ରେଳ ଯାତ୍ରୀମାନଙ୍କ ପାଇଁ ଖୁସି ଖବର, ପୁଣି ଆରମ୍ଭ ହେବ ଏହି ସେବା
Advertisement
Article Detail0/zeeodisha/odisha1279495

ରେଳ ଯାତ୍ରୀମାନଙ୍କ ପାଇଁ ଖୁସି ଖବର, ପୁଣି ଆରମ୍ଭ ହେବ ଏହି ସେବା

Indian Railway: ଯାତ୍ରୀମାନଙ୍କୁ ଆରାମ ପ୍ରଦାନ କରି ଭାରତୀୟ ରେଳବାଇ ପୁର୍ନବାର ୫୦୦ ପେସେଞ୍ଜର ଟ୍ରେନକୁ ଚଲାଇବା ପାଇଁ ନିର୍ଦ୍ଦେଶ ଜାରି କରିଛି । କୋରୋନା ଅବଧି ଯୋଗୁଁ ପ୍ରାୟ ଅଢେଇ ବର୍ଷ ଧରି ଏହି ଟ୍ରେନ ଚଳାଚଳ ବନ୍ଦ ଥିଲା ।

ସାଙ୍କେତିକ ଫଟୋ

Railway Update On Passenger Trains: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ରେଳବାଇ (Indian Railway) ତରଫରୁ ଏକ ଖୁସି ଖବର ମିଳିଛି । କୋରୋନା ଅବଧି ଯୋଗୁଁ ପ୍ରାୟ ଅଢେଇ ବର୍ଷ ଧରି ବନ୍ଦ ହୋଇଯାଇଥିବା ପେସେଞ୍ଜର ଟ୍ରେନ୍ (Passenger Trains) ଏବେ ପୁର୍ନବାର ଆରମ୍ଭ ହେବ । ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ ବନ୍ଦ ଟ୍ରେନ୍ ଚାଲିବା ଆରମ୍ଭ କରିବ । ରେଳବାଇ ଅନୁଯାୟୀ, ପ୍ରାୟ ୫୦୦ ବନ୍ଦ ଯାତ୍ରୀବାହୀ ଟ୍ରେନ୍ ପୁଣି ଟ୍ରାକକୁ ଫେରିବ । କୋରୋନା ଅବଧି ପୂର୍ବରୁ ପ୍ରାୟ ୨୮୦୦ପେସେଞ୍ଜର ଟ୍ରେନ୍ ଚଳାଚଳ କରୁଥିଲା ।

ବର୍ତ୍ତମାନ ୫୦୦ ଟ୍ରେନ୍ ଚଲାଇବା ପାଇଁ ସବୁଜ ସଙ୍କେତ ଦିଆଯାଇଛି । ଏହି ଟ୍ରେନ୍ ଗୁଡିକରେ ୧୦୦ ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ରହିବ, ଯାହା ଟ୍ରାକରେ ପୁଣି ଚାଲୁଥିବାର ଦେଖାଯିବ । ବର୍ତ୍ତମାନ ପ୍ରାୟ ୧୭୭୦ ମେଲ୍ ଏକ୍ସପ୍ରେସ ଟ୍ରେନ୍ ଚାଲୁଛି । ଗୋଟିଏ ସପ୍ତାହ ମଧ୍ୟରେ ଟ୍ରେନ୍ ସଂଖ୍ୟା ପୁଣି ଥରେ ବୃଦ୍ଧି ପାଇବ ।

ରେଳବାଇ ଅଗଷ୍ଟ ୨ ରୁ ପୁନର୍ବାର ଏହି ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି । ବିଶେଷ କଥା ହେଉଛି ଅମ୍ବାଲା ରେଳ ଷ୍ଟେସନରୁ ପ୍ରାୟ ୧୯ ଟି ଟ୍ରେନ୍ ଛାଡିବ । ଏହି ଟ୍ରେନରେ ଯାତ୍ରା କରିବାକୁ ଯାତ୍ରୀମାନେ ବର୍ତ୍ତମାନ UTS କାଉଣ୍ଟରରୁ ସାଧାରଣ ଟିକେଟ୍ ପାଇବେ । ସୂଚନାଯୋଗ୍ୟ ଯେ ଏହି ଟ୍ରେନ୍ ଚଳାଇବା ଦ୍ୱାରା ଛାତ୍ର, ଚାକିରିଆ ଓ ସାଧାରଣ ଲୋକ ଅଧିକ ଲାଭବାନ ହେବେ । ଯେଉଁମାନେ ଏହି ରେଳ ଚଳାଚଳ କରିବାକୁ ଦୀର୍ଘ ସମୟ ଧରି ରେଳ ଅଧିକାରୀଙ୍କ ନିକଟରେ ନିବେଦନ କରୁଥିଲେ । ଷ୍ଟେସନ ନିର୍ଦ୍ଦେଶକ ବିସିଏଲ୍ ଗିଲ କହିଛନ୍ତି ଯେ ଅଗଷ୍ଟ ୧ କିମ୍ବା ୨ ରୁ ସମସ୍ତ ଟ୍ରେନକୁ ଚଳାଚଳ କରାଯାଉଛି । ଏଠାରେ ୧୯ ଟି ଟ୍ରେନ୍ ଅଛି ଯାହା ଅମ୍ବାଲା ଷ୍ଟେସନରୁ ପ୍ରସ୍ଥାନ କରିବ । 

ଏହା ବି ପଢ଼ନ୍ତୁ: BJP ରୁ ୨୫, ସିନ୍ଦେ ଗୋଷ୍ଠୀରୁ ୧୫, ସ୍ୱାଧୀନଙ୍କୁ ମଧ୍ୟ ସୁଯୋଗ; ଏପରି ହେବ ସିନ୍ଦେଙ୍କ କ୍ୟାବିନେଟ୍

ଏହା ବି ପଢ଼ନ୍ତୁ: Smriti Irani Defamation Case: କଂଗ୍ରେସ ନେତାଙ୍କୁ ବଡ ଝଟକା ଦେଲା ଦିଲ୍ଲୀ ହାଇକୋର୍ଟ