IndvsSA: ଦକ୍ଷିଣ ଆଫ୍ରିକାକୁ ରାଞ୍ଚିରେ ଚାଞ୍ଛିଦେଲା ଭାରତ
Advertisement
Article Detail0/zeeodisha/odisha1387621

IndvsSA: ଦକ୍ଷିଣ ଆଫ୍ରିକାକୁ ରାଞ୍ଚିରେ ଚାଞ୍ଛିଦେଲା ଭାରତ

ଭ୍ରମଣକାରୀ ଦଳ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ଦଳ ପକ୍ଷରୁ କ୍ୱିଣ୍ଟନ ଡିକକ ଓ ଜାନେମନ ମଲାନ ପାଳି ଆରମ୍ଭ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। 

IndvsSA: ଦକ୍ଷିଣ ଆଫ୍ରିକାକୁ ରାଞ୍ଚିରେ ଚାଞ୍ଛିଦେଲା ଭାରତ

ରାଞ୍ଚି: ଶ୍ରେୟାସ ଆୟାରଙ୍କ ଅପରାଜିତ ଶତକ ଓ ଇଶାନ କିସାନଙ୍କ ଅର୍ଦ୍ଧଶତକୀୟ ଇଂନିସ ବଳରେ ଭାରତ ଦ୍ୱିତୀୟ ଦିନିକିଆକୁ ସହଜରେ ବିଜୟ ହାସଲ କରିନେଇଛି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳର ଧାର୍ଯ୍ୟ ବିଜୟ ଲକ୍ଷକୁ ପିଛା କରି ଭାରତ ୩ ଓ୍ୱିକେଟ ହରାଇ ମାତ୍ର ୪୫.୫ ଓଭରରେ ବିଜୟ ହାସଲ କରିନେଇଛି। ଭାରତ ପକ୍ଷରୁ ଶ୍ରେୟାସ ଆୟାର ୧୧୧ ବଲରେ ଅପରାଜିତ ୧୧୩ ରନ କରିଥିବା ବେଳେ ଇଶାନ କିଶାନ ୯୩ ରନ କରି ଆଉଟ ହୋଇ ଯାଇଥିଲେ। ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୭ ଓ୍ୱିକେଟ ହରାଇ ୨୭୮ ରନ ହାସଲ କରିଥିଲେ। 

ଧାର୍ଯ୍ୟ ଲକ୍ଷକୁ ପିଛା କରି ଭାରତ ପକ୍ଷରୁ ଶିଖର ଧଓ୍ୱନ ଓ ଶୁବମନ ଗିଲ ପାଳି ଆରମ୍ଭ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ମଧ୍ୟ ଭାରତ ପାଇଁ ଏକ ବିଜୟୀ ଇନିଂସ ଖେଳିଥିଲେ। ଉଭୟଙ୍କ ଭାଗିଦାରୀରେ ଦଳ ଖୁବ ସହଜରେ ବିଜୟର ନିକଟତର ହୋଇପାରିଥିଲା। ତେବେ ଦଳୀୟ ସ୍କୋର ୨୮ ବେଳେ ଦଳ ପ୍ରଥମ ଓ୍ୱିକେଟ ହରାଇଥିଲା। ଶିଖର ଧଓ୍ୱନ ଭ୍ରମଣକାରୀ ଦଳର ପ୍ରଥମ ଶିକାର ପାଲଟିଥିଲେ। ସେ ମାତ୍ର ୧୩ ରନ କରି ପାଭିଲିୟନ ଫେରିଥିଲେ। ପରେ ଶୁବମନ ଗିଲ ୨୮ ରନ କରି ରାବଡ଼ାଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ। 

ପରେ ଇଶାନ କିଶାନ ଓ ଶ୍ରେୟାସ ଆୟାରଙ୍କ ଭାଗୀଦାରିରେ ଦଳୀୟ ସ୍କୋର ଦ୍ୱିଶତକ ପାର କରିଥିଲା। ଇଶାନ ୪ଟି ଚୌକା ଓ ୭ଟି ଛକା ସାହାଯ୍ୟରେ ୯୩ ରନର ପାଳି ଖେଳିଥିଲେ। ପରେ ସେ ହେଣ୍ଡ୍ରିକ୍ସଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ। ପରେ ଦଳ ଆଉ ଓ୍ୱିକେଟ ହରାଇ ନଥିବା ବେଳେ ସାଞ୍ଜୁ ସାମସନ ଓ ଶ୍ରେୟାସ ଆୟାର ଦଳକୁ ବିଜୟ ଦେଇଥିଲେ। ସଞ୍ଜୁ ୨୬ ବଲରେ ଗୋଟିଏ ଲେଖାଏଁ ଚୌକା ଓ ଛକା ବଳର ୩୦ ରନ କରି ଅପରାଜିତ ରହିଥିଲେ। ସେହିପରି ଶତକୀୟ ପାଳି ଖେଳିଥିବା ଶ୍ରେୟାସ ଆୟାର ୧୫ଟି ଚୌକା ସାହାଯ୍ୟରେ ୧୧୩ ରନ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଜର୍ଣ୍ଣ ଫର୍ଚ୍ୟୁନ, ଓ୍ୱେନ ପର୍ଣ୍ଣେଲ ଓ କାଗିସୋ ରାବଡ଼ା ଗୋଟିଏ ଲେଖାଏଁ ଓ୍ୱିକେ ଅକ୍ତିଆର କରିଥିଲେ। 

ଭ୍ରମଣକାରୀ ଦଳ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ଦଳ ପକ୍ଷରୁ କ୍ୱିଣ୍ଟନ ଡିକକ ଓ ଜାନେମନ ମଲାନ ପାଳି ଆରମ୍ଭ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। ଓପନର ଯୋଡ଼ି ବିଫଳ ହୋଇଥିବା ବେଳେ ରିଜା ହେଣ୍ଡ୍ରିକ୍ସ ଓ ଏଡେନ ମାରକ୍ରାମଙ୍କ ଯୋଡ଼ି ଦଳ ପାଇଁ ଏକ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲେ। ଦୁଇ ଓପନର ବିଫଳ ହୋଇଥିବା ବେଳେ ରିଜା ହେଣ୍ଡ୍ରିକ୍ସ ଓ ଏଡେନ ମାରକ୍ରାମ ଦଳୀୟ ସ୍କୋର ଶତକ ପାର କରାଇଥିଲେ। ଉଭୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ରିଜା ୭୬ ବଲରେ ୭୪ ରନ (୯ଟି ଚୌକା ଓ ଗୋଟିଏ ଛକା) କରିଥିବା ବେଳେ ଏଡେନ ମାରକ୍ରମ ୮୯ ବଲରେ ୭୯ ରନ (୭ଟି ଚୌକା ଓ ଗୋଟିଏ ଛକା) କରିଥିଲେ। 

ରିଜା ଗୋଟିଏ ଚୌକା ବଳରେ ୫ ରନ, ଜାନେମନ ମଲାନ ୪ଟି ଚୌକା ବଳରେ ୨୫ ରନ କରିଥିଲେ। ସେହିପରି ହେନରିଚ କ୍ଲାସେନ ୨୬ ବଲରେ ୩୦ ରନ, ଡାଭିଡ ମିଲର ୩୪ ବଲରେ ୩୫ ରନ, ଓ୍ୱେନ ପାର୍ଣ୍ଣେଲ ୨୨ଟି ବଲରେ ୧୬ ରନ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜଙ୍କୁ ସର୍ବାଧିକ ୩ଟି ଓ୍ୱିକେଟ ହାତେଇଥିବା ବେଳେ ଓ୍ୱାସିଂଟନ ସୁନ୍ଦର, ଶାହାବାଜ ଅହମ୍ମଦ,କୁଲଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ଓ୍ୱିକେଟ ହାତେଇଥିଲେ। 

ସୂଚନାଯୋଗ୍ୟ ପ୍ରଥମ ଦିନିକିଆରେ ଘରୋଇ ମାଟିରେ ଭାରତକୁ ୯ ରନରେ ପରାସ୍ତ କରିଥିଲା ଦକ୍ଷିଣ ଆଫ୍ରିକା। ଟି-ଟ୍ୱେଣ୍ଟିର ବଦଲା ଦିନିକିଆରେ ନେବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇଛି। ୩ଟିକିଆ ଟି ଟ୍ୱେଣ୍ଟି ସିରିଜରେ ଭାରତ ୨ଟି ମ୍ୟାଚ ଜିତି ସିରିଜ ହାତେଇ ନେଇଥିଲା।