IND Vs WI 3rd T20: ସୂର୍ଯ୍ୟ-ତିଳକଙ୍କ ତୁଫାନି ବ୍ୟାଟିଂ; ୭ ୱିକେଟରେ ତୃତୀୟ ଟି-୨୦ କୁ ଜିତିନେଲା ଭାରତ
Advertisement

IND Vs WI 3rd T20: ସୂର୍ଯ୍ୟ-ତିଳକଙ୍କ ତୁଫାନି ବ୍ୟାଟିଂ; ୭ ୱିକେଟରେ ତୃତୀୟ ଟି-୨୦ କୁ ଜିତିନେଲା ଭାରତ

IND Vs WI 3rd T20 Match: ମଙ୍ଗଳବାର (ଅଗଷ୍ଟ ୮)  ତୃତୀୟ ଟି-୨୦ ମୁକାବିଲାରେ  ୭ ୱିକେଟ ବ୍ୟବଧାନରେ ୱେଷ୍ଟଇଣ୍ଡିଜ ଦଳକୁ ପରାସ୍ତ କରିଛି ଟିମ ଇଣ୍ଡିଆ।

IND Vs WI 3rd T20: ସୂର୍ଯ୍ୟ-ତିଳକଙ୍କ ତୁଫାନି ବ୍ୟାଟିଂ; ୭ ୱିକେଟରେ ତୃତୀୟ ଟି-୨୦ କୁ ଜିତିନେଲା ଭାରତ

IND Vs WI 3rd T20 Match Result: ତୃତୀୟ ଟି-୨୦ ମ୍ୟାଚରେ ଭାରତ ଜିତିଛି। ଭାରତ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି। ଭାରତ ୧୭.୫ ଓଭରରେ ତିନୋଟି ୱିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା। ଭାରତକୁ କେବଳ ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ଆବଶ୍ୟକ ଥିଲା। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଛକା ମାରି ଭାରତୀୟ ଦଳକୁ ଜିତାଇବାରେ ସଫଳ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୮୩ ରନ୍ ର ଇନିଂସ ଖେଳିଥିଲେ। ୪୯ ରନ୍ ସ୍କୋର କରିବା ପରେ ତିଲକ ଭର୍ମା ଅପରାଜିତ ରହିଥିଲେ। ଏହି ଟି-୨୦ ସିରିଜ୍ ରେ ଭାରତ ୧-୨ ପଛରେ ରହିଛି। 

ଅଗଷ୍ଟ ୮ ତାରିଖ ମଙ୍ଗଳବାର ଗାୟନା ପ୍ରୋଭିଡେନ୍ସ ଷ୍ଟାଡିୟମ (guyana providence stadium) ଠାରେ ଅନୁଷ୍ଠିତ ହୋଇଯାଇଥିଲା ଭାରତ-ୱେଷ୍ଟଇଣ୍ଡିଜ୍ (India vs West Indies T20 Series 2023) ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ମୁକାବିଲାର ତୃତୀୟ ମ୍ୟାଚ୍ (India vs West Indies 3rd T20 match)। ହେଲେ ଏହି ମ୍ୟାଚ୍ ରେ ଭାରତ ୭ ୱିକେଟ ବ୍ୟବଧାନରେ (India Beat West Indies in 3rd 20 Match) ଜିତି ନେଇଛି। ତୃତୀୟ ଟି-୨୦ ମୁକାବିଲାରେ ଭାରତୀୟ ଦଳର (Team India) ବିଜୟରେ ସବୁଠାରୁ ବଡ ହିରୋ ଥିଲେ ଡ୍ୟାସିଂ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ (Surya Kumar Yadav)। ଏହି ବିଜୟ ପରେ ମଧ୍ୟ ଭାରତୀୟ ଦଳ ଟି-୨୦ ସିରିଜ ରେ ୧-୨ ବ୍ୟବଧାନରେ ପଛରେ ରହିଛି।

ସୂର୍ଯ୍ୟଙ୍କ ଦମଦାର ପାଳିରେ ଉଡିଗଲା ୱେଷ୍ଟଇଣ୍ଡିଜ୍ 
ତୃତୀୟ ଟି-୨୦ ମୁକାବିଲାରେ ଭାରତୀୟ ଦଳ ସାମ୍ନାରେ ୧୬୦ ରନ୍ ବିଜୟ ଲକ୍ଷ୍ୟ ରଖିଥିଲା। ହେଲେ ଭାରତୀୟ ଦଳର ପାଳି ଆରମ୍ଭରୁ ଅତ୍ୟନ୍ତ ଖରାପ ରହିଥିଲା। ଦଳର ଉଭୟ ଓପନର୍ ଶସ୍ତାରେ ପ୍ୟାଭିଲିୟନ ଫେରିଯାଇଥିଲେ। ହେଲେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ସାମ୍ନାରେ ୱେଷ୍ଟଇଣ୍ଡିଜ୍ (West Indies) ବୋଲିଂ ବିଫଳ ହୋଇଯାଇଥିଲା। ଏହି ମ୍ୟାଚ୍ ରେ ସୂର୍ଯ୍ୟକୁମାର ଯାଦବ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୪୪ ବଲ ଖେଳି ୮୩ ରନ୍ ସଂଗ୍ରହ କରିଥିଲେ। ତାଙ୍କ ପାଳିରେ ୧୦ ଚୌକା ଏବଂ ୪ ଛକା ରହିଥିଲେ।

ରୋଭମ୍ୟାନ ପାୱେଲ ଖେଳିଥିଲେ ବଡ଼ ଇନିଂସ 
ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ଅଧିନାୟକ ରୋଭମାନ ପାୱେଲଙ୍କ (West Indies Captain Rovman Powell) ୧୯ ବଲ୍ ୪୦ ରନ ଆଧାରରେ ୧୫୯ ରନ ସ୍କୋର କରିଥିଲା। ଓପନର୍ସ ବ୍ରାଣ୍ଡାନ କିଙ୍ଗ (brandon king) (୪୨) ଏବଂ କାଇଲ ମାୟର୍ସ (Kyle Mayers) (୨୫) ୪୬ ବଲ ୫୫ ରନ ଭାଗିଦାରୀ ସହ ୱେଷ୍ଟଇଣ୍ଡିଜ ଭଲ ପାଳି ଆରମ୍ଭ କରିଥିଲା। କୁଲଦୀପ ଯାଦବଙ୍କ (Kuldeep Yadav) (୩/୨୮)  ବୋଲିଂ ବଳରେ ଭାରତୀୟ ଦଳର ଚମତ୍କାର ପ୍ରଦର୍ଶନ ଫେରି ଆସିଥିବାର ଦେଖିବାକୁ ମିଳିଥିଲା। ତୃତୀୟ ଟି-୨୦ ମୁକାବିଲାରେ ଦଳକୁ ଏକ ବଡ଼ ସ୍କୋର ଆଡ଼କୁ ନେବା ପାଇଁ ଅଧନାୟକ ପାୱେଲ ଶେଷ ଦୁଇ ଓଭର ବ୍ୟାଟିଂ ସମୟରେ ୩ ଛକା ମାରିଥିଲେ। ସେ ତାଙ୍କର ୧୯ ବଲ ଅପରାଜିତ ପାଳିରେ ଗୋଟିଏ ଚୌକା ଏବଂ ତିନୋଟି ଛକା ମାରିଥିଲେ। କିଙ୍ଗ ତାଙ୍କ ପାଳିରେ ପାଞ୍ଚଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ଅନ୍ୟପଟେ ମାୟର୍ସ ତାଙ୍କ ପାଳିରେ ତିନୋଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ।

କୁଲଦୀପ ଯାଦବ ସବୁଠାରୁ ସଫଳ ବୋଲର ଥିଲେ
କୁଲଦୀପ ଯାଦବ ଭାରତୀୟ ଦଳ ପାଇଁ ୩ ୱିକେଟ୍ ନେଇଥିଲେ। ଅକ୍ଷର ପଟେଲ (Axar Patel) ଏବଂ ମୁକେଶ କୁମାର (Mukesh Kumar) ଗୋଟିଏ ଲେଖାଁଏ ୱିକେଟ୍ ନେବାରେ ସଫଳ ହୋଇଥିଲେ। ବର୍ତ୍ତମାନ ଏହି ଟି-୨୦ ସିରିଜ ର ଶେଷ ଦୁଇଟି ମ୍ୟାଚ୍ କ୍ରମାଗତ ଭାବେ ଖେଳାଯିବ। ଅଗଷ୍ଟ ୧୨-୧୩ ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ୍ ଦଳ ମୁହାଁମୁହିଁ ହେବେ। ଶେଷ ଦୁଇଟି ମ୍ୟାଚ୍ ଆମେରିକା ଠାରେ ଖେଳାଯିବ। ଏହି ସମସ୍ତ ମ୍ୟାଚ୍ ଭାରତୀୟ ପ୍ରାମାଣିକ ସମୟ ରାତି ଆଠଟାରୁ ଖେଳାଯିବ।