Mohammed Shami: ପୁଣି ହିରୋ ସାଜିଲେ ସାମି, ଦେବଦୂତ ସାଜି ବଞ୍ଚାଇଲେ ଜୀବନ
Advertisement
Article Detail0/zeeodisha/odisha1979181

Mohammed Shami: ପୁଣି ହିରୋ ସାଜିଲେ ସାମି, ଦେବଦୂତ ସାଜି ବଞ୍ଚାଇଲେ ଜୀବନ

Mohammed Shami Saves Man Life Car Accident Nainital: ଟିମ୍ ଇଣ୍ତିଆର ଘାତକ ବୋଲର ହେଉଛନ୍ତି ମହମ୍ମଦ ସାମି।  ସେମିଫାଇନାଲ ସାମିଙ୍କ ଜଲଓ୍ବା ଦେଖିଥିଲା ସାରା ଭାରତ । ଏହା ପରଠାରୁ ସେ ଲାଇମ୍ ଲାଇଟରେ ଅଛନ୍ତି। ତେବେ, ଏହି ଷ୍ଟାର ବୋଲରଙ୍କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । କ୍ରିକେଟ୍ ମଇଦାନରେ ଗେମ୍ ଚେଞ୍ଚର ପାଲଟିଥିବା ସାମି ଏବେ ପୁଣି ମହାନତା ଦେଖାଇଛନ୍ତି।

Mohammed Shami: ପୁଣି ହିରୋ ସାଜିଲେ ସାମି,  ଦେବଦୂତ ସାଜି ବଞ୍ଚାଇଲେ ଜୀବନ

Mohammed Shami Saves Man Life Car Accident Nainital:  ଚଳିତ ବିଶ୍ବକପରେ ନିଜର ଘାତକ ବୋଲିଂରେ ବିପକ୍ଷ ଟିମ୍ କୁ ଧୂଳି ଚଟାଇଥିବା ମହମ୍ମଦ ସାମି (Mohammed Shami,Indian cricketer) ବର୍ତ୍ତମାନ ଲାଇମ୍ ଲାଇଟରେ ରହିଛନ୍ତି। ଖେଳରେ ଭଲ ପ୍ରଦର୍ଶନ ହେଉ ଅବା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ସାମିଙ୍କୁ (Mohammed Shami)ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । କ୍ରିକେଟ୍ ମଇଦାନରେ ଗେମ୍ ଚେଞ୍ଚର ପାଲଟିଥିବା ସାମି ଏବେ ପୁଣି ଥରେ ମହାନତା ଦେଖାଇଛନ୍ତି। ସାମିଙ୍କ ଗାଡି଼ ଆଗରେ ଘଟିଥିଲା ଏକ ଭୟଙ୍କର ଦୁର୍ଘଟଣା। ଆଉ ଏହି ଦୁର୍ଘଟଣାର ସମ୍ମୁଖିନ ହେଉଥିବା ଯୁବକଙ୍କୁ ନୂଆ ଜୀବନ ଦେଇଛନ୍ତି ସାମି।

ALSO READ: Mumbai Attack 15 Years: ମୁମ୍ବାଇ ଆକ୍ରମଣକୁ ୧୫ ବର୍ଷ, ଫଟୋରେ ଦେଖନ୍ତୁ ସେଦିନର କିଛି ଭୟଙ୍କର ଚିତ୍ର

ଏମିତି ଥିଲା ପୂରା ଘଟଣାକ୍ରମ:

ସୂଚନା ଅନୁସାରେ, ଟିମ୍ ଇଣ୍ତିଆର ଘାତକ ବୋଲର ମହମ୍ମଦ ସାମି ଶନିବାର ଦିନ ନୈନିତାଲ୍‌ ହିଲ୍ ରୋଡ଼ରେ କୌଣସି ଏକ କାମରେ କାରରେ ଯାଉଥିଲେ। ଏହି ସମୟରେ ହଠାତ୍ ତାଙ୍କ ଗାଡି଼ ଆଗରେ ଘଟିଥିଲା ଏକ ଭୟଙ୍କର ଦୁର୍ଘଟଣା । ଏହି ଦୁର୍ଘଟଣାରେ କାରଟି ପାହାଡ ନିକଟରେ ଥିବା ବୁଦା ଭିତରେ କାରଟି ଭାରସାମ୍ୟ ହରାଇ ପଶି ଯାଇଥିଲା। ଆଉ କାର ଭିତରେ ରହି ଯାଇଥିଲେ ଚାଳକ।  ଏହି ଭୟଙ୍କର ଦୁର୍ଘଟଣା ଦେଖି ସାମି ନିଜ କାର୍ ଅଟାକାଇ ଥିଲେ। ଏବଂ ଦୁର୍ଘଟଣାର ଶୀକାର ହୋଇଥିବା ଯୁବକ ଜଣକୁ ଉଦ୍ଧାର କରିଥିଲେ। ଏବଂ ତାଙ୍କୁ ନିରାପଦ ସ୍ଥାନକୁ ଆଣି ପ୍ରାଥମିକ ଚିକିତ୍ସା ମଧ୍ୟ କରିଥିଲେ। ସାମି ଏହି ଦୁର୍ଘଟଣା ସମୟର ଏକ ଭିଡିଓ ନିଜ ଇନଷ୍ଟାରେ ସେୟାର କରିଛନ୍ତି। ଆଉ ଲେଖିଛନ୍ତି, “ଜଣଙ୍କ ଜୀବନ ଉଦ୍ଧାର କରି ମୋତେ ବହୁତ୍ ଖୁସି ଲାଗିଲା, ଏଥିପାଇଁ ମୁଁ ନିଜକୁ ଭାଗ୍ୟବାନ୍ ମନେ କରୁଛି।  ” ତେବେ, ସାମି ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି, ଯେ  ସେ ଆହତ ବ୍ୟକ୍ତିଙ୍କ ଯତ୍ନ ନେଉଛନ୍ତି। ସେଠାରେ ବହୁ ସଂଖ୍ୟକ ଲୋକେ ଗଦା ହୋଇଛନ୍ତି। ଆଉ ତାଙ୍କୁ ପ୍ରଂଶାସା କରୁଛନ୍ତି।

ଏହାପୂର୍ବରୁ ମହମ୍ମଦ ସାମି ଶୁକ୍ରବାର ଦିନ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ। ସେ ଏହାର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଫଟୋରେ ଅନେକ ନେତା ଥିବା ଦେଖିବାକୁ ମିଳିଛି। ବିଶ୍ୱକପ ଫାଇନାଲରେ ପରାଜୟ ଗ୍ରହଣ କରିବା ପରେ ଟିମ୍ ଇଣ୍ଡିଆର ଖେଳାଳିମାନଙ୍କ ହୃଦୟ ଭାଙ୍ଗିଯାଇଥିଲା । ଏହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ଭେଟିବା ପାଇଁ ଭାରତୀୟ ଦଳର ଡ୍ରେସିଂ ରୁମରେ ପହଞ୍ଚିଥିଲେ । ଭାରତର ପରାଜୟ ପରେ ଟିମ୍ ଇଣ୍ଡିଆ ଖେଳାଳିମାନେ ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ୍ରେସିଂ ରୁମରେ ମହମ୍ମଦ ସାମିଙ୍କୁ ଆଲିଙ୍ଗନ କରିଥିଲେ। ମହମ୍ମଦ ଶାମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।