Vaishno Devi Visit: ନୂଆ ବର୍ଷରେ ଯାଉଛନ୍ତି କି ମାଆଙ୍କ ମନ୍ଦିର? ଏହା ନମାନିଲେ ଦର୍ଶନରୁ ହେବେ ବଞ୍ଚିତ
Advertisement
Article Detail0/zeeodisha/odisha2037712

Vaishno Devi Visit: ନୂଆ ବର୍ଷରେ ଯାଉଛନ୍ତି କି ମାଆଙ୍କ ମନ୍ଦିର? ଏହା ନମାନିଲେ ଦର୍ଶନରୁ ହେବେ ବଞ୍ଚିତ

Vaishno Devi Visit: ନୂଆ ବର୍ଷରେ କିଛି ନୂଆ ଆରମ୍ଭ କରିବା ପୂର୍ବରୁ ଅନେକ ବ୍ୟକ୍ତି ବିଭିନ୍ନ ପୀଠ ଓ ମନ୍ଦିରରେ ପହଞ୍ଚି ଦେବାଦେବୀଙ୍କ ଆଶୀର୍ବାଦ ନେଇଥାନ୍ତି । ତେବେ ବର୍ତ୍ତମାନ ଏକ ସୂଚନା ଆସିଛି ଯେ, ଯଦି ଆପଣ ମାଆ ବୈଷ୍ଣୋଦେବୀଙ୍କ ମନ୍ଦିର ପରିଦର୍ଶନ କରୁଛନ୍ତି ତେବେ କିଛି ନିର୍ଦ୍ଦିଷ୍ଟ ନିୟମ ମାନିବାକୁ ପଡିବ । ନଚେତ ଆପଣ ମାଆଙ୍କ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି ।

Vaishno Devi Visit: ନୂଆ ବର୍ଷରେ ଯାଉଛନ୍ତି କି ମାଆଙ୍କ ମନ୍ଦିର? ଏହା ନମାନିଲେ ଦର୍ଶନରୁ ହେବେ ବଞ୍ଚିତ

Vaishno Devi Visit: ମାଆ ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବା ପାଇଁ ଦେଶର ଭିଭିନ୍ନ ପ୍ରାନ୍ତରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭିଡ ଜମାଇଥାନ୍ତି । ବିଶେଷ କରି ପର୍ବପର୍ବାଣୀ ଏବଂ ନୂଆ ବର୍ଷ ସମୟରେ ମାଆଙ୍କ ମନ୍ଦିରରେ ଅଧିକ ମାତ୍ରାରେ ଭିଡ ପରିଲକ୍ଷିତ ହୋଇଥାଏ । ଚଳିତବର୍ଷ ମାଆଙ୍କ ନିକଟକୁ ଏତେମାତ୍ରାରେ ଶ୍ରଦ୍ଧାଳୁ ଆସିଥିଲେ ଯେ ତାହା ବିଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଥିଲା । ତେବେ ନୂଆ ବର୍ଷରେ ମଧ୍ୟ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିବା ନେଇ ଅନୁମାନ କରାଯାଉଛି । ଏହି କାରଣରୁ ମନ୍ଦିର ବୋର୍ଡ କମିଟି ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ ବଢୁଥିବା କାରଣରୁ ମାଆଙ୍କ ଦର୍ଶନ ପାଇଁ କଟକଣା ଲଗାଯାଇଛି । ବିନା ମାସ୍କରେ ମାଆଙ୍କ ନିକଟକୁ ଯିବାକୁ ଅନୁମତି ଦିଆଯିବ ନାହିଁ ।

ଦେଶରେ କରୋନା ସଂକ୍ରମଣ ବଢିବା କାରଣରୁ ମନ୍ଦିର ବୋର୍ଡ ପକ୍ଷରୁ ଭକ୍ତମାନଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ତେଣୁ ଯେଉଁ ଶ୍ରଦ୍ଧାଳୁମାନେ ଦୂରଦୂରାନ୍ତରୁ ମାଆଙ୍କ ମନ୍ଦିରକୁ ଦର୍ଶନ ପାଇଁ ଆସୁଛନ୍ତି ସେମାନେ ମାସ୍କ ପରିଧାନ (mask mandatory) କରିବାକୁ କୁହାଯାଇଛି । ତେଣୁ ଆପଣ ଯଦି ନୂଆବର୍ଷ ଅବସରରେ ମାଆ ବୈଷ୍ଣୋଦେବୀଙ୍କ ମନ୍ଦିର ପରିଦର୍ଶନ କରିବାକୁ ଯାଉଛନ୍ତି ନିଜ ନିକଟରେ ମାସ୍କ ରଖିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ଆପଣ ମାସ୍କ ନନେଇ ଯାତ୍ରା କରୁଛନ୍ତି ତେବେ ମନ୍ଦିର ନିକଟରେ ମାସ୍କ କିଣିପାରିବାର ବନ୍ଦୋବସ୍ତ କରାଯାଇଛି । 

ନୂଆ ବର୍ଷରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେବା ଅନୁମାନ କରି ପ୍ରଶାସନ ପକ୍ଷରୁ ମନ୍ଦିର ନିକଟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମନ୍ଦିର ପରିସର ଏବଂ ଶ୍ରଦ୍ଧାଳୁ ଯିବା ରାସ୍ତାରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି । ଏଥିସହିତ ଡ୍ରୋନ ମାଧ୍ୟମରେ ସମସ୍ତ ଗତିବିଧିକୁ ଲକ୍ଷ କରାଯିବାର ବ୍ୟବସ୍ଥା ହୋଇଛି । 

Also Read- Bollywood News: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଇତିହାସ ରଚିଲେ ଶାହାରୁଖ, ବର୍ଷକରେ ୨୫୦୦ କୋଟି ରୋଜଗାର

Also Read- ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ମନ ଉଛନ୍ନ, ପାଦରେ ଚାଲି ଚାଲି ଗଞ୍ଜାମରୁ ଅଯୋଧ୍ୟା ଯାତ୍ରା