Russia Ukraine War: ଋଷ ଉପରେ କଠୋର ହେଲା ଭାରତ, ଜାତିସଂଘରେ ପୁଟିନଙ୍କୁ ଦେଲା ବଡ଼ ଝଟକା!
Advertisement

Russia Ukraine War: ଋଷ ଉପରେ କଠୋର ହେଲା ଭାରତ, ଜାତିସଂଘରେ ପୁଟିନଙ୍କୁ ଦେଲା ବଡ଼ ଝଟକା!

Russia Ukraine War: କେବଳ ୧୩ଟି ଦେଶ ଏକ ଗୁପ୍ତ ମତଦାନ ପାଇଁ ଋଷର ଆହ୍ୱାନ ସପକ୍ଷରେ ଭୋଟିଂ କରିଛନ୍ତି, ଅନ୍ୟପଟେ ୩୯ଟି ଦେଶ ମତଦାନରେ ଅଂଶଗ୍ରହଣ କରିନାହାଁନ୍ତି । ଋଷ ଓ ଚୀନ ସେହି ଦେଶଗୁଡ଼ିକରେ ସାମିଲ ଅଛନ୍ତି, ଯେଉଁମାନେ ମତଦାନ କରି ନଥିଲେ ।

Russia Ukraine War: ଋଷ ଉପରେ କଠୋର ହେଲା ଭାରତ, ଜାତିସଂଘରେ ପୁଟିନଙ୍କୁ ଦେଲା ବଡ଼ ଝଟକା!

ନୂଆଦିଲ୍ଲୀ: Russia Ukraine War: ୟୁକ୍ରେନ ସଙ୍କଟ ମାମଲାରେ ଭାରତ (India) ପୁଣି ଥରେ ଋଷ (Russia) କୁ ବଡ଼ ଝଟକା ଦେଇଛି । ଭାରତ ଋଷ ରାଷ୍ଟ୍ରପତି (Russian President) ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ଗୁପ୍ତ ମତଦାନ ପାଇଁ ଦାବିକୁ ଖାରଜ କରିଦେଇଛି । ୟୁକ୍ରେନର ଚାରୋଟି ଅଞ୍ଚଳକୁ ବେଆଇନ ଦଖଲ ପାଇଁ ଋଷ ବିରୋଧରେ ମିଳିତ ଜାତିସଂଘ ସାଧାରଣ ସଭା (UNGA) ରେ ଏକ ଡ୍ରାଫ୍ଟ ରିଜୋଲ୍ୟୁସନ୍ ଅଣାଯାଇଛି । ଏହି ପ୍ରସ୍ତାବରେ ଋଷକୁ ନିନ୍ଦା କରିବା ପାଇଁ ଖୋଲା ଭୋଟର ଆହ୍ୱାନ କରାଯାଇଛି । କିନ୍ତୁ ପୁଟିନ (Putin) ଏହା ଉପରେ ଗୁପ୍ତ ଭୋଟ୍ ଚାହୁଁଛନ୍ତି । ବର୍ତ୍ତମାନ ପୁଟିନଙ୍କ ଏହି ଦାବି ବିରୋଧରେ ଭାରତ ଜାତିସଂଘରେ ଭୋଟ୍ କରିଛି ।

ଭାରତ ସମେତ ଜାତିସଂଘର ୧୦୭ ଦେଶ ଦ୍ୱାରା ରେକର୍ଡ କରାଯାଇଥିବା ଭୋଟ ସପକ୍ଷରେ ମତଦାନ କରିବା ପରେ ଗୁପ୍ତ ମତଦାନ ପାଇଁ ଋଷର ଦାବିକୁ ଖାରଜ କରାଯାଇଛି । କେବଳ ୧୩ଟି ଦେଶ ଏକ ଗୁପ୍ତ ମତଦାନ ପାଇଁ ଋଷର ଆହ୍ୱାନ ସପକ୍ଷରେ ଭୋଟିଂ କରିଛନ୍ତି, ଅନ୍ୟପଟେ ୩୯ଟି ଦେଶ ମତଦାନରେ ଅଂଶଗ୍ରହଣ କରିନାହାଁନ୍ତି । ଋଷ ଓ ଚୀନ ସେହି ଦେଶଗୁଡ଼ିକରେ ସାମିଲ ଅଛନ୍ତି, ଯେଉଁମାନେ ମତଦାନ କରି ନଥିଲେ । ଭାରତ ସମେତ ୧୦୪ ଦେଶ ଏଭଳି ପୁନର୍ବିଚାର ବିରୁଦ୍ଧରେ ଭୋଟ୍ ଦେବା ପରେ ସାଧାରଣ ସଭାର ନିଷ୍ପତ୍ତି ଉପରେ ପୁନର୍ବିଚାର ନକରିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ୧୬ ଦେଶ ସପକ୍ଷରେ ମତ ଦେଇଛନ୍ତି ଓ ୩୪ଟି ଦେଶ ମତଦାନ କରିନାହାଁନ୍ତି । 

ଋଷର ସ୍ଥାୟୀ ପ୍ରତିନିଧୀ ଭାସିଲି ନେବେଞ୍ଜିଆ କହିଛନ୍ତି ଯେ, "ଜାତିସଂଘର ସଦସ୍ୟତା ଏକ ଅପମାନଜନକ ଠକେର ସାକ୍ଷୀ ହୋଇପାରିଛନ୍ତି, ଯେଉଁଥିରେ ଦୁର୍ଭାଗ୍ୟବଶତଃ ସାଧାରଣ ସଭାର ଅଧ୍ୟକ୍ଷ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହା ଏକ ଅଭୂତପୂର୍ବ ହେରଫେର ଥିଲା ଯାହା ସାଧାରଣ ସଭା ତଥା ମିଳିତ ଜାତିସଂଘର ଅଧିକାରକୁ କ୍ଷୁର୍ଣ୍ଣ କରିଥାଏ । ଅବଶ୍ୟ ଏଭଳି ପରିସ୍ଥିତିରେ ଆମେ ଭୋଟରେ ଭାଗ ନ ନେବାକୁ ବିକଳ୍ପ ଚୟନ କରିଥିଲୁ।"

ଅଧିକ ପଢ଼ନ୍ତୁ:-ଗେଲଙ୍କ ଭବିଷ୍ୟବାଣୀ; ଭାରତ-ପାକିସ୍ତାନ ନୁହେଁ, ଏହି ୨ ଦଳ ମଧ୍ୟରେ ହେବ ଟି-20 ବିଶ୍ୱକପ ଫାଇନାଲ

ଅଧିକ ପଢ଼ନ୍ତୁ:-ଜଷ୍ଟିସ୍ ଚନ୍ଦ୍ରଚୁଡ଼ ହେବେ ଦେଶର ପରବର୍ତ୍ତୀ CJI, ପ୍ରଧାନ ବିଚାରପତି ୟୁୟୁ ଲଲିତ ସରକାରଙ୍କୁ ପଠାଇଲେ ନାମ

ଅଧିକ ପଢ଼ନ୍ତୁ:-ସ୍ୱିସ୍ ବ୍ୟାଙ୍କରେ ଏହି ପ୍ରସିଦ୍ଧ ବ୍ୟକ୍ତିତ୍ୱମାନେ ଜମା କରି ରଖିଛନ୍ତି କୋଟି କୋଟି ଟଙ୍କା; ଜାରି ହେଲା ଖାତା ଧାରକଙ୍କ ତାଲିକା, ଆଲର୍ଟ ମୋଡରେ ଆୟକର ବିଭାଗ

ଏଠାରେ କହି ରଖୁଛୁ ଯେ, ଗତ ମାସରେ ଜାତିସଂଘ ସୁରକ୍ଷା ପରିଷଦରେ ଆଲବାନିଆ ଦ୍ୱାରା ଆଗତ ରିଜୋଲ୍ୟୁସନ୍ ଡ୍ରାଫ୍ଟ ଉପରେ ଭାରତ ଭୋଟ ଦେବାରୁ ବିରତ ରହିଥିଲା । ସେପଟେ ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଏହି ପ୍ରସ୍ତାବ ଉପରେ ଭିଟୋ କ୍ଷମତା ପ୍ରୟୋଗ କରିଥିଲା । ଏହି ପ୍ରସ୍ତାବ ମସ୍କୋକୁ "ବେଆଇନ ଜନମତ ସଂଗ୍ରହ" କରିବା ପାଇଁ ନିନ୍ଦା କରିବାକୁ ଆମେରିକା ଓ ଆଲବେନିଆ ଦ୍ୱାରା ଉପସ୍ଥାପିତ ହୋଇଥିଲା ।