Credit Card: ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଜରୁରୀ ସୂଚନା
Advertisement

Credit Card: ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଜରୁରୀ ସୂଚନା

Credit Card: ଅଧିକାଂଶ ସମୟରେ ସାଇବର ଠକେଇ କଥା ସାମ୍ନାକୁ ଆସୁଛି । ଯଦି ଆପଣ ସତର୍କ ଓ ସାବଧାନ ନହେବେ ତେବେ ସାଇବର ଠକଙ୍କ ଚାର୍ଗେଟରେ ଆପଣ ବି ରହିପାରନ୍ତି ।

Credit Card: ବ୍ୟବହାର କରୁଛନ୍ତି କି ? ଜାଣନ୍ତୁ ଜରୁରୀ ସୂଚନା

Credit Card: ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି କ୍ରେଡିଟକାର୍ଡର ବ୍ୟବହାର କରୁଛନ୍ତି । ଅନେକ ସମୟରେ କ୍ରେଡିଟ କାର୍ଡ ମାଧ୍ୟମରେ ଲୋକମାନେ ଠକାମୀର ଶିକାର ହେଉଥିବା ମଧ୍ୟ ନଜରକୁ ଆସୁଛି । କାରଣ କ୍ରେଡିଟ କାର୍ଡକୁ କିପରି ସୁରକ୍ଷିତ ଭାବରେ ବ୍ୟବହାର ତାହା କିଛି ବ୍ୟକ୍ତି ଜାଣିନାହାନ୍ତି । ଯଦି ଆପଣ ମଧ୍ୟ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ କ୍ରେଡିଟ କାର୍ଡର ସୁରକ୍ଷା (Security) ଉପରେ ଦୃଷ୍ଟି ଦେବା ନିତ୍ୟାନ୍ତ ଆବଶ୍ୟକ । ଯଦି ସୁରକ୍ଷା ବ୍ୟବସ୍ଥା ଉପରେ ଆପଣ ଧ୍ୟାନ ନଦେବେ ତେବେ ଆପଣଙ୍କ କ୍ରେଡିଟ କାର୍ଡର ଅପବ୍ୟବହାର (Abuse) ହୋଇଯାଇପାରେ । ଆଜି ଆମେ ଆପଣଙ୍କୁ ଏହି ସମ୍ପର୍କରେ ବିସ୍ତୃତ ତଥ୍ୟ ଜଣାଇବୁ ।

ଆପଣ ଅନେକ ସମୟରେ ଖବର କାଗଜ କିମ୍ୱା ଟେଲିଭିଜନ ନ୍ୟୁଜରେ ସାଇବର ଠକେଇ (Cyber fraud) ଖବର ଶୁଣିଥିବେ । ଅନେକ ସମୟରେ କ୍ରେଡିଟ କାର୍ଡ ବ୍ୟବହାରକୁ ନେଇ ଅନଲାଇନ ଠକାମୀର ଖବର ମଧ୍ୟ ଆସିଥାଏ । ଯେଉଁ ଠକେଇ ହୋଇଥାଏ ସେଥିରୁ ଅଧିକାଂଶ ଠକେଇ ଗ୍ରାହକଙ୍କ ଅସାବଧାନତା କାରଣରୁ ହୋଇଥାଏ । ତେଣୁ ଆପଣ ଯଦି କ୍ରେଡିଟ କାର୍ଡ ବ୍ୟବହାରକାରୀ ତେବେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ।

ଆପଣଙ୍କ କାର୍ଡ ଅନ୍ୟକୁ ଦିଅନ୍ତୁ ନାହିଁ 
ଆପଣ ଯଦି କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ତେବେ ମନେ ରଖନ୍ତୁ ଆପଣଙ୍କ କାର୍ଡର ସୁରକ୍ଷା ପାଇଁ ଆପଣ ନିଜ କ୍ରେଡିଟ କାର୍ଡକୁ ସର୍ବଦା ଆପଣଙ୍କ ନିଜ ପାଖରେ ରଖନ୍ତୁ । କୌଣସି ବନ୍ଧୁ କିମ୍ୱା ପ୍ରିୟଜନଙ୍କୁ ଏହାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ । ଏଥି ସହିତ କୌଣସି ଅଜଣା ବ୍ୟକ୍ତିଙ୍କୁ କ୍ରେଡିଟ କାର୍ଡ ସମ୍ୱନ୍ଧରେ ତଥ୍ୟ ଦିଅନ୍ତୁ ନାହିଁ । ବିଶେଷକରି ଯେତେବେଳେ ଆପଣ ସପିଂ କରିବା ସମୟରେ କ୍ରେଡିଟ କାର୍ଡ ସ୍ୱାଇପ୍ (Credit card swipe) କରୁଛନ୍ତି ସେହି ସମୟରେ ଏହା ଧ୍ୟାନ ଦିଅନ୍ତୁ ଯେ, ଆପଣଙ୍କ ଉପସ୍ଥିତିରେ ରେଷ୍ଟୁରାଣ୍ଟ କିମ୍ବା ପେଟ୍ରୋଲ ପମ୍ପରେ ଆପଣଙ୍କ କ୍ରେଡିଟ କାର୍ଡ କାର୍ଡ ସ୍ୱାଇପ୍ ହୋଇଛି ।

ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପିନ୍ ଚେଞ୍ଜ୍ କରନ୍ତୁ
ଆପଣ ଯଦି କ୍ରେଡିଟ କାର୍ଡ ବ୍ୟବହାରକାରୀ ତେବେ ଆପଣ ଜାଣିରଖିବା ଉଚିତ ଯେ, ଆପଣଙ୍କ ସିକ୍ରେଟ ପିନ୍ ଆପଣଙ୍କ କ୍ରେଡିଟ କାର୍ଡ ପାଇଁ ସୁରକ୍ଷା ପ୍ରଦାନ କରିଥାଏ । ତେଣୁ ଏକଥା ସବୁବେଳେ ମନେରଖନ୍ତୁ ଯେ, ଆପଣଙ୍କ ପିନ୍ ସମ୍ୱନ୍ଧରେ କେହି ନଜାଣିବା ଉଚିତ । ଆପଣଙ୍କ କ୍ରେଡିଟ କାର୍ଡ ଯେପରି ଅପବ୍ୟବହାର ନେହେବ ସେଥିପାଇଁ ପ୍ରତି ୬ ମାସରେ ଥରୁଟିଏ ଆପଣଙ୍କ କ୍ରେଡିଟ କାର୍ଡର ପିନ୍ (Pin) ବଦଳାନ୍ତୁ । ଆପଣଙ୍କ କ୍ରେଡିଟ କାର୍ଡକୁ ସମ୍ୱନ୍ଧରେ ଆପଣଙ୍କ ମୋବାଇଲକୁ ଆସୁଥିବା ଓଟିପି (OTP) କିମ୍ୱା ଅନ୍ୟ କୌଣସି ତଥ୍ୟ କାହାକୁ ମଧ୍ୟ ସେୟାର କରନ୍ତୁ ନାହିଁ । ଏଥିସହିତ ଆଉ ଏକ ବିଷୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ତାହା ହେଉଛି କୌଣସି କାଗଜ କିମ୍ୱା ଡାଏରୀରେ କ୍ରେଡିଟ କାର୍ଡର ପିନକୁ ଲେଖନ୍ତୁ ନାହିଁ । ଆପଣ ସିକ୍ରେଟ ପିନକୁ ମନେ ରଖିବାକୁ ସବୁବେଳେ ଚେଷ୍ଟା କରନ୍ତୁ ।

ସତର୍କ ରୁହନ୍ତୁ
ଆପଣଙ୍କ କ୍ରେଡିଟ୍ କାର୍ଡ କାରବାର ସମ୍ପର୍କରେ ଯେତେ ଏସଏମଏସ ଆସୁଛି ତାହାକୁ ସଠିକ ଭାବରେ ଯାଞ୍ଚ କରନ୍ତୁ । ଯଦି କୌଣସି କାରବାର ନକରିବା ସତ୍ୱେ ମଧ୍ୟ ମୋବାଇଲକୁ ଟଙ୍କା କଟିବାର ଏସଏମଏସ (SMS) ଆସେ ତେବେ ତୁରନ୍ତ ବ୍ୟାଙ୍କ ଓ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ । କୌଣସି ସନ୍ଦେହଜନକ ୱେବସାଇଟ୍ କିମ୍ବା ଆପରେ ଆପଣଙ୍କ କାର୍ଡ ବ୍ୟବହାର କରିବା ଉଚିତ ନୁହେଁ । ମୋବାଇଲକୁ କିମ୍ୱା ମେଲକୁ ଆସୁଥିବା କୌଣସି ସନ୍ଦେହଜନକ ଲିଙ୍କ ଉପରେ କ୍ଲିକ୍ କରି ତଥ୍ୟ ଦିଅନ୍ତୁ ନାହିଁ । କୌଣସି କାରବାର କରିବା ପୂର୍ବରୁ ସତ୍ୟତା ଉପରେ ଯାଞ୍ଚ କରିବା ନିହାତି ଜରୁରୀ ।

Also Read- Airtelର ଜବରଦସ୍ତ ପ୍ଲାନ୍, ଗୋଟିଏ ରିଚାର୍ଜରେ ୫ଜଣ ଟେନସନ ଫ୍ରି, ମିଳିବ ନେଟଫ୍ଲିକ୍ସ-ଆମାଜନ ପ୍ରାଇମ