Indian Railway Rule: ରେଳଯାତ୍ରା ବେଳେ କେତେ ମାତ୍ରାରେ ନେଇପାରିବେ ମଦ୍ୟ? ଜାଣନ୍ତୁ କ'ଣ ରହିଛି ରେଳବାଇ ନିୟମ
Advertisement
Article Detail0/zeeodisha/odisha1691179

Indian Railway Rule: ରେଳଯାତ୍ରା ବେଳେ କେତେ ମାତ୍ରାରେ ନେଇପାରିବେ ମଦ୍ୟ? ଜାଣନ୍ତୁ କ'ଣ ରହିଛି ରେଳବାଇ ନିୟମ

Indian Railway Rules For Liquor:  ରେଳ ଯାତ୍ରା କରିବା ବେଳେ ମଦ୍ୟ ସାଥିରେ ନେଇଯିବା ସେହି ରାଜ୍ୟ ଉପରେ ନିର୍ଭର କରେ। ଯେଉଁ ରାଜ୍ୟକୁ ଆପଣ ଯାତ୍ରା କରୁଛନ୍ତି। କାରଣ ଭାରତୀୟ ସମ୍ବିଧାନ ଦେଶର ସମସ୍ତ ରାଜ୍ୟକୁ ମଦ୍ୟ ସମ୍ବନ୍ଧରେ ନିଜସ୍ୱ ନିୟମ ପ୍ରସ୍ତୁତ କରିବାର ସ୍ୱାଧୀନତା ଦେଇଛି। 

Indian Railway Rule: ରେଳଯାତ୍ରା ବେଳେ କେତେ ମାତ୍ରାରେ ନେଇପାରିବେ ମଦ୍ୟ? ଜାଣନ୍ତୁ କ'ଣ ରହିଛି ରେଳବାଇ ନିୟମ

How Much Liquor Can Anybody Carry During Train Journey: ଦେଶର ଜୀବନ ରେଖା ଭାବରେ ଜଣାଶୁଣା ଭାରତୀୟ ରେଳବାଇ। କାରଣ ଦେଶର ପ୍ରତ୍ୟେକ ଭାଗକୁ ପରସ୍ପର ସହ ଯୋଡ଼ିଥାଏ ରେଳବାଇ। ଦୈନିକ କୋଟି କୋଟି ଲୋକ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ରେଳଯାତ୍ରା କରିଥାନ୍ତି। ହେଲେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କ ପାଇଁ ଅନେକ ନୀତି ନିୟମ ଜାରି କରିଛି ରେଳବାଇ। ଏହି ନୀତି ନିୟମ ସମ୍ପର୍କରେ ଯାତ୍ରୀ ଜାଣି ରଖିବା ଆବଶ୍ୟକ।

ରେଳଯାତ୍ରା କରିବା ସମୟରେ ଯାତ୍ରୀ ବିଭିନ୍ନ ସାମଗ୍ରୀ ସହ ଯାତ୍ରା କରିଥାନ୍ତି। ହେଲେ ଏପରି କିଛି ସାମଗ୍ରୀ ରହିଛି ଯାହାର ପରିବହନ ଉପରେ ପ୍ରତିବନ୍ଧକ ଲଗାଇ ରଖିଛି ଭାରତୀୟ ରେଳବାଇ। ଏପରି ସାମଗ୍ରୀ ହେଉଛି ଅବକାରୀ ପଦାର୍ଥ ଯଥା ମଦ୍ୟ ଏବଂ ଆତସବାଜି ଅର୍ଥାତ ବାଣ। ଯାହାର ଅର୍ଥ ହେଉଛି ମଦ୍ୟ ଏବଂ ବାଣ ଭଳି ସାମଗ୍ରୀ ନେଇ ରେଳଯାତ୍ରା କରିପାରିବେ ନାହିଁ। ଆପଣ ଟ୍ରେନ ଯୋଗେ ଯାତ୍ରା କରିବା ବେଳେ କେତେ ମାତ୍ରାରେ ନେଇପାରିବେ ମଦ? ଏନେଇ କ'ଣ କହିଛି ରେଳ ନିୟମ? ଏହି ନିୟମ ଭାଙ୍ଗିଲେ କେଉଁ ଦଣ୍ଡ ମିଳିଥାଏ ସେ ସମ୍ପର୍କରେ ଜାଣି ରଖନ୍ତୁ। 

ରେଳଯାତ୍ରା କରିବା ବେଳେ ଜଣେ ଯାତ୍ରୀ କେତେ ମାତ୍ରାରେ ନେଇପାରିବେ ମଦ? ଏନେଇ କ'ଣ ରହିଛି ରେଳବାଇ ପକ୍ଷରୁ ଲାଗୁ ହୋଇଥିବା ବିଶେଷ ନିୟମ। ଯଦି ସେହି ନିୟମ ଭଙ୍ଗ ହୋଇଛି ତାହେଲେ ସେହି ଅପରାଧ ପାଇଁ ଦଣ୍ଡ ମିଳିବାର ବ୍ୟବସ୍ଥା ମଧ୍ୟ ରହିଛି। ଯଦି ଆପଣ ମଦ୍ୟ ସହ ରେଳଯାତ୍ରା କରିବା ପାଇଁ ରହିଥିବା ନିୟମ ବିଷୟରେ ଜାଣିନାହାଁନ୍ତି, ତାହେଲେ ପ୍ରଥମେ ଜାଣିନିଅନ୍ତୁ।

Also Read: Indian Railways Guidelines: ଏସି କୋଚ ଯାତ୍ରୀଙ୍କୁ ନେଇ ଚିନ୍ତାରେ ରେଳବାଇ, ଜାରି ହେଲା ନୂତନ ଗାଇଡଲାଇନ!

ଟ୍ରେନ ଯାତ୍ରା କରିବା ବେଳେ ମଦ୍ୟ ସାଥିରେ ନେଇଯିବା ସେହି ରାଜ୍ୟ ଉପରେ ନିର୍ଭର କରେ ଯେଉଁ ରାଜ୍ୟକୁ ଆପଣ ଯାତ୍ରା କରୁଛନ୍ତି। କାରଣ ସମ୍ବିଧାନରେ ସମସ୍ତ ରାଜ୍ୟକୁ ମଦ୍ୟ ସମ୍ବନ୍ଧରେ ନିଜସ୍ୱ ନିୟମ ପ୍ରସ୍ତୁତ କରିବା ନେଇ ସ୍ୱାଧୀନତା ପ୍ରଦାନ କରାଯାଇଛି। ଦେଶରେ ଅନେକ ରାଜ୍ୟ ଅଛି, ଯେଉଁଠାରେ ରାଜ୍ୟ ସରକାର କେବଳ ମଦ୍ୟପାନକୁ ବାରଣ କରିନାହାଁନ୍ତି ବରଂ ଏହା ସହିତ ଜଡିତ ସମସ୍ତ ପ୍ରକାର କାର୍ଯ୍ୟକଳାପ ଉପରେ କଟକଣା ଜାରି କରିଛନ୍ତି। ଏଭଳି ପ୍ରତିବନ୍ଧକ କାରଣରୁ ଆପଣ ଏହି ରାଜ୍ୟକୁ ଟ୍ରେନ୍, ମେଟ୍ରୋ, ବସ୍ କିମ୍ବା ଅନ୍ୟାନ୍ୟ ପରିବହନ ସୁବିଧା ମାଧ୍ୟମରେ ମଦ୍ୟ ନେଇ ଯାଇପାରିବେ ନାହିଁ। 

ମଦ୍ୟ ସହ ରେଳଯାତ୍ରା କରିବା ନେଇ ଲାଗୁ ନିୟମ ସମ୍ପର୍କରେ ରେଳବାଇ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ଏନେଇ କୁହାଯାଇଛି ଯେ ଟ୍ରେନ ଯୋଗେ ଯାତ୍ରା କରିବା ସମୟରେ ମଦ ପରିବହନ କରିବା ସମ୍ପୂର୍ଣ୍ଣ ନିଷେଧ। ଅର୍ଥାତ୍ ଆପଣ ମଦ୍ୟ ସହିତ ଟ୍ରେନ ଯାତ୍ରା କରିପାରିବେ ନାହିଁ। ଯଦି ଆପଣ ମଦ୍ୟ ସହ ରେଳ ଯାତ୍ରା କରୁଥିବାର ଧରାପଡନ୍ତି ତାହେଲେ ରେଳବାଇ ଅଧିନିୟମ ୧୯୮୯ ଧାରା ୧୬୫ ଅନୁଯାୟୀ ଆପଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ।

କ’ଣ ହେବ କାର୍ଯ୍ୟାନୁଷ୍ଠାନ?
ଉପରୋକ୍ତ ନିୟମଅନୁଯାୟୀ, ଯଦି ଜଣେ ବ୍ୟକ୍ତି ରେଳ ଯାତ୍ରା କରିବା ସମୟରେ ନିଷିଦ୍ଧ ସାମଗ୍ରୀ ନେଉଥିବାର ଧରାପଡ଼ନ୍ତି, ତାହେଲେ ତାଙ୍କ ପାଖରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇପାରେ। ଏହା ବ୍ୟତୀତ ଯଦି ସେହି ବ୍ୟକ୍ତିଙ୍କ ଦ୍ୱାରା ଅଣାଯାଇଥିବା ନିଷେଧ ସାମଗ୍ରୀ କାରଣରୁ ଯଦି କୌଣସି ପ୍ରକାରର କ୍ଷତି କିମ୍ବା ଦୁର୍ଘଟଣା ଘଟେ, ତାହେଲେ ଦୋଷୀ ବ୍ୟକ୍ତି ମଧ୍ୟ ଏହାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ।

Also Read: Train Ticket Confirmation: ଟିକେଟ ସାଜିଲା କାଳ; ଯାତ୍ରା କରିପାରିଲେ ନାହିଁ ୨.୭ କୋଟି ଯାତ୍ରୀ

 

ଅନେକ ରାଜ୍ୟରେ ନାହିଁ ଅନୁମତି
ଯଦି ଆପଣ ମଦ୍ୟ ସହିତ ରେଳଯାତ୍ରା କରୁଛନ୍ତି ଏବଂ ଧରାଯାଉ ଆପଣ ରେଳବାଇ ପକ୍ଷରୁ ହେଉଥିବା ଯାଞ୍ଚ ସମୟରେ କୌଣିସି ପ୍ରକାରେ ଖସିଯାଆନ୍ତି, ତଥାପି ଆପଣ ଅନେକ ରାଜ୍ୟରେ ଅସୁବିଧାର ସାମ୍ନା କରିପାରନ୍ତି। ଏହି ରାଜ୍ୟକୁ "ଡ୍ରାଏ ଷ୍ଟେଟ" (Dry State) କୁହାଯାଏ। ଯେଉଁଠାରେ ମଦ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଥାଏ। ଉଦାହରଣ ସ୍ୱରୂପ, ବିହାର ଏବଂ ଗୁଜୁରାଟ ହେଉଛି ଦେଶର ଏପରି ୨  ରାଜ୍ୟ। ଯେଉଁଠାରେ ଯଦି ଆପଣ ରେଳ ଷ୍ଟେସନ ପରିସରରେ ମଦ ସହିତ ଧରାପଡନ୍ତି, ତାହେଲେ ଆପଣ ଆଇନଗତ ଅସୁବିଧାରେ ପଡ଼ିପାରନ୍ତି |

ଖାଲି ମଦ ବୋତଲ ମିଳିଲେ ମଧ୍ୟ ହେବ କାର୍ଯ୍ୟାନୁଷ୍ଠାନ
ଯଦି ଖାଲି ମଦ ବୋତଲ ମିଳେ, ତାହେଲେ ଶାନ୍ତି ଉଲ୍ଲଂଘନ କରିବା ଅଭିଯୋଗରେ ରେଳବାଇ ସୁରକ୍ଷା ବଳ  ସେହି ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରିପାରେ। ଏହା ବ୍ୟତୀତ ଯଦି ଟ୍ରେନ୍ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଛି, ତାହେଲେ ଏହା ମଦ୍ୟ ସମ୍ପର୍କରେ ଟିକସ ଫାଙ୍କିବା ମାମଲା ମଧ୍ୟ ହୋଇପାରେ। ଏଭଳି ପରିସ୍ଥିତିରେ ଅପରାଧୀଙ୍କୁ ରେଳବାଇ ପୋଲିସ ହାତକୁ ହସ୍ତାନ୍ତର କରାଯିବ। ଏହା ପରେ ସେହି ରାଜ୍ୟର ଅବକାରୀ ବିଭାଗ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।