Indian Army: ଏଣିକି ବର୍ତ୍ତି ପାରିବେନାହିଁ ଚୀନ-ପାକିସ୍ତାନ; ସୀମାରେ ନିୟୋଜିତ ହେଲା ବିନାଶକାରୀ ହତିଆର
Advertisement
Article Detail0/zeeodisha/odisha1938444

Indian Army: ଏଣିକି ବର୍ତ୍ତି ପାରିବେନାହିଁ ଚୀନ-ପାକିସ୍ତାନ; ସୀମାରେ ନିୟୋଜିତ ହେଲା ବିନାଶକାରୀ ହତିଆର

S-400 Air Defense System: ସୀମାରେ ପାକିସ୍ତାନ-ଚୀନ ପକ୍ଷରୁ ରହିଥିବା ବିପଦର ମୁକାବିଲା କରିବା ପାଇଁ ଭାରତୀୟ ବାୟୁସେନା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।

Indian Army: ଏଣିକି ବର୍ତ୍ତି ପାରିବେନାହିଁ ଚୀନ-ପାକିସ୍ତାନ; ସୀମାରେ ନିୟୋଜିତ ହେଲା ବିନାଶକାରୀ ହତିଆର

India Deployed S-400 Defense System at Pakistan China Border: ଏଣିକି ସୀମାରେ ଆଉ ଚାଲିପାରିବ ନାହିଁ ପ୍ରତିଦ୍ୱନ୍ଦ୍ୱୀ ଚୀନ-ପାକିସ୍ତାନ ପକ୍ଷରୁ କରାଯାଉଥିବା ଚାଲବାଜି। ଦେଶର ସୀମାରେଏକ ଅତ୍ୟାଧୁନିକ ନିୟୋଜିତ କରିଛି ଭାରତୀ। ଭାରତୀୟ ବାୟୁସେନା ପାକିସ୍ଥାନ-ଚୀନ୍ ସୀମାରେ ଋଷିଆ ଠାରୁ କ୍ରୟ କରାଯାଇଥିବା ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଛି। ଯଦି ସେନା ଉତ୍ସକୁ ବିଶ୍ୱାସ କରାଯାଏ, ତାହେଲେ ଚୀନ୍-ପାକିସ୍ତାନ ସୀମାରେ ତିନୋଟି ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀ ସକ୍ରିୟ ରହିଛି। ଆପଣଙ୍କୁ କହିରଖୁଛୁ ଯେ ଚୀନ୍-ପାକିସ୍ଥାନ ପକ୍ଷରୁ ସୀମାରେ ରହିଥିବା ବିପଦକୁ ଦୃଷ୍ଟିରେ ରଖି ଭାରତ ଗତ ୨୦୧୮-୧୯ ବର୍ଷରେ ୩୫ ହଜାର କୋଟି ଟଙ୍କା ମୂଲ୍ୟରେ ୫, ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀ କ୍ରୟ କରିବାକୁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଋଷିଆ ପାଖରୁ ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀର ତିନୋଟି ରେଜିମେଣ୍ଟ ପାଇସାରିଛି। ଋଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ଆହୁରି ଦୁଇଟି ରେଜିମେଣ୍ଟ ଗ୍ରହଣ କରିବା ବିଳମ୍ବ ହୋଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ନାହିଁ ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀର ୨ ରେଜିମେଣ୍ଟ
ଯଦି ପ୍ରତିରକ୍ଷା ସୂତ୍ରକୁ ବିଶ୍ୱାସ କରାଯାଏ, ତାହେଲେ ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀର ୨ ରେଜିମେଣ୍ଟ ବିତରଣକୁ ନେଇ ଭାରତ ଖୁବ୍ ଶୀଘ୍ର ଋଷିଆ ସହିତ ଏକ ବୈଠକ କରିବାକୁ ଯାଉଛି। ଆପଣଙ୍କୁ କହିରଖୁଛୁ ଯେ ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧରେ ଋଷିଆ ଏହାର ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀ ବ୍ୟବହାର କରୁଛି। ଭାରତ ଯଥାଶୀଘ୍ର ଅବଶିଷ୍ଟ ଦୁଇଟି ରେଜିମେଣ୍ଟ ପାଇବାକୁ ଚେଷ୍ଟା କରୁଛି। ଯାହା ଦ୍ୱାରା ଏହା ପାକିସ୍ତାନ ଏବଂ ଚୀନ୍ ଉପରେ କୌଶଳ ହାସଲ କରିପାରିବ।

Also Read: Project Kush India: ସ୍ୱଦେଶୀ ଆଇରନ୍ ଡୋମ ବିକଶିତ କରୁଛି ଭାରତ; S-400 ପରି ହେବ ଶକ୍ତିଶାଳୀ

କାହିଁକି ଭାରତ ପାଇଁ ଏସ-୪୦୦?
ଋଷୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏସ-୪୦୦ ହେଉଛି ଏକ ଦୂରଗାମୀ ଭୂପୃଷ୍ଠରୁ ବାୟୁ ପତିରକ୍ଷା ପ୍ରଣାଳୀ। ଯାହା ପ୍ରାୟ ୪୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ବିମାନ, ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଚିହ୍ନଟ କରି ଏହାକୁ ନଷ୍ଟ କରିଦେବାର ଶକ୍ତି ରଖିଛି। ଋଷିଆ ଦାବି କରିଛି ଯେ ଏହା ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା। ଏସ-୪୦୦ ବର୍ତ୍ତମାନ ବିଶ୍ୱର ୪ ଦେଶ ପାଖର ରହିଛି। ଋଷୀୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏସ-୪୦୦ ଭାରତ, ଚୀନ୍ ଏବଂ ତୁର୍କୀ ଆଦି ଦେଶ ପାଖରେ ରହିଛି।

ଭାରତ ପାଖରେ ରହିଛି କେତେ ଏସ-୪୦୦?
ଋଷୀୟ ଗଣମାଧ୍ୟମ ସ୍ପୁଟନିକ୍ ରିପୋର୍ଟ ଅନୁଯାୟୀ, ଗତ ୨୦୧୮ ଅକ୍ଟୋବରରେ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀର ୫ ସ୍କ୍ରାଡ୍ରନ୍ ଯୋଗାଣ ନେଇ ଭାରତ-ଋଷିଆ ମଧ୍ୟରେ  ୫.୪୩ ବିଲିୟନ ଡଲାର ମୂଲ୍ୟର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଆମେରିକୀୟ ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି ନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ସ୍କଟ ବେରିୟରଙ୍କ ବିବୃତ୍ତି ଅନୁଯାୟୀ  ଋଷିଆ ଗତ ୨୦୨୧ ଡିସେମ୍ବରରେ ଭାରତକୁ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିତରଣ ଆରମ୍ଭ କରିଥିଲା। କୁହାଯାଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଖରେ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀର ୩ ସ୍କ୍ୱାଡ୍ରନ୍ ଯୋଗାଇ ଦିଆଯାଇଛି। ହେଲେ ଏସ-୪୦୦ ବାୟୁ ପତିରକ୍ଷା ପ୍ରଣାଳୀ ଦେଶର କେଉଁ ସ୍ଥାନରେ ନିୟୋଜିତ ହୋଇଛି ସେ ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ ଔପଚାରିକ ଭାବରେ କିଛି କୁହାଯାଇନାହିଁ।