Indian Railways: ଯାତ୍ରୀଙ୍କ ଗୋଟିଏ ଭୁଲ ପାଇଁ ମୋଟା ଅଙ୍କର ରାଜସ୍ୱ କମାଇଲା ରେଳବାଇ, ଜାଣନ୍ତୁ କିପରି
Advertisement
Article Detail0/zeeodisha/odisha1739393

Indian Railways: ଯାତ୍ରୀଙ୍କ ଗୋଟିଏ ଭୁଲ ପାଇଁ ମୋଟା ଅଙ୍କର ରାଜସ୍ୱ କମାଇଲା ରେଳବାଇ, ଜାଣନ୍ତୁ କିପରି

Mumbai Suburban Train Services: ନିକଟରେ ବିନା ଟିକେଟ ଯୋଗେ ଯାତ୍ରା କରୁଥିବା ୨.୭୨ ଲକ୍ଷ ଯାତ୍ରୀଙ୍କୁ ଯାତ୍ରା କରିବା ବେଳେ ଧରିଥିଲା ରେଳବାଇ। ସେମାନଙ୍କ ଠାରୁ ବେଶ ମୋଟା ଅଙ୍କର ଜରିମାନା ଆଦାୟ ହୋଇଥିଲା।

Indian Railways: ଯାତ୍ରୀଙ୍କ ଗୋଟିଏ ଭୁଲ ପାଇଁ ମୋଟା ଅଙ୍କର ରାଜସ୍ୱ କମାଇଲା ରେଳବାଇ, ଜାଣନ୍ତୁ କିପରି

Indian Railways Fine: ଦେଶର ଜୀବନ ରେଖା ଭାବରେ ଜଣାଶୁଣା ଭାରତୀୟ ରେଳବାଇ। କାରଣ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ପରସ୍ପର ସହ ଯୋଡ଼ିଥାଏ ରେଳବାଇ। ଦେଶରେ ଦୈନିକ ଲକ୍ଷ ଲକ୍ଷ ଲୋକ ରେଳ ଯାତ୍ରା କରିଥାନ୍ତି। କୌଣସି ଦୂରସ୍ଥାନକୁ ଯାତ୍ରା କରିବା ପାଇଁ ଲୋକଙ୍କ ଲାଗି ପ୍ରଥମ ପସନ୍ଦ ହେଉଛି ରେଳ ପରିବହନ। ଦେଶରେ ଯାତ୍ରୀ ପରିବହନ କ୍ଷେତ୍ରରେ ରେଳବାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ରେଳବାଇ ପକ୍ଷରୁ ଯାତ୍ରୀଙ୍କ ସୁବିଧା ଉପରେ ନିରନ୍ତର କାର୍ଯ୍ୟ ଚାଲିଛି। ଏହା ସହିତ ରେଲୱେ ମଧ୍ୟ ଟିକେଟ୍ ବିନା ଯାତ୍ରା କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। 

ହେଲେ ଏବେ ପଶ୍ଚିମ ରେଳବାଇ (Western Railway) ପକ୍ଷରୁ ମିଳିଥିବା ତଥ୍ୟ ରେଳଯାତ୍ରୀଙ୍କୁ (Railway Passenger in India) ଚମକାଇ ଦେବ। ଏହି ତଥ୍ୟ ମୁମ୍ବାଇ ଠାରେ ରେଳବାଇ ଅଧିକାରୀଙ୍କ (Indian Railway Official) ପକ୍ଷରୁ ଟିକେଟ୍ ଯାଞ୍ଚ କରାଯିବା ସମୟରେ ୨୦୩ ପ୍ରତିଶତରୁ ଅଧିକ ଜରିମାନା ସଂଗ୍ରହ କରାଯାଇଛି। ସମସ୍ତ ଯାତ୍ରୀଙ୍କୁ ଅସୁବିଧାମୁକ୍ତ, ଆରାମଦାୟକ ଯାତ୍ରା ଏବଂ ଉନ୍ନତ ସେବା ସୁନିଶ୍ଚିତ କରିବା ପାଇଁ ମୁମ୍ବାଇ ଉପକଣ୍ଠସ୍ଥ ସ୍ଥାନୀୟ ସେବା ମେଲ/ଏକ୍ସପ୍ରେସ ଟ୍ରେନ (Mumbai Suburban Train Services) ମଧ୍ୟରେ ନିରନ୍ତର ଟିକେଟ୍ ଯାଞ୍ଚ କାର୍ଯ୍ୟ ଚାଲିଛି ବୋଲି ପଶ୍ଚିମ ରେଳବାଇ (Western Railway Massive Ticket Checking Drive) ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି।

ଯାତ୍ରୀଙ୍କ ଠାରୁ ୩୬.୭୫ କୋଟି ଟଙ୍କାର ଜରିମାନା ଆଦାୟ କରିଛି ରେଳବାଇ
ଟିକେଟ୍ ବିନା ଯାତ୍ରା କରୁଥିବା ଯାତ୍ରୀଙ୍କ କାରଣରୁ କ୍ଷତି ସହିଥାଏ ରେଳବାଇ। ଏନେଇ ପଶ୍ଚିମ ରେଳବାଇ ପକ୍ଷରୁ କୁହାଯାଇଥିଲା ଯେ ବରିଷ୍ଠ ରେଳ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଟିକେଟ୍ ଯାଞ୍ଚକାରୀ ଦଳ ଚଳିତ ବର୍ଷ ଅପ୍ରେଲ ମାସରୁ ମେ ମଧ୍ୟରେ ମୁମ୍ବାଇ ଠାରେ (Mumbai Suburban Railway) ଟିକେଟ୍ ଯାଞ୍ଚ କାର୍ଯ୍ୟ କରିଥିଲେ। ସେତେବେଳେ ରେଳବାଇ ପକ୍ଷରୁ ୩୬.୭୫ କୋଟି ଟଙ୍କାର ଜରିମାନ ଆଦାୟ କରାଯାଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ (Western Railway CPRO) ସୁମିତ ଠାକୁର। ଏନେଇ ମତ ରଖି ଏହି ରେଳବାଇ ଅଧିକାରୀ ଜଣଙ୍କ କହିଛନ୍ତି ଯେ ଚଳିତ ବର୍ଷ ମେ ମାସରେ ବିନା ଟିକେଟ ଯୋଗେ ଯାତ୍ରା କରୁଥିବା ୨.୭୨ ଲକ୍ଷ ଯାତ୍ରୀଙ୍କ ଚିହ୍ନଟ କରାଯାଇଛି। ସେମାନଙ୍କ ଠାରୁ ୧୯.୯୯ କୋଟି ଟଙ୍କାର ଜରିମାନ ଆଦାୟ କରାଯାଇଛି। ଯେଉଁଥିରେ ବୁକ କରାଯାଇଥିବା ଲଗେଜ୍ ମାମଲା ମଧ୍ୟ ଅନ୍ତର୍ଭୂକ୍ତ ରହିଛି।

ଟିକେଟ ଯାଞ୍ଚ ବେଳେ ମେ ମାସରେ ଧରାପଡ଼ିଥିଲେ ୭୯, ୫୦୦ ଟିକେଟ୍ ବିହୀନ ଯାତ୍ରୀ 
ଏହା ବ୍ୟତୀତ ଗତ ମେ ମାସରେ ପଶ୍ଚିମ ରେଳବାଇ ମୁମ୍ବାଇ ଉପକଣ୍ଠ ବିଭାଗରେ (Western Railway Mumbai Suburban Section) ପ୍ରାୟ ୭୯,୫୦୦ ଟିକେଟ୍ ବିହୀନ ଯାତ୍ରୀଙ୍କୁ (Ticketless Passengers Mumbai) ଧରିବା ସହ ୫.୦୪ କୋଟି ଟଙ୍କାର ଜରିମାନା ସଂଗ୍ରହ କରିଥିଲା। ଆପଣଙ୍କୁ କହିରଖୁଛୁ ଯେ ଲୋକାଲ ଏସି ଟ୍ରେନ (Mumbai Local AC Train) ମଧ୍ୟରେ ଟିକେଟ୍ ବିହୀନ ଯାତ୍ରୀଙ୍କ ପ୍ରବେଶକୁ ବନ୍ଦ କରିବା ପାଇଁ ଅଚାନକ ଟିକେଟ୍ ଯାଞ୍ଚ ଅଭିଯାନ କାର୍ଯ୍ୟକାରୀ କରାଯାଇଥାଏ। ଏହି ଅଭିଯାନ ଆଧାରରେ ଗତ ଅପ୍ରେଲରୁ ମେ ପର୍ଯ୍ୟନ୍ତ ୧୨ ହଜାର ୮ ଶହରୁ ଅଧିକ ଯାତ୍ରୀଙ୍କୁ ଧରିଥିଲା ରେଳବାଇ। ଯେଉଁମାନେ ବେଆଇନ ଉପାୟରେ ଯାତ୍ରା କରୁଥିଲେ। ଉପଯୁକ୍ତ ଏବଂ ବୈଧ ଟିକେଟ୍ ସହିତ ଯାତ୍ରା କରିବା ଲାଗି ଯାତ୍ରୀଙ୍କୁ ନିବେଦନ କରିଛି ପଶ୍ଚିମ ରେଳବାଇ।