରୀଙ୍କୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ଆସନ୍ତୁ ଜାଣିବା ଏହା ଅଧୀନରେ କିଏ କିଏ ରିହାତି ପାଇଥାଏ ।

ସୌ: ସୋସିଆଲ ମିଡିଆ

IRCTC Ticket Booking: ଭାରତୀୟ ରେଳବାଇକୁ ଦେଶରେ ଲାଇଫ ଲାଇନ୍ କୁହାଯାଅ । ଏହା ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ପ୍ରତିଦିନ କୋଟି କୋଟି ଲୋକ ଏହାର ରେଳପଥରେ ଯାତ୍ରା କରିଥାନ୍ତି । ଭାରତୀୟ ରେଳବାଇ (Indian Railways) ଯାତ୍ରୀ ସମୟରେ କିଛି ଲୋକଙ୍କୁ ଭଡା ଉପରେ ରିହାତି ପ୍ରଦାନ କରିଥାଏ । ଅସୁସ୍ଥ ଲୋକଙ୍କଠାରୁ ଆରମ୍ଭ କରି ଦିବ୍ୟାଙ୍ଗ ଓ ଅନ୍ୟମାନଙ୍କ ପାଇଁ ଏହି ରିହାତି ଦିଆଯାଏ । ଆସନ୍ତୁ ଜାଣିବା ରେଳବାଇ ଦ୍ୱାରା କେଉଁ ଲୋକ ମାନଙ୍କୁ ଭଡା ଉପରେ ରିହାତି ଦିଆଯାଉଛି ।

ଭାରତୀୟ ରେଳବାଇ ଗୁରୁତର ଅସୁସ୍ଥ ଲୋକଙ୍କୁ ଟ୍ରେନ୍ ଭଡା ଉପରେ ରିହାତି ପ୍ରଦାନ କରିଥାଏ । ଏଥି ସହିତ, ଏହା ମାନସିକ ସ୍ତରରେ ଚ୍ୟାଲେଞ୍ଜ୍ ଓ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ଯାତ୍ରୀଙ୍କୁ ଟ୍ରେନ୍ ଭଡ଼ାରେ ରିହାତି ଦେଇଥାଏ, ଯେଉଁମାନେ ଅନ୍ୟ ବ୍ୟକ୍ତିଙ୍କ ବିନା ଯାତ୍ରା କରି ପାରି ନଥାନ୍ତି । ଏହିପରି ଯାତ୍ରୀମାନଙ୍କୁ 3AC, ସ୍ଲିପର, ଜେନେରାଲ କ୍ଲାସରେ ଟିକେଟ୍ ବୁକିଂ ଉପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି ।

ରାଜଧାନୀ ଓ ଶତାବ୍ଦି ଟ୍ରେନରେ ମିଳିଥାଏ ଏହି ରିହାତି
ଏହି ଯାତ୍ରୀମାନଙ୍କୁ ରେଳବାଇ ଦ୍ୱାରା ଫାର୍ଷ୍ଟ ଏସି ଓ ସେକେଣ୍ଡ ଏସି ଭଡାରେ ୫୦ ପ୍ରତିଶତ ରିହାତି ଓ ରାଜଧାନୀ ଓ ଶତାବ୍ଦି ପରି ଟ୍ରେନର 3AC ଓ ଏସି ଚେୟାର କାରରେ ୨୫ ପ୍ରତିଶତ ରିହାତି ପ୍ରଦାନ କରାଯାଇଥାଏ । ଅନ୍ୟପକ୍ଷରେ, କହିବା ଓ ଶୁଣିବାରେ ସମ୍ପୁର୍ଣ୍ଣ ସକ୍ଷମ ବ୍ୟକ୍ତିଙ୍କୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଆରାମ ପ୍ରଦାନ କରାଯାଇଥାଏ । ଅନ୍ୟପକ୍ଷରେ, ଏପରି ବ୍ୟକ୍ତିଙ୍କ ସହିତ ଯାତ୍ରା କରୁଥିବା ଲୋକମାନେ ମଧ୍ୟ ଭଡା ରେ ସମାନ ରିହାତି ପାଇଥାନ୍ତି ।

ଏହି ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ଭଡ଼ାରେ ରିହାତି ମିଳିଥାଏ
ଅନେକ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଭାରତୀୟ ରେଳ ଭଡାରେ ରିହାତି ପ୍ରଦାନ କରିଥାଏ । ଏଥିରେ କର୍କଟ, ଥାଲାସେମିଆ, ହୃଦ୍ ରୋଗୀ, କିଡନୀ ସମସ୍ୟା, ହେମୋଫିଲିଆ ରୋଗୀ, ଯକ୍ଷ୍ମା ରୋଗୀ, ଏଡସ୍ ରୋଗୀ, ରକ୍ତହୀନତା ଓ ଅନ୍ୟ ରୋଗୀମାନେ ଭଡା ଉପରେ ରିହାତି ପାଇଥାନ୍ତି ।

କହିରଖୁଛି ଯେ କୋଭିଡ-୧୯ ମହାମାରୀ ପୂର୍ବରୁ ରେଳବାଇ ବରିଷ୍ଠ ନାଗରିକଙ୍କୁ ଭଡା ପ୍ରଦାନ କରୁଥିଲା, କିନ୍ତୁ ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା । ବର୍ତ୍ତମାନ ବରିଷ୍ଠ ନାଗରିକମାନଙ୍କୁ ଭଡ଼ା ଭଡା ଉପରେ ଆଉ ଛାଡ ଦିଆଯାଉ ନାହିଁ ।

ଏହା ବି ପଢ଼ନ୍ତୁ: Railway Knowledge: ଟ୍ରେନରେ କାହିଁକି ଧୂମପାନ ନିଷେଧ; ଏହାକୁ ନେଇ କ'ଣ ରହିଛି ଆଇନ, ଏହା କଲେ ମିଳିଥାଏ କେଉଁ ଦଣ୍ଡ? ଜାଣନ୍ତୁ ସବୁକିଛି

ଏହା ବି ପଢ଼ନ୍ତୁ: Bharatiya Nyaya Sanhita Bill 2023: ମୋଦି ସରକାର ଆଣିଲେ ନୂଆ ବିଲ୍: FIR ରୁ ଜଜମେଣ୍ଟ ପର୍ଯ୍ୟନ୍ତ ଅନଲାଇନ୍, ନାବାଳିକାକୁ ଦୁଷ୍କର୍ମ ଓ ମୋବ ଲିଞ୍ଚିଂ ପାଇଁ ମୃତ୍ୟୁଦଣ୍ଡ