4 Trillion Dollar Economy: ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କଲା ଭାରତର GDP, ଶୀଘ୍ର ପଛରେ ପଡ଼ିବ ଜାପାନ ଓ ଜର୍ମାନୀ
Advertisement
Article Detail0/zeeodisha/odisha1967888

4 Trillion Dollar Economy: ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କଲା ଭାରତର GDP, ଶୀଘ୍ର ପଛରେ ପଡ଼ିବ ଜାପାନ ଓ ଜର୍ମାନୀ

India GDP: ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାକୁ ଅତି ନିକଟତର ହୋଇଛି । ଚତୁର୍ଥ ମାନ୍ୟତାରେ ଥିବା ଜର୍ମାନୀ ଓ ଭାରତର ଜିଡିପି ମଧ୍ୟରେ ପାର୍ଥକ୍ୟ ବର୍ତ୍ତମାନ ବହୁତ କମ୍ ରହିଛି ।

 

4 Trillion Dollar Economy

4 Trillion Dollar Economy: ଭାରତର ଅର୍ଥନୀତିର ଆକାର ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଛି । ଏହା ସହ ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାକୁ ଅତି ନିକଟତର ହୋଇଛି । ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ କରିବା ଦିଗରେ ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।

ବିଳମ୍ବିତ ରାତିରେ ହାସଲ ହୋଇଥିଲା ଏହି ସଫଳତା 
ଜିଡିପି ଲାଇଭ ତଥ୍ୟ ଦର୍ଶାଉଛି ଯେ ୧୮ ନଭେମ୍ବରରେ ବିଳମ୍ବିତ ରାତିରେ ଭାରତ ଏହି ମାଇଲଖୁଣ୍ଟ ହାସଲ କରିଛି । ୧୮ ନଭେମ୍ବର ୨୦୨୩ ରେ, ରାତି ପ୍ରାୟ ୧୦:୩୦ ସମୟରେ, ଭାରତର ଜିଡିପି ଆକାର ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଥିଲା । ଏହା ସହିତ ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାକୁ ଅତି ନିକଟତର ହୋଇଛି । ଚତୁର୍ଥ ମାନ୍ୟତାରେ ଥିବା ଜର୍ମାନୀ ଓ ଭାରତର ଜିଡିପି ମଧ୍ୟରେ ପାର୍ଥକ୍ୟ ବର୍ତ୍ତମାନ ବହୁତ କମ୍ ରହିଛି ।

ବିଶ୍ୱର ବୃହତ୍ତମ ଅର୍ଥନୀତି ଥିବା ଦେଶ
ବର୍ତ୍ତମାନ ଆମେରିକା ହେଉଛି ବିଶ୍ୱର ସବୁଠୁ ବଡ ଅର୍ଥନୀତି । ଆମେରିକାର ଅର୍ଥନୀତିର ବର୍ତ୍ତମାନର ଆକାର ହେଉଛି ୨୬.୭ ଟ୍ରିଲିୟନ ଡଲାର । ଏହା ପରେ ୧୯.୨୪ ଟ୍ରିଲିୟନ ଡଲାର ଅର୍ଥନୀତି ସହିତ ପଡୋଶୀ ଦେଶ ଚୀନ୍ ଦ୍ୱିତୀୟ ସ୍ଥାନରେ ରହିଛି । ଜିଡିପିରେ ୪.୩୯ ଟ୍ରିଲିୟନ ଡଲାର ସହିତ ଜାପାନ ତୃତୀୟ ସ୍ଥାନରେ ଥିବାବେଳେ, ଜର୍ମନୀ ୪.୨୮ ଟ୍ରିଲିୟନ ଡଲାର ସହିତ ଚତୁର୍ଥ ସ୍ଥାନରେ ରହିଛି ।

୨୦୨୭ ସୁଦ୍ଧା ୫ ଟ୍ରିଲିୟନ୍ ଟାର୍ଗେଟ୍ 
ଦେଶକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତି କରିବାକୁ ଭାରତ ସରକାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ସରକାରଙ୍କ ଲକ୍ଷ୍ୟ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିକଟରେ କହିଥିଲେ ଯେ ୨୦୨୭ ସୁଦ୍ଧା ଭାରତ କେବଳ ଜାପାନ ଓ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ନାହିଁ, ବରଂ ଭାରତର ଜିଡିପିର ଆକାର ୫ ଟ୍ରିଲିୟନ ଡଲାରରୁ ଅଧିକ ହେବ । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ଏହିପରି ଆକଳନ କରିଛି ।