Emerging Threat for Aviation: ଏୟାର ସିଗନାଲ୍ ବ୍ୟାଘାତ ପରେ ସତର୍କ ହୋଇଉଠିଲା ଡିଜିସିଏ; ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1976741

Emerging Threat for Aviation: ଏୟାର ସିଗନାଲ୍ ବ୍ୟାଘାତ ପରେ ସତର୍କ ହୋଇଉଠିଲା ଡିଜିସିଏ; ଜାଣନ୍ତୁ ପୁରା ଘଟଣାକ୍ରମ

Disruption in Air Signal: ବିମାନ ଉଡ଼ାଣ ବେଳେ ଏୟାର ସିଗନାଲ୍ ବ୍ୟାଘାତ ହେବାକୁ ନେଇ ସତର୍କ ହୋଇଉଠିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ।

Emerging Threat for Aviation: ଏୟାର ସିଗନାଲ୍ ବ୍ୟାଘାତ ପରେ ସତର୍କ ହୋଇଉଠିଲା ଡିଜିସିଏ; ଜାଣନ୍ତୁ ପୁରା ଘଟଣାକ୍ରମ

Emerging Threat in Airspace: ଆକାଶରେ ଉଡ଼ିବା ବେଳ ବିମାନ ଲାଗି ଏହାର ଇଞ୍ଜିନ ସହିତ ନାଭିଗେସନ୍ ସିଷ୍ଟମ୍ ଏବଂ ସିଗନାଲ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଖରାପ ପାଗ କିମ୍ବା ଅନ୍ୟ କୌଣସି ପରିସ୍ଥିତିରେ ଜରୁରୀକାଳୀନ ଅବତରଣ କରିବାର ବିକଳ୍ପ ବିମାନ ପାଖରେ ରହିଛି। ହେଲେ ଯେତେବେଳେ ବିମାନ ସୁଚିନ୍ତିତ ଭାବେ ଟାର୍ଗେଟ କରାଯାଏ, ସେତେବେଳେ ମାମଲା ଗୁରୁତର ହୋଇଯାଏ। ବିଗତ କିଛି ଦିନ ମଧ୍ୟରେ ମଧ୍ୟ ପୂର୍ବର ଆକାଶ ମାର୍ଗରେ ଗ୍ଲୋବାଲ୍ ନ୍ୟାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି ହେବା କାରଣରୁ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି। ଯାହା ଭାରତ ଲାଗି ଚିନ୍ତା ବଢାଇ ଦେଇଛି।

ଡିଜିସିଏ ପକ୍ଷରୁ ଜାରି ହେଲେ ପରାମର୍ଶ
ଦେଶରେ ବିମାନ ସେବାକୁ ନିୟନ୍ତ୍ରଣ କରୁଥିବା ସଙ୍ଗଠନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଗତ ଅକ୍ଟୋବର ୪ ତାରିଖରେ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲା। କମିଟି ରିପୋର୍ଟ ଆଧାରରେ ଡିଜିସିଏ ଏକ ପରାମର୍ଶ ଜାରି କରିଛି। ଯେଉଁଥିରେ ସୁରକ୍ଷା ସମ୍ବନ୍ଧୀୟ ବିପଦକୁ ହ୍ରାସ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଗ୍ଲୋବାଲ୍ ନ୍ୟାଭିଗେସନ୍ ସାଟେଲାଇଟ୍ ସିଷ୍ଟମ କିପରି ବିମାନ ଉଡ଼ାଣ ସମୟରେ ଜାମ ହେବାରୁ ରକ୍ଷା ପାଇବ କିମ୍ବା ଯଦି ଅନ୍ୟ କୌଣସି ସମସ୍ୟା ଉପୁଜେ ତାହେଲେ ତାହାର କିପରି ସମାଧାନ କରାଯିବ ସେ ନେଇ ଗୁରୁତ୍ୱ ଦିଆଯାଇଛି।

Also Read: DGCA Latest News: ବିମାନ ଯାତ୍ରା ପର୍ଫ୍ୟୁମ ଲଗାଇ ପାରିବେ ନାହିଁ ଚାଳକ ଦଳ ସଦସ୍ୟ! ଜାଣନ୍ତୁ କାରଣ

କେଉଁ ଉପାୟ ଦର୍ଶାଇବାକୁ ହେବ?
ଏହି ସର୍କୁଲାର ମାଧ୍ୟମରେ ସେହି ସ୍ଥାନ ବିଷୟରେ ମଧ୍ୟ କୁହାଯାଇଥାଏ ଯେଉଁଠାରେ ବିମାନ ଉଡ଼ାଣ ସମୟରେ ଏୟାର ସିଗନାଲ ବ୍ୟବସ୍ଥାରେ ବାଧା ସୃଷ୍ଟି ହୋଇଥିଲା। ଏହା ସହିତ ଜଡ଼ିତ ସମ୍ଭାବ୍ୟ ବିପଦ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହା ମାଧ୍ୟମରେ ସମସ୍ତ ବିଭାଗ ମଧ୍ୟରେ ପାରସ୍ପରିକ ସମନ୍ୱୟ ଉପରେ ଗୁରୁତ୍ୱ ଦେଇଥାଏ। ଯାହାଫଳରେ ଯଦି ଏୟାର ସିଗନାଲ୍ ଟ୍ୟାମ୍ପରିଂ କରାଯାଏ, ତାହେଲେ ସଠିକ୍ ସମୟରେ ବିପଦର ମୂଲ୍ୟାଙ୍କନ କରାଯାଇପାରିବ। ଏଭଳି ବିପଦ ଉପର ନିରନ୍ତର ସତର୍କ ନଜର ରଖିବା ସହିତ ଏକ ନେଟୱାର୍କ ସୃଷ୍ଟି କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସର୍କୁଲାର ମାଧ୍ୟମରେ ବିମାନ ଅପରେଟର, ପାଇଲଟ୍, ଏୟାର ନେଭିଗେସନ୍ ସେବା ପ୍ରଦାନକାରୀ କମ୍ପାନୀ ସହିତ ଏୟାର ଟ୍ରାଫିକ୍ ନିୟନ୍ତ୍ରକଙ୍କୁ କୌଣସି ଆହ୍ୱାନର ମୁକାବିଲା ପାଇଁ ସତର୍କ ରହିବାକୁ କୁହାଯାଇଛି। ଯେଉଁଥିରେ ଜରୁରୀକାଳୀନ ପରିସ୍ଥିତିର ଆକଳନ କରିବା ପରେ ସେହି ବିପଦକୁ ସର୍ବନିମ୍ନ ସ୍ତରକୁ ଆଣିବାକୁ ପରାମର୍ଶ ଦିଆଯାଇଛି।

Also Read: DGCA: ୫୭ ବିମାନ ବନ୍ଦରରେ ଏୟାର ଟ୍ରାଫିକ୍ ନିୟନ୍ତ୍ରକଙ୍କ ପାଇଁ ଲାଗୁ ହେଲା ନୂତନ ନିୟମ

ଏଭଳି ଘଟଣାକୁ ନେଇ ସତର୍କ ରହିଛି ଜାତିସଂଘ
ବିଶ୍ୱରେ ମଧ୍ୟ ପ୍ରାଚ୍ୟ ଅଞ୍ଚଳକୁ ଏକ ଅଶାନ୍ତ କ୍ଷେତ୍ର ଭାବରେ ଗଣନା କରାଯାଏ। ଏୟାର ସିଗନାଲ୍ ବ୍ୟବସ୍ଥାରେ ବିଭ୍ରାଟ ଦେଖାଯିବା ଘଟଣାକୁ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଗମ୍ଭୀରତାର ସହ ନେଇ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ଏ ସମ୍ପର୍କରେ ଅବଗତ କରାଇଛି। ଡିଜିସିଏ ଏହି ସମ୍ବେଦନଶୀଳ ଘଟଣଆରେ ବିଶ୍ୱର ବିଭିନ୍ନ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛି। ଏନେଇ ଜଣେ ଡିଜିସିଏ ଅଧିକାରୀ କହିଛନ୍ତି, ବିମାନ ଚଳାଚଳ କ୍ଷେତ୍ରର ଆହ୍ୱାନକୁ ପୂରଣ କରିବା ଏବଂ ନୂତନ ଟେକ୍ନୋଲୋଜି ବ୍ୟବହାର କରିବା ପାଇଁ ଏହି ସର୍କୁଲାର ମାଧ୍ୟମରେ ଲକ୍ଷ୍ୟ କରାଯାଇଛି। ନୂତନ ସୁରକ୍ଷା ବ୍ୟବସ୍ଥା ବିକଶିତ ହେବ। ଯେଉଁଥିରେ ନୂତନ ବିପଦର ମୁକାବିଲା ପାଇଁ ମିଳିତ ଜାତିସଂଘ ଅଧିନସ୍ଥ ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଙ୍ଗଠନ ନିର୍ଦ୍ଦେଶାବଳୀ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏୟାର ସିଗନାଲ୍ ବ୍ୟାଘାତ ହେବା କାରଣରୁ ବିମାନ ଏହାର ନିର୍ଦ୍ଧାରିତ ଯାତ୍ରା ମାର୍ଗରୁ ହଟିପାରେ। ଏପରି ପରିସ୍ଥିତିରେ ଆହୁରି କିଛି ସମସ୍ୟା ମଧ୍ୟ ବଢିପାରେ। ଏପରି ଗୁରୁତର ବିପଦ ବିଷୟରେ ସମସ୍ତଙ୍କୁ ଚେତାବନୀ ଦିଆଯାଇଛି।