Indian Army Uniform: ସେନା ୟୁନିଫର୍ମ ସମ୍ବନ୍ଧରେ ନିଆଗଲା ବଡ ନିଷ୍ପତ୍ତି; ବ୍ରିଗେଡିୟର୍ ଏବଂ ଉଚ୍ଚ ପଦବୀ ଅଧିକାରୀଙ୍କ ପାଇଁ ଲାଗୁ ହେବ ନୂତନ ନିୟମ
Advertisement

Indian Army Uniform: ସେନା ୟୁନିଫର୍ମ ସମ୍ବନ୍ଧରେ ନିଆଗଲା ବଡ ନିଷ୍ପତ୍ତି; ବ୍ରିଗେଡିୟର୍ ଏବଂ ଉଚ୍ଚ ପଦବୀ ଅଧିକାରୀଙ୍କ ପାଇଁ ଲାଗୁ ହେବ ନୂତନ ନିୟମ

Indian Army: ଭାରତୀୟ ସେନା ୟୁନିଫର୍ମ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆୟାଇଛି। ଯାହାକୁ ଖୁବ ସେନା ସେନାରେ ଲାଗୁ କରିବା ଉପରେ ବିଚାର କରାଯାଉଛି।   

Indian Army Uniform: ସେନା ୟୁନିଫର୍ମ ସମ୍ବନ୍ଧରେ ନିଆଗଲା ବଡ ନିଷ୍ପତ୍ତି; ବ୍ରିଗେଡିୟର୍ ଏବଂ ଉଚ୍ଚ ପଦବୀ ଅଧିକାରୀଙ୍କ ପାଇଁ ଲାଗୁ ହେବ ନୂତନ ନିୟମ

Indian Army Common Uniform: ଭାରତୀୟ ସେନାର ୟୁନିଫର୍ମ ସମ୍ବନ୍ଧରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ସେନାରେ ଗୋଟିଏ ପ୍ରକାରର ୟୁନିଫର୍ମ ଲାଗୁ କରିବା ଉପରେ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସେନାରେ ବ୍ରିଗେଡିୟର୍ ଏବଂ କିମ୍ବା ଏହା ଠାରୁ ଉଚ୍ଚପଦସ୍ଥ ଅଧିକାରୀ ସମାନ ଧରଣର ୟୁନିଫର୍ମ ପିନ୍ଧିବେ। ହେଲେ କର୍ଣ୍ଣେଲ ପଦବୀ ଏବଂ ନିମ୍ନସ୍ଥ ଅଧିକାରୀଙ୍କ ୟୁନିଫର୍ମ ସମ୍ପର୍କରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ଅଗଷ୍ଟ ପହିଲାରୁ ଲାଗୁ ହେବ ୟୁନିଫର୍ମ ସମ୍ବନ୍ଧୀୟ ନୂତନ ନିୟମ 
ମଙ୍ଗଳବାର ଦିନ ସାମରିକ ସୂତ୍ରରୁ ପ୍ରକାଶ ଯେ ସେନା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ଆସନ୍ତା ଅଗଷ୍ଟ ପହିଲାରୁ ବ୍ରିଗେଡିୟର୍ (Indian Army Brigadier) ଏବଂ ତଦୁର୍ଦ୍ଧ୍ୱ ପଦବୀ ଅଧିକାରୀଙ୍କ ପାଇଁ ସମାନ ୟୁନିଫର୍ମ ଲାଗୁ ହେବ। ସେମାନଙ୍କର ମୂଳ କ୍ୟାଡର ଏବଂ ନିଯୁକ୍ତି ଯାହା ହେଉ ନାଁ କାହିଁକି ସମସ୍ତେ ଗୋଟିଏ ପ୍ରକାରର ୟୁନିଫର୍ମ (Indian Army Uniform) ପିନ୍ଧିବେ। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନିକଟରେ ଶେଷ ହୋଇଥିବା ସେନା କମାଣ୍ଡର ସମ୍ମିଳନୀରେ ବିସ୍ତୃତ ବିଚାର ପରେ ଏ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି। ସୂତ୍ରରୁ ପ୍ରକାଶ ଯେ ଏହି ନିଷ୍ପତ୍ତି ଅନୁଯାୟୀ ବରିଷ୍ଠ ଅଧିକାରୀଙ୍କ କ୍ୟାପ୍, କାନ୍ଧ ବ୍ୟାଜ୍, ଗର୍ଜେଟ୍ ପ୍ୟାଚ୍, ବେଲ୍ଟ ଏବଂ ଜୋତା ମାନକ ହେବ।

Also Read: ଆସନ୍ତା ବର୍ଷ ଠାରୁ ଡିଜିଟାଲ ୟୁନିଫର୍ମ ପିନ୍ଧିବ ଭାରତୀୟ ସେନା

କର୍ଣ୍ଣେଲ ପଦବୀ ଏବଂ ନିମ୍ନସ୍ଥ ଅଧିକାରୀଙ୍କ ୟୁନିଫର୍ମ ଉପରେ ହେବ ନାହିଁ କୌଣସି ପରିବର୍ତ୍ତନ

କର୍ଣ୍ଣେଲ ପଦବୀ ଏବଂ ନିମ୍ନସ୍ଥ ଅଧିକାରୀଙ୍କ ୟୁନିଫର୍ମ ସମ୍ପର୍କରେ କୌଣସି ପରିବର୍ତ୍ତନ ହୋଇନାହିଁ। ବରିଷ୍ଠ ନେତୃତ୍ୱଙ୍କ ମଧ୍ୟରେ ସେବା କ୍ଷେତ୍ରରେ ସାଧାରଣ ପରିଚୟ ତଥା ଆଭିମୁଖ୍ୟକୁ ପ୍ରୋତ୍ସାହନ ତଥା ଦୃଢ କରିବା ପାଇଁ, ରେଜିମେଣ୍ଟାଲ୍ ସୀମା ବାହାରେ, ଭାରତୀୟ ସେନା ବ୍ରିଗେଡିୟର୍ ଏବଂ ତଦୁର୍ଦ୍ଧ୍ୱ ଅଧିକାରୀଙ୍କ ପାଇଁ ଏକ ପ୍ରକାରର ୟୁନିଫର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ।

Also Read: ସେନାକୁ ମିଳିଲା ସ୍ୱଦେଶୀ ସୁରକ୍ଷା କବଚ; ପାଗ ହେଉ କିମ୍ବା ଶତ୍ରୁ କେହି କରିପାରିବେନି କ୍ଷତି

 

ବ୍ରିଗେଡିୟର୍ ଏବଂ ତଦୁର୍ଦ୍ଧ୍ୱ ପଦବୀର ଅଧିକାରୀ
ଭାରତୀୟ ସେନାରେ ବ୍ରିଗେଡିୟର୍ ଏବଂ ତଦୁର୍ଦ୍ଧ୍ୱ ପଦବୀରେ ବ୍ୟକ୍ତି ହେଉଛନ୍ତି ସେହି ଅଧିକାରୀ ହେଉଛନ୍ତି ଯେଉଁମାନେ ସେନା ୟୁନିଟ୍ କିମ୍ବା ବାଟାଲିୟନ ନେତୃତ୍ୱ ନେଇ ସାରିଛନ୍ତି। ଅଧିକାଂଶ ସେନା ମୁଖ୍ୟାଳୟ କିମ୍ବା ପ୍ରତିଷ୍ଠାନରେ ନିଯୁକ୍ତ ହୋଇଥାନ୍ତି, ଯେଉଁଠାରେ ସମସ୍ତ ଅସ୍ତ୍ରଶସ୍ତ୍ର ଏବଂ ସେବା ଅଧିକାରୀ ଏକାଠି କାମ କରିଥାନ୍ତି। ସୂତ୍ରରୁ ପ୍ରକାଶ ଯେ ଭାରତୀୟ ସେନାର ପ୍ରକୃତ ନୈତିକତାକୁ ପ୍ରତିଫଳିତ କରୁଥିବା ଏକ ମାନକ ୟୁନିଫର୍ମ ସମସ୍ତ ବରିଷ୍ଠ ପଦବୀ ଅଧିକାରୀଙ୍କ ପାଇଁ ଏକ ସାଧାରଣ ପରିଚୟ ନିଶ୍ଚିତ କରିବ। ବିଭିନ୍ନ ପ୍ରକାରର ୟୁନିଫର୍ମ ଏବଂ ସାଜସଜ୍ଜାରେ ଭାରତୀୟ ସେନାରେ ସମ୍ପୃକ୍ତ ହତିଆର, ରେଜିମେଣ୍ଟ ଏବଂ ସେବା ସହିତ ନିର୍ଦ୍ଦିଷ୍ଟ ସଙ୍ଗଠନ ରହିଛି। 

ପୂର୍ବରୁ ସୈନିକଙ୍କ ଲାଗି ଏକ ହାଲୁକା ଏବଂ ଅଧିକ ଜଳବାୟୁ ଅନୁକୂଳ ଗଣପୋଷାକ ଅର୍ଥାତ ୟୁନିଫର୍ମ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲା ଭାରତୀୟ ସେନା। ଯାହାକୁ ଯୁଦ୍ଧ ସମୟରେ ପିନ୍ଧାଯାଇପାରିବ। ବ୍ୟାପକ ବିଚାର ବିମର୍ଶ ପରେ ସୈନିକ ବ୍ୟବହାର କରୁଥିବା ଗଣ ପୋଷାକକୁ ପରିବର୍ତ୍ତନ କରିବା ନେଇ ଚୂଡାନ୍ତ ନିଷ୍ପତ୍ତି ନେଇଥିଲା ଭାରତୀୟ ସେନା। ଏହି ନୂତନ ପୋଷାକ ଉଭୟ ଗ୍ରୀଷ୍ମ ଏବଂ ଶୀତ ଋତୁରେ ସୈନିକଙ୍କ ଲାଗି ଆରାମଦାୟକ ହେବ। ସୈନ୍ୟ ନିୟୋଜନ କ୍ଷେତ୍ର ଏବଂ ଜଳବାୟୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ପରିକଳ୍ପନା କରାଯାଇଛି। ଏହି ନୂତନ ୟୁନିଫର୍ମରେ ଆମେରିକାର ସେନା ଭଳି ଏକ ଡିଜିଟାଲ୍ ପ୍ୟାଟର୍ଣ୍ଣ ରହିବ। ଗତବର୍ଷ  ନୌସେନା ଏହାର ୟୁନଫର୍ମ ପ୍ରଚଳନ କରିଥିଲା।