Train Cancelled: ବାତ୍ୟା 'ରେମାଲ୍' ପାଇଁ ବାତିଲ୍ ହେଲା ଏହି ସବୁ ଟ୍ରେନ୍, ଦେଖନ୍ତୁ ପୂରା ତାଲିକା
Advertisement
Article Detail0/zeeodisha/odisha2266056

Train Cancelled: ବାତ୍ୟା 'ରେମାଲ୍' ପାଇଁ ବାତିଲ୍ ହେଲା ଏହି ସବୁ ଟ୍ରେନ୍, ଦେଖନ୍ତୁ ପୂରା ତାଲିକା

Indian Railways Cancel Trains for Cyclone Remal: ବାତ୍ୟା ରେମାଲ୍ ପାଇଁ ରେଳସେବା ଓ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି, କୋଲକାତା ବିମାନବନ୍ଦର ୨୬ ମେ ମଧ୍ୟାହ୍ନ ୧୨ ଟାରୁ ୨୭  ମେ ରାତି ୯ଟା ପର୍ଯ୍ୟନ୍ତ କିଛି ବିମାନ ସେବାକୁ ବାତିଲ୍ ହୋଇଛି। ସେହିପରି, ଭାରତୀୟ ରେଳବାଇ ମଧ୍ୟ ଅନେକ ଟ୍ରେନକୁ ବାତିଲ୍ କରିବା ସହ କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରିଛି। 

 Train Cancelled: ବାତ୍ୟା 'ରେମାଲ୍' ପାଇଁ ବାତିଲ୍ ହେଲା ଏହି ସବୁ ଟ୍ରେନ୍, ଦେଖନ୍ତୁ ପୂରା ତାଲିକା

Indian Railways Cancel Trains for Cyclone Remal: ରବିବାର ରାତିରେ ବାତ୍ୟା 'ରେମାଲ' ବାଂଲାଦେଶ ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି। ଦକ୍ଷିଣ ପଶ୍ଚିମ ମୋଙ୍ଗଲା ନିକଟବର୍ତ୍ତୀ ସାଗର ଦ୍ୱୀପ ଓ ଖେପୁପରା ଦେଇ ଅତିକ୍ରମ କରିଛି ବାତ୍ୟା। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୩୫ କିମି ରହିଥିଲା । ଏ-ହି ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଜାରି ରହିଥିଲା।  ବାତ୍ୟା ପାଇଁ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବିଶେଷ ଭାବେ କ୍ଷୟକ୍ଷତି ହୋଇଛି।

ALSO READ: Gold Rate Today: ସପ୍ତାହ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଝଟକା, ଭୁବନେଶ୍ବରରେ ଆଜି ଏତିକି ଟଙ୍କା ବଢିଲା ସୁନା ଦର

ବାଂଲାଦେଶରେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଗଛ ଉପୁଡି଼ବା ସହ ଘର ବି ଭାଙ୍ଗି ଯାଇଛି। ଆଜିବି ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଜାରି ବର୍ଷା ରହିଛି । ସ୍ଥଳଭାଗ ଛୁଇଁବା ପରେ ରେମାଲ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି।  ବର୍ତ୍ତମାନ ଏହା ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତିକରିବା ସହ ପରବର୍ତ୍ତୀ ସମୟରେ ଉତ୍ତର ଦିଗରେ ଗତି କରିବା ସହ ଆହୁରି ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। 

ବାତ୍ୟା ରେମାଲ୍ ପାଇଁ ରେଳସେବା ଓ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି, କୋଲକାତା ବିମାନବନ୍ଦର ୨୬ ମେ ମଧ୍ୟାହ୍ନ ୧୨ ଟାରୁ ୨୭  ମେ ରାତି ୯ଟା ପର୍ଯ୍ୟନ୍ତ କିଛି ବିମାନ ସେବାକୁ ବାତିଲ୍ କରିଛି। କୋଲକାତା ଏବଂ ଅନ୍ୟାନ୍ୟ ବିମାନ ସହିତ ଅନ୍ୟ ସମସ୍ତ ଏୟାର ଇଣ୍ଡିଆ ବିମାନ ମଧ୍ୟ ବାତିଲ କରାଯାଇଛି। ଘୂର୍ଣ୍ଣିବଳୟର ଆଶଙ୍କା ଥିବାରୁ ଭାରତୀୟ ରେଳବାଇ ମଧ୍ୟ ଅନେକ ଟ୍ରେନକୁ ବାତିଲ୍ କରିବା କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରିଛି। 

ଏହିସବୁ ଟ୍ରେନ୍ ବାତିଲ୍ ହୋଇଛି :
ଆଜି ଟ୍ରେନ୍ ନମ୍ବର ୦୮୧୩୬ (ଦିଗା-ପାନସ୍କୁରା EMU ପାସେଞ୍ଜର ସ୍ପେଶାଲ) ଓ ଟ୍ରେନ୍ ନମ୍ବର ୦୮୧୩୮ (ଦିଗା-ପାନସ୍କୁରା EMU ପାସେଞ୍ଜର ସ୍ପେଶାଲ) ବାତିଲ୍ ହୋଇଛି। ସେହିପରି ଗତକାଲି, ଟ୍ରେନ୍ ନମ୍ବର  ୨୨୮୯୭ (ହାୱରା-ଦିଗା କାଣ୍ଡାରୀ ଏକ୍ସପ୍ରେସ), ଟ୍ରେନ୍ ନମ୍ବର ୦୮୧୩୭ (ପାନସ୍କୁରା-ଦିଗା EMU ପାସେଞ୍ଜର ସ୍ପେଶାଲ),  ଟ୍ରେନ୍ ନମ୍ବର ୦୮୧୩୯ (ପାନସ୍କୁରା-ଦିଗା EMU ପାସେଞ୍ଜର ସ୍ପେଶାଲ), ଟ୍ରେନ୍ ନମ୍ବର ୨୨୮୯୮ (ଦିଗା-ହାୱାର କାଣ୍ଡାରି ଏକ୍ସପ୍ରେସ) ଟ୍ରେନ୍ ବାତିଲ୍ ହୋଇଥିଲା। । 

ଏହି ସବୁ ଟ୍ରେନ୍ ଗୁଡିକର ଗତିପଥ ପରିବର୍ତ୍ତନ ହୋଇଛି:
ଏହାସହ  ଟ୍ରେନ୍ ନମ୍ବର ୨୨୮୮୯ (ଦିଗା-ପୁରୀ ସୁପରଫାଷ୍ଟ ସାପ୍ତାହିକ ଟ୍ରେନ୍) ଦିଗା ବଦଳରେ ଖରାଗପୁରରୁ ଚଳାଚଳ କରିବ । ଏହା ବ୍ୟତୀତ, ପୂର୍ବ ରେଳବାଇ ବାତ୍ୟା ରେମାଲ୍ କୁ ଦୃଷ୍ଟିରେ ରଖି ସିଲଡା ଡିଭିଜନରେ ୪୬ ଟି EMU ସ୍ଥାନୀୟ ଟ୍ରେନ୍ ବାତିଲ କରିବାକୁ ଘୋଷଣା କରିଛି।

ହେଲ୍ପଲାଇନ ନମ୍ବର ଜାରି:
ବାତ୍ୟା ରେମାଲ୍ କୁ ଦୃଷ୍ଟିରେ ରଖି  କୋଲକାତା ପୋଲିସ ହେଲ୍ପଲାଇନ ନମ୍ବର ଜାରି କରିଛି। ଏହି ନମ୍ବରଟି ହେଉଛି: 9432610428 ଏବଂ 9432610429।