IMDର 'ମୌସୁମୀ' ପୂର୍ବାନୁମାନ, ଚଳିତ ଥର ସ୍ୱାଭାବିକଠୁ ଅଧିକ ବର୍ଷା
Advertisement

IMDର 'ମୌସୁମୀ' ପୂର୍ବାନୁମାନ, ଚଳିତ ଥର ସ୍ୱାଭାବିକଠୁ ଅଧିକ ବର୍ଷା

 Weather News: ଆକଳନ ଅନୁଯାୟୀ କୁହାଯାଇଛି ଯେ, ପୂର୍ବ ବର୍ଷ ଅପେକ୍ଷା ଏଥର ବର୍ଷା ଭଲ ହେବ । ଅର୍ଥାତ ଚଳିତଥର ଦେଶକୁ ମୌସୁମୀ ଛୁଇଁବା ପରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ । ପ୍ରାୟ ୧୦୬ ପ୍ରତିଶତ ବର୍ଷା ହେବା ନେଇ ଆଇଏମଡି ଆକଳନ କରିଛି ।

IMDର 'ମୌସୁମୀ' ପୂର୍ବାନୁମାନ, ଚଳିତ ଥର ସ୍ୱାଭାବିକଠୁ ଅଧିକ ବର୍ଷା

 

Weather News: ଭାରତୀୟ ପାଣିପାଗ ବିଭାଗ (IMD) ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମ୍ପର୍କରେ ପୂର୍ବାନୁମାନ କରିଛି । ଆକଳନ ଅନୁଯାୟୀ କୁହାଯାଇଛି ଯେ, ପୂର୍ବ ବର୍ଷ ଅପେକ୍ଷା ଏଥର ବର୍ଷା ଭଲ ହେବ । ଅର୍ଥାତ ଚଳିତଥର ଦେଶକୁ ମୌସୁମୀ ଛୁଇଁବା ପରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ । ପ୍ରାୟ ୧୦୬ ପ୍ରତିଶତ ବର୍ଷା ହେବା ନେଇ ଆଇଏମଡି ଆକଳନ କରିଛି ।

ଆପଣଙ୍କୁ କହିରଖୁଛୁ ଯେ, ଜୁନ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ୱର ପର୍ଯ୍ୟନ୍ତ ହେଉଥିବା ବର୍ଷା ୯୬%ରୁ ୧୦୪% ମଧ୍ୟରେ ହେଲେ ଏହାକୁ ସ୍ୱାଭାବିକ ବୋଲି କୁହାଯାଇଥାଏ । ଏଥର ୨ ପ୍ରତିଶତ ଅଧିକ ବର୍ଷା ଆଶଙ୍କା ଥିବାରୁ ସ୍ୱାଭାବିକ ଠାରୁ ଅଧିକ ମାତ୍ରାରେ ବର୍ଷା ହେବ ବୋଲି କୁହାଯାଇଛି । ଚଳିତଥର ଅଗଷ୍ଟ ସେପ୍ଟେମ୍ୱର ମାସ ମଧ୍ୟରେ ଅଧିକ ବର୍ଷା ହେବ ବୋଲି ରିପୋର୍ଟ ମିଳିଛି । ମୌସୁମୀ ସହିତ ଲା ନିନା ପ୍ରଭାବ କାରଣରୁ ବର୍ଷାର ମାତ୍ରା ଅଧିକ ରହିବ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି । ଦେଶର କେଉଁ ଅଞ୍ଚଳରେ ବର୍ଷାର ମାତ୍ରା କେତେ ରହିବ ସେନେଇ କୌଣସି ସୂଚନା ଆଇଏମଡି ପକ୍ଷରୁ ଜାରୀ କରାଯାଇନାହିଁ । ମଇ ମାସ ପ୍ରଥମ ସପ୍ତାହରେ ବର୍ଷା ଅନୁପାତ ନେଇ ସୂଚନା ଦିଆଯାଇପାରେ ବୋଲି ଖବର ମିଳିଛି । ଆର୍ଥ ସାଇନ୍ସ ମନ୍ତ୍ରଣାଳୟର ସଚିନ ଡ. ଏମ ରବିଚନ୍ଦ୍ରନଙ୍କ ସୂଚନା ମୁତାବକ ଦେଶର ଉତ୍ତରପଶ୍ଚିମ, ପୂର୍ବ ଏବଂ ଉତ୍ତରପୂର୍ବ ରାଜ୍ୟଗୁଡ଼ିକର କିଛି ଅଞ୍ଚଳକୁ ବାଦ ଦେଲେ ଦେଶର ଅନ୍ୟ ପ୍ରାନ୍ତରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି । ପ୍ରାୟତଃ ପ୍ରତିବର୍ଷ ଜୁନ ପ୍ରଥମ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ । ପରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରବେଶ କରିଥାଏ । ମୌସୁମୀ କେରଳ ଛୁଇଁବାର ଦ୍ୱିତୀୟ ସପ୍ତାହରେ ଓଡ଼ିଶାରେ ପହଞ୍ଚିଥାଏ । ଚଳିତ ବର୍ଷ ଧାର୍ଯ୍ୟ ସମୟ ପୂର୍ବରୁ ମୌସୁମୀ ପହଞ୍ଚିପାରେ ବୋଲି ପୂର୍ବରୁ ଆକଳନ କରିଥିଲା ପାଣିପାଗ ବିଭାଗ ।

Also Read- ସୁରଙ୍କୁ ମହଙ୍ଗା ପଡିଲା ପୁତ୍ରମୋହ, ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ

Also Read- କଳିଯୁଗର କର୍ଣ୍ଣ ସାଜିଲେ ଦମ୍ପତି ! ୨୦୦ କୋଟି ଦାନ କରି ହେଲେ ସନ୍ୟାସୀ